ଖେଳ ଦେଶ ବିଦେଶ

ରଣଜୀ ଟ୍ରଫି : ବ୍ୟାଟିଂ ଓ ବୋଲିଂରେ ଫେଲ ମାରିଲା ଓଡିଶା, ସୌରାଷ୍ଟ୍ର ବିପକ୍ଷରେ ଇନିଂସ ପରାଜୟ

ଭୁବନେଶ୍ୱର, ୨୮ ।୦୨: ଉଭୟ ବୋଲିଂ ଓ ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଡିଫେଣ୍ଡିଂ ଚାମ୍ପିଅନ ସୌରାଷ୍ଟ୍ର ବିପକ୍ଷରେ ଓଡ଼ିଶା ଇନିଂସ ଓ ୧୩୧ ରନ୍‌ରେ ପରାଜିତ ହୋଇଛି । ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିଅନ ସୌରାଷ୍ଟ୍ର ୭ ପଏଣ୍ଟ ପାଇଛି । ଦ୍ୱିଶତକ ହାସଲ କରିଥିବା ଚିରାଗ ଜାନି (୨୩୫) ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ସୌରାଷ୍ଟ୍ର ପ୍ରଥମ ଇନିଂସରେ ୫୦୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଥିଲା । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୋମବାରରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର: ଦୁଇ ବର୍ଷ ପରେ ସୋମବାରଠାରୁ ଖୋଲିବ ପ୍ରଥମରୁ ୫ମ ଶ୍ରେଣୀ। ଏଥିସହ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଲାସରୁମ ପାଠପଢା ମଧ୍ୟ ଆରମ୍ଭ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ନିଆଯାଇଥିଲା। ଆସନ୍ତାକାଲି ଠାରୁ ପ୍ରଥମ ରୁ […]

ମନୋରଞ୍ଜନ ରାଜ୍ୟ

ରାମ ନା ଚଣ୍ତି ଦାସ, ସୀତା ନା ନେତ୍ରମଣୀ: ‘ସୀତା ବିବାହ’ ନାମରେ ଭାଇରାଲ୍‌ ହେଉଛି ଭୁଲ ଛବି

ଆପଣମାନେ ମଧ୍ୟ ଗୁଗୁଲ୍‌ରେ ଏଠାରେ ସ˚ଯୁକ୍ତ ହୋଇଥିବା କଳାଧଳା ଛବି ଦେଖୁଥିବେ ଓ ପଢ଼ିଥିବେ ଯେ ଏହା ହେଉଛି ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ଛବି। ସାମାଜିକ, ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମରେ ଏହି ଛବି ବେଶ୍ ଭାଇରାଲ୍‌ ହୋଇଛି, ଅଥଚ ତାହାର ମୂଳ ଉତ୍ସ କେହି ଖୋଜିନାହାନ୍ତି । ସୀତା ବିବାହ ନାମରେ ପ୍ରଚୁର ଭାଇରାଲ ହେଉଥିବା ଛବି ମଧ୍ୟରୁ ଗୋଟିଏ ‘ମାଟିର ମଣିଷ’ର ଯେଉଁଥିରେ ସୁଜାତା ଆନନ୍ଦ ଅଛନ୍ତି, ଆର ଛବିଟି ୧୯୩୪ […]

ମନୋରଞ୍ଜନ ରାଜ୍ୟ

ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ୱନାଥ’ରେ ମିହିର, ସଲିଲ୍

ରାଇମୋହନ, ପୃଥ୍ବୀରାଜ, ଚୌଧୁରୀ ବିକାଶ ଦାସଙ୍କ ସହ ସ୍ବର୍ଗତ ମିହିର ଦାସ ଏକାଠି ଦେଖିବାକୁ ମିଳିବେ ଏଇ ଚଳଚ୍ଚିତ୍ରରେ। ପୁଣି ସ୍ବର୍ଗତ ସଲିଲ୍ ମିତ୍ରଙ୍କ ସହ ଅଭିନେତ୍ରୀ ପ୍ରତିଭା ପଣ୍ଡା, ମନୀଷା ମିଶ୍ର, ନୂପୁର ଘୋଷ, ପିଣ୍ଟୁ ନନ୍ଦ, ଭବାନୀ, ବିଶ୍ବ, ପବନ ଏବଂ ଚଳଚ୍ଚିତ୍ରରେ ଥିବା ଆଇଟମ୍ ଗୀତଦୃଶ୍ୟରେ ନାୟିକା ଅଛନ୍ତି ଅନନ୍ୟା। ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ବନାଥ’ ଅନେକ ଦିନରୁ ନିର୍ମାଣ ହେଇଆସୁଥିଲେ ମଧ୍ୟ ଅଦ୍ୟାବଧି ଏହା ମୁକ୍ତିଲାଭ କରିପାରି ନ […]

ଖେଳ ଦେଶ ବିଦେଶ

ଭାରତର ଆଉ ଏକ‌ ଶୃଙ୍ଖଳା ବିଜୟ

ଧର୍ମଶାଳା, ୨୬ା୨: ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରସ୍ତୁତି ଠିକଣା ପଥରେ ରହିଛି। ଲଗାତାର ୩ଟି ଶୃଙ୍ଖଳାରେ ରୋହିତ ଶର୍ମାଙ୍କ ‌‌ଟ୍ବେଣ୍ଟି-୨୦ ଦଳ ବିଜୟୀ ହୋଇ ହ୍ୟାଟ୍ରିକ କରିଛି। ଶନିବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ୭ ୱିକେଟରେ ସହଜ ବିଜୟ ସହ ଏହି ଗୌରବ ଅର୍ଜନ କରିଛି। ବୋଲରମାନେ ୧୮୩ ରନ୍‌ ଲିକ୍ କରିବା ପରେ ଶ୍ରେୟସ ଆୟର, ସଞ୍ଜୁ ସାମ୍‌ସନ୍‌, ରବୀନ୍ଦ୍ର ଜାଦେଜାଙ୍କ ବିସ୍ଫୋରକ ବ୍ୟାଟିଂ ଶ୍ରୀଲଙ୍କା ପାଳିକୁ ୧୭ ବଲ୍ ପୂର୍ବରୁ ପଛରେ ପକାଇ ଦେଇଥିଲା। […]

ଧର୍ମ ରାଜ୍ୟ

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଲୋକନାଥଙ୍କ ସ୍ୱତନ୍ତ୍ର ରୀତିନୀତି

ପୁରୀ ୨୭।୦୨ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ଏହି ଅବସରରେ ପୁରୀର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ଗମ୍ଭୀରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ କଢ଼ାଯିବ। ସେହିପରି ମହାପ୍ରଭୁ ଲୋକନାଥ ଦେବ ବର୍ଷ ତମାମ ପୁଷ୍ପ ନୈବେଦ୍ୟରେ ଲୁକାୟିତ ଥିବା ବେଳେ ଆଜିର ଦିନରେ ବିଶେଷ ଦର୍ଶନ ଦେଇଥାନ୍ତି । ତେବେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଚୂଡାନ୍ତ ନୀତି ନିର୍ଘଣ୍ଟ […]

ଖେଳ ଦେଶ ବିଦେଶ

ଏଫଆଇଏଚ ହକି ପ୍ରୋ ଲିଗ୍ : ସ୍ପେନକୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଟିମ୍

ନୂଆଦିଲ୍ଲୀ,୨୭/୦୨: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପ୍ରୋ ଲିଗରେ ଚଳିତ ସିଜିନର ପ୍ରଥମ ମ୍ୟାଚରେ ବିଜୟ ଲାଭ କରିଛି ଟିମ ଇଣ୍ଡିଆ। ସ୍ପେନକୁ ୨-୧ ଗୋଲରେ ହରାଇଛି ଭାରତୀୟ ମହିଳା ହକି ଟିମ୍ । ମ୍ୟାଚରେ ଭାରତୀୟ ମହିଳା ଟିମ୍ ଓ ସ୍ପେନ ମହିଳା ଟିମ୍ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ୨୪ ନମ୍ବର ଜର୍ସି ଖେଳାଳି ଜ୍ୟୋତି ଦ୍ୱିତୀୟ କ୍ୱାର୍ଟରରେ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ୩୨ ନମ୍ବର ଖେଳାଳି […]

ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ପରଦାରେ ନଜର ଆସିବେ ହ୍ରିତିକ୍‌ ଏବଂ ଦୀପିକା, ଖୁବ ଶୀଘ୍ର ଆରମ୍ଭ ହେବ ଫିଲ୍ମ ‘ଫାଇଟର’ର ଶୁଟିଂ

ନୂଆଦିଲ୍ଳୀ ୨୭।୦୨ : ବଲିଉଡ ଆକ୍ସନ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ବଡ ପରଦାରେ ଦେଖିବାକୁ ମିଳିବ ଏହି ଯୋଡିଙ୍କୁ । ଦୁହିଁଙ୍କୁ ଫିଲ୍ମ ‘ଫାଇଟର’ ରେ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଅଭିନେତାଙ୍କ ଜନ୍ମଦିନରେ ଏହି ଫିଲ୍ମର ନାମ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ପ୍ରଶଂସକ ଏହି ଫିଲ୍ମ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ। ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର […]

ଦେଶ ବିଦେଶ ମନୋରଞ୍ଜନ

ସୁସ୍ମିତାଙ୍କୁ ପାଗଳ ବୋଲି ଭାବୁଥିଲେ ମ୍ୟାନେଜର, ଖୁଲାସା କଲେ ଅଭିନେତ୍ରୀ…

ମୁମ୍ବାଇ ୨୭।୦୨: ବଲିଉଡ ଜଣାଶୁଣା ସୁସ୍ମିତା ସେନ ତାଙ୍କ ଅଭିନୟ ପାଇଁ ବେଶ ପରିଚିତ । ନିଜର ଅଭିନୟ ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବେଶ କିଛିଦିନ ହେବ ବଡ ପରଦାଠାରୁ ଦୂରରେ ଥିବା ସୁସ୍ମିତା ଏକ ୱେବ ସିରିଜ ଜରିଆରେ ପୁଣିଥରେ ଅଭିନୟ ଦୁନିଆକୁ ଏଣ୍ଟ୍ରି କରିଥିଲେ। ଆଉ ଏଥିରେ ଦର୍ଶକେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ। ଏହି ୱେବ ସିରିଜଟି ହେଉଛି ‘ଆର୍ଯ୍ୟା’। ଏଥିରେ ତାଙ୍କର ଅଭିନୟ ସମସ୍ତଙ୍କୁ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଲୋକନାଥଙ୍କ ମନ୍ଦିରରେ ଜଳିବ ବିରାଟ ଜଗତମଙ୍ଗଳ ଦୀପ, ପଡ଼ିବ ୪୫ ଟିଣ ଶୁଦ୍ଧ ଘିଅ

ପୁରୀ ୨୭।୦୨: ଆଜି ପଙ୍କୋଦ୍ଧାର ଏକାଦଶୀ । ମହାପ୍ରଭୁ ଶ୍ରୀଲୋକନାଥଙ୍କ ମନ୍ଦିରରେ ଜଳିବ ବିରାଟ ଜଗତମଙ୍ଗଳ ଦୀପ । ୭ ଫୁଟ ଲମ୍ବା, ୪ ଫୁଟ ଚଉଡ଼ା ଓ ୨ ଫୁଟ ଗଭୀର ଏହି ଦୀପ । ୫୦୦ ଫୁଟ ଲମ୍ବା ଓ ୧୦ ଇଞ୍ଚ ମୋଟେଇ ସଳିତା ଏହି ଦୀପରେ ପଡ଼ିବ । ଯାହା ଜାଗର ପରଦିନ ସକାଳ ପର୍ଯ୍ୟନ୍ତ ଜଳିବ । ଦୀପରେ ପଡ଼ିବ ୪୫ ଟିଣ ଶୁଦ୍ଧ ଘିଅ । ୧୦ ବର୍ଷରେ […]