କଳା ଓ ସଂସ୍କୃତି ରାଜ୍ୟ

ସମ୍ପୂର୍ଣ୍ଣ ଉଚ୍ଛେଦ ହେଲା ରାଧାବଲ୍ଲଭ ମଠ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ଖନନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ସିଂହଦ୍ବାର ସମ୍ମୁଖ ରାଧାବଲ୍ଲଭ ମଠର ବାକି ଅଂଶ ଭଙ୍ଗାଯାଇଛି। ପୂର୍ବରୁ ମଠ ଥିବା ସ୍ଥାନ ଭଙ୍ଗା ସରିଥିଲେ ହେଁ ଅନ୍ୟ ଅଂଶରେ ବ୍ୟାଙ୍କ ରହିଥିବାରୁ ଏଥିପାଇଁ କିଛି ସମୟ ଦିଆଯାଇଥିଲା। ଫଳସ୍ବରୂପ ଆଜି ବାକି ରହିଯାଇଥିବା ସ୍ଥାନ ଭଙ୍ଗାଯାଇଛି। ମୋଟ ୧୫.୬୫ ଏକର ଜମିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆକ୍ରାନ୍ତ କମୁଛନ୍ତି, ମୃତ୍ୟୁସଂଖ୍ୟା ବଢ଼ୁଛି; କଟକଣା କୋହଳ ସମ୍ଭାବନା କମ୍‌

ଭୁବନେଶ୍ୱର : କରୋନାର ତୃତୀୟ ଲହରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଏହି ସଂଖ୍ୟା ୧୦ ତଳେ ରହୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୨୦ ନିକଟତର ହୋଇଛି। ଓମିକ୍ରନ୍ ଜନିତ ତୃତୀୟ ଲହରରେ ୯୭ପ୍ରତିଶତ ପର୍ଯ୍ୟନ୍ତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏବେ ବି ଡେଲ୍‌ଟାର ପ୍ରଭାବ କମି ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ‌ାରେ ଲାଗିଛି। ରବିବାର ଦିନ ରାଜ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ବିଗ୍‌ବସ୍‌-୧୫ର ବିଜେତା ହେଲେ ତେଜସ୍ବୀ ପ୍ରକାଶ, ଟ୍ରଫି ସହ ଜିତିଲେ ୪୦ ଲକ୍ଷ ଟଙ୍କା

ନୂଆଦିଲ୍ଳୀ ୩୧।୦୧: କଲର୍ସ ଟିଭି ବହୁ ଲୋକପ୍ରିୟ ରିଆଲିଟି ଶୋ ବିଗ୍‌ବସ୍‌ ଗତକାଲି ଅର୍ଥାତ୍‌ ରବିବାର ଦିନ ବିଜେତା ଘୋଷଣା କରିଛି । ଦୀର୍ଘ ସମୟ ଧରି ଅନେକ କଳ୍ପନା ଜଳ୍ପନା ଚାଲିଥିଲା କି ବିଗ୍‌ବସ୍‌ର ବିଜେତା କିଏ ହେବ । ହେଲେ ତାହା ଏବେ ଜଣାପଡି ଯାଇଛି । ଏହାରି ଭିତରେ ସେ ସମସ୍ତଙ୍କୁ ଟକ୍କର ଦେଇ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ବିଗ ବସ୍‌ ସିଜିନ-୧୫ର ବିଜେତା ହୋଇଛନ୍ତି । ଶୋ’ ଆରମ୍ଭରୁ ହିଁ ଫ୍ୟାନ୍ସମାନଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ଟ୍ରଫି ସହ ୪୦ ଲକ୍ଷ ଟଙ୍କା ଘରକୁ ନେଲେ ‘ବିଗ୍‌ ବସ୍‌ ୧୫’ ବିଜୟିନୀ ତେଜସ୍ବୀ ପ୍ରକାଶ LatestLeadingମନୋରଞ୍ଜନ By Sambad Last updated Jan 31, 2022

ମୁମ୍ବାଇ: ରବିବାର ରାତିରେ ଶେଷ ହୋଇଥିବା ଟିଭି ସୋ ‘ବିଗ୍‌ ବସ୍‌ ୧୫’ରେ ବିଜୟୀ ହୋଇ ଟିଭି ଷ୍ଟାର୍‌ ତେଜସ୍ବୀ ପ୍ରକାଶ ଟ୍ରଫି ସହ ୪୦ ଲକ୍ଷ ଟଙ୍କା ପାଇଛନ୍ତି। ଏହି ‘ସୋ’ ଉପସ୍ଥାପକ ଚଳଚ୍ଚିତ୍ର ଅଭିନେତା ସଲ୍‌ମନ୍‌ ଖାନ୍‌ ବିଜୟିନୀଙ୍କ ନାମ ଘୋଷଣା କରିଥିଲେ। ଏଥିରେ ସେହଜପାଲ୍‌ ପ୍ରଥମ ରନର୍‌ ଅପ୍‌ ହୋଇଥିବା ବେଳେ ପ୍ରକାଶଙ୍କ ଅଭିନେତା-ବନ୍ଧୁ କରଣ କୁନ୍ଦ୍ରା ଦ୍ବିତୀୟ ରନର୍‌ ଅପ୍‌ ବା ତୃତୀୟ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ଅଭିନେତ୍ରୀ ଶମିତା ଶେଟ୍ଟୀ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଘନେଇଲା ଟିକା ବିବାଦ, ଭୟରେ ପରିବାର ସହ ଆତ୍ମଗୋପନ କଲେ କାନାଡାର ପ୍ରଧାନମନ୍ତ୍ରୀ

କରୋନା କାଳରେ ଟିକା ହିଁ ଏକମାତ୍ର ଅସ୍ତ୍ର ସାଜିଛି । ବିଶ୍ୱର ପ୍ରତିଟି ଦେଶ କରୋନା ମହାମାରୀ ବିରୋଧୀ ଲଢେଇରେ କୋଭିଡ ଟିକାକୁ ଅର୍ନିବାର୍ଯ୍ୟ କରିଛନ୍ତି । ହେଲେ କାନାଡାରେ ଏହାର ବିପରିତ ଦେଖିବାକୁ ମିଳିଛି । ଏଠାରେ ପ୍ରଧାନମନ୍ତ୍ରୀ କରୋନା ଟିକାକୁ ବାଧ୍ୟତାମୂଳକ କରିବା ପରେ ଦେଶବାସୀ ଏହାକୁ ଏତେ ତୀବ୍ର ବିରୋଧ କରିଛନ୍ତି ଶେଷରେ ପରିବାର ସହ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ । ସୂଚନା ମୁତାବକ ଟିକାକରଣକୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନେତାଜୀନଗର ପ୍ରାଥମିକ ବିଦ୍ୟାଳୟରେ ଅସାମାଜିକଙ୍କ ଆଡ଼ା, ମିଶ୍ରଣ ପ୍ରକ୍ରିୟାରେ ସ୍କୁଲ୍‌ରେ ପଡ଼ିଛି ତାଲା

କଟକ: ପ୍ରଥମେ ପ୍ରଥମେ ୪/୫ଜଣ ବସାଉଠା କରୁଥିଲେ। କରୋନା ଲକ୍‌ଡାଉନ୍‌ଠାରୁ ସଂଖ୍ୟା ବଢ଼ିବାକୁ ଲାଗିଲା। ଏବେ ଏହି ସଂଖ୍ୟା ବଢ଼ି ୪୦/୫୦ ଛୁଇଁଲାଣି। ପ୍ରଥମେ କମ୍ ସମୟ ପାଇଁ ଖଟି ଚାଲୁଥିବା ବେଳେ ‌ଏବେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ଖଟି। ତାସଖେଳ, ନିଶାସେବନ ସହ ଅନୈତିକ କାର୍ଯ୍ୟ ବି ଚାଲୁଛି। ଏ ହେଉଛି ପଞ୍ଚମୁଖୀ ହନୁମାନ ମନ୍ଦିର ପାଖ ନେତାଜୀନଗର ପ୍ରକଳ୍ପ ବିଦ୍ୟାଳୟର ସାଂପ୍ରତିକ ସ୍ଥିତି। ସ୍ଥାନୀୟ ଲୋକଙ୍କ ସାମ୍‌ନାରେ ଏହା ଘଟୁଥିଲେ ବି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍ ଟିକାକୁ ନେଇ କାନାଡାରେ ହଙ୍ଗାମା, ପରିବାର ସହିତ ସିକ୍ରେଟ୍ ସ୍ଥାନକୁ ଚାଲିଗଲେ ପ୍ରଧାନମନ୍ତ୍ରୀ; ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: କାନାଡାରେ କୋଭିଡ୍ ଭାକସିନ୍ ବିରୋଧରେ ଜୋରଦାର୍ ପ୍ରଦର୍ଶନ କରାଯାଉଛି । ଏହି ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିଜର ପରିବାର ସହିତ ଘର ଛାଡ଼ି ଦେଇଛନ୍ତି । ରିପୋର୍ଟ ଅନୁସାରେ, ସେ ଏକ ସିକ୍ରେଟ୍ ସ୍ଥାନକୁ ଚାଲିଯାଇଛନ୍ତି । ସୂଚନା ଯେ, ଟୁଡ୍ରୋ ଆମେରିକା ସୀମା ପାର୍ କରିବା ପାଇଁ ଟ୍ରକ୍ ଡ୍ରାଇଭର୍ ମାନଙ୍କର ଟିକାକୁ ବାଧ୍ୟତାମୂଳକ କରିଦେଇଛନ୍ତି । ତେଣୁ ଟ୍ରକ୍ ଡ୍ରାଇଭର୍ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିକ୍ଷୋଭକାରୀମାନେ କୋଭିଡ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କର୍ଣ୍ଣାଟକରେ ସୋମବାରଠୁ ହଟିବ ନାଇଟ କର୍ଫ୍ୟୁ, ଖୋଲିବ ସ୍କୁଲ କଲେଜ : କୋଭିଡ କଟକଣା ମାନି ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିବ ପାଠପଢା

ଦେଶ ବିଦେଶ:ଆସନ୍ତା ସୋମବାର ଠାରୁ କର୍ଣ୍ଣାଟକରେ ହଟିବ ରାତ୍ରି କାଳୀନ କର୍ଫ୍ୟୁ । ବାଙ୍ଗାଲୁରୁର ସମସ୍ତ ସ୍କୁଲ କଲେଜ ପୂର୍ବ ଭଳି ଖୋଲିବ । କୋଭିଡ କଟକଣା ମାନି ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ଚାଲିବ । ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତି ନେଇଥିବା କହିଛନ୍ତି, କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ । ନୂଆ ଗାଇଡଲାଇନ ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ ଚାଲିବ । ପୂର୍ବରୁ […]

ଖେଳ ଦେଶ ବିଦେଶ

ଅଣ୍ଡର-୧୯ ବିଶ୍ୱକପ : ୫ ଓ୍ୱିକେଟରେ ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ, ସେମିଫାଇନାଲରେ କଲା ଏଣ୍ଟ୍ରି

କୁଲିଜ,୩୦/୦୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତ ସହଜ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ସୁପରଲିଗ୍‌ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଭାରତ ୫ ୱିକେଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ବାଂଲାଦେଶକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୭.୧ ଓଭରରେ ୧୧୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ […]

ଖେଳ ଦେଶ ବିଦେଶ

ଭାରତ ଗସ୍ତ ପାଇଁ ଟି୨୦ ଟିମ୍ ଘୋଷଣା କଲା ଇଣ୍ଡିଜ୍, ଦଳରେ ଏକାଧିକ ଷ୍ଟାର୍ ଅଲରାଉଣ୍ଡର

ନର୍ଥ ସାଉଣ୍ଡ, ୩୦/୦୧: ଆଗାମୀ ଭାରତ ଗସ୍ତ ପାଇଁ ୧୬ ଜଣିଆ ଟି-ଟ୍ୱେଣ୍ଟି ଦଳ ଘୋଷଣା କରିଛି ୱେଷ୍ଟ ଇଣ୍ଡିଜ୍‌ । କିରେନ ପୋଲାର୍ଡ ଅଧିନାୟକ ଓ ନିକୋଲାସ ପୂରନ ଉପ ଅଧିନାୟକ ଦାୟିତ୍ୱ ବଜାୟ ରଖିଛନ୍ତି । ଦଳରେ ଏକାଧିକ ଦୁର୍ଦ୍ଦର୍ଷ ଅଲ୍‌ରାଉଣ୍ଡରଙ୍କୁ ସୁଯୋଗ ମିଳିଛି । ସାମରା ବ୍ରୁକ୍ସ, ନକ୍ରୁମ ବୋନର ଓ କିମାର ରୋଚ୍‌ଙ୍କୁ ଦିନିକିଆ ଦଳକୁ ଡାକରା ମିଳିଥିଲେ ହେଁ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ମିଳିନାହିଁ । ଦଳ: କିରେନ ପୋଲାର୍ଡ […]