ରାଜ୍ୟ ସ୍ୱାସ୍ଥ୍ୟ

ବର୍ଷକର ଶିଶୁ ପୁତ୍ର ସହ ମହିଳା ଉଦ୍ଧାର, ଅସହାୟ ଅବସ୍ଥାରେ ବୁଲୁଥିଲେ ଏଣେତେଣେ

ଜଳେଶ୍ବର ୯।୧: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁଙ୍ଗମୁହଁ ଗ୍ରାମରୁ ଅଜଣା ଅସହାୟ ମହିଳା ସହିତ ବର୍ଷକର ଶିଶୁ ପୁତ୍ରକୁ ଉଦ୍ଧାର କଲା ବାଲିଆପାଳ ଚାଇଲ୍ଡ ଲାଇନ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଧୀନସ୍ଥ ବାଲିଆପାଳ, ସିମୁଳିଆ ମାର୍କେଟ, ଦେଉଳା, ସୁଙ୍ଗମୁହଁ ଅଞ୍ଚଳରେ ଏକ ଅସହାୟ ମହିଳା କୁନି ପୁଅକୁ ଧରି ଅତି ଦୟନୀୟ ଅବସ୍ଥାରେ ଏଣେ ତେଣେ ଘୁରି ବୁଲୁଥିଲେ । ଥଣ୍ଡା କାକରରେ ପିଲାଟି ଗୁରୁତର ହୋଇପଡିଥିଲା । […]

ରାଜ୍ୟ ସ୍ୱାସ୍ଥ୍ୟ

କୁଚିଣ୍ଡା: କରୋନାରେ ଜଣଙ୍କର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକ ଜଣଙ୍କ କରୋନାରେ ସଂକ୍ରମିତ ଥିଲେ। ତାଙ୍କ ଘର କୁଚିଣ୍ଡା ବ୍ଲକ୍ ଲସା ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୫୫ ବର୍ଷ। ସେ ଘରେ ରହି ଚିକିତ୍ସିତ ହେଉଥିଲେ। ଅବସ୍ଥା ଗୁରୁତର ହେବାରୁ ଘରଲୋକେ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୁଖ୍ୟ ଚିକିତ୍ସା ଅଧିକାରୀ ଏ ବାବଦରେ ଉପଜିଲ୍ଲାପାଳ ଏବଂ ପୌର ପରିଷଦ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ଭୟ: ସଂକ୍ରମିତ ଛୁଆକୁ କାର ଡିକିରେ ବନ୍ଦ କରି ରଖିଲା ମା’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ: କୁହାଯାଏ ସଂସାରରେ ମା’ର ମମତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କୌଣସି ଅର୍ଥ ଏହାକୁ କିଣିବାରେ ସକ୍ଷମ ହୋଇନଥାଏ । ତେବେ କରୋନା ସଂକ୍ରମଣ କାରଣରୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ ମା’ । ନିଜର କରୋନା ସଂକ୍ରମିତ ଛୁଆକୁ କାର ଡିକିରେ ବନ୍ଦ କରିଛନ୍ତି ମା’ । ସଂକ୍ରମିତ ହେବା ଭୟରେ ନିଜ ଛୁଆକୁ କାର ଡିକିରେ ବନ୍ଦ କରି ରଖିଥିବା ବେଳେ ବର୍ତ୍ତମାନ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଆମେରିକାର ଟେକ୍ସାସରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପ୍ରିକସନ୍ ଡୋଜ୍ ପାଇଁ ଦରକାର ନାହିଁ ରେଜିଷ୍ଟ୍ରେସନ୍, ଜାଣନ୍ତୁ କିପରି ମିଳିବ ଟିକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୫ ତାରିଖ ଦିନ ୧୫-୧୮ ବର୍ଷର ପିଲାଙ୍କୁ ଟିକା ଓ ୬୦ ବର୍ଷରୁ ଅଧିକ ବର୍ଗର ଲୋକଙ୍କ ପାଇଁ ପ୍ରିକସନ୍ ଡୋଜ୍ ଦିଆଯିବା ନେଇ ଘୋଷଣା କରିଥିଲେ । ଏହା ଅଧୀନରେ ଜାନୁଆରୀ ୩ରୁ କିଶୋରଙ୍କୁ ଟିକା ଓ ଜାନୁଆରୀ ୧୦ ତାରିଖରୁ ୬୦ ବର୍ଷରୁ ଉଦ୍ଧ୍ୱର୍ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ଯୋଦ୍ଧା ଓ ଅନ୍ୟାନ୍ୟ ଲୋକମାନଙ୍କୁ ପ୍ରିକସନ୍ ଡୋଜ୍ ଦିଆଯିବ ବୋଲି ସେ କହିଥିଲେ । ତେବେ ୬୦ ବର୍ଷରୁ […]

ରାଜ୍ୟ ସ୍ୱାସ୍ଥ୍ୟ

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କଟକଣା

ପୁରୀ: ଆସନ୍ତା ସୋମବାରରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ କଟକଣା ଲାଗିପାରେ । ନୂଆ ନିୟମ ଅନୁଯାୟୀ, ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସଂସ୍କାରକୁ ବାରଣ କରାଯାଇଛି । ଏଠାରେ କେବଳ ପୁରୀ ଜିଲ୍ଲାର ଲୋକଙ୍କୁ ହିଁ ଶବଦାହ କରିବାକୁ ଅନୁମତି ମିଳିବ । ଏନେଇ ଉପଜିଲ୍ଲାପାଳ କହିଛନ୍ତି । ବିନା କୋଭିଡ୍ ଓ ସାଧାରଣ ରୋଗରେ ମୃତ୍ୟୁବରଣ କରିଥିଲେ ଶବଦାହ ପାଇଁ ମିଳିବ ଅନୁମତି । ପରିଚୟ ପତ୍ର ଦେଖାଇ ସେମାନଙ୍କ ପରିବାର […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଗଞ୍ଜାମର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ବ୍ରହ୍ମପୁର: ଆସନ୍ତାକାଲି ଠାରୁ ଗଞ୍ଜାମର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତି ନେଇଛନ୍ତି । ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ । କୋଭିଡ୍ ସ୍ଥିତିକୁ ଦୃଷ୍ଟି ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ପ୍ରଶାସନ । ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ଏନେଇ କୋଭିଡ୍ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୧୦ରୁ ଏମ୍‌ସରେ ଅନ୍‌ଲାଇନ୍‌ କ୍ଲାସ୍‌

ଭୁବନେଶ୍ବର: ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏମ୍‌ସର ଏମ୍‌ବିବିଏସ୍‌, ପିଜି, ବିଏସ୍‌ସି ନର୍ସିଂ, ଏମ୍‌ଏସ୍‌ସି ନର୍ସିଂର ଅଫଲାଇନ୍‌ କ୍ଲାସ୍‌କୁ ବନ୍ଦ କରାଯାଇଛି। ପ୍ରତି ବଦଳରେ ଜାନୁଆରି ୧୦ରୁ ଅନଲାଇନ୍‌ କ୍ଲାସ ହେବ। ପ୍ରାକ୍ଟିକାଲ କ୍ଲାସ ମଧ୍ୟ ବନ୍ଦ ରହିବ କିନ୍ତୁ ୱା‌ର୍ଡରେ ରୋଗୀ ଚିକିତ୍ସା ଭଳି କ୍ଲିନିକାଲ କ୍ଲାସ କିନ୍ତୁ ପୂର୍ବବତ୍‌ ଜାରି ରହିବ। ସେମିନାର୍‌, ଗ୍ରୁପ ଡିସକସନ୍‌ ଆଦି ମଧ୍ୟ ଅନଲାଇନ୍‌ରେ ହେବ। ପରୀକ୍ଷା କିନ୍ତୁ ପୂର୍ବବତ୍‌ ଜାରି […]

କଳା ଓ ସଂସ୍କୃତି ରାଜ୍ୟ

ପୁରୀ ରାଜଭବନରେ ରଥ ଚକ ସ୍ଥାପନ

ପୁରୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଅପରାହ୍‌ଣରେ ୪ ଦିନିଆ ପୁରୀ ଗସ୍ତରେ ଆସି ରାଜଭବନରେ ପହଞ୍ଚିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ତା ପ୍ରମୁଖ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ରାଜ୍ୟପାଳ ରାଜଭବନ ପରିସରରେ ରଥ ଚକ ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବାଳାଶ୍ରମର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ରେଡକ୍ରସ୍‌ ପକ୍ଷରୁ କରୋନା ହାଇଜେନିକ କିଟ୍‌ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ରେଡକ୍ରସ […]

ରାଜ୍ୟ ସ୍ୱାସ୍ଥ୍ୟ

ସୁନ୍ଦରଗଡ଼ରେ କୋଭିଡ୍ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ନିୟମ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ

ସୁନ୍ଦରଗଡ଼: କୋଭିଡ୍ ସଂକ୍ରମଣ ଏବେ ଆମ ଦେଶ ତଥା ରାଜ୍ୟରେ ପୁଣିଥରେ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନକୁ ପାଳନ କରିବା ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି। ଏହି ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଜନସାଧାରଣ କୋଭିଡ୍ ଉପଯୋଗୀ ଆଚରଣ ପାଳନ କରିବାକୁ […]

ଦେଶ ବିଦେଶ ମନୋରଞ୍ଜନ

କରୋନାକୁ ହରାଇଲେ ନୋରା, ଆସିଲା ନେଗେଟିଭ୍ ରିପୋର୍ଟ କହିଲେ- ସମସ୍ତଙ୍କର ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ

ନୂଆଦିଲ୍ଳୀ ୦୮।୦୧ : ବଲିଉଡ ସୁନ୍ଦରୀ ଗ୍ଲାମରସ୍‌ ତଥା ଡ୍ୟାନ୍ସିଂ କୁଇନ୍‌ ନୋରା ଫତେହି ନିକଟରେ କରୋନା ସଂକ୍ରମିତ ଥିଲେ । କିନ୍ତୁ ଏବେ ସେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ନୋରା କରୋନାଙ୍କୁ ହରାଇଛନ୍ତି। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏନେଇ ସେ ପ୍ରଶଂସକଙ୍କୁ ଏହି ଖୁସି ଖବର ସେୟାର କରି କହିଛନ୍ତି କି, ସେ ଏବେ ଭଲ ଅଛନ୍ତି, ଏବଂ ନିଜର ଷ୍ଟ୍ରେନ୍ଥ ଓ ଏନର୍ଜୀ ଧିରେ ଧିରେ ଫେରାଇବାକୁ ଲାଗିଛନ୍ତି। ନୋରା […]