ଖେଳ ଦେଶ ବିଦେଶ

ଶ୍ରୀଲଙ୍କା ଶୃଙ୍ଖଳା ଲାଗି ସଜବାଜ

ଲକ୍ଷ୍ନୌ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୬-୦ (ଉଭୟ ଶୃଙ୍ଖଳାକୁ ୩-୦ରେ ଜିତିବା ପରେ)ରେ ପୋଛିନେବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ଉପରେ ନଜର ପକାଇଛି। ଶ୍ରୀଲଙ୍କା ବିପକ୍ଷରେ ଭାରତ ଦୁଇଟି ପର୍ଯ୍ୟାୟରେ ଦୁଇଟି ଶୃଙ୍ଖଳା ଖେଳିବ। ପ୍ରଥମେ ତିନିଟି ଟ୍ବେଣ୍ଟି-୨୦ ଖେଳିବ। ତା’ ପରେ ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରେ ମଧ୍ୟ ଅବତ୍ତୀର୍ଣ୍ଣ ହେବ। ପୂର୍ବରୁ ଉଭୟ ଦଳ ପ୍ରଥମେ ଟେଷ୍ଟ୍ ଏବଂ […]

ଦେଶ ବିଦେଶ ପର୍ଯ୍ୟଟନ

କୋଟିଆରେ ଫଳିଲା ଷ୍ଟ୍ରବେରି

ପଟ୍ଟାଙ୍ଗି: କୋଟିଆରେ ଫଳିଛି ଷ୍ଟ୍ରବେରି | ଆନ୍ଧ୍ର-ଓଡିଶା ସୀମା ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା କୋଟିଆରେ ଏବେ ଷ୍ଟ୍ରବେରି ଚାଷ ହେଉଥିବାର ଦେଖିବାକୁ ମିଳିଛି | ଭିଟାମିନ-ସି ଓ ଆଇରନରେ ଭରପୁର ଷ୍ଟ୍ରବେରି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାବେଳେ କୋଟିଆର ଜଳବାୟୁ ଏହି ଚାଷ ପାଇଁ ଉପଯୁକ୍ତ ବୋଲି ଜଣାପଡିଛି | କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ […]

ଦେଶ ବିଦେଶ ମନୋରଞ୍ଜନ

ବିବାହ ପରେ ଇନଷ୍ଟାଗ୍ରାମରେ ନାମ ପରିବର୍ତ୍ତନ କଲେ ଶିବାନୀ ଦାଣ୍ଡେକର

ନୂଆଦିଲ୍ଳୀ ୨୩।୦୨: ଫେବୃଆରୀ ୧୯ରେ ବଲିଉଡ ଅଭିନେତା ଫରହାନ ଅଖତର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ସହ ବିବାହ କରିଥିଲେ । ଏହି ଦମ୍ପତି ୪ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ । ମହାରାଷ୍ଟ୍ରୀୟ ପାରମ୍ପରିକ ସହ ସେମାନେ vowରେ ଦୁହିଁଙ୍କର ବିବାହ ହୋଇସାରିଛି। ବିବାହ ପରେ ସେମାନେ ବାହାରକୁ ଯାଉଥିବା ଫଟୋ ମଧ୍ୟ ଭାଇରାଲ ହେଇଥିଲା। ନିକଟରେ ଅଭିନେତ୍ରୀ ତାଙ୍କ ବିବାହର କିଛି ଦିନ ପରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜ […]

ଦେଶ ବିଦେଶ ମନୋରଞ୍ଜନ

‘ଗଙ୍ଗୁବାଇ କାଠିଆୱାଡି’ରେ କମାଠିପୁରା ନାମକୁ ନେଇ ବିବାଦ, ଫିଲ୍ମ ବିରୋଧରେ ହାଇକୋର୍ଟରେ ଗଲେ ବିଧାୟକ ଅମିନ ପଟେଲ୍‌

ମୁମ୍ବାଇ ୨୩।୦୨: ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ଗାଙ୍ଗୁବାଇ କାଠିଆୱାଡି ରିଲିଜ୍ ପାଇଁ ମାତ୍ର ଆଉ ୨ଦିନ ବାକି ଅଛି। ଏହି ଫିଲ୍ମର ଘୋଷଣା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଜଡିତ କିଛି ବିବାଦ ଲାଗି ରହିଛି। ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସବୁବେଳେ ବିବାଦରେ ଥାଏ । ଏହାର କାରଣ ହେଉଛି ସେମାନେ ଐତିହାସିକ ବିଷୟ ଉପରେ ଅଧିକ ଚଳଚ୍ଚିତ୍ର ନିର୍ମାଣ କରନ୍ତି। ଏବଂ ଯେଉଁଥିପାଇଁ ଏହା ବିବାଦ ଲାଗି ରହିବା ସ୍ୱାଭାବିକ […]

ଦେଶ ବିଦେଶ ମନୋରଞ୍ଜନ

ହାଇକୋର୍ଟ ବିଚାରପତିଙ୍କୁ ଟ୍ବିଟ୍‌ କରିବା ପଡିଲା ମହଙ୍ଗା, ଗିରଫ ହେଲେ କନ୍ନଡ ଅଭିନେତା ଚେତନ କୁମାର

ନୂଆଦିଲ୍ଳୀ ୨୩।୦୨: ଟ୍ୱିଟ୍ କରିବା ପଡିଲା ମହଙ୍ଗା। ହିଜାବ ବିବାଦରେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଟ୍ବିଟ୍‌ କରିବା ପଡିଲା ଭାରି। ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ମାନହାନିକର ଟ୍ୱିଟ୍ ପୋଷ୍ଟ କରି ଗିରଫ ହୋଇଛନ୍ତି କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାର ଅହିଂସା। ତାଙ୍କ ବିରୋଧରେ ଥାନାରେ ଆଇପିସିର ଧାରା ୫୦୫-୨, ୫୦୪ ଅନୁସାରେ ମାମଲା ଦାୟର ହେବା ପରେ ଚେତନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ସିଟି ପୋଲିସ। ଚେତନଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିବରାତ୍ରୀ ପାଇଁ ଦୀପ କାରିଗରଙ୍କୁ ନିଦ ନାହିଁ, ବିଡ଼ାନାସୀରେ ପ୍ରସ୍ତୁତି ଚାଲିଛି ଦେଢ଼ କ୍ବିଣ୍ଟାଲ୍‌ ଘିଅ ଦୀପ; ଚାଉଳିଆଗଂଜରେ ଜଳିବ

କଟକ: ଆଉ ଦିନ କେଇଟା ପ‌ରେ ମହାଶିବରାତ୍ରୀ। ଫଗୁଣ ମାସର ଅମାବାସ୍ୟା ଚତୁର୍ଦ୍ଦଶୀରେ ପାଳନ ହୋଇଥାଏ ମହାଶିବରାତ୍ରୀ ବା ଜାଗର। ଜାଗର ଉତ୍ସବ ପାଳନ ପାଇଁ ସହରରେ ଥିବା ଶିବ ମନ୍ଦିର ମାନଙ୍କରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଶୈବ ପୀଠ ମାନଙ୍କରେ ଜାଗର ଜାଳି ନିଜ ବ୍ରତ ସମ୍ପୂର୍ଣ୍ଣ କରିଥାନ୍ତି ବ୍ରତଧାରୀ। ଏହାକୁ ନଜ‌ରରେ ରଖି ସହରର ବିଡ଼ାନାସୀ ଠାରେ ଥିବା କୁମ୍ଭାର ସାହିରେ ଏବେ ଦୀପ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଭାବେ ଆରମ୍ଭ […]

ରାଜ୍ୟ ସ୍ୱାସ୍ଥ୍ୟ

ଓଡ଼ିଶାରେ କୋଭିଡ୍‌ ଟିକା ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ବର : ଓଡ଼ିଶାରେ ବୟସ୍କ ଲୋକଙ୍କ କୋଭିଡ୍‌ ଟିକାକରଣକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ରାଜ୍ୟରେ ୯୯ ପ୍ରତିଶତ ବୟସ୍କ ଲୋକ ଟିକା ନେଇସାରିଥିବା ରାଜ୍ୟ ସରକାର ଦାବି କରୁଛନ୍ତି। ମୁଣ୍ଡ ଗଣନା ଅନୁସାରେ ରାଜ୍ୟରେ ଏହି ଲକ୍ଷ୍ୟ ହାସଲ କରିଥିବା କୁହାଯାଉଛି। କିନ୍ତୁ କେନ୍ଦ୍ର ସରକାରଙ୍କ ତଥ୍ୟ ଭିନ୍ନ ‌ଚିତ୍ର ଦେଖାଉଛି। ରାଜ୍ୟର ଏବେ ବି ସାଢ଼େ ୪ଲକ୍ଷ ବୟସ୍କ ନିଜର ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି ବୋଲି କେନ୍ଦ୍ର ତଥ୍ୟ ଦେଇଛି। କେନ୍ଦ୍ରର […]

ଦେଶ ବିଦେଶ ମନୋରଞ୍ଜନ

କୋର୍ଟରେ ହାଜର ହେଲେ ବିରେନ୍ଦ୍ର ସେହୱାଗଙ୍କ ପତ୍ନୀ ଆରତୀ, ଜାଣନ୍ତୁ ଏହାର ପୁରା ମାମଲା…

ନୂଆଦିଲ୍ଳୀ ୨୩।୦୨: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବିରେନ୍ଦର ସେହୱାଗଙ୍କ ପତ୍ନୀ ଆରତୀ ସେହୱାଗ ମଙ୍ଗଳବାର ଦିନ ଗ୍ରେଟର ନୋଏଡା ସ୍ଥିତ ଜିଲ୍ଲା କୋର୍ଟରେ ହାଜର ହୋଇଥିଲେ। ହାଜର ହେବା ପରେ ଆରତୀଙ୍କୁ କୋର୍ଟରୁ ଏକ ବଡ ଆଶ୍ବସ୍ଥି ମିଳିଥିଲା ​​ଏବଂ ଜିଲ୍ଲା ଜାମିନ ବିହୀନ ଜାମିନ ଆବେଦନ ପ୍ରତ୍ୟାହାରକୁ ଗ୍ରହଣ କରିଥିଲେ। ଆରତୀ ସେହୱାଗ ଦୀର୍ଘ ସମୟ ଧରି କୋର୍ଟରେ ଅନୁପସ୍ଥିତ ଥିଲେ ଏବଂ ଏହି କାରଣରୁ ୱାରେଣ୍ଟ ଜାରି କରାଯାଇଥିଲା। ଚେକ୍ ବାଉନ୍ସ […]

କଳା ଓ ସଂସ୍କୃତି ରାଜ୍ୟ

ଆଜି ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଫାଲ୍‌ଗୁନ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସନ୍ଧ୍ୟା ୫ଟାରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଜୟ-ବିଜୟ ଦ୍ବାର ଓ ବେହରଣ ଦ୍ବାର ବନ୍ଦ ପରେ ରତ୍ନସିଂହାସନରେ ବିଜେ ଶ୍ରୀଜିଉଙ୍କୁ ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ। ଏଣୁ ଆସନ୍ତାକାଲି(ବୁଧବାର) ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଏହା ପରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜଧାନୀରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ଅଫଲାଇନ୍ ପରୀକ୍ଷାକୁ ବିରୋଧ

ଭୁବନେଶ୍ବର ୨୩।୨: ରାଜଧାନୀରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ପରୀକ୍ଷା ଦାବିରେ ରାଜଧାନୀରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। କରୋନା ସମୟରେ ଅଫଲାଇନ୍ ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ବିକ୍ଷୋଭ ପ୍ରତିବାଦରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ପାଠପଢା ଅନଲାଇନ୍ ରେ ହୋଇଥିବା ବେଳେ ପରୀକ୍ଷା କାହିଁକି ଅଫଲାଇନରେ ଦେବୁ ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।