ହାଜର ନ ହେଲେ କାର୍ଯ୍ୟାନୁଷ୍ଠାନ: ଏନ୍ଆଇଏ କୋର୍ଟ
ମୁମ୍ବାଇ: ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଚାଲିଥିବା ଶୁଣାଣିରେ ମଙ୍ଗଳବାର ଠାରୁ ନିର୍ଦ୍ଧାରିତ ତାରିଖରେ ନିଶ୍ଚିତ ହାଜର ହେବାକୁ ସ୍ବତନ୍ତ୍ର ଏନ୍ଆଇଏ କୋର୍ଟ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ଅନ୍ୟ ୬ ଅଭିଯୁକ୍ତଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଦଣ୍ଡବିଧି ସଂହିତା (ସିଆର୍ପିସି) ଅନୁସାରେ ପ୍ରଜ୍ଞା ଠାକୁର ଓ ଅନ୍ୟ ୬ ଜଣ ଅଭିଯୁକ୍ତ କୋର୍ଟରେ ପ୍ରତ୍ୟକ୍ଷ ହାଜର ହୋଇ ନିଜର ବୟାନ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅକ୍ଟୋବର ୨୦୨୩ […]









