ଏଣିକି ଶିକ୍ଷକମାନେ ମଦୁଆ ଓ ମଦ ବେପାରୀଙ୍କ ଉପରେ ନଜର ରଖିବେ, କେବଳ ପାଠ ପଢ଼ାଇଲେ ଚଳିବ ନାହିଁ
ନୂଆଦିଲ୍ଲୀ: ମଦକୁ ନେଇ ଅଧିକାଂଶ ରାଜ୍ୟରେ ଅନେକ ସମୟରେ ଅଲଗା ଅଲଗା ନିୟମ ପ୍ରଣୟନ କରାଯାଇଥାଏ । ତେବେ ଏନେଇ ବିହାର ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ଶିକ୍ଷକମାନେ ପାଠ ପଢ଼ାଇବା ସହିତ ଏଣିକି ଅବୈଧ ମଦ ବିକ୍ରିକୁ ରୋକିବା ଦିଗରେ କାର୍ଯ୍ୟ କରିବେ । ମଦ ତସ୍କରୀକୁ ଶିକ୍ଷକମାନେ ରୋକିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଦାୟିତ୍ୱ ସେମାନଙ୍କୁ ପ୍ରଦାନ କରିଛନ୍ତି । ତେବେ ମଦ ତସ୍କରୀକୁ ରୋକିବା ପାଇଁ […]