ଦେଶ ବିଦେଶ ମନୋରଞ୍ଜନ

ପରଦାକୁ ଆସିବ ‘ନୋ ଏଣ୍ଟ୍ରି’ର ସିକ୍ୱେଲ, ନିର୍ଦ୍ଦେଶନା ଦେବେ ଅନୀଷ ବଜମୀ

ମୁମ୍ବାଇ ୦୨।୦୩ : ଖୁବ ଶୀଘ୍ର ହଲକୁ ଆସିବ ବଲିଉଡ ଭାଇଜାନ ସଲମାନ ଖାନଙ୍କ ହିଟ ସିନେମା ‘ନୋ ଏଣ୍ଟ୍ରି’ର ସିକ୍ୱେଲ । ୨୦୦୫ରେ ସାରା ବଲିଉଡ ଇଣ୍ଡଷ୍ଟ୍ରିରେ ଧମାଲ କରିଥିଲା ସଲମାନ-ଅନିଲ କପୁରଙ୍କ ଏହି ଜବରଦସ୍ତ ଯୋଡି । ତେବେ ଏହି କମେଡି ସିନେମାର ସିକ୍ୱେଲ କରିବାକୁ ଯାଉଛନ୍ତି ପ୍ରଯୋଜକ ବୋନି କପୁର । ପ୍ରଥମ ଫିଲ୍ମର ନିର୍ଦ୍ଦେଶକ ଅନୀଷ ବଜମୀ ଏହାର ସିକ୍ୱେଲରେ ମଧ୍ୟ ନିର୍ଦ୍ଦେଶନା ଦେବେ । କିନ୍ତୁ ଏହି ଫିଲ୍ମ ନିର୍ମାଣ […]

ଧର୍ମ ରାଜ୍ୟ

ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ସମ୍ପନ୍ନ, ଭୋର ୫ଟାରେ ଉଠିଲା ମହାଦୀପ

ଚାନ୍ଦବାଲି ୦୨।୦୩ : ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେଲା ବାବା ଆଖଣ୍ଡଳଣିଙ୍କ ଜାଗରଯାତ୍ରା । ଭୋର ୫ଟାରେ ମନ୍ଦିରଚୂଡାକୁ ଉଠିଲା ମହାଦୀପ । ଖବର ଅନୁଯାୟୀ, ପବିତ୍ର ମହାଶିବରାତ୍ରୀରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶାନ୍ତିଶୃଙ୍ଖଳାର ସମ୍ପନ୍ନ ହୋଇଛି । ଏଥିପାଇଁ ମଙ୍ଗଲବାର ରାତ୍ରତମାମ ବାବାଙ୍କର ସ୍ବତନ୍ତ୍ର ନୀତିକାନ୍ତି ସହ ସୁନାବେଶ ଅନୁଷ୍ଠିତ ହୋଇଥିଲା । ସେବାୟତଙ୍କ ପକ୍ଷରୁ ୪୦ କେଜି ଘିଅର ନିର୍ମିତ ମହାଦୀପ ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ମଣିବାବାଙ୍କ ପାଖରେ ଉତ୍ସର୍ଗିତ ହୋଇଥିଲା । ଏହାପରେ […]

ରାଜ୍ୟ ସ୍ୱାସ୍ଥ୍ୟ

ମା ତାରିଣୀଙ୍କ ମନ୍ଦିରରେ କରୋନା କଟକଣା କୋହଳ, ଦର୍ଶନ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଘଟଗାଁ ୦୨।୦୩ : ଘଟଗାଁ ମା ତାରିଣୀଙ୍କ ମନ୍ଦିରରେ କୋହଳ ହେଲା କରୋନା କଟକଣା । କେବଳ ମାସ୍କ ପରିଧାନ କରି ଦର୍ଶନ କରିବେ ସମସ୍ତ ଭକ୍ତ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ ଦର୍ଶନ ପାଇଁ କୋହଳ ହୋଇଛି କୋରୋନା କଟକଣା । ଆସନ୍ତା ୦୩ ତାରିଖ ଠାରୁ ସମସ୍ତ ଭକ୍ତ ମାଙ୍କୁ ଦର୍ଶନ କରିପାରିବେ । […]

ଦେଶ ବିଦେଶ ମନୋରଞ୍ଜନ

ଚଳଚ୍ଚିତ୍ର ସମୀକ୍ଷକ ଜୟ ପ୍ରକାଶ ଚୋକସିଙ୍କ ଦେହାନ୍ତ, କିଛି ଦିନ ପୂର୍ବରୁ ଲେଖିଥିଲେ ଶେଷ ଲେଖା

ନୂଆଦିଲ୍ଲୀ ୦୨/୦୩ : ଜଣାଶୁଣା ଚଳଚ୍ଚିତ୍ର ସମୀକ୍ଷକ ଜୟପ୍ରକାଶ ଚୋକସି ଆଉ ନାହାଁନ୍ତି । ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ଚୋକସି ଆଜି ସକାଳ ୮.୧୫ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତ । ଇନ୍ଦୋରରେ ହେବ ତାଙ୍କର ଶେଷ ସତ୍କାର । ଦେଶର ଅଗ୍ରଣୀ ଚଳଚ୍ଚିତ୍ର ପତ୍ରିକା ଏବଂ ଖବରକାଗଜରେ ୮୩ ବର୍ଷିୟ ଚୋକସିଙ୍କ ଅନେକ ପ୍ରବନ୍ଧ ଏବଂ ଚଳଚ୍ଚିତ୍ର ସମୀକ୍ଷା ପ୍ରକାଶ ପାଇଛି । ଅନେକ ପାଠକ ତାଙ୍କ ଲେଖାକୁ […]

କଳା ଓ ସଂସ୍କୃତି ରାଜ୍ୟ

ହର ହର ମହାଦେବ ଧ୍ୱନିରେ ଗୁଞ୍ଝରିତ ହୋଇଥିଲା ଜଇରାମପୁର

କଟକ ଜିଲ୍ଲା ନିଶ୍ଚିତ କୋଇଲିର ବ୍ଲକ ଅନ୍ତର୍ଗତ ଜଇରାମପୁର ଠାରେ ହର ହର ମହାଦେବ ଧ୍ୱନିରେ ଗୁଞ୍ଝରିତ ହୋଇଥିଲା ଜଇରାମପୁର କ୍ଷେତ୍ର, ଉପେଶ୍ୱର ମନ୍ଦିର ପରିଷର ଶିବମୟ ହୋଇଉଠିଥିଲା, ଆଧ୍ୟାତ୍ମିକ ପରିବେଶ ସାସ୍କୃୃଂତିକ କାର୍ଯ୍ୟକ୍ରମ ରେ ବିଭୋର ଥିଲେ ଭକ୍ତଗଣ କିଏ ଦୀପଟିଏ ଜାଳିବସିଥିଲେ ତ ଆଉ କିଏ ଆଖିବୁଜି ମହାଦେବଙ୍କ ମନ୍ତ୍ର ଉଚାରଣ କରୁଥିଲେ ତା ସହିତ ଉତ୍କଣ୍ଠାର ସହିତ ମହାଦୀପ ଦର୍ଶନକୁ ଅପେକ୍ଷା କରି ରହିଥିଲେ, ଭକ୍ତିମୟ ବାତା ବରଣରେ ଭକ୍ତଙ୍କ ମୁହଁରୁ ବାହାରି […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

କପିଳାସ ପୀଠରେ ସରିଲା ଜାଗର ଯାତ୍ରା, ଭକ୍ତ ଦେଖିଲେ ପ୍ରଭୁଙ୍କ ଦୁର୍ଲଭ ନାଗାଭରଣ ବେଶ

ଢେଙ୍କାନାଳ ୦୨।୦୩: କୋଭିଡ଼ କଟକଣାରେ ଢେଙ୍କାନାଳର ପ୍ରସିଦ୍ଧ ଶିବପୀଠ କପିଳାସରେ ଜାଗର ଯାତ୍ରା ସମ୍ପନ୍ନ । ଭୋର ୪ଟା ୨୫ ମିନିଟରେ ମନ୍ଦିର ଚୁଡ଼ାକୁ ଉଠିଲା ମହାଦୀପ । ଦୁର୍ଲଭ ନାଗାଭରଣ ବେଶ ଦର୍ଶନ ପାଇଁ ମନ୍ଦିରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ନୀତିକାନ୍ତି ମୁତାବକ, ମହାପ୍ରଭୁଙ୍କର ଚାରି ପ୍ରହାରରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିଥିବା ଦେଖାଯାଇଥିଲା । ପୂର୍ବରୁ ନୀତି ନିର୍ଘଣ୍ଟ ମୁତାବକ ଭୋର ୩ଟା ୫୫ରେ […]

ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଫୁଲରେ ସଜେଇ ହେଲା ସ୍କୁଲ୍‌

ଭୁବନେଶ୍ବର: ଫୁଲରେ ସଜେଇ ହୋଇଥିଲା ସ୍କୁଲ। ଫାଟକରୁ ଆରମ୍ଭ କରି ଶ୍ରେଣୀଗୃହ ପର୍ଯ୍ୟନ୍ତ, ସବୁଠି ଶୋଭା ପାଉଥିଲା ଝୋଟି ଓ ବେଲୁନ୍‌। ପ୍ରବେଶ ପଥରେ ଥିଲା କଳସ ଓ ଆମ୍ବଡାଳ। ପିଲାଙ୍କୁ ଫୁଲ, ଚନ୍ଦନ ଓ ସିନ୍ଦୂର ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବାଗତ କରୁଥିଲେ। ଯାହାର ଦୃଶ୍ୟ ଥିଲା ଅବର୍ଣ୍ଣନୀୟ। ଏଭଳି ପରିବେଶରେ ଆଜିଠାରୁ ଭୁବନେଶ୍ବରରେ ଥିବା ସରକାରୀ ଓ ଘରୋଇ ବିଦ୍ୟାଳୟର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଥମ ଦିନ […]

ଦେଶ ବିଦେଶ ମନୋରଞ୍ଜନ

ରାକ୍ଷୀଙ୍କୁ ଧମକ ଦେଲେ ପୂର୍ବ ସ୍ଵାମୀ ରିତେଶ ! କହିଲେ- ମୋ ସାମ୍ନାକୁ ଆସିବନି ନହେଲେ…

ନୂଆଦିଲ୍ଳୀ ୦୧।୦୩ : ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ଏବଂ ରିତେଶ ସିଂ ପରସ୍ପରଠାରୁ ଅଲଗା ହୋଇଛନ୍ତି। କିଛି ସମୟ ପୂର୍ବରୁ ପୋଷ୍ଟ ସେୟାର ରାକ୍ଷୀ ଅଲଗା ହେବାର ଖୁଲାସା କରିଥିଲେ । କିନ୍ତୁ ଏଥର ରିତେଶ ତାଙ୍କ ପୋଷ୍ଟରେ ରାକ୍ଷୀ ବିଷୟରେ ଏଭଳି କିଛି କହିଛନ୍ତି, ଯାହା ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି। ରିତେଶ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାକ୍ଷୀ ସାୱନ୍ତଙ୍କ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି – ରାକ୍ଷୀ ଜୀ […]

ଦେଶ ବିଦେଶ ମନୋରଞ୍ଜନ

ଦୁର୍ଘଟଣାର ଶିକାର ହେଲେ କଚା ବାଦାମର ଗାୟକ ଭୁବନ, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ ୦୧।୦୩ : ପଶ୍ଚିମବଙ୍ଗର ଗାଁରେ ବାଦମ୍‌ ବିକ୍ରି କରୁଥିବା ଭୁବନ ନଜର କଚା ବାଦାମ ଗୀତ ଯୋଗୁଁ ବହୁତ ଚର୍ଚ୍ଚାକୁ ଆସିଥିଲେ । ସୋସିଆଲ ମିଡିଆରେ ଛୋଟରୁ ବଡ ଯାଏଁ ସମସ୍ତେ ସେହି ଗୀତରେ ଭିଡିଓ ବନାଇଥିଲେ । ହେଲେ ବର୍ତ୍ତମାନ କଚା ବାଦାମ ଗୀତର ଲୋକପ୍ରିୟ ଗାୟକ ଭୁବନ ବାଦକର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହା ସହ ସେ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲୁକା କଳାରେ ଶାନ୍ତିର ବାର୍ତ୍ତା, ରୁଦ୍ରାକ୍ଷରେ ସ୍ଥାପନ ହେଲା ମହାଦେବଙ୍କ ମୂର୍ତ୍ତି

ପୁରୀ ୦୧।୦୩: ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ଶାନ୍ତି ବିରାଜମାନ କରିବା ଦରକାର । ବିଶ୍ୱଶାନ୍ତି ଆମର କାମ୍ୟ । ମହାଶିବରାତ୍ରି ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିଛନ୍ତି । ୟୁକ୍ରେନ-ଋଷ ଯୁଦ୍ଧ ଅବସରରେ ବାଲୁକା ଶିଳ୍ପୀ ଆମେ ଶାନ୍ତି ଚାହୁଁ ବୋଲି ବାର୍ତ୍ତା ଦେଇଛନ୍ତି । ଏକ ଶିବ ଲିଙ୍ଗ ସହ ମହାଦେବଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ବାଲୁକାକଳାରେ ୨୩ହଜାର ୪୩୬ ରୁଦ୍ରାକ୍ଷ ସ୍ଥାପନ […]