କଳା ଓ ସଂସ୍କୃତି ରାଜ୍ୟ

ଆଇସିକ୍ରିମ୍ କାଠିରେ ନିଆରା କଳାକୃତି, ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ଯୁବ ଶିଳ୍ପୀ ବିଶ୍ବଜିତ ନାୟକ

ପୁରୀ ୨୬।୧: ଆଇସିକ୍ରିମ୍ କାଠି ମାଧ୍ୟମରେ ନିଆରା କଳାକୃତି କରି ଜଣାଇଲେ ଗଣତନ୍ତ୍ର ଦିବସର ଶୁଭେଚ୍ଛା। ତ୍ରିରଙ୍ଗାର ଚିତ୍ର ଆଙ୍କି ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯୁବ ଶିଳ୍ପୀ । ପୁରୀ ସିଦ୍ଧମହାବୀର କୁମୁଟିପାଟଣା ଅଞ୍ଚଳର ଯୁବଶିଳ୍ପୀ ତଥା ଇଲେକ୍ଟ୍ରିକାଲ ଡିପ୍ଲୋମାର ତୃତୀୟ ବର୍ଷ ଛାତ୍ର ବିଶ୍ବଜିତ ନାୟକ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନିଆରା ସୁନ୍ଦର କଳାକୃତି କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ବଜିତ ଆଇସକ୍ରିମ୍ କାଠିରେ ଏହି କଳାକୃତି କରିଛନ୍ତି । ୬୭୫ଟି […]

ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨୬।୧: ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କୋଭିଡର କେବେ ବି ଅନ୍ତ ହେବନାହିଁ । ଭାଇରସ୍ ର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । କାରଣ ଭାଇରସ୍ ତାର ଚରିତ୍ର ବଦଳାଇ ଥାଏ । ଆଲଫା ପରେ ଡେଲଟା ଓ ତାର ସବ୍ ଭାରିଆଣ୍ଟ ଆସିଲା ତାପରେ ଓମିକ୍ରନ୍ ଏବଂ ତାର ସବ୍ ଭାରିଆଣ୍ଟ ଆସିଛି । ଏମିତି ବି ଏବେ ହୋଇଥିବ ଅନେକ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

କାମରେ ଆସିଲାନି ବ୍ରେଲି ଲିପି ଶିକ୍ଷା: ଶିକ୍ଷିତ ଦୃଷ୍ଟିହୀନଙ୍କ ପ୍ରାର୍ଥିପତ୍ର ନାକଚ

ନୂଆପଡ଼ା/କୋମନା : ସାଧାରଣ ଲେଖା (ବ୍ରେଲି ବ୍ୟତୀତ) ଲେଖି ପଢ଼ି ପାରିଲେନି ବୋଲି ନୂଆପଡ଼ା ଜିଲ୍ଲାରେ ଜଣେ ଶିକ୍ଷିତ ଦୃଷ୍ଟିହୀନ ସରପଞ୍ଚ ପ୍ରାର୍ଥୀ ଶାନ୍ତିଲାଲ ଶବରଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଛି। ଏ ସଂପର୍କରେ ସେ ନ୍ୟାୟ ପାଇଁ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି। ଏହାସହିତ ପଞ୍ଚାୟତ ନିର୍ବାଚନ ଆଇନରେ ସଂଶୋଧନ କରି ବ୍ରେଲି ଲିପିକୁ ସାମିଲ କରାଯାଉ ବୋଲି ସେ ଦାବି କରିଛନ୍ତି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଗଣ୍ଡାମେର ପଞ୍ଚାୟତ ଦାବିରିପଡ଼ା […]

ଦେଶ ବିଦେଶ ମନୋରଞ୍ଜନ

ବରଫ ସଫା କରି ଜେସିବିରେ ଯାଇ ପହଞ୍ଚିଲା ବର

ସିମଲା: ପ୍ରବଳ ତୁଷାରପାତ ହେତୁ ରାସ୍ତା ଅବରୋଧ ହୋଇଯାଇଥିବାରୁ ଏହାକୁ ନିଜେ ସଫା କରି ପହଞ୍ଚିଲା ବର | ହିମାଚଳ ପ୍ରଦେଶର ସିରମୋରରେ ଏଭଳି ଏକ ଘଟଣା ଘଟିଛି | ରିପୋର୍ଟ ଅନୁଯାୟୀ, ସିରମୋରର ଜାଭଗା ଗାଁରୁ ସାଉନ୍ଫର ଗ୍ରାମ ବରଯାତ୍ରୀ ଯାଉଥିଲେ | କିନ୍ତୁ ତୁଷାରପାତ ହେତୁ ରାସ୍ତା ବନ୍ଦ ରହିଥିଲା। ସାଙ୍ଗ୍ରାଠାରୁ ଆଠ କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତା ବନ୍ଦ ରହିଥିଲା। ପ୍ରଥମେ, ଜେସିବି ମାଧ୍ୟମରେ ବରଫ ସଫା କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ […]

ରାଜ୍ୟ ସ୍ୱାସ୍ଥ୍ୟ

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍‌ ସଂକ୍ରମିତ

ପୁରୀ : ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍‌ ସଂକ୍ରମିତ ‌ହୋଇଛନ୍ତି। ଟ୍ବିଟର ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ସଂପ୍ରତି ସେ ନିଜ ଘରେ ସଙ୍ଗରୋଧର ରହିଥିବା ବେଳେ କରୋନାକୁ ହାଲ୍‌କା ଭାବେ ନନେବାକୁ ନିବେଦନ କରିଛନ୍ତି। ଏଥିସହ ମାସ୍କ ପିନ୍ଧିବା ନେଇ ପ୍ରସ୍ତୁତ କରିଥିବା ଏକ ବାଲୁକା କଳା ସେ ପ୍ରସ୍ତୁତ କରିଛନ୍ତି। କୋଭିଡ୍‌ର ଭୟାବହତା ସମ୍ପର୍କରେ ନିଜର ମତ ରଖିବା ସହ ସବୁବେଳେ ମାସ୍କ ପିନ୍ଧିବା ପାଇଁ ସଚେତନ କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ

କେବଳ ସହରରେ ନୁହେଁ, ଗାଁରେ ମଧ୍ୟ କରୋନା ସଂକ୍ରମଣର ଉପସ୍ଥିତି ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଗତ ୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି। ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରି ସାରିଛି ବୋଲି। ଯାହା କି ଏକ ଆଶ୍ବସ୍ତିର ଖବର ମଧ୍ୟ କୁହାଯାଇପାରେ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହା କହିଛନ୍ତି। ସେ ଆହୁରି କହଇଛନ୍ତି, ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ ଆକଳନ ଭୁଲ ହୋଇ ପାରେ। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବଢୁଛି ସୁସ୍ଥଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ତୃତୀୟ ତରଙ୍ଗ ବର୍ତ୍ତମାନ ତଳକୁ ଖସି ଆସୁଥିବା ଜଣାପଡିଛି | ମଙ୍ଗଳବାର ଦିନ ମୋଟ ୨.୫୫ ଲକ୍ଷ ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ମାମଲା ଅପେକ୍ଷା ଅଧିକ ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨,୫୫,୮୭୪ଟି ନୂଆ ମାମଲା ଦେଖିବାକୁ ମିଳିଥିବାବେଳେ ଅନ୍ୟପଟେ ୨,୬୭,୭୫୩ଜଣ ଲୋକ ସୁସ୍ଥ ହୋଇଛନ୍ତି | ଏହି କାରଣରୁ, କରୋନାର ମୋଟ ସକ୍ରିୟ ମାମଲା ମଧ୍ୟ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ୫,୮୯୧ କରୋନା ପଜିଟିଭ ଚିହ୍ନଟ: ୮୫୨ ଜଣ ୧୮ ବର୍ଷରୁ କମ୍ ବର୍ଗର ସଂକ୍ରମିତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୮୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୫୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୦୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ […]

ଖେଳ ଦେଶ ବିଦେଶ

କୋଭିଡ ପଜିଟିଭ ହେଲେ ଗୌତମ ଗମ୍ଭୀର, ସଂପର୍କରେ ଆସିଥିବା ଲୋକଙ୍କୁ ଟେଷ୍ଟିଂ ପାଇଁ ଅପିଲ୍

ନୂଆଦିଲ୍ଲୀ ୨୫/୦୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀରଙ୍କୁ କରୋନା । ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହାସହ ସେ ଅପିଲ କରି କହିଛନ୍ତି ଯେଉଁମାନେ ମୋ ସହିତ ଯୋଗାଯୋଗରେ ଆସିଛନ୍ତି । ସେମାନେ ଦୟାକରି ନିଜର ପରୀକ୍ଷା କରାଇନିଅନ୍ତୁ । ଗୌତମ ଗମ୍ଭୀର ଟ୍ୱିଟ୍ କରି ଲେଖିଛନ୍ତି ଯେ ସାମାନ୍ୟ ଲକ୍ଷଣ ପାଇବା ପରେ ମୋ ଶରୀରରେ କରୋନା ଭାଇରସ ଚିହ୍ନଟ […]

ମନୋରଞ୍ଜନ ରାଜ୍ୟ

ଓଟିଟି ଦୁଆର ମାଡ଼ିପାରୁନି ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ବର : ଗତବର୍ଷ ୧୭ ଡିସେମ୍ବର‌ରେ ମୁକ୍ତିଲାଭ କଲା ମେଗା ଷ୍ଟାର୍‌ ଆଲୁ ଅର୍ଜୁନଙ୍କ ତେଲ୍‌ଗୁ ଚଳଚ୍ଚିତ୍ର ‘ପୁଷ୍ପା’। ଏହା ବକ୍ସ ଅଫିସ୍‌ରେ ଏମିତି ଧମାକା କଲା ଯେ ସିନେପ୍ରେମୀଙ୍କୁ ବ୍ଲାକ୍‌ରେ ବି ଟିକେଟ୍‌ ମିଳିଲା ନାହିଁ। ତେଣୁ ସିନେପ୍ରେମୀମାନେ ଓଟିଟି(ଓଭର ଦ ଟପ୍‌) ପ୍ଲାଟ୍‌ଫର୍ମକୁ ଟାଣି ହୋଇଗଲେ। ପ୍ରଥମେ ଆମାଜନ୍‌ ପ୍ରାଇମ୍‌ରେ ଏହି ଚଳଚ୍ଚିତ୍ର ତେଲ୍‌ଗୁ, ତାମିଲ୍‌, ମାଲାୟଲମ୍‌ ଓ କନ୍ନଡ଼ ଭାଷାରେ ଉପଲବ୍ଧ ହେଲା। କାହାଣୀ ଓ ନିର୍ମାଣଶୈଳୀ ଏମିତି ଆକର୍ଷଣୀୟ ଓ ସ୍ବତନ୍ତ୍ର […]