ରାଜ୍ୟ

ଓଡ଼ିଶାରେ ବି ଡବଲ ଇଂଜିନ ସରକାର ହେବା ଦରକାର: ରାଜନାଥ

ନବରଙ୍ଗପୁର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଯୋଜନା କରିଛି ବିଜେପି। ଆଉ ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନବରଙ୍ଗପୁରରେ ପହଂଚି ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇଛନ୍ତି | ତେବେ ରାଜନାଥ ଉପସ୍ଥିତ କର୍ମୀ ଓ ସାଧାରଣ ଜନତାଙ୍କୁ ବକ୍ତବ୍ୟରେ କହିଛନ୍ତି ଯେ ଓଡିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି | କାରଣ କଂଗ୍ରେସ ସରକାର ସମୟରେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ […]

ରାଜ୍ୟ

ଭଙ୍ଗାହେବ ବାରବାଟୀ ଷ୍ଟାଡିୟମ୍‌‌: ବିଶ୍ବସ୍ତରୀୟ ହେବ ଷ୍ଟାଡିୟମ୍‌‌, ୬୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା

କଟକ: ଓଡ଼ିଶା କ୍ରିକେଟ୍‌ର ପରିଚୟ କଟକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ। ବର୍ତ୍ତମାନର ଷ୍ଟାଡିୟମକୁ ସଂପୂର୍ଣ୍ଣ ଭାଂଗି ଦିଆଯାଇ ସେହି ସ୍ଥାନରେ ସମସ୍ତ ଅତ୍ୟାଧୁନିକ ସୁବିଧା ଥିବା ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ। ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଷ୍ଟାଡିୟମକୁ ନୂଆ ରୂପ ଦିଆଯିବ। ନୂତନ ଷ୍ଟାଡିୟମରେ ଏକକାଳୀନ ୬୦ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖିପାରିବେ। କ୍ରିକେଟ୍‌ ସହିତ ଅନ୍ୟ ଖେଳ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ଷ୍ଟାଡିୟମକୁ ଲାଗି […]

ରାଜ୍ୟ

ମୋବାଇଲ୍‌ରେ କଥା ହେବାକୁ ୫କିମି ଯାଉଛନ୍ତି ରାୟଗଡ଼ା ଜିଲ୍ଲାର ୧୭୪ଟି ଗ୍ରାମବାସୀ

ରାୟଗଡ଼ା: ଆଗକୁ ନିର୍ବାଚନ। ରାୟଗଡ଼ା ଜିଲ୍ଲାର ବହୁ ଗ୍ରାମରେ ଆଜି ବି ମୋବାଇଲ ନେଟୱର୍କ ନାହିଁ। ଲୋକେ ମୋବାଇଲ ଧରୁଛନ୍ତି କିନ୍ତୁ କଥା ହୋଇପାରୁ ନାହାନ୍ତି।ମୋବାଇଲରେ କଥା ହେବାକୁ ହେଲେ ୫ କିଲୋମିଟରରୁ ୧୦ କିଲୋମିଟର ଯିବାକୁ ପଡୁଛି। ନଚେତ କୌଣସି ଏକ ନିର୍ଦ୍ଧିଷ୍ଟ ଜାଗାରେ ଗଛ ଉପରେ ଚଢିଲେ ନେଟୱର୍କ ଧରୁଛି। ଜିଲ୍ଲାର ୧୭୪ଟି ଗାଁରେ ଆଜି ବି ନେଟଵର୍କ ବ୍ୟବସ୍ଥା ନାହିଁ। ଏସବୁ ଗ୍ରାମ ଦୁର୍ଗମ ହେଲେ ମଧ୍ୟ ଲୋକେ ଘରେ ଘରେ ମୋବାଇଲ […]

ରାଜ୍ୟ

ପଦ୍ମ ଧରିବେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଢେଙ୍କାନାଳ: ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେପିରେ ମିଶିବେ। ଏଥିପାଇଁ ଦଳର ଉଚ୍ଚ ନେତୃବୃନ୍ଦଙ୍କଠାରୁ ସେ ସବୁଜସଙ୍କେତ ପାଇଥିବା ଜଣାପଡ଼ିଛି। ଶ୍ରୀ ନନ୍ଦ ୨୦୦୦ ମସିହାରେ ବିଜେପି ଓ ବିଜେଡି ମେଣ୍ଟ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ୨୦୦୪ ମସିହା ନିର୍ବାଚନରେ ଦଳୀୟ ଟିକେଟ୍‌ ନମିଳିବାରୁ ସେ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ଏଥିରେ ସେ ବିଜୟୀ ହୋଇନଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସରୋଜ ସାମଲଙ୍କୁ କଡ଼ା ଟକ୍କର ଦେଇଥିଲେ। ଏହାପରେ ସେ ଦଳବଦଳ କରି […]

ରାଜ୍ୟ

ଗର୍ଜିଲା ବିଜେଡି: ଅସଲ ଚେହେରା ଦେଖାଇଲା ବିଜେପି

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଲା ପରେ କଡ଼ା ସମାଲୋଚନା କରିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି, ଶ୍ରୀ ପାଣିଗ୍ରାହୀ ଏମିତି ଜଣେ ଜନବିରୋଧୀ ନେତା ଯିଏ ନିଜ ଜ୍ୱାଇଁ ଆକାଶ ପାଠକ ଓ ସମୁଦି ତଥା ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ସହ ମିଶି ଚାକିରି ଦେବା ନାଁରେ ନିଜ ନିର୍ବାଚନମଣ୍ଡଳୀର ଗରିବ ସାଧାରଣ ଲୋକ ଓ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିଲେ। ଏଭଳି ଜଣେ ନେତାଙ୍କୁ ଆଜି […]

ରାଜ୍ୟ

ବିଜେପିରେ ମିଶିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ: ‘ନବୀନ ବାବୁ ନିଜ ସ୍ବାର୍ଥ ଲାଗି ବିଜେପି ହାତ ଛାଡ଼ିଥିଲେ’

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ତାଙ୍କର ସମର୍ଥକଙ୍କ ସହ ବିଜେପିରେ ଅାନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ବି‌େଜପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଛନ୍ତି। ପ୍ରଦୀପ ବିଜେପିରେ ମିଶିବା ଦ୍ବାରା ଗଞ୍ଜାମରେ ବିଜେପି ଅଧିକ ସୁଦୃଢ଼ ହେବ ବୋଲି ଶ୍ରୀ ସାମଲ କହିଛନ୍ତି। ବିଜେପିରେ ଯୋଗଦେବା ପରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସାରା ବିଶ୍ୱରେ […]

ରାଜ୍ୟ

କଂଗ୍ରେସରୁ ଲଢ଼ିବେ ସୁଧାରାଣୀ!

ସୁନ୍ଦରଗଡ଼: ୨ ମାସ ତଳେ ବିଜୁ ଜନତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଆଦିବାସୀ ନେତ୍ରୀ ତଥା ହେମଗିରର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଧାରାଣୀ ରାଉଡ଼ିଆ ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ହେବେ। ହେଲେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ। ସୁଧାରାଣୀ ହେମଗିର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ୨୦୧୭ରୁ ନିର୍ବାଚିତ ହୋଇ ୨୦୨୨ ଯାଏ ଦାୟିତ୍ବରେ ରହିଥିଲେ। ତା’ ପୂର୍ବରୁ ସେ ଗୋପାଳପୁର ସମିତିସଭ୍ୟା ରୂପେ ନିର୍ବାଚିତ ହୋଇଥିଲେ। ହେମଗିର ଅଞ୍ଚଳର […]

ରାଜ୍ୟ

ମଦରୁ ମିଳୁଥିବା ଅର୍ଥରେ ବିକାଶ ଦରକାର ନାହିଁ: ଅଳକା

ଭୁବନେଶ୍ବର: ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ମହିଳା ନ୍ୟାୟ ସମାବେଶ ଅନୁଷ୍ଠିତ ହୋଇଛି। ଶତାଧିକ ମହିଳା କଂଗ୍ରେସ ସଦସ୍ୟା ନବୀନ ନିବାସ ଅଭିମୁଖେ ବାହାରି ଶକ୍ତି ପ୍ରଦର୍ଶନ କରିଥିଲେ। ରାଜମହଲ ଛକରେ ପୁଲିସ ସେମାନଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ମହିଳା କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ମହିଳା ନ୍ୟାୟ ସମାବେଶକୁ ଅଖିଳ ଭାରତ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା […]

ରାଜ୍ୟ

ନବରଙ୍ଗପୁର ବିଜେପି କୋର୍ କମିଟି ବୈଠକ ଆଜି: ୪ ଲୋକସଭା ସ୍ଥିତି ପରଖିବେ ରାଜନାଥ

ଜୟପୁର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମନୋବଳ ବୃଦ୍ଧି ପାଇଁ ଯୋଜନା କରିଛି ବିଜେପି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସୁଥିବାରୁ ନବରଙ୍ଗପୁରରେ ବିଜେପି କୋର୍ କମିଟି ବୈଠକ ଆୟୋଜନ କରିଛି। ବୈଠକରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନର ସ୍ଥିତି ଆକଳନ କରାଯିବ। ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଜନାଥ ଯୋଗଦେବେ। ପୂର୍ବାହ୍ନ ୧୧ଟାରେ ନବରଙ୍ଗପୁରରେ ପହଞ୍ଚିବେ ରାଜନାଥ। ପରେ କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି […]

ରାଜ୍ୟ

ବାଇକରୁ ଖସିପଡ଼ିଲେ ବୃଦ୍ଧ: ଚାଲିଗଲା ଜୀବନ

ଗଣିଆ: ନୟାଗଡ଼ ଜିଲ୍ଲା ଗଣିଆ ଥାନା ପାଣ୍ଡରାସିଂଗା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ବାଇକରୁ ଖସିପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ସୁଦର୍ଶନ ବାରିକ ବୋଲି ଜଣାଯାଇଛି। ଏଣେ ବାଇକ୍ ଚାଳକ ଯୁବକ ଆହତ ହୋଇଥିବା ଜଣାଯାଇଛି। ତାଙ୍କୁ ଗଣିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ସେଦୁହେଁ ସଂପର୍କରେ ଜେଜେ ଓ ନାତି। ଦୁହେଁ କୌଣସି କାମରେ ନିଜ ଗାଁରୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।