ରାଜ୍ୟ ସ୍ୱାସ୍ଥ୍ୟ

୪୬% ଲୋକ ପ୍ରଥମ ଥର ସ୍ବାସ୍ଥ୍ୟ ବୀମା କିଣିଛନ୍ତି

ଭୁବନେଶ୍ବର: ମହାମାରୀ ବ୍ୟାପିବା ପରେ ନିଜର ଆର୍ଥିକ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ପ୍ରତି ୪ ଜଣଙ୍କ ମଧ୍ୟରେ ୩ ଜଣ ସଞ୍ଚୟ ଓ ନିବେଶ ବଢ଼ାଇଛନ୍ତି। ଏସ୍‌ବିଆଇ ଲାଇଫ୍‌ ପକ୍ଷରୁ କରାଯାଇଥିବା ଫାଇନାନ୍ସିଆଲ୍ ଇମ୍ୟୁନିଟି ସର୍ଭେ ୨.୦ରୁ ଏହା ଜଣାପଡ଼ିଛି। କଂପାନିର ସଭାପତି ଜୋନ୍-୩ ଜି ଦୁର୍ଗାଦାସ କହିଛନ୍ତି ଯେ ଏହି ସର୍ଭେରେ ଭାଗ ନେଇଥିବା ୫୭% ଲୋକ ବିଭିନ୍ନ ଉତ୍ସରୁ ଆୟ ବଢ଼ାଇ ଆର୍ଥିକ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଦ୍ୟମ କରିଛନ୍ତି। ନିଜର ସଞ୍ଚୟ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟରେ ଅନୁଭବ-ବର୍ଷା ବିବାଦ ମାମଲା : ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ନିର୍ଦ୍ଦେଶ ଉପରେ ରହିତାଦେଶ

କଟକ ୭।୨: ବର୍ଷା-ଅନୁଭବ ବିବାଦ ମାମଲାରେ ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଙ୍କୁ ମିଳିଥିବା ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ପାର୍ଲିଆମେଣ୍ଟ ସଚିବ ନିର୍ଦ୍ଦେଶ ଦେଇଥିଲେ । ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ଅନୁଭବ ପାର୍ଲିଆମେଣ୍ଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ […]

ଖେଳ ଦେଶ ବିଦେଶ

ବିଶ୍ବବିଜୟୀଙ୍କୁ ବିସିସିଆଇ ଦେବ ଆର୍ଥିକ ପୁରସ୍କାର: ଖେଳାଳିଙ୍କୁ ୪୦, ସହକାରୀ କର୍ମଚାରୀଙ୍କୁ ୨୫ ଲକ୍ଷ

ମୁମ୍ବାଇ: ଇଂଲଣ୍ଡକୁ ହରାଇ ପଞ୍ଚମ ଥର ପାଇଁ ୧୯ ବର୍ଷରୁ କମ୍ ଜିତି ନେଇଛି ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ। ଏହି ଐତିହାସିକ ସଫଳତା ଲାଗି ରବିବାର ବିସିସିଆଇ ଆର୍ଥିକ ପୁରସ୍କାର ଘୋଷଣା କରିଛି। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୪୦ ଲକ୍ଷ ଏବଂ ସହକାରୀ କର୍ମଚାରୀଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବ ବୋଲି ଘୋଷଣା କରିଛି ବିସିସିଆଇ। ୬ ଜଣ ଖେଳାଳି କୋଭିଡ୍ ସଂକ୍ରମିତ ହେବା ସତ୍ତ୍ବେ ଭାରତ ବିଶ୍ବକପ୍ ଜିତିବା‌ ଏକ ବିରଳ ସଫଳତା […]

ଖେଳ ଦେଶ ବିଦେଶ

IPL 2022: ଅହମ୍ମଦାବାଦ ଆଇପିଏଲ ଦଳର ନାଁ ଘୋଷଣା, ଜାଣନ୍ତୁ କେଉଁ ନାମରେ ନାମିତ ହେଲା ଫ୍ରାଞ୍ଚାଇଜି

ଅହମ୍ମଦାବାଦ ୦୭।୦୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ୧୫ତମ ସିଜିନରେ ୧୦ଟି ଦଳ ଅଂଶ ଗ୍ରହଣ କରିବେ। ଦୁଇଟି ନୂତନ ଦଳ ହେଉଛନ୍ତି ଲକ୍ଷ୍ନୌ ଏବଂ ଅହମ୍ମଦାବାଦ। ଲକ୍ଷ୍ନୌ ଫ୍ରାଞ୍ଚାଇଜି ନିଜ ଦଳର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରି ସାରିଛି। ଏହି କ୍ରମରେ ସୋମବାର ଅହମ୍ମଦାବାଦ ଦଳର ନାମ ସାମ୍ନାକୁ ଆସିଛି। ଫ୍ରାଞ୍ଚାଇଜିର ମାଲିକ ନିଜ ଦଳର ନାମ ଅହମ୍ମଦାବାଦ ଟାଇଟନ୍ସ ରଖିଛନ୍ତି। ଫ୍ରାଞ୍ଚାଇଜି ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛି। ଦଳର ନେତୃତ୍ଵ ନେବେ […]

ଖେଳ ଦେଶ ବିଦେଶ

ଇଷ୍ଟ୍‌ ବେଙ୍ଗଲକୁ ଆଜି ଭେଟିବ ଓଡ଼ିଶା ଖେଳ

ଗୋଆ: ଓଡ଼ିଶା ଏଫ୍‌ସି ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା‌ର ସୋମବାର ମ୍ୟାଚ୍‌ରେ ଏସ୍‌ସି ଇଷ୍ଟ୍‌ ବେଙ୍ଗଲକୁ ଭେଟିବ। ଏହି ଭୁବନେଶ୍ବର ଭିତ୍ତିକ ଦଳ ନିଜ ଶେଷ ୩ ମ୍ୟାଚ୍‌ରେ ବିଜୟ ଶୂନ୍ୟ ରହିଛି। ତେବେ ତିଲକ ମୈଦାନରେ ଖେଳାଯିବାକୁ ଥିବା ଇ‌ଷ୍ଟ୍‌ ବେଙ୍ଗଲ ବିପକ୍ଷ ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିବା ଲାଗି ପ୍ରଶିକ୍ଷକ କିନୋ ଗାର୍ସିଆ ଦଳ ପଡ଼ିଆକୁ ଓହ୍ଲାଇବ। ସଂପ୍ରତି ଦଳ ୧୪ ମ୍ୟାଚ୍‌ ଖେଳି ୫ ବିଜୟ, ୩ ଅମୀମାଂସିତ ଓ […]

ଖେଳ ଦେଶ ବିଦେଶ

ଜିତିବା ପରେ ବି ଖୁସି ନାହାଁନ୍ତି ରୋହିତ, କହିଲେ…

ନୂଆଦିଲ୍ଲୀ, ୦୭/୦୨: ରବିବାର ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଛି ଭାରତ । ୧୦୦୦ ତମ ମୁକାବିଲାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ କାରବିୟାନ ଟିମ୍‌କୁ ୬ ଓ୍ୱିକେଟରେ ମାତ୍ ଦେଇଛି । ତେବେ ମ୍ୟାଚ୍ ଜିତିବା ପରେ ବି ଖୁସି ନାହାଁନ୍ତି ରୋହିତ । ରୋହିତ ଶର୍ମା କହିଛନ୍ତି ଯେ, ସେମାନେ ଆହୁରି ଭଲ କରିପାରିଥାନ୍ତେ । ଏହାସହ ଇଣ୍ଡିଜର ବ୍ୟାଟିଂ ଅର୍ଡର ଉପରେ ବି ସେମାନେ ଆହୁରି ଚାପ ପକାଇ ପାରିଥାନ୍ତେ । ସେ […]

ଖେଳ ଦେଶ ବିଦେଶ

ଘୋଷଣା ହେଲା ଓଡିଶା ରଣଜୀ ଟିମ୍, ଶୁଭ୍ରାଂଶୁ ସେନାପତି ଅଧିନାୟକ

ଭୁବନେଶ୍ୱର, ୦୭/୦୨: ଘୋଷଣା ହେଲା ରଣଜୀ ଟିମ । ୨୦ ଜଣିଆ ଓଡିଶା ଟିମ୍ ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ। ଶୁଭ୍ରାଂଶୁ ସେନାପତିଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର। ଦଳରେ ରହିଛି ଉଭୟ ଯୁବ ଓ ଅଭିଜ୍ଞ ଖେଳାଳି।। ଗ୍ରୁପ ଡିରେ ରହିଛି ଓଡିଶା। ସୌରଷ୍ଟ୍ର, ମୁମ୍ବାଇ ଓ ଗୋଆ ଭଳି ଶକ୍ତିଶାଳୀ ଟିମ୍ ଗୋଟିଏ ଗ୍ରୁପରେ ରହିଥିବାରୁ ଏହି ସିଜନ ଓଡିଶା ପାଇଁ ରହିବ ଟଫ୍ । କେବେଠୁ ମ୍ୟାଚ ଆରମ୍ଭ ହେବ ତାହା […]

ଖେଳ ରାଜ୍ୟ

ଚାଉଳ କିଣା ପ୍ରସଙ୍ଗରେ କେନ୍ଦ୍ରକୁ ବିଜେଡ଼ିର ଟାର୍ଗେଟ୍, କ’ଣ ହେବ ୨୨ ଲକ୍ଷ ଟନ ଚାଉଳର ଭାଗ୍ୟ ?

ଭୁବନେଶ୍ବର : ଚାଉଳ କିଣା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ଚାଷୀଙ୍କ ସ୍ବାର୍ଥରକ୍ଷା ପ୍ରସଙ୍ଗରେ ବିଜେପି ସବୁବେଳେ ଦୋମୁହାଁ ନୀତି ଗ୍ରହଣ କରୁଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାର ଚାଷୀମାନଙ୍କ ପ୍ରତି ବୈମାତ୍ରୁକ ମନୋଭାବ ପୋଷଣ କରୁଛନ୍ତି । ଚାଷୀମାନଙ୍କ ଜୀବନ ଜୀବିକା ସହ ଖେଳୁଛନ୍ତି । ଏଥିପାଇଁ କିଛି […]

କଳା ଓ ସଂସ୍କୃତି ରାଜ୍ୟ

ଆଜି ଚନ୍ଦ୍ରଭାଗା ମାଘମେଳା

କୋଣାର୍କ : ଆଜି କୋଣାର୍କ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼ ଓ ମେଳା। ମାତ୍ର କୋଭିଡ୍‌ କଟକଣା ଓ ୧୪୪ ଧାରା ଲାଗୁ ଯୋଗୁ ଏଥର ତୀର୍ଥ ପୁଷ୍କରିଣୀରେ ସର୍ବସାଧାରଙ୍କ ବୁଡ଼ ଉପରେ କଟକଣା ଲଗାଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଚାରିପଟେ ବାରିକେଡ୍‌ ଦିଆଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କୋଣାର୍କରେ ବିଭିନ୍ନ ସ୍ଥାନରୁ ପୁଲିସ କର୍ମଚାରୀମାନେ ଆସି ପହଞ୍ଚି ସାରିଛନ୍ତି। ସେମାନେ ଆଜି ସନ୍ଧ୍ୟାରୁ କୋଣାର୍କର ବିଭିନ୍ନ ପ୍ରବେଶ ପଥରେ ଚେକିଂ କରିବା ଆରମ୍ଭ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶେଷ ହେଉଛି କରୋନା ଭାଇରସର ସଂକ୍ରମଣ, ଶୀଘ୍ର ମିଳିବ ମୁକ୍ତି- ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ, ୦୭/୦୨: କମୁଛି କରୋନାର ପ୍ରକୋପ । ଅତିଶୀଘର ଦୂର ହୋଇଯିବ କୋଭିଡ-୧୯ ଭାଇରସ ସଙ୍କଟ । କରୋନା ଏବେ ଶେଷ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ହୁ ୟୁରୋପ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡ. ହନସ୍ କ୍ଲୁଜ୍ ଏନେଇ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ୟୁରୋପୀୟ ଦେଶରେ ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଚାଲିଛି । ଭାଇରାସ ଦ୍ୱାରା ମୃତକଙ୍କ ସଂଖ୍ୟା ବି କମିବାରେ […]