ରାଜ୍ୟ ସ୍ପେଶାଲ ରିପୋର୍ଟ

ସପରିବାର ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ସପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଭିତରକାଠ ନିକଟରେ ମହାରାଣୀ ଲୀଳାବତୀ ପାଟମହାଦେଇ ଓ ରାଜକୁମାରୀ କୁମାରମଣିଙ୍କ ସହ ସେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରମ୍ପରା ମୁତାବକ, ଗଜପତି ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିର ଦକ୍ଷିଣଦ୍ବାରରେ ପ୍ରବେଶ କରି ବଟ ଗଣେଶଙ୍କୁ ଦର୍ଶନ କରିଥିଲେ। ସେଠାରୁ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଦକ୍ଷିଣଦ୍ବାର ଦେଇ ଫେରିଥିଲେ। ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପରେ ବିମଳାଙ୍କ ମନ୍ଦିର ଓ ଲକ୍ଷ୍ନୀ […]

ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ମୟୂରଭଞ୍ଜରେ ବିଜେଡି-ବିଜେପି ଛକାପଞ୍ଝା

  ବାରିପଦା: ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବ ରଖୁଛି ମୟୂରଭଞ୍ଜ ଜିଲ୍ଲା। କାରଣ ଏହି ଜିଲ୍ଲାରେ ୯ଟି ବିଧାନସଭା ଆସନ ରହିଛି, ଯାହାକି ଓଡ଼ିଶାର ମୋଟ ୧୪୭ ବିଧାନସଭା ଆସନର ୬.୧ ପ୍ରତିଶତ। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଏହି ବଡ଼ ଜିଲ୍ଲାକୁ ନିଜ ଆୟତ୍ତରେ ରଖିବା ପାଇଁ ଆରମ୍ଭ ହୋଇଗଲାଣି ରାଜନୈତିକ ଛକାପଞ୍ଝା। ଯଦିଓ ମୟୂରଭଞ୍ଜରେ କଂଗ୍ରେସ, ଜେଏମ୍‌ଏମ୍‌, କମ୍ୟୁନିଷ୍ଟ ଦଳର ଊଣା ଅଧିକ ଉପସ୍ଥିତି ରହିଛି, ହେଲେ ଏଠାରେ ଦୁଇ ଅସଲ […]

ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଶ୍ଚିନ୍ତକୋଇଲିରେ ଅନୁଗତଙ୍କୁ ଭେଟିଲେ ବିଜୟ: ‘ପୁଅ ଲଢ଼ିବ, ସହଯୋଗ କରନ୍ତୁ’

କେନ୍ଦ୍ରାପଡ଼ା: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ସାମିଲ୍ ହେବେ! ଗଲା କିଛିଦିନ ହେବ ଲାଗି ରହିଥିବା ଏହି ଚର୍ଚ୍ଚାକୁ ଆଜି ବଳ ଦେଇଛି ଡେରାବିଶ ବ୍ଲକ୍‌ର ବିଜୟ ଅନୁଗତ ମାନେ ଏକାଠି ହେବା। ନିଶ୍ଚିନ୍ତକୋଇଲି ବଜାରସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପରେ ବିଜୟ ନିଜ ପୁଅ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସ‌ାରେ, ବୈଠକରେ ବିଜୟ ପୁଅର ରାଜ‌ନୈତିକ ଭବିଷ୍ୟତ ସଂପର୍କରେ ଆଲୋଚନା କରିବା ସହିତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଲକାନଗିରି ସୀମାନ୍ତରେ ଗୁଳିବିନିମୟ: ଜଣେ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୁଲିସ-ମାଓବାଦୀ ଗୁଳିବିନିମୟ ହୋଇଥିବାର ଖବର ମିଳିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ର ସୁକୁମା ଜିଲ୍ଲା ବୁର୍କାଲଂକା ଜଂଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ। ଡିଆରଜି ଯବାନମାନେ ମାଓବାଦୀମାନଙ୍କୁ କଡ଼ା ଜବାବ ଦେଇଥିଲେ। ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ରାଜ୍ୟ

୫-ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ କଲେ ବ୍ୟକ୍ତି

ଭୁବନେଶ୍ୱର: ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇଥିବାବେଳେ ସାମନାକୁ ଆସିଛି ଅଭାବନୀୟ ଦୃଶ୍ୟ । ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ କରିଛନ୍ତି ଜଣେ ବ୍ୟକ୍ତି । ତେବେ ଟମାଟୋ ମାଡ ପରେ ବି ଅଟକି ନଯାଇ, ବେଲଗୁଣ୍ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଜନସଭାକୁ ଉଦବୋଧନ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ସେ କହିଛନ୍ତି, ତାଙ୍କ ଉପରକୁ ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କରନ୍ତୁ । ସେଥିରେ ପରବାୟ […]

ରାଜ୍ୟ

ଛୁରିରେ ଆକ୍ରମଣ କରି ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ଲୁଟ୍

ରାଜଗାଙ୍ଗପୁର: ଛୁରିରେ ଆକ୍ରମଣ କରି ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ଲୁଟ୍ କଲେ ଲୁଟେରା | ଆଜି ପ୍ରାୟ ଦିବା ୧୧ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଜାମପାଲିପାଦାସ୍ଥିତ ଏଚପି ପେଟ୍ରୋଲ ପମ୍ପର କର୍ମଚାରୀ ଅନୀଲ କୁମାର ତିୱାରୀ ବାଇକ ଯୋଗେ ୨ଲକ୍ଷ ଟଙ୍କା ଜମା କରିବାକୁ ସହରର ଏକ ବ୍ୟାଙ୍କକୁ ଯାଉଥିଲେ | ଏହି ସମୟରେ ଜାମପାଲି ବାଇପାସରେ ଥିବା ଏମଆର ଉଦ୍ୟୋଗ ରାସ୍ତାରେ ଏକ ମୋଟରସାଇକେଲରେ ମୁଖା ପିନ୍ଧା ତିନି ଜଣ ଦୁର୍ବୁତ୍ତ ଆସି […]

ରାଜ୍ୟ

ଅଲିଭ୍‌ ରିଡ୍‌ଲେଙ୍କୁ ଜଳବାୟୁ ବିପଦ: ଅଣ୍ଡାଦାନ ବିଳମ୍ବିତ

ବ୍ରହ୍ମପୁର: ଜୀବଜଗତ ଉପରେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟାରେ ଦେଖା ଦେଇଥିବା ପ୍ରତିକୂଳ ସ୍ଥିତି। ପରିବେଶ ସନ୍ତୁଳନ ବିଗିଡ଼ିବା ଫଳରେ ଏଥିରେ ପ୍ରଭାବିତ ହୋଇଛନ୍ତି ପ୍ରକୃତିର ବିରଳ ପ୍ରାଣୀ ଅଭିଲ୍‌ ରିଡ୍‌ଲେ। ପ୍ରତିବର୍ଷ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବାଲୁକା ଶଯ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ହୋଇଥାଏ। ବିଗତ ବର୍ଷରେ ଫେବ୍ରୁଆରି ୧୫ତାରିଖ ପରେ ଓ ଶେଷ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ହେଉଥିଲା। […]

ରାଜ୍ୟ

ବିକ୍ରି ହେବ ଆଧୁନିକ ମେଟାଲିକ୍ସ! ୧୭୦୦ କୋଟିରେ ବିକିବ ଲିବର୍ଟି ହାଉସ୍‌

ରାଉରକେଲା: ସୁନ୍ଦରଗଡ଼ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଚାର୍ଡିହରିହରପୁରସ୍ଥ ଆଧୁନିକ ମେଟାଲିକ୍ସ କାରଖାନା ବିକ୍ରି ହେବାକୁ ଯାଉଛି। କ୍ଷତିର ଆଳ ଦେଖାଇ ବନ୍ଦ ହୋଇଯାଇଥିବା ଆଧୁନିକ ମେଟାଲିକ୍ସକୁ କିଣିଥିବା ଲିବର୍ଟି ହାଉସ୍‌ ଏବେ କାରଖାନା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ପାଇଁ ସଉଦା ଅଟକି ରହିଥିଲାବେଳେ ଭୋଟ ପରେପରେ ଏହାକୁ ବିକ୍ରି କରିବାକୁ ସ୍ଥିର ହୋଇଛି। ସ୍ପଞ୍ଜ ଆଇରନ୍, ଷ୍ଟିଲ୍ ଓ ଫେରୋକ୍ରୋମ୍ ପ୍ରସ୍ତୁତ ହେଉଥିବା ଏହି ବଡ଼ କାରଖାନାକୁ ମାତ୍ର ୩ ବର୍ଷ ଚଳାଇବା ପରେ […]

ରାଜ୍ୟ

ସରକାରୀ ଜାଗାରେ ଗୃହ ନିର୍ମାଣକୁ ବିରୋଧ; ଗ୍ରାମବାସୀଙ୍କ ଥାନା ଘେରାଉ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ପାଲେଶିରା ଗ୍ରାମର ୟୁପି ସ୍କୁଲ ସଂଲଗ୍ନ ସରକାରୀ ଜାଗାକୁ ଜଣେ ବ୍ୟକ୍ତି ଅକ୍ତିଆର କରି ଗୃହ ନିର୍ମାଣ କରିଛି। ଏହାକୁ ଗ୍ରାମବାସୀ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମତେ, ଗତ ୧୦ ବର୍ଷ ହେଲା ଜଣେ ବ୍ୟକ୍ତି ସ୍କୁଲପଡ଼ା ପାଖରେ ଗୋଚର ଜମିରେ ଗୃହ ନିର୍ମାଣ କରି ରହୁଛନ୍ତି। ଚଳିତ ବର୍ଷ ସେ ଆବାସ ଯୋଜନାରେ ଉପକୃତ ହୋଇଥିବା ବେଳେ କାର୍ଯ୍ୟାଦେଶ ପାଇ […]

ରାଜ୍ୟ

ଟାଙ୍ଗରପାଲି ଏଇଇଙ୍କ ନାମରେ ସାଂଘାତିକ ଅଭିଯୋଗ: ରୋଷେଇ କରିବାକୁ ଡାକି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ସୁନ୍ଦରଗଡ଼: ଟାଙ୍ଗରପାଲି ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଉମେଶ ନାଏକଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ବ୍ଲକ୍ ପରିସରରେ ଥିବା ସରକାରୀ ନିବାସରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟା ୭ଟାରେ ଏଇଇ ଶ୍ରୀ ନାଏକ ମହିଳାଙ୍କୁ ରୋଷେଇ କରିଦେବାକୁ ଡାକି ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଗତକାଲି ରାତିରେ ଲେଫ୍ରପଡ଼ା ଥାନାକୁ ଯାଇ ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମହିଳାଙ୍କ ଲିଖିତ […]