କ୍ରୀଡ଼ା ବଜେଟରେ ୩୦୫.୫୮ କୋଟି ଟଙ୍କାର ବୃଦ୍ଧି: ମୋଟ ୩୦୬୨.୬୦ କୋଟି ଟଙ୍କାର ବ୍ୟୟ ଅଟକଳ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ତଥା ଆଗାମୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ଜୁଲାଇ ୨୮, ୨୦୨୨ରୁ ଅଗଷ୍ଟ ୮, ୨୦୨୨) ତଥା ହାଙ୍ଗଝୁ ଏସୀୟ କ୍ରୀଡ଼ା (୧୦ ସେପ୍ଟେମ୍ବର, ୨୦୨୨ରୁ ୨୫ ସେପ୍ଟେମ୍ବର, ୨୦୨୨)କୁ ଆଖି ଆଗରେ ରଖି ୨୦୨୨-୨୩ ବର୍ଷର କ୍ରୀଡ଼ା ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦୫.୫୮ କୋଟି ଟଙ୍କା ବଢ଼ାଇ ଦେଇଛନ୍ତି। ଗତ ଆର୍ଥିକ ବର୍ଷରେ କ୍ରୀଡ଼ା ବଜେଟ୍ ୨୭୫୭.୦୨ କୋଟି ଟଙ୍କା ଥିଲା ବେଳେ ଏବର୍ଷ ଏହା ୩୦୬୨.୬୦ […]