ରାଜ୍ୟ ସ୍ୱାସ୍ଥ୍ୟ

କାଲି ଚିହ୍ନଟ ହୋଇଥିବା ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଲୋକାଲ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସବୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି ସେହିପରି ଓଡ଼ିଶାରେ ମଧ୍ୟ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଗତକାଲି ଚିହ୍ନଟ ହୋଇଥିବା ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୮ ଜଣଙ୍କର ଫରେନ୍ ଟ୍ରାଭେଲ୍ ହିଷ୍ଟ୍ରି ଅଛି ଓ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ସରିଛି । ପ୍ଲାଟୋ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚିନ୍ତା ବଢ଼ାଇଲା ଆଉ ଏକ ନୂତନ ଭାରିଆଣ୍ଟ୍ ‘ଡେଲ୍ଟାକ୍ରାନ୍’, ଓମିକ୍ରନ ଓ ଡେଲଟାର ମିଶ୍ରିତ ରୂପ ହେଉଛି ଏହି ଷ୍ଟ୍ରେନ୍

ନୂଆଦିଲ୍ଲୀ: କରୋନାର ନୂଆ ନୂଆ ଭାରିଆଣ୍ଟ୍ ସାମନାକୁ ଆସିବାରେ ଲାଗିଛି । ଯାହାଫଳରେ ମହାମାରୀକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ସାଇପ୍ରସ୍ ପକ୍ଷରୁ ହୋଇଥିବା ଅଧ୍ୟୟନ ମୁତାବକ, ଓମିକ୍ରନ୍ ଓ ଡେଲଟାର ମିଶ୍ରଣରେ ଆଉ ଏକ ନୂତନ ଭାରିଆଣ୍ଟ୍ ଉତ୍ପନ୍ନ ହୋଇଛି । ତେବେ ଓମିକ୍ରନ୍ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ସଂକ୍ରାମକ ଭାରିଆଣ୍ଟ୍ ହୋଇଥିବା ବେଳେ ଡେଲଟା ଭାରିଆଣ୍ଟ୍ ଗତ ବର୍ଷ ଅନେକ ଦେଶରେ ମାରାତ୍ମକ ଭାବରେ ବ୍ୟାପିଚାଲିଥିଲା । ଆଉ ଏହି ଦୁଇ ଭାରିଆଣ୍ଟ୍ […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀମନ୍ଦିରରେ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ଭକ୍ତ, ଦର୍ଶନ ପାଇଁ କିଓସ୍କ ଭାଙ୍ଗି ପଶିଗଲେ

ପୁରୀ : ଆଜିଠାରୁ ୨୨ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଆଗୁଆ ଦର୍ଶନ ପାଇଁ ପୁରୀ ବଡ଼ଦାଣ୍ଡରେ ଶନିବାର ଦିନ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଏତେ ବଢ଼ିଯାଇଥିଲା ଯେ ସନ୍ଧ୍ୟା ବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। କୋଭିଡ୍ ଯାଞ୍ଚ ପାଇଁ ରହିଥିବା କିଓସ୍କ ଭାଙ୍ଗି ଭକ୍ତମାନେ ଜୋର ଜବରଦସ୍ତ ଶ୍ରୀମନ୍ଦିରରେ ପଶିଯାଇଥିଲେ। ସେମାନେ କୌଣସି କଟକଣା ମାନିବା ପାଇଁ ପ୍ରସ୍ତୁତ ନଥିଲେ। ଯେଉଁଥିପାଇଁ ‌ବିନା ଯାଞ୍ଚରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରରେ […]

ରାଜ୍ୟ ସ୍ୱାସ୍ଥ୍ୟ

ରେଡ୍ ଜୋନରେ ସମ୍ବଲପୁର: କଟକ ଓ ଝାରସୁଗୁଡ଼ା ସାମିଲ ହେଲା ୟେଲୋ ଜୋନରେ

ଭୁବନେଶ୍ବର: ଆଜି ସମ୍ବଲପୁରରୁ ୪୩୭ ଜଣ କରୋନା ପଜିଟିଭ୍ ବାହାରିବା ପରେ ଏହା ରେଡ୍ ଜୋନରେ ସାମିଲ ହୋଇଥିବା ଜଣାଯାଇଛି। ଏଣେ କଟକ ଓ ଝାରସୁଗୁଡ଼ା ଜିଲ୍ଲା ୟେଲୋ ଜୋନରେ ସାମିଲ ହୋଇଛି। ଆଜି କଟକରେ ୩୬୦ ଓ ଝାରସୁଗୁଡ଼ାରେ ୧୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ […]

ଦେଶ ବିଦେଶ ପର୍ଯ୍ୟଟନ

ବ୍ରାଜିଲ୍‌ ଜଳପ୍ରପାତରୁ ବାହାରି ଥିବା ହ୍ରଦରେ ଥିବା ୨ଟି ବୋଟ୍‌ରେ ପଡ଼ିଲା ପ୍ରକାଣ୍ଡ ପଥରଖଣ୍ଡ; ୭ ମୃତ, ୯ ଆହତ

ନୂଆଦିଲ୍ଲୀ: ଶନିବାର ଦିନ ବ୍ରାଜିଲ୍‌ ଅନ୍ତର୍ଗତ ସୁଲ୍‌ ମିନାସ୍‌ ଜଳପ୍ରପାତରୁ ବାହରି ଥିବା ହ୍ରଦରେ ଦୁଇଟି ମୋଟର୍‌ ବୋଟ୍‌ ଉପରେ ପର୍ବତରୁ ପ୍ରକାଣ୍ଡ ପଥରଖଣ୍ଡ ଧସି ପଡ଼ିବାରୁ ଅନ୍ୟୂନ ୭ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ୯ଜଣ ଆହତ ହୋଇଛନ୍ତି। ମିନାସ୍‌ ଜେରାଇସ୍‌ ପ୍ରଦେଶରେ ଥିବା ଜନପ୍ରିୟ ପର୍ଯ୍ୟଟନସ୍ଥଳୀ କ୍ୟାପିଟଲୀୟ କେନିୟୋନ୍‌ସ୍‌ରେ ଉପରୋକ୍ତ ଦୁର୍ଘଟଣା ଘଟିଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଏ ଘଟଣାର ଭିଡିଓରେ ଦେଖାଯାଉଛି ଯେ, ପର୍ବତ ଖାଇରୁ ମୀନାର ଭଳି ଖଣ୍ଡେ ପ୍ରକାଣ୍ଡ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କେମିତି ଭୋଟ୍ ଦେବେ କରୋନା ସଂକ୍ରମିତ ଲୋକେ ? ଇସି ବାହାର କଲେ ସହଜ ଉପାୟ

ନୂଆଦିଲ୍ଲୀ ୦୯/୦୧: ଶନିବାର ନିର୍ବାଚନ ଆୟୋଗ ୫ ରାଜ୍ୟର ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ଫେବୃଆରୀ ଓ ମାର୍ଚ୍ଚରେ ଅନୁଷ୍ଠିତ ହେବ ନିର୍ବାଚନ । ଦେଶରେ COVID-19 ମାମଲା ବଢିବା ନେଇ ଚିନ୍ତା ମଧ୍ୟରେ, ନିର୍ବାଚନ ଆୟୋଗ କହିଛନ୍ତି ଯେ ଆମର ପ୍ରଥମ ଏବଂ ମୁଖ୍ୟ ଉଦ୍ଦେଶ୍ୟ” ହେଉଛି “COVID ମଧ୍ୟରେ ସୁରକ୍ଷିତ ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର କହିଛନ୍ତି ଯେ ଏଥିପାଇଁ ଅନେକ ଯୋଜନା ପ୍ରସ୍ତୁତ […]

ଦେଶ ବିଦେଶ ମନୋରଞ୍ଜନ

କରୋନାରେ ସଂକ୍ରମିତ ହେଲେ ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ଟ୍ବିଟ୍ କରି ଦେଲେ ସୂଚନା

ମୁମ୍ବାଇ ୦୯।୦୧ : ବର୍ତ୍ତମାନ ସାରା ଦେଶରେ ବ୍ୟାପିଲାଣି କରୋନା। ମାଡି ବସିଲାଣି ତୃତୀୟ ଲହରର ଆତଙ୍କ। ଏବେ ବି-ଟାଉନ୍‌ରେ ବି କାୟା ମେଲାଇଛି ମାହାମାରୀ କରୋନା। ଜଣଙ୍କ ପରେ ଜଣେ ସେଲେବ୍ରିଟିଙ୍କୁ ସଂକ୍ରମିତ କଲାଣି କରୋନା। ଅଭିନେତା ଅଭିନେତ୍ରୀଙ୍କ ପରେ ଏବେ ନିର୍ଦ୍ଦେଶକଙ୍କ ପାଳି । ବଲିଉଡର ପ୍ରସିଦ୍ଧ ଅଭିନେତା ମଧୁର ଭଣ୍ଡାରକର ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ କରି […]

ଦେଶ ବିଦେଶ ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ବାହୁବଳୀର ‘କଟପ୍ପା’, କରୋନାରେ ହୋଇଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ ୦୯।୦୧: ସାଉଥ ଫିଲ୍ମ ବାହୁବଳୀ ଫେମ୍‌ ତଥା ‘କଟପ୍ପା’ ଅଭିନେତା ସତ୍ୟରାଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବେ ସେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫିଲ୍ମର ସବୁ ଇଣ୍ଡଷ୍ଟ୍ରିର ବଡ ବଡ ସେଲେବ୍ରିଟିମାନେ ମଧ୍ୟ ସଂକ୍ରମିତ ହୋଇଥିବା ନେଇ ଖବର ପ୍ରତିଦିନ ସାମ୍ନାକୁ ଆସୁଛି। ଗତ କିଛି ଦିନ ତଳେ ବାହୁବଳୀ ଫେମ୍‌ ଅଭିନେତା ସତ୍ୟରାଜ ମଧ୍ୟ କରୋନା ପଜିଟିଭ ହୋଇଥିଲେ। […]

ଦେଶ ବିଦେଶ ପର୍ଯ୍ୟଟନ

ବରଫପାତ ପାଇଁ ଗାଡିରେ ଫସିଗଲେ ଶହ ଶହ ପର୍ଯ୍ୟଟକ, ୨୧ ମୃତ

ଲାହୋର, ୦୯/୦୧: ପାକିସ୍ତାନର ଇସ୍‌ଲାମାବାଦ, ପାକିସ୍ତାନରେ ଭୀଷଣ ବରଫପାତ ବିଗତ ୨୦ ବର୍ଷର ରେକର୍ଡ ଭାଙ୍ଗିଛି । ଏହାଯୋଗୁ ରିସର୍ଟ ସହର ମୁରିରେ ଶନିବାର ଏକ ବଡ଼ ଅଘଟଣ ଘଟିଛି । ଗାଡ଼ି ମଧ୍ୟରେ ଫସିଯାଇ ପ୍ରାୟ ୨୧ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହାପରେ ଏଠାରେ ସରକାରଙ୍କ ପକ୍ଷରୁ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି । ମୁରି ସହର ପାକିସ୍ତାନର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ବଢୁଛି କରୋନା ସଂକ୍ରମଣ : ଅପରାହ୍ନ ସାଢେ ୪ଟାରେ ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ ୦୯/୦୧: ଦେଶରେ କରୋନା ମାମଲା ଲଗାତର ଭାବେ ବଢିବାରେ ଲାଗିଛି । ଗତ ୪ ଦିନ ହେଲା ଲକ୍ଷେ ଉଫରେ ଦୈନିକ ସଂକ୍ରମଣ ବାହାରୁଛି । ଏହାମଧ୍ୟରେ ଦେସବାସୀ ପୁଣି ଲକଡାଉନ୍, ସଟଡାଉନ୍ ଆଦି ନେଇ ଚିନ୍ତାରେ ପଡିଛନ୍ତି । ତେବେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସ୍ଥିତିକୁ ନେଇ ଅପରାହ୍ନ ସାଢେ ୪ଟାରେ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ନେଇ ଦେଶରେ ଏବେ ଭୟ […]