ଦେଶ ବିଦେଶ

ଚାଷୀଙ୍କୁ ପୋଷାକ ପାଇଁ ମେଟ୍ରୋ ସେବାରୁ ନିବୃତ୍ତ କରିଥିବା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ ମିଳିଲା ଉଚିତ ଜବାବ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ମେଟ୍ରୋ ଜଣେ ଚାଷୀଙ୍କୁ ତାଙ୍କ ପୋଷାକ ପାଇଁ ଟ୍ରେନ୍ ସେବାରୁ ନିବୃତ୍ତ କରିଥିବା ସୁରକ୍ଷା ପର୍ଯ୍ୟବେକ୍ଷକଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି। ଜଣେ ଯାତ୍ରୀ ରାଜାଜୀନଗର ମେଟ୍ରୋ ଷ୍ଟେସନରେ ଫେବୃଆରି ୧୮ ତାରିଖରେ ଚାଷୀଙ୍କ ସହିତ ଘଟିଥିବା ଏକ ଘଟଣାକୁ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଅବିଶ୍ୱସନୀୟ… କ’ଣ ମେଟ୍ରୋ କେବଳ ଭିଆଇପି ଲୋକଙ୍କ ପାଇଁ? ମେଟ୍ରୋ ସେବା ବ୍ୟବହାର କରିବା ପାଇଁ କୌଣସି ଡ୍ରେସ୍ କୋଡ୍ ଅଛି କି? କାର୍ତ୍ତିକ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ବରପଦା ଇଂଜିନିୟରିଂ କଲେଜରେ ଅନିୟମିତତା ଅଭିଯୋଗ: ବିକାଶ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲା ବରପଦା ଇଂଜିନିୟରିଂ କଲେଜରେ ଦୁର୍ନୀତି ଅଭିଯୋଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏ ବନ୍ଦ ପାଳନ ହେଉଛି। ବନ୍ଦକୁ ସମର୍ଥନ କରି ବରପଦା ଛକରେ ଥିବା ଦୋକାନ ବଜାର ବନ୍ଦ ରହିଛି। ଫଳରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଓ ଭଦ୍ରକ- ଆଗରପଡା ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଏହି ଅନିୟମିତତାରେ ବିଧାୟକ ପ୍ରଫୁଲ ସାମଲଙ୍କ ପରିବାରର ସଂପୃକ୍ତି ଥିବା ସ୍ଥାନୀୟ ଲୋକେ […]

ଦେଶ ବିଦେଶ

ନଗ୍ନ ଉତ୍ସବରେ ପ୍ରଥମ ଥର ପାଇଁ ଯୋଗଦେ‌ଲେ ମହିଳା: ବଦଳି ଗଲା ଜାପାନର ୧୨୫୦ ବର୍ଷର ଇତିହାସ…

ଟୋକିଓ: ପ୍ରଥମ ଥର ପାଇଁ ଜାପାନରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି। ଦେଶର ୧୨୫୦ ବର୍ଷର ଇତିହାସ ବଦଳି ଯାଇଛି। ଦେଶରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ନେ‌କେଡ ଫେଷ୍ଟିଭାଲ(ନଗ୍ନ ଉତ୍ସବ)ରେ ମହିଳାମାନେ ଯୋଗ ଦେଇଛନ୍ତି। କେବଳ ଲେଙ୍ଗୁଟି ପିନ୍ଧି ୧୦ ହଜାର ପୁରୁଷ ଏହି ଉତ୍ସବରେ ଦୌଡୁଥିଲେ। ହଦାକା ମତ୍ସୁରି କୁହାଯାଉଥିବା ଏହି ଉତ୍ସବରେ ପୁରୁଷମାନେ  ଭାଶୋଇ ଭାଶୋଇ ଚଲୋ ଚଲୋ କହି କାନୋମିୟା ଶିଣ୍ଟୋ ମନ୍ଦିର ଚାରିପଟେ ଘୁରି ବୁଲୁଥିଲେ। କୁହାଯାଏ ଏଭଳି କରିବା […]

ଦେଶ ବିଦେଶ

ମସଜିଦ ତମ ବାପାର କି ? ଜ୍ଞାନବାପି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ଓଓ୍ବେସି

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ସେମାନେ ମୁସଲମାନମାନେ ଗୋଟିଏ ମସଜିଦ ହରାଇଛନ୍ତି କିନ୍ତୁ ସେମାନେ ଏବେ ଆଉ ଏକ ମସଜିଦ ହରାଇବେ ନାହିଁ। ସୋମବାର (ଫେବ୍ରୁଆରି ୨୬, ୨୦୨୪) ସେ ଏକ୍ସ ହ୍ୟାଣ୍ଡେଲ ଜରିଆରେ ଏକ ଭିଡିଓ ଜାର କରି ଏହା କହିଛନ୍ତି। ୧ ମିନିଟ ୩୧ ସେକେଣ୍ଡର ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି- “ମସଜିଦ୍ ତମ ବାପାଙ୍କ ସମ୍ପତ୍ତି କି? ଗୋଟିଏ ମସଜିଦ ହରେଇଛି। […]

ଦେଶ ବିଦେଶ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ଦେଶର ୧୪ ନୁଆ ବନ୍ଦରରେ ଆରମ୍ଭ ହେବ ଡିଜି ଯାତ୍ରା ସର୍ଭିସ୍, ସହର ତାଲିକାରେ ରହିଛି ଭୁବନେଶ୍ବର

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ଡିଜି ଯାତ୍ରା ସର୍ଭିସ୍ ନେଇ ସରକାର ବିସ୍ତାର ଭାବେ ଯୋଜନା ପ୍ରସ୍ତୁତି ଜାରି ରଖିଛନ୍ତି। ଚଳିତ ବର୍ଷ ଦେଶର ୧୪ ନୂଆ ବିମାନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ। ଏହା ଦ୍ବାରା ବିମାନ ଯାତ୍ରୀ ବେଶ ଉପକୃତ ହୋଇପାରିବେ। ବିମାନ ଯାତ୍ରା ଅଧିକ ସହଜ ହୋଇ ପାରିବ। ଏହାଦ୍ବାରା ଯାତ୍ରୀଙ୍କୁ ଚେକ୍-ଇନରେ କମ୍ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିବ। ସମ୍ପ୍ରତି ଏହି ସେବା ଦେଶର ଦିଲ୍ଲୀ […]

ଦେଶ ବିଦେଶ

ବିଦେଶ ଯାଇ ପୁଅ ଚାକିରି କରି ପ୍ରଥମ ଦରମା ପାଇବା ପରେ ଯୁଦ୍ଧରେ କଲା ଜୀବନ

ସୁରଟ: ଗୁଜୁରାଟର ବାସିନ୍ଦା ହେମିଲ ଅଶ୍ୱିନଭାଇ ମାଙ୍ଗୁକିୟା ଉଚ୍ଚାଭିଳାଶୀ ଥିଲେ। ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ହେମିଲ ବିଦେଶ ଯାଇ କାମ କରି ଏବଂ ଟଙ୍କା ରୋଜଗାର କରିବାକୁ ଇଚ୍ଛା ରଖିଥିଲେ। ତାଙ୍କର ଏହି ସ୍ୱପ୍ନ ସେ ତାଙ୍କ ପାଇଁ କାଳ ହେବ ଏକଥା କିଏ ଜାଣିଥିଲା। ମନରେ ଅନେକ ସ୍ବପ୍ନ ନେଇ ଋଷ ଯାଇଥିବା ହେମିଲ ଅଶ୍ୱିନଭାଇଙ୍କ ୟୁ‌କ୍ରେନ ମୋର୍ଚେରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହେମିଲଙ୍କ ସ‌ାନବାପା ଅତୁଲ ମାଙ୍ଗୁକିୟା କହିଛନ୍ତି ଯେ ଏୟାରଷ୍ଟ୍ରାଇକରେ ହେମିଲଙ୍କ ମୃତ୍ୟୁ […]

ଦେଶ ବିଦେଶ

ଆତଙ୍କବାଦୀଙ୍କୁ ନିପାତ କର: ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନକୁ ଚେତାବନୀ ଦେଲା ଇରାନ

ତେହେରାନ: ଆତଙ୍କବାଦକୁ ନେଇ ପାକିସ୍ତାନ ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ପ୍ରାରମ୍ଭରେ ଇରାନ ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକର ଟାର୍ଗେଟ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହାର ଜବାବରେ ପାକିସ୍ତାନ ମଧ୍ୟ ଇରାନ ମାଟି ଉପରେ ଆକ୍ରମଣ କରିଥିଲା। ଏବେ କିଛି ଦିନ ତଳେ ଇରାନ ପାକିସ୍ତାନରେ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ଦାବି କରିଛି। ଇରାନ କହିଛି ଯେ ପାକିସ୍ତାନରେ ଥିବା ଜୈସ୍ ଅଲ୍-ଆଦଲ ଆତଙ୍କବାଦୀ ସଂଗଠନର […]

ଦେଶ ବିଦେଶ

ସଙ୍ଗୀତଜଗତ ସ୍ତବ୍ଧ: ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଟ ପ୍ରଚ୍ଛଦପଟ ଏବଂ ଗଜଲ ଗାୟକ ପଙ୍କଜ ଉଧାସ ଆଉ ନାହାନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ପଙ୍କଜ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଆଜି ଦିନ ପ୍ରାୟ ୧୧ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୨ ବର୍ଷ ‌ହୋଇଥିଲା। ପଙ୍କଜଙ୍କ ଝିଅ ନାୟାବ ଉଧାସ ଏହି ସୂଚନା ଦେଇଛନ୍ତି। ଏହି ଖବରକୁ ନେଇ ସମଗ୍ର ସିନେମା ଓ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ପଙ୍କଜଙ୍କୁ ଗତ ୧୦ […]

ଦେଶ ବିଦେଶ

ରାଜ୍ୟସଭା ନିର୍ବାଚନ ଆଜି: ୧୫ ଆସନ, ୧୮ ପ୍ରାର୍ଥୀ

ନୂଆଦିଲ୍ଲୀ: ଖାଲି ପଡ଼ିଥିବା ରାଜ୍ୟସଭାର ୫୬ଟି ଆସନ ମଧ୍ୟରୁ ଆସନ୍ତାକାଲି ୧୫ଟି ଆସନ ଲାଗି ନିର୍ବାଚନ ହେବ। ଗତ ମଙ୍ଗଳବାର ଦିନ ବିଭିନ୍ନ ରାଜ୍ୟର ୪୧ ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରାଯାଇଥିଲା। ଅବଶିଷ୍ଟ ୧୫ ଆସନ ଲାଗି ତିନିଟି ରାଜ୍ୟରେ କାଲି ଭୋଟ୍ ଗ୍ରହଣ କରାଯିବ। ଏହି ୧୫ଟି ଆସନ ଲାଗି ୧୮ ଜଣ ପ୍ରାର୍ଥୀ ଥିବାରୁ ସମସ୍ତଙ୍କର ନଜର ଏହାର ଫଳାଫଳ ଉପରେ ରହିଛି। କାଲି ସନ୍ଧ୍ୟାରେ ଫଳାଫଳ ଘୋଷିତ ହେବ। ତିନିଟି […]

ଦେଶ ବିଦେଶ

ମାସକରେ ରାମମନ୍ଦିରକୁ ୨୫ କୋଟି ଦାନ

ଅଯୋଧ୍ୟା: ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହୋଇଥିଲା। ପ୍ରାୟ ଏକ ମାସ ମଧ୍ୟରେ ମନ୍ଦିରକୁ ପ୍ରତ୍ୟକ୍ଷ ଭାବେ ୨୫ କୋଟି ଟଙ୍କାର ଦାନ ମିଳିଛି। ରାମ ମନ୍ଦିର ଟ୍ରଷ୍ଟର ଅଧିକାରୀ ପ୍ରକାଶ ଗୁପ୍ତା କହିଛନ୍ତି ଯେ ଦାନଗୁଡ଼ିକ ମଧ୍ୟରେ ଚେକ୍‌, ଡ୍ରାଫ୍ଟ, ନଗଦ ଟଙ୍କା ସହ ୨୫ କିଲୋଗ୍ରାମ ସୁନା ଓ ରୁପା ଅଳଙ୍କାର ରହିଛି। ଦାନରେ ମିଳୁଥିବା ନଗଦ ରାଶିର ଗଣନା ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ସ୍ବୟଂକ୍ରିୟ ଟେଲର […]