ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ, ଦେବାକୁ ପଡିପାରେ ଜରିମନା

ଭୁବନେଶ୍ବର ୧୯।୧: ବିଏମସି ଅଞ୍ଚଳରେ କୋଭିଡ୍ ନିୟମ ନ ମାନିଲେ ଜନସାଧାରଣଙ୍କୁ ପଡିବ ମହଙ୍ଗା । ଜରିମନା ଦେବାକୁ ପଡିପାରେ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି । ସେ ଆହୁରି କହିଛନ୍ତି, ସତର୍କ ଓ ସଚେତନ ହୁଅନ୍ତୁ ନଚେତ ଆଗକୁ ନିୟମ ଖିଲାପକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମସି । ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇପାରେ । ଦିନକୁ ଦିନ ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି […]

ଦେଶ ବିଦେଶ ମନୋରଞ୍ଜନ

ହାର୍ଟ-ଆଟାକ୍‌ରେ ଅଭିନେତା ବରୁଣ ଧାୱନଙ୍କ ଡ୍ରାଇଭରଙ୍କର ମୃତ୍ୟୁ

ନୂଆଦିଲ୍ଳୀ ୧୯।୦୧ : ବଲିଉଡ ଅଭିନେତା ବରୁଣ ଧୱନଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ କଷ୍ଟଦାୟକ । ଅଭିନେତାଙ୍କ ଡ୍ରାଇଭର ଭାବେ କାମ କରୁଥିବା ମନୋଜଙ୍କର ହୋଇଛି ମୃତ୍ୟୁ । ଡ୍ରାଇଭରଙ୍କ ମୃତ୍ୟୁ ଯୋଗୁଁ ବରୁଣ ଅତ୍ୟନ୍ତ ଭାଙ୍ଗି ପଡ଼ିଛନ୍ତି । ସେ ସବୁବେଳେ ସମସ୍ତ ସୁଖ-ଦୁଃଖରେ ସବୁବେଳେ ସାଥିରେ ରହିଥାନ୍ତି ଓ ସେ କେବେ ଡ୍ରାଇଭର ଭାବରେ ହିଁ ନୁହେଁ ଭଲ ବନ୍ଧୁ ମଧ୍ୟ ଜଣେ ଥିଲେ । ବରୁଣ ଧୱନ ନିଜ ଡ୍ରାଇଭର ମନୋଜଙ୍କ […]

ରାଜ୍ୟ ସ୍ୱାସ୍ଥ୍ୟ

ନୂଆ କୋଭିଡ୍ ଚିକିତ୍ସା ମାର୍ଗଦର୍ଶିକା: ଷ୍ଟେରଏଡ୍ ଦିଅନ୍ତୁ ନାହିଁ, କାଶ ଲାଗି ରହିଲେ ଟିବି ପରୀକ୍ଷା କରାନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଭିଡ୍-୧୯ ଚିକିତ୍ସା ପାଇଁ ଏକ ସଂଶୋଧିତ କ୍ଳିନିକାଲ ଗାଇଡ୍‌ଲାଇନ୍ ଜାରି କରିଛନ୍ତି, ଯେଉଁଥିରେ ରୋଗୀଙ୍କୁ ଷ୍ଟେରଏଡ୍‌ ନ ଦେବା ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି। କିନ୍ତୁ ୫ ଦିନରୁ ଅଧିକ କାଶ ଲାଗି ରହିଲେ ଟିବି (ଯକ୍ଷ୍ମା) ପରୀକ୍ଷା କରାଇବା ପାଇଁ କୁହାଯାଇଛି। କୋଭିଡ୍ ଦ୍ବିତୀୟ ଲହରରେ ଷ୍ଟେରଏଡ୍‌ର ମାତ୍ରାଧିକ ବ୍ୟବହାର କରାଯାଇଥିବାରୁ ଟାସ୍କ ଫୋର୍ସ ମୁଖ୍ୟ ଦୁଃଖ ପ୍ରକାଶ କରିବାର କିଛିଦିନ ପରେ ସରକାରଙ୍କ ପକ୍ଷରୁ ଡାକ୍ତରମାନଙ୍କ ଲାଗି ଏହି ମାର୍ଗଦର୍ଶିକା […]

ଖେଳ ଦେଶ ବିଦେଶ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍, ରାହୁଲଙ୍କ ନେତୃତ୍ଵରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ ୧୯/୦୧: ବୁଧବାର ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ଟେଷ୍ଟ ସିରିଜ ପରାଜିତ ହେବା ପରେ ଭାରତୀୟ ଦଳର ନଜର ଏବେ ଦିନିକିଆ ସିରିଜ ଉପରେ । ଏହି ସିରିଜ ଜିତି ଭାରତ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଘରୋଇ ଦଳ ଟେଷ୍ଟ ପ୍ରଦର୍ଶନକୁ ଦିନିକିଆ ସିରିଜରେ ଦୋହରାଇବାକୁ ଯୋଜନା […]

ଧର୍ମ ରାଜ୍ୟ

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ ୧୯।୧: ବୁଧବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ଓ ଏକ ସ୍ବତନ୍ତ୍ର ନୀତି ହୋଇଥିବାରୁ ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ […]

ରାଜ୍ୟ ସ୍ୱାସ୍ଥ୍ୟ

ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ ଓମିକ୍ରନ ଟିକା, ପୁଣେର ଏକ କମ୍ପାନୀକୁ ଦିଆଯାଇଛି ଦାୟିତ୍ୱ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଓମିକ୍ରନକୁ ନେଇ ଭୟର ବାତାବରଣ ଜାରି ରହିଥିବା ଆଗାମୀ ଦିନରେ ଏହାର ପ୍ରଭାବକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ପୂର୍ବରୁ ଭାରତ କୋଭିଡ୍ ଲଢ଼େଇ ପାଇଁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଟିକା ଲୋକଙ୍କୁ ପ୍ରଦାନ କରିଥିବା ବେଳେ ଏଥର ମଧ୍ୟ ପଛରେ ପଡ଼ିନାହିଁ । ଓମିକ୍ରନକୁ ମାତ ଦେବା ପାଇଁ ନୂଆ ଭ୍ୟାକ୍ସିନ ନିର୍ମାଣରେ ଲାଗି ପଡ଼ିଛନ୍ତି ଦେଶର ବିଶେଷଜ୍ଞ ଟିମ୍ । ଖୁବଶୀଘ୍ର ଏହି ଟିକାର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସରକାରଙ୍କୁ ହସ୍ତାନ୍ତର କରାଯିବ କ୍ୟାଣ୍ଟନ୍‌ମେଣ୍ଟ କ୍ବାର୍ଟର୍ସ, ରେଭେନ୍ସା ପରିସରକୁ ଆସିଲେ ବିଶ୍ବବିଦ୍ୟାଳୟ କୁଳପତି

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତିଙ୍କ ବାସଭବନର ନୂଆ ଠିକଣା ହୋଇଛି ରେଭେନ୍ସା ପରିସର। ପୂର୍ବରୁ ଏହା କ୍ୟା‌ଣ୍ଟନ୍‌ମେଣ୍ଟ ରୋଡ୍‌ସ୍ଥିତ କ୍ବାର୍ଟର୍‌ ନମ୍ବର ଏସ୍‌ଓ-୧୪ ଥିଲା। ରେଭେନ୍ସା ମଧ୍ୟରେ ଥିବା ଏକ କ୍ବାର୍ଟର‌୍‌କୁ କୁଳପତିଙ୍କ ବାସଭବନ କରାଯାଇଥିବା ବେଳେ କୁଳପତି ଗତ ସପ୍ତାହରୁ ଏଠାରେ ରହିବା ଆରମ୍ଭ କରିଛନ୍ତି। ଅନ୍ୟପଟେ କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ରେଭେନ୍ସା କୁଳପତିଙ୍କ ବାସଭବନକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଦିଆଯିବ‌ ବୋଲି ରେଭେନ୍ସା ପକ୍ଷରୁ କୁହାଯାଇଛି। ୨୦୦୬ରେ ରେଭେନ୍ସା କଲେଜ ବିଶ୍ବବିଦ୍ୟାଳୟରେ ପରିଣତ […]

ଦେଶ ବିଦେଶ ମନୋରଞ୍ଜନ

ପଣ୍ଡିତ ବିରଜୁ ମହାରାଜଙ୍କ କୋରିଓଗ୍ରାଫି, ଯେତେ ଦେଖିଲେ ବି ବାର୍ ବାର୍ ଦେଖିବାକୁ ମନ ହେବ

କଥା କହୁଥିଲା ପାଦ, ଜୀବନ ପାଉଥିଲା କଥକ। ନୟନର ଇସାରା ମନ୍ତ୍ର ମୁଗ୍ଧ ହେଉଥିଲେ ଦର୍ଶକ। କିନ୍ତୁ ରବିବାର ରାତିରୁ ସବୁ ନିରବୀ ଯାଇଛି। ଘୁଙ୍ଗୁର କାନ୍ଦୁଛି। ଶେଷନିଦ୍ରାର ନିବିଡ଼ କୋଳରେ ଶୋଇଯାଇଛନ୍ତି କଥକର ମହାଗୁରୁ ପଣ୍ଡିତ ବିରଜୁ ମହାରାଜ। ପଦ୍ମବିଭୂଷଣ ବ୍ରଜମୋହନ ନାଥ ଓରଫ ବିରଜୁ ମହାରାଜ ଆଉ ନାହାନ୍ତି । କଥକ କଥା ଆସିଲେ ପଣ୍ଡିତ ବିରଜୁ ମହାରାଜ ନାଁ ଆସେ । ସେ କେବଳ ଦେଶ ନୁହେଁ ବିଦେଶରେ କଥକର ପ୍ରଚାର ପ୍ରସାର […]

ଦେଶ ବିଦେଶ ମନୋରଞ୍ଜନ

ଧନୁଷ-ଐଶ୍ୱର୍ଯ୍ୟାଙ୍କ ଏମିତି ଥିଲା ଲଭ ଷ୍ଟୋରୀ, ଥିଏଟରରେ ପ୍ରଥମ ଦେଖାରୁ ଆରମ୍ଭ ହୋଇଥିଲା ପ୍ରେମ

ମୁମ୍ୱାଇ ୧୮/୦୧: ସାଉଥ ସୁପରଷ୍ଟାର ଧନୁଷ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ଅଲଗା ହେବା ନିଷ୍ପତ୍ତି ଏବେ ସବୁଠି ଚର୍ଚ୍ଚା । ଖାସ କରି ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ପରସ୍ପରକୁ ଏତେ ଭଲ ପାଉଥିବା ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ଖବର ସମସ୍ତେ ଚକିତ ହୋଇଯାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଐଶ୍ୱର୍ଯ୍ୟାଙ୍କ ସହିତ ୧୮ ବର୍ଷର ବିବାହ ପରେ ଧନୁଷ ଛାଡପତ୍ର ଘୋଷଣା କରିଛନ୍ତି । ଆଜି ଯଦିଓ ଧନୁଷ […]

ରାଜ୍ୟ ସ୍ୱାସ୍ଥ୍ୟ

ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୧୮।୦୧ : ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି। ଜେନେରାଲ ବେଡ଼ ୯ ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡ଼୍ରିଆଟିକ ଆଡମିସନ ବହୁତ କମ ରହିଛି। ଏହି ଲହରରେ ହସ୍ପିଟାଲ ଆଡମିସନ ଓ ଅକ୍ସିଜେନ ଆବଶ୍ୟକତା କମ୍‌ ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ […]