ରାଜ୍ୟ ସ୍ପେଶାଲ ରିପୋର୍ଟ

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର

ବୋରିଗୁମ୍ମା: ବୋରିଗୁମ୍ମା ଜାତୀୟ ରାଜପଥ ୨୬ ନମ୍ବର ଅଞ୍ଚଳା ନିକଟରେ ରାସ୍ତାକଡ଼ରେ ଏକ ଅଚିହ୍ନା ମୃତଦେହ ପଡ଼ି ରହିଛି। କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। କ୍ଷତବିକ୍ଷତ ମୃତଦେହର ଗୋଟିଏ ଗୋଡ଼ ଏବଂ ଗୋଟିଏ ହାତ ଭାଙ୍ଗିଯାଇଛି। ଏହା ହତ୍ୟା ନା ଦୁର୍ଘଟଣା ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ତଦନ୍ତ ଆରମ୍ଭ କରୁଛି। ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନାହିଁ।

ରାଜ୍ୟ

ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ସମାଧାନ‌ରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ: ଚିନ୍ତାବ୍ୟକ୍ତ କଲେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଏହୁଦ ଓଲମେର

ଜେରୁଜେଲମ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦ  ଜାରି ରହିଛି।  ଏନେଇ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଏହୁଦ ଓଲମେର ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି ବିବାଦର ସମାଧାନ ପଛରେ ରାଜନୈତିକ ଇଛାଶକ୍ତିର ଅଭାବ ରହିଛି। ଫାଷ୍ଟପୋଷ୍ଟ ପ୍ରତିରକ୍ଷା ସମ୍ମିଳନୀ ୨୦୨୪ ରେ ଏହୁଦ୍ ଓଲମେର୍ କହିଛନ୍ତି ଯେ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ୨୦୦୮ ମସିହାରେ ଏକ ସମାଧାନର ନିକଟତର ହୋଇଥିଲା। ତେବେ ପାଲେଷ୍ଟାଇନ କର୍ତ୍ତୃପକ୍ଷ ଏଥିରେ ସହମତି ପ୍ରକାଶ କରିବାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଣି ଛାଡ଼ୁନି ଝାଡ଼ଖଣ୍ଡ, କୋଏଲ ନଦୀଶଯ୍ୟା ଶୁଖିଲା: ସହରରେ ଜଳ ସଙ୍କଟ ଆଶଙ୍କା

ରାଉରକେଲା: ପୂର୍ବ ବର୍ଷ ଅପେକ୍ଷା ଏଥର ତାତି ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ହେଲେ ତାତି ନ ବଢ଼ୁନୁ ଏବେଠୁ ଶୁଖିଲାଣି କୋଏଲ ନଦୀର ଧାରା। ଉପର ମୁଣ୍ଡରେ ଝାଡ଼ଖଣ୍ଡ ନିର୍ମିତ ବ୍ୟାରେଜ୍ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ବର୍ତ୍ତମାନ ‌ନଦୀର ଗୋଟିଏ ପାର୍ଶ୍ବରେ କ୍ଷୀଣ ଜଳଧାର ପ୍ରଭାବିତ ହେଉଥିଲା ବେଳେ ଅନ୍ୟପାର୍ଶ୍ବ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି। ଯେଉଁ ପାର୍ଶ୍ବରେ ଜଳଧାର ପ୍ରଭାବିତ ହେଉଛି, ତାହା ବି ଆଉ କିଛି ଦିନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗଠନ ହେଲା ୩୪ଟି ନୂଆ ଏନ୍‌ଏସି: ୫ଏନ୍‌ଏସି ହେଲା ମ୍ୟୁନିସିପାଲିଟି

ଭୁବନେଶ୍ବର: ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଗଠିତ ହେବ। ଚାରିଟି ଜିଲ୍ଲାରେ ୫ଟି ଏନ୍‌ଏସି ମ୍ୟୁନିସିପାଲିଟିକୁ ଉନ୍ନୀତ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୂରଭଞ୍ଜର କରଞ୍ଜିଆ, ବଲାଙ୍ଗୀରର କଣ୍ଟାବାଞ୍ଜି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନ୍‌ଏସିକୁ ମ୍ୟୁନିସିପାଲିଟି ଭାବେ ଉନ୍ନୀତ କରାଯାଇଛି। ସେହିପରି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦଗୁଡ଼ିକ ହେଲା ଅନୁଗୁଳ ଜିଲ୍ଲାର ପାଲଲହଡ଼ା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସଜେଇ ହେଉଛି ଶ୍ରୀଲୋକନାଥ ପୀଠ

ପୁରୀ: ପ୍ରଭୁ ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା ନୀତି ଚୂଡ଼ାନ୍ତ ହୋଇସାରିଛି। ମାର୍ଚ୍ଚ ୬ ତାରିଖ ବୁଧବାର ପଙ୍କୋଦ୍ଧାର ଏକାଦଶୀରେ ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ସୁବିଧା ପାଇବେ। ସେହିଭଳି ମାର୍ଚ୍ଚ ୮ ତାରିଖ ଶୁକ୍ରବାର ଜାଗରଦିନ ରାତି ସାଢ଼େ ୧୨ଟାରେ ଦ୍ବାର ଖୋଲିବା ପରେ ଭୋର୍‌ ୪ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏଥିସହ ଭୋର୍‌ ୪ଟା ପରେ ମହାଦୀପ ଉଠିବା ନେଇ ନୀତି ଧାର୍ଯ୍ୟ ହୋଇଛି। ଏ ନେଇ ପ୍ରସ୍ତୁତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମରାମତି ହେଲେ ପୁଣି ଜମିବ ପର୍ଯ୍ୟଟକଙ୍କ ଭିଡ଼! ନଚେତ ଇତିହାସ ପାଲଟିଯିବ ରାୟଗଡ଼ା ଝୁଲାପୋଲ

ରାୟଗଡ଼ା: ଇତିହାସ ହୋଇ ରହିଯିବ କି ଓଡ଼ିଶାର ଦ୍ୱିତୀୟ ଝୁଲାପୋଲ ଭାବେ ପରିଚିତ ରାୟଗଡ଼ାର ଝୁଲାପୋଲ। ବିପଦଶଙ୍କୁଳ ଦର୍ଶାଇ ଦୁଇବର୍ଷ ତଳୁ ଜିଲ୍ଲା ପ୍ରଶାସନ ଏହାକୁ ସିଲ କରିଦେଇଛି। ନିର୍ମାଣର ଦୀର୍ଘ ବର୍ଷ ପରେବି ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମରାମତି କରାଯାଇନାହିଁ। ଯାହାକୁ ନେଇ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।ଝୁଲାପୋଲର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି।ମରାମତି ପରେ ବି ଏହା କାର୍ଯ୍ୟକ୍ଷମ କରାଯିବ କି ନାହିଁ ତାହା ସଂଦେହ ଘେରରେ। ଦୁଇ ବର୍ଷ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏସ୍‌ସିବିରେ ୪ ନୂଆ ବିଭାଗ ଖୋଲିବା ଯୋଜନା: ଚାଲିଛି ୩୯ ବିଭାଗ; ସବୁଠି ଡାକ୍ତର ଅଭାବ

କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏବେ ବି ୪ଟି ବିଭାଗରେ ପିଜି ଓ ଏମସିଏଚ୍‌ ପାଠ୍ୟକ୍ରମ ଖୋଲିପାରିନି। କାର୍ଡିଓଥୋରାସିସ୍‌ ବିଭାଗରେ ଏମସିଏଚ୍‌ ପାଠ୍ୟକ୍ରମ ଥିଲା। ତାହା କିନ୍ତୁ ୨୦୧୯ରୁ ବନ୍ଦ ହୋଇ ଯାଇଛି। ଏପଟେ ଅଧିକ ୪ଟି ନୂଆ ବିଭାଗ ଖୋଲିବାର ଆବଶ୍ୟକତା ରହିଥିବା କର୍ତ୍ତୃପକ୍ଷ ଅନୁଭବ କରୁଥିଲେ ହେଁ, ତାହା ବିଳମ୍ବିତ ହେବାରେ ଲାଗିଛି। ଏସ୍‌ସିବି କର୍ତ୍ତୃପକ୍ଷ ଖୁବଶୀଘ୍ର ସ୍ୱାସ୍ଥ୍ୟ ବିଭାଗକୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ଦେବେ ବୋଲି ସୂଚନା ମିଳିଛି। କଟକ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ୟୁଟ୍ୟୁବ୍‌ରେ ପାଠ ପଢ଼ାଇ ରୋଜଗାର

ପୁରୀ: ବୟସ ୧୫। ଦଶମ ଶ୍ରେଣୀର ଛାତ୍ର। କିନ୍ତୁ ସୋସିଆଲ୍‌ ମିଡିଆରେ ସେ ଜ୍ୟୋତି ସାର୍‌। ୟୁଟ୍ୟୁବ୍‌ରେ ତାଙ୍କର ଢେର ଖ୍ୟାତି। ନିଜେ ପାଠ ପଢ଼ୁଥିଲେ ବି ପିଲାମାନଙ୍କୁ ୟୁଟ୍ୟୁବ୍‌ ଜରିଆରେ ପଢ଼ାଉଛନ୍ତି ବିଶ୍ବମ୍ଭର ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ରଂଜନ ପାଢ଼ୀ। ‘ଓକେ ଇଂଲିସ୍‌ ଫ୍ରେଣ୍ଡ୍‌ସ’ ଚ୍ୟାନେଲ ତାଙ୍କୁ ଦେଇଛି ୟୁଟ୍ୟୁବର୍‌ର ପରିଚୟ। ୬ ମାସ ତଳେ ସେ ୟୁଟ୍ୟୁବ୍‌ରୁ ପ୍ରଥମ ରୋଜଗାର ୨୪୦ ଡଲାର ପାଇଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପାଖାପାଖି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖରା ପାଇଁ ଏସ୍‌ଓପି ଜାରି: ଓପିଡିରେ ଓଆର୍‌ଏସ୍‌ କର୍ଣ୍ଣର ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ହଠାତ୍ ବୃଦ୍ଧି ପାଇଛି। ଖରା ପାଇଁ ଅଂଶୁଘାତ ଆଶଙ୍କା ବଢ଼ିଯାଇଛି। ଏହାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି। ଏହାସହ ଏକ ଆକ୍ସନ୍ ପ୍ଲାନ୍ ଓ ଏସ୍‌ଓପି ଜାରି ହୋଇଛି। ମାର୍ଚ୍ଚ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ ବୋଲି ସ୍ପଷ୍ଟ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗ୍ରୀଷ୍ମକୁ ନଜରରେ ରଖି ୨୪ଘଣ୍ଟିଆ ଜିଲ୍ଲା ନିରୀକ୍ଷଣ ୟୁନିଟ୍‌(ଡିଏସ୍‌ୟୁ) […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୨୬ରେ ପ୍ରଧାନମନ୍ତ୍ରୀଙ୍କ ମେଗା ରେଳ ପ୍ରକଳ୍ପ ଉଦ୍‌ଘାଟନ: ଓଡ଼ିଶାକୁ ୨୩୨୦ କୋଟିର ଭେଟି

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୫୫୪ଟି ରେଳ ଷ୍ଟେସନ ଓ ୧୫୦୦ ରୋଡ୍ ଓଭର ବ୍ରିଜ୍(ଆରଓବି) ଓ ରୋଡ୍ ଅଣ୍ଡର ବ୍ରିଜ୍(ଆରୟୁବି) ପ୍ରକଳ୍ପର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ। ଯେଉଁଥିରେ ଓଡ଼ିଶାର ୨୧ଟି ଅମୃତ ଭାରତ ରେଳ ଷ୍ଟେସନ ଓ ୫୨ଟି ଆରଓବି/ଆରୟୁବି ରହିଥିବା ନେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି। ରେଳ ସଦନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି, ଓଡ଼ିଶାରେ ଶିଳାନ୍ୟାସ ହେବାକୁ […]