ଦେଶ ବିଦେଶ ସ୍ୱାସ୍ଥ୍ୟ

ମହାରାଷ୍ଟ୍ରର ୧୦ ମନ୍ତ୍ରୀ ଓ ୨୦ରୁ ଊର୍ଦ୍ଧ୍ବ ବିଧାୟକ କୋଭିଡ୍‌-୧୯ ପଜିଟିଭ୍‌

ନାଶିକ: ମହାରାଷ୍ଟ୍ରର ପ୍ରାୟ ୧୦ଜଣ ମନ୍ତ୍ରୀ ଏବଂ ୨୦ରୁ ଊର୍ଦ୍ଧ୍ବ ବିଧାୟକ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ଅଜି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱର୍‌ କହିଛନ୍ତି। ସେ କହିଛନ୍ତି, ନିକଟରେ ଆମେ ବିଧାନସଭା ଅଧିବେଶନ କାଣ୍ଟଛାଣ୍ଟ କଲୁ। ଏଯାବତ୍‌, ୧୦ରୁ ଅଧିକ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନାଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତେ ନୂଆବର୍ଷ ପାଳନ, ଜନ୍ମଦିନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଗ୍ରହୀ। ମନେରଖନ୍ତୁ ଯେ, ନୂଆ ଭେରିଏଣ୍ଟ୍‌ (ଓମିକ୍ରନ୍) ଦ୍ରୁତ ବେଗରେ […]

ଧର୍ମ ରାଜ୍ୟ

ସମ୍ବଲପୁରରେ ଫିକା ପଡିଲା ନୂଆବର୍ଷ ପାଳନ, ମା’ ସମଲେଶ୍ବରୀଙ୍କ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ

ସମ୍ବଲପୁର ୧।୧: ସମ୍ବଲପୁରରେ ଫିକା ପଡିଲା ନୂଆବର୍ଷ ପାଳନ । ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ ହୋଇଥିବା ବେଳେ ଶନିବାର ସମଲେଶ୍ବରୀଙ୍କ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ । ୪ ଦିନ ଧରି ମନ୍ଦିର ବନ୍ଦ ନିଷ୍ପତ୍ତି ଯୋଗୁଁ ଦର୍ଶନରୁ ବଞ୍ଚିତ ରହିଲେ ଶ୍ରଦ୍ଧାଳୁ । ଅନ୍ୟବର୍ଷ ଗୁଡିକରେ ନୂଆବର୍ଷ ଆରମ୍ଭରୁ ମା’ଙ୍କ ଦର୍ଶନ କରୁଥିବା ବେଳେ ଏଥର ତାହା ପୂରଣ ହୋଇପାରିନି । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଥିବା ବେଳେ ଏଥର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିୟମିତ ହେଲେ ୮୧୦୨ କନିଷ୍ଠ ଶିକ୍ଷକ, ୪୦ ହଜାର ୫୨ ଶିକ୍ଷକ ପାଇଲେ ପଦୋନ୍ନତି

ଭୁବନେଶ୍ବର ୧।୧: କନିଷ୍ଠ ଶିକ୍ଷକମାନଙ୍କୁ ସରକାର ଦେଲେ ଭେଟି । ରାଜ୍ୟରେ ନିୟମିତ ହେଲେ ୮ହଜାର ୧୦୨ କନିଷ୍ଠ ଶିକ୍ଷକ । ୨୦୧୫ରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୬ ବର୍ଷ ୧୧ ମାସ ପରେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଯାଇଛି । ସେହିପରି ୪୦ ହଜାର ୫୨ ଶିକ୍ଷକଙ୍କୁ ପଦୋନ୍ନତି କରାଯାଇଛି […]

ଦେଶ ବିଦେଶ ମନୋରଞ୍ଜନ

ପିୟୁଷ ଜୈନଙ୍କ IT ରେଡ୍‌କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ‘ରେଡ୍-୨’, ନିର୍ଦ୍ଦେଶକ କଲେ ଘୋଷଣା…

ନୂଆଦିଲ୍ଳୀ ୦୧।୦୧ : ବଲିଉଡରେ ଏବେ ଟ୍ରେଣ୍ଡ ଚାଲିଛି ବାୟୋପିକ୍ ସାଙ୍ଗକୁ ସିକ୍ୟୁଏଲ । ଏହା ବ୍ୟତୀତ ବଲିଉଡ୍ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ସତ ଘଟଣାକୁ ନେଇ ଏବେ ଫିଲ୍ମ ନିର୍ମାଣ କରିବାକୁ ପସନ୍ଦ କରୁଛନ୍ତି । ଏବେ ଶୁଣିବାକୁ ମିଳିଛି କି ଉତ୍ତର ପ୍ରଦେଶର ଅତର ବ୍ୟବସାୟୀ ପିୟଷ ଜୈନଙ୍କ କୁବେର ଉପରେ ହେବ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଚଢାଉ ପରେ ତାଙ୍କ ଘରୁ କୋଟି କୋଟି ଟଙ୍କା ସହ ଦାମୀ ଘର ଓ […]

ରାଜ୍ୟ ସ୍ୱାସ୍ଥ୍ୟ

ଗୋଷ୍ଠୀ ସଂକ୍ରମଣର ପ୍ରମାଣ ନାହିଁ, ଟିକା ହିଁ ଏକମାତ୍ର ଉପାୟ

ଭୁବନେଶ୍ୱର ୦୧।୦୧: ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ । ଆମ ରାଜ୍ୟରେ ଯେତିକି ପଜିଟିଭି୍‌ ରେଟ୍‌ ଅଛି । ସେହି ହିସାବରେ ସାମ୍ପୁଲ ସାଇଜନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମହାରଷ୍ଟ୍ର ସହ ଅନ୍ୟ ରାଜ୍ୟରେ ଓମିକ୍ରନ ବଢୁଛି । ଆମକୁ ଏଥିପ୍ରତି ସଜାଗ ରହିବାକୁ ପଡିବ। ଆମ ରାଜ୍ୟରେ ବି ବଢୁଛି ସଂକ୍ରମଣ। ଗୋଷ୍ଠି ସଂକ୍ରମଣ ହେଉ ଅବା ନହେଉ କୋଭିଡ଼ […]

ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ’83’ ପରେ ରଣବୀରଙ୍କୁ ମିଳିଛି ୫ଟି ବାୟୋପିକ୍ ଅଫର୍, ଖୁବ୍ ଶୀଘ୍ର ହେବ ଘୋଷଣା

ମୁମ୍ବାଇ ୦୧/୦୧: ରଣଭୀର ସିଂ ଫିଲ୍ମ ’83’ରେ ଅଭିନୟ କରି ସମସ୍ତଙ୍କୁ ଇମ୍ପ୍ରେସ୍ କରିଛନ୍ତି। କପିଲ ଦେବଙ୍କ ଗେଟଅପ୍ ରେ ଅଭିନେତା ଚମତ୍କାର ଅଭିନୟ କରିଛନ୍ତି। ୧୯୮୩ କ୍ରିକେଟ୍ ବିଶ୍ୱକପ୍ ବିଜୟର ଐତିହାସିକ ମୂହୁର୍ତ୍ତଗୁଡିକ ଏହି ଫିଲ୍ମରେ ରିକ୍ରିଏଟ୍ କରାଯାଇଛି। ଏହି ଫିଲ୍ମ ପରେ ରଣଭୀରଙ୍କୁ ଅନେକ ବାୟୋପିକ୍ ଅଫର୍ ଆସିଛି। ରଣଭୀର ନିଜେ ଏକ ଇଣ୍ଟରଭ୍ୟୁରେ ତାଙ୍କୁ ଦିଆଯାଇଥିବା ଫିଲ୍ମ ବିଷୟରେ କହିଛନ୍ତି। ଅଭିନେତା ୫ ଟି ବାୟୋପିକ୍ ଫିଲ୍ମର ଅଫର୍ ପାଇଛନ୍ତି। ସେଥିମଧ୍ୟରୁ ୩ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଆସନ୍ତା ୩ରୁ ଟିକା ନେବେ୧୫-୧୮ ବର୍ଷ ବୟସ୍କ ପିଲା, ଆଜିଠୁ କୋଓ୍ୱିନ୍‌ରେ ପଞ୍ଜିକରଣ

ନୂଆଦିଲ୍ଲୀ ୦୧।୦୧: କାୟା ମେଲାଉଛି ଓମିକ୍ରନ୍ । ତାମଧ୍ୟରେ ୧୫-୧୮ ବର୍ଷର ପିଲାଙ୍କୁ ଟିକାକରଣ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ୧୫-୧୮ ବର୍ଷ ବୟସ୍କ ପିଲାମାନେ ଟିକା ନେବା ପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । କୋୱିନ ପ୍ଲାଟଫର୍ମରେ ଅନଲାଇନ ଜରିଆରେ ପଞ୍ଜୀକରଣ କରାଇପାରିବେ । ପିଲାଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ଡିସେମ୍ବରରେ କରିଥିବା ଘୋଷଣା ଅନୁଯାୟୀ, ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବର୍ଷ ଆରମ୍ଭରୁ ଆଶା ଦେଲା ଡବ୍ଲ୍ୟୁଏଚ୍‌ଓ : ୨୦୨୨ରେ ମହାମାରୀର ହେବ ଅନ୍ତ ! କରୋନା ବିରୋଧୀ ଲଢ଼େଇରେ ଟିକା ସାଜିବ ପ୍ରମୁଖ ଅସ୍ତ୍ର

ନୂଆଦିଲ୍ଲୀ,୦୧/୦୧: କୋଭିଡ-୧୯ର କଳାବାଦଲ ଭିତରେ ନୂତନ ବର୍ଷ ୨୦୨୨ ଆରମ୍ଭ ହୋଇଛି । ବର୍ତ୍ତମାନର ସ୍ଥିତ ଏହି କି ଯେ ବିଶ୍ୱର ପ୍ରାୟ ସବୁ ଦେଶ ପ୍ରଥମ, ଦ୍ୱିତୀୟ, ତୃତୀୟ ଏପରିକି ଚତୁର୍ଥ କୋଭିଡ ଲହରର ସାମ୍ନା କରିସାରିଲେଣି କିମ୍ବା କରୁଛନ୍ତି । କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । କୋଭିଡର ତୃତୀୟ ଲହରି ବର୍ତ୍ତମାନ ଭାରତର ଦ୍ୱାରଦେଶରେ ପହଞ୍ଚି ସାରିଲାଣି […]

ରାଶିଫଳ

ବାର୍ଷିକ ରାଶିଫଳ ୨୦୨୨

ମେଷ -ମେଷରାଶି ପାଇଁ ଏ ବର୍ଷ ବହୁତ ଶୁଭ ଅଟେ ! ଏହି ରାଶିର ବ୍ୟକ୍ତି ବିଶେଷ ସଷ୍ଟବାଦୀ,ପରୋପକାରୀ ଅଟନ୍ତି କୌଣସି କାର୍ଯ୍ୟକୁ ସେ ଆଗକୁ ଆଗକୁ ନେଇଥାନ୍ତି! ସେ କ୍ଷଣ ରାଗି, ତୁରୁତୁରୁଆ ଭାବେ କାର୍ଯ୍ୟକୁ କରିଥାନ୍ତି ଏହି ରାଶିର ବ୍ୟକ୍ତିମାନେ ୨୦୨୨ ମସିହା ରେ ଆପଣ ଚେଷ୍ଟା ଜାରି ରଖନ୍ତୁ କାର୍ଯ୍ୟ ସଫଳ ହେବ! ସ୍ୱାସ୍ଥ୍ୟ ଏ ବର୍ଷ ଆପଣଙ୍କର ବହୁତ ଭଲ ରହିବ ଏହିବର୍ଷ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସିବ ସରକାରୀ ଚାକିରି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବର୍ଷ ଶେଷରେ ମିଳିଲା ଖୁସି ଖବର, ଦକ୍ଷିଣ ଆଫ୍ରିକାରେ କରୋନା ଦୁର୍ବଳ ହେବାରୁ ସରକାର ହଟାଇଲେ କଟକଣା

ଜୋହନ୍ସବର୍ଗ: ଏକବର୍ଷ ପୂର୍ବରୁ କରୋନାର ପ୍ରସାରକୁ ରୋକିବା ପାଇଁ ଲଗାଯାଇଥିବା ରାତ୍ରି କର୍ଫ୍ୟୁକୁ ଦକ୍ଷିଣ ଆଫ୍ରିକା ସରକାର ହଟେଇ ଦେଇଛନ୍ତି । ଏବିଷୟରେ ଅଧିକାରୀମାନେ କହିଛନ୍ତି, ସବୁ ସଙ୍କେତ ଏହି ଆଡକୁ ଇଶାରା କରୁଛି ଯେ ଦେଶ ଚତୁର୍ଥ ଲହରର ଶୀର୍ଷକୁ ପାର କରିଯାଇଛି । ରାଷ୍ଟ୍ରପତି କାର୍ଯ୍ୟାଳୟ, ରାଷ୍ଟ୍ରୀୟ କରୋନା ଭାଇରସ୍ କମାଣ୍ଡ କାଉନସିଲ୍ ଓ ରାଷ୍ଟ୍ରପତି ସମନ୍ଵୟ ପରିଷଦର ଶୁକ୍ରବାର ଦିନ ଶେଷ ହୋଇଥିବା ବୈଠକ ପରେ ଏହା କୁହାଯାଇଛି । ଓମିକ୍ରନର ପ୍ରଥମ […]