ଦେଶ ବିଦେଶ ସ୍ୱାସ୍ଥ୍ୟ

୫ ବର୍ଷରୁ କମ୍ ବୟସର ଶିଶୁଠାରେ ଦେଖାଦେଉଛି ଓମିକ୍ରନର ଏହିସବୁ ଲକ୍ଷଣ, ପିତାମାତା ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ ବର୍ତ୍ତମାନ ବହୁତ ଦ୍ରୁତଗତିରେ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ତେଣୁ ଏଥିରେ ଅଧିକ ଲୋକ ସଂକ୍ରମିତ ହେବା ନେଇ ଏକ୍ସପର୍ଟମାନେ ପୂର୍ବାନୁମାନ କରିଛନ୍ତି । ଭାଇରସ୍ ଉଭୟ ବୟସ୍କ ଓ ଶିଶୁଙ୍କୁ ପ୍ରଭାବିତ କରୁଛି । ଏଥିସହ ଉଭୟଙ୍କଠାରେ ଓମିକ୍ରନର ଭିନ୍ନ ଭିନ୍ନ ଲକ୍ଷଣମାନ ମଧ୍ୟ ଦେଖିବାକୁ ମିଳୁଛି । ଶିଶୁଙ୍କଠାରେ ଓମିକ୍ରନର ଲକ୍ଷଣକୁ ନେଇ ପିତାମାତା ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଦରକାର । ତେବେ ବୟସ୍କ ଓ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଲାଭ ହେବ। କାହାରି ପରାମର୍ଶ ଆପଣଙ୍କର କ୍ୟାରିୟରର ଦିଶା ବଦଳାଇ ଦେଇପାରେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ ବୃଷ: ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିଲେ ବି ଦିନଟି ଭଲ। ବଡ଼ ଭାଇଙ୍କ ସହିତ ମତଭେଦ ହୋଇପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ। ମିଥୁନ: ଘରର କୌଣସି ମାମଲାରେ ଆପଣଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ହେବ। କାମ ଧନ୍ଦା କ୍ଷେତ୍ରରେ ଆହ୍ବାନ ଆସିବ। ପରିବାରରେ ପରସ୍ପର ପ୍ରତି ବିଶ୍ବାସ ବଢ଼ିବ। […]

ରାଜ୍ୟ ସ୍ୱାସ୍ଥ୍ୟ

ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । ଏନେଇ ଜିଲ୍ଲାଗୁଡ଼ିକୁ ଜଣାଇଛି […]

ଦେଶ ବିଦେଶ ମନୋରଞ୍ଜନ

ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ୍‌ କୁନ୍ଦ୍ରା, ଆକାଉଣ୍ଟ ରହିଛି ପ୍ରାଇଭେଟ୍‌

ନୂଆଦିଲ୍ଲୀ୧୫।୦୧ : ବହୁ ବାଦ ବିବାଦ ପରେ ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ କୁନ୍ଦ୍ରା। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଫସି ହୋଇ ଗିରଫ ହୋଇଥିଲେ ରାଜ୍‌ । ଏହାପର ଠାରୁ ସେ ଖୁବ୍‌ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜାକୁ ସମାଲୋଚନା ଠାରୁ ଡରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛିଦିନ ବାହାରକୁ ଆସି ନ ଥିଲେ। ଏପରିକି ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ବହୁ ଦିନ ପରେ ସବୁ କିଛି ଧିରେ ଧିରେ ଠିକ୍‌ […]

ଦେଶ ବିଦେଶ ମନୋରଞ୍ଜନ

କୋଟି କୋଟି ସମ୍ପତ୍ତିର ମାଲିକ ସୁପରଷ୍ଟାର ରାମ ଚରଣ, ବିଳାଶପୂର୍ଣ୍ଣ ବଙ୍ଗଳା ଠାରୁ ଆରମ୍ଭ କରି ଅଛି ଏୟାରଲାଇନ୍ସ କମ୍ପାନୀ

ନୂଆଦିଲ୍ଲୀ ୧୫।୦୧ : ସାଉଥ୍ ସୁପରଷ୍ଟାର୍ ତଥା ଅଭିନେତ୍ରୀ ରାମ ଚରଣ ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ବେଶ୍‌ ଜଣାଶୁଣା। ରାମ ଚରଣଙ୍କର କେବଳ ଦକ୍ଷିଣ ଭାରତରେ ହିଁ ନୁହେଁ ସମଗ୍ର ଦେଶରେ ବଡ଼ ପ୍ରଶଂସକ ଅଟନ୍ତି । କିମ୍ବଦନ୍ତୀ ସୁପରଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ ଇଣ୍ଡଷ୍ଟ୍ରିରେ ଏକ ବଡ ନାମ ସୃଷ୍ଟ୍ରି କରିଛନ୍ତି । ସିନେମା ଜଗତରେ ସେ ସବୁଠାରୁ ଧନୀ ଅଭିନେତା ବୋଲି ବିବେଚନା କରାଯାଏ । ରାମ ଚରଣ କେବଳ ଚଳଚ୍ଚିତ୍ରରୁ […]

ରାଜ୍ୟ ସ୍ୱାସ୍ଥ୍ୟ

ଏବେ ଯାଏଁ ୬୧ ହଜାର ଆକ୍ଟିଭ୍‌ କେସ୍‌, ଲକ୍ଷଣ ନଥିଲେ ଟେଷ୍ଟ କରନ୍ତୁ ନାହିଁ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୧୫।୦୧ : ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କହିଛନ୍ତି। ଏ ନେଇ ଜିଲ୍ଳା ଗୁଡିକୁ ସ୍ୱାସ୍ଥ୍ୟ ବିଭାଗ ଜଣାଇଛି ବୋଲି କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଜି ସୁଦ୍ଧା ୬୧ ହଜାର ପଜିଥିଭ୍ ଥିବା ବେଳେ ମାତ୍ର ୧୧୦୦ […]

ରାଜ୍ୟ ସ୍ୱାସ୍ଥ୍ୟ

ମାଡ଼ୁଛି କରୋନା; କଟକରେ ୩ଟି କୋର୍ଟ କଣ୍ଟେନମେଣ୍ଟ ଘୋଷଣା

କଟକ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କଟକରେ ୩ଟି କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି । ସିଭିଲ କୋର୍ଟ, ଏସଡିଜେଏମ, ଜିଲ୍ଲା ଦୌରାଜଜ କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି । ପଜିଟିଭ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରିଛି । ସିଏମସି । କେବଳ କଟକ ସିଭିଲ କୋର୍ଟ ପରିସରରୁ ୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିଯୁକ୍ତି କ୍ଷେତ୍ରରେ ରେକର୍ଡ ସୃଷ୍ଟି କଲା KIIT ବିଶ୍ୱବିଦ୍ୟାଳୟ, ୫ ଜଣଙ୍କୁ ବାର୍ଷିକ ୫୨ ଲକ୍ଷର ପ୍ୟାକେଜ୍ ଅଫର

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ଭୁବନେଶ୍ୱର କ୍ୟାମ୍ପସ୍ ନିଯୁକ୍ତି କ୍ଷେତ୍ରରେ ରେକର୍ଡ ହାସଲ କରିଛି । କିଟ ଶିକ୍ଷାନୁଷ୍ଠାନ ୨୭୦ରୁ ଅଧିକ କମ୍ପାନୀରେ ୪୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚାକିରି ପ୍ରଦାନ କରିଛି । ଏହି ଶିକ୍ଷାନୁଷ୍ଠାନର ୫ ଜଣ ଛାତ୍ରଛାତ୍ରୀ ବାର୍ଷିକ ୫୨ ଲକ୍ଷ ପ୍ୟାକେଜରେ ବିଭିନ୍ନ ସଂସ୍ଥାରେ ପ୍ଲେସମେଣ୍ଟ ପାଇଛନ୍ତି । ଏନେଇ ଡିମଡ୍ ୟୁନିଭରସିଟିର ଭାଇସ-ଚାନସେଲର ସସ୍ମିତା ସାମନ୍ତ ସୂଚନା ଦେଇଛନ୍ତି । ଜଣାପଡ଼ିଛି ଯେ, କିଟର ୩ ହଜାରରୁ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଭାଙ୍ଗ ଓ ଗଞ୍ଜେଇରେ ଲୁଚି ରହିଛି କରୋନାକୁ ସମାପ୍ତ କରିବାର ଅମୋଘ ଅସ୍ତ୍ର! ଜାଣନ୍ତୁ କଣ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମାମଲା ବଢ଼ିବାରେ ଲାଗିଛି । କୋଭିଡ୍ ଭାଇରସ୍ ର ନୂଆ ନୂଆ ଭାରିଆଣ୍ଟ୍ ଦୁନିଆରେ ତାଣ୍ଡବ ରଚିବାରେ ଲାଗିଛନ୍ତି । ଏହି କ୍ରମରେ ଡେଲଟା ଓ ଓମିକ୍ରନ ଭାରିଆଣ୍ଟ୍ ସଂକ୍ରମଣ ବର୍ତ୍ତମାନ ସମୟରେ ସର୍ବାଧିକ ରହିଛି । ଭାରତରେ ମଧ୍ୟ ଦୈନିକ ସଂକ୍ରମଣ ନୂଆ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ନୂଆ ମାମଲା ଚିହ୍ନଟ ହୋଇଛି । ଫଳରେ ଆକ୍ଟିଭ୍ କେସ୍ […]

ରାଜ୍ୟ ସ୍ୱାସ୍ଥ୍ୟ

ସଂକଟରେ ୟୁନିଭରସିଟି ହାଇସ୍କୁଲ: ୬୩୦ ପିଲାଙ୍କୁ ୫ ନିୟମିତ ଶିକ୍ଷକ, ନିଜ ମୁଣ୍ଡରୁ ଦାୟିତ୍ବ ଖସାଉଛି ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ୟୁନିଭରସିଟି ହାଇସ୍କୁଲ। ରାଜଧାନୀର ଏକ ପୁରୁଣା ବିଦ୍ୟାଳୟ। ଉତ୍କଳ ବିଶ୍ବବିଦ୍ୟାଳୟ ପରି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିଛନ୍ତି। ଓଡ଼ିଶା ସ୍କିଲ ଡେଭଲପ୍‌ମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ପରି ବ୍ୟକ୍ତିବିଶେଷଙ୍କୁ ତିଆରି କରିଛି ଏହି ଶିକ୍ଷାନୁଷ୍ଠାନ। ଅନେକ ଆଇଏଏସ୍‌, ଆଇପିଏସ୍‌, ଓଏଏସ୍‌, ସାମ୍ବାଦିକ, ଶିକ୍ଷାବିତ୍‌ ମଧ୍ୟ ଏଠାରୁ ପଢ଼ି ନିଜର କ୍ୟାରିଅର ଗଢ଼ିଛନ୍ତି। କିନ୍ତୁ ଏଭଳି […]