ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ପୁଣି ୨୦ ଜଣ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୮୩୮କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାରୁ ସର୍ବାଧିକ ୪ ଜଣ ମୃତକ ଅଛନ୍ତି। ଯାଜପୁରର ଏକ ଛଅ ମାସର ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ଜଣାଯାଇଛି। ଅପରପକ୍ଷରେ ବାଲେଶ୍ବର, ଖୋର୍ଦ୍ଧା ଓ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବିଦେଶାଗତଙ୍କ ପାଇଁ କୋଭିଡ୍‌ ମାର୍ଗଦର୍ଶିକାରେ ସଂଶୋଧନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଦେଶାଗତ ଯାତ୍ରୀଙ୍କ ପାଇଁ କୋଭିଡ୍ ମାର୍ଗଦର୍ଶିକାରେ ବଡ଼ ପରିବର୍ତ୍ତନ କରିଛନ୍ତି। କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ ବିପଜ୍ଜନକ ବୋଲି କୁହାଯାଉଥିବା ଦେଶଗୁଡ଼ିକର ତାଲିକାକୁ ବାଦ୍ ଦିଆଯାଇଛି। ଅର୍ଥାତ୍ ବର୍ତ୍ତମାନ ଆଉ କୌଣସି ଦେଶ ବିପଜ୍ଜନକ ଶ୍ରେଣୀଭୁକ୍ତ ନୁହେଁ। ଆଗରୁ ଯେଉଁ ୭ ଦିନିଆ କ୍ବାରେଣ୍ଟାଇନ୍‌ର ନିୟମ ଥିଲା ତାହାକୁ ବି ଉଠାଇ ଦିଆଯାଇଛି। ଏହି ନୂତନ ମାର୍ଗଦର୍ଶିକା ଫେବ୍ରୁଆରି ୧୪ରୁ କାର୍ଯ୍ୟକାରୀ ହେବ। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଦେଶାଗତଙ୍କ ପାଇଁ ନୂଆ ମାର୍ଗଦର୍ଶିକା ଜାରି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

‘ଅଫଲାଇନ୍ ପରୀକ୍ଷା ବାତିଲ କର, ସେମିଷ୍ଟାର ଆଧାରରେ ରେଜଲ୍ଟ ଦିଅ

ଭଦ୍ରକ ୧୦।୨: କ୍ବାର୍ଟର ପରୀକ୍ଷା ଫଳ ଅନୁଯାୟୀ ରେଜଲ୍ଟ ଘୋଷଣା କର । ଅଫଲାଇନ ପରୀକ୍ଷା ବାତିଲ କର । ଏମିତି କିଛି ଦାବି ନେଇ ରାଜପଥ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଓଭରବ୍ରିଜ୍ ଛକ ନିକଟରେ ରାସ୍ତାରୋକ କରିଛନ୍ତି ଛାତ୍ରଛାତ୍ରୀ । ଅଫଲାଇନ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି । କ୍ବାର୍ଟର ପରୀକ୍ଷା ଫଳ ଆଧାରରେ ପରୀକ୍ଷା ଫଳ ଘୋଷଣା ଦାବି କରିଛନ୍ତି । ତେବେ […]

ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

କୋଟାରେ ପ୍ରସ୍ତୁତ ହେଉଛି ୮୨ ହଜାର କିଲୋର ଘଣ୍ଟା, ୮ କିଲୋମିଟର ଦୂର ଯାଏଁ ଶୁଭିବ ଶବ୍ଦ, ଜାଣନ୍ତୁ ବିଶେଷତା

କୋଟା ୧୦/୦୨: ରାଜସ୍ଥାନର କୋଟାସ୍ଥିତ ଚାମ୍ବଲ ନଦୀ ଫ୍ରଣ୍ଟରେ ଦେଶର ସବୁଠୁ ବଡ ଘଣ୍ଟି ନିର୍ମାଣ କରାଯାଉଛି । ଏହି ଘଣ୍ଟା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ୩ଟି ରେକର୍ଡ ସୃଷ୍ଟି କରିବ । ବୁଧବାର ଦିନ, ଘଣ୍ଟାର ପ୍ରକୃତ ଚିତ୍ରର ଫ୍ଲେକ୍ସଗୁଡିକ ସାଇଟରେ ପ୍ରଦର୍ଶିତ ହୋଇଥିଲା । ଏହି ଘଣ୍ଟାର ନିର୍ମାଣ ଇସ୍ପାତ ମ୍ୟାନ୍ ଅଫ୍ ଇଣ୍ଡିଆର ଜଣାଶୁଣା ଇଞ୍ଜିନିୟର ଦେବେନ୍ଦ୍ର କୁମାର ଆର୍ଯ୍ୟଙ୍କ ଦ୍ୱାରା କରାଯାଉଛି । ଏହାର କଳା କଳାକୃତି କୋଟାର […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୁକଶାରି ମନ୍ଦିର ଖନନ: ମାଟି ତଳୁ ମିଳିଲା ବିଷ୍ଣୁ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର କଡ଼ରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଦ୍ବାରା ଚାଲିଥିବା ଖନନ ବେଳେ ଏକ ପ୍ରାଚୀନ ବିଷ୍ଣୁ ମୂର୍ତ୍ତି ଉଦ୍ଧାର ହୋଇଛି। ମୂର୍ତ୍ତିଟି ପ୍ରାୟ ୧୪ ଶହ ବର୍ଷ ତଳର ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଶୁକଶାରି ମନ୍ଦିରର ପୂର୍ବ ପାର୍ଶ୍ବରେ ଥିବା ଗୌରୀଶଙ୍କର ମନ୍ଦିର କଡ଼ ଖନନ ବେଳେ ଏହି ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଏକାମ୍ର ବିକାଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପରେ ଏଏସ୍ଆଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓମିକ୍ରନ ଶେଷ ନୁହେଁ, ଆଗକୁ ବଡ ବିପଦ ! ଆହୁରି ଅନେକ ଲୋକ ହରାଇବେ ପ୍ରାଣ

ନୂଆଦିଲ୍ଲୀ ୧୦/୦୨: ଓମିକ୍ରନ୍‌ ଶେଷ ଭାରିଆଣ୍ଟ ନୁହେଁ । ଆଗକୁ ନୂଆ ଆସିବ । ଏହା ଅତ୍ୟଧିକ ସଂକ୍ରାମକ ଓ ଘାତକ ହୋଇପାରେ। ବର୍ତ୍ତମାନର କୋଭିଡ ଟିକା କୌଣସି କାମ ଦେବ ନାହିଁ । ଫଳରେ ଆହୁରି ଅନେକ ଲୋକ ସଂକ୍ରମିତ ହେବେ ଏବଂ ପ୍ରାଣ ହରାଇବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏଭଳି ଭୟାନକ ସତର୍କବାଣୀ କରାଯାଇଛି । ଦୁଇବର୍ଷ ହେଲା କରୋନା ମହାମାରୀ ସମଗ୍ର ବିଶ୍ୱରେ ତାଣ୍ଡବ ରଚିଛି । ଆଲ୍‌ଫା, […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବେକାରି, ଋଣବୋଝ ନେଉଛି ଜୀବନ: ୩ ବର୍ଷରେ ୨୫ ହଜାର ଆତ୍ମହତ୍ୟା

ନୂଆଦିଲ୍ଲୀ : ବେକାରି, ଦେବାଳିଆ ଓ ଋଣରେ ବୁଡ଼ିରହିବା ଭଳି ଚାପରୁ ମୁକ୍ତି ପାଇବା ଲାଗି ଦେଶରେ ଲୋକମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରୁଛନ୍ତି। ୨୦୧୮-୨୦୨୦ ମଧ୍ୟରେ ଏହି କାରଣଗୁଡ଼ିକ ପାଇଁ ୨୫,୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ଆଜି ସଂସଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତି ଯେ ବେକାରି ଓ ଋଣ ସମସ୍ୟା ପାଇଁ ଆତ୍ମହତ୍ୟା […]

ଖେଳ ଦେଶ ବିଦେଶ

ଦୀପକ ହୁଡ୍ଡାଙ୍କ ସ୍ୱପ୍ନ ପୂରଣ କଲେ ବିରାଟ କୋହଲି, ଉପହାରରେ ଦେଲେ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ

ନୂଆଦିଲ୍ଲୀ,୧୦/୦୨: ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ଜିତିଛି ଭାରତ । ସିରିଜର ପ୍ରଥମ ମୁକାବିଲାରେ ପଦାର୍ପଣ କରିଥିଲେ ଦୀପକ ହୁଡ୍ଡା । ଏହାସହ ତାଙ୍କର ପିଲାଦିନର ସ୍ୱପ୍ନ ପୂରଣ ହୋଇଥିଲା । ସେ ପିଲାଦିନେ ଦିନିକିଆ କ୍ୟାପ୍ ବିରାଟ କୋହଲି କିମ୍ବା ମହେନ୍ଦ୍ର ସିଂ ଧୋନୀଙ୍କଠୁ ପାଇବେ ବୋଲି ଆଶା କରିଥିଲେ । ଯାହା ସତ ହୋଇଥିଲା । ଦୀପକ ହୁଡ୍ଡା ଏବେସୁଦ୍ଧା ଖେଳିଥିବା ଦୁଇଟି ମୁକାବିଲାରେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ପ୍ରଥମ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଅପ୍ରେଲ ୨୬ରୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା, ଅଫଲାଇନ୍ ପରୀକ୍ଷା ନେଇ ସ୍ପଷ୍ଟ କଲା ବୋର୍ଡ

ଭୁବନେଶ୍ବର ୧୦।୨: ଓଡିଶାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି ଜୋର ଧରିଥିବା ବେଳେ ଅଫଲାଇନ୍ ପରୀକ୍ଷା କରିବା ନେଇ ସ୍ପଷ୍ଟ କଲା ସିବିଏସଇ ବୋର୍ଡ଼ । ଅପ୍ରେଲ ୨୬ରୁ ଅନୁଷ୍ଠିତ ହେବ ସିବିଏସଇ ଦଶମ, ଦ୍ବାଦଶ ବୋର୍ଡ ପରୀକ୍ଷା । ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଅପ୍ରେଲ ୨୬ରୁ ଟର୍ମ ୨ ବୋର୍ଡ଼ ପରୀକ୍ଷା କରାଯିବ। ଏ ନେଇ ସିବିଶେ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ଅଫଲାଇନ୍‌ରେ ହେବ । ସୂଚୀପତ୍ର ସିବିଏସ୍‌ଇ ୱେବସାଇଟ୍‌ରେ ଅପଲୋଡ୍ କରାଯିବ […]

ମନୋରଞ୍ଜନ ରାଜ୍ୟ ଲାଇଫ୍ ଷ୍ଟାଇଲ

ଭାଲେଣ୍ଟାଇନ୍ ଡେ’ ପାଳିବାକୁ ପୁରୀ ଆସିଥିଲେ ପ୍ରେମୀଯୁଗଳ, ଝଗଡା ହେବାକୁ କଫ୍ ସିରପ୍ ପିଇଦେଲେ ପ୍ରେମିକା

ପୁରୀ ୧୦।୨: ଆଉ ପିଇବିନି ଧନ, ବଞ୍ଚେଇ ଦେ ମତେ… ମରିଯିବି କାଳେ ଧରିପକା ମତେ… ଭାଲେଣ୍ଟାଇନ୍ ସପ୍ତାହ କାଟିବା ପାଇଁ ତାଳଚେରରୁ ପୁରୀ ଆସି ଏକ ହୋଟେଲରେ ରହିଥିଲେ ପ୍ରେମୀଯୁଗଳ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ପ୍ରେମିକା ଜଣକ କଫ୍ ସିରପ୍ ପିଇ ଦେଇଥିଲେ । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଇଁ ପ୍ରେମିକାକୁ ପ୍ରେମିକ ଜଣଙ୍କ ହସପିଟାଲରେ ଆଣି […]