ଖେଳ ଦେଶ ବିଦେଶ

‘ଆଇସିସି ମହିଳା ବିଶ୍ବ କପ୍‌ ୨୦୨୨’: ୭ ୱିକେଟ୍‌ ବିନିମୟରେ ଭାରତୀୟ ଟିମ୍‌ ସଂଗ୍ରହ କରିଛି ୨୭୭ ରନ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅକ୍‌ଲାଣ୍ଡ୍‌ସ୍ଥିତ ଇଡେନ୍‌ ପାର୍କରେ ଚାଲିଥିବା ‘ଆଇସିସି ମହିଳା ବିଶ୍ବ କପ୍‌’ରେ ଆଜି ୫୦ ଓଭର୍‌‌ ଖେଳି ଭାରତୀୟ ଦଳ ୭ ୱିକେଟ୍‌ରେ ବିନିମୟରେ ୨୭୭ ରନ୍‌ ସଂଗ୍ରହ କରିଛନ୍ତି। ଖେଳର ଶେଷ ପର୍ଯ୍ୟାୟ ଆଡ଼କୁ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ହର୍‌ମାନ୍‌ପ୍ରୀତ୍‌ କୌର୍‌ ଏବଂ ପୂଜା ବସ୍ତ୍ରକାର ଉତ୍ତମ ବ୍ୟାଟିଙ୍ଗ୍‌ କରି ରନ୍‌ ସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ାଇବାରେ ସମର୍ଥ ହୋଇଥିଲେ। ୫ମ ୱିକେଟ୍‌ ଭାବେ ଖେଳିବାକୁ ଯାଇଥିବା ହର୍‌ମାନ୍‌ପ୍ରୀତ୍‌ ୪୭ଟି ବଲ୍‌ ଖେଳି […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଦୁବାଇରେ ମୁଶାରଫଙ୍କୁ ଭେଟିଲେ ସଞ୍ଜୟ ଦତ୍ତ, ଜାଣନ୍ତୁ କ’ଣ ହେଲେ କଥାବାର୍ତ୍ତା…

ନୂଆଦିଲ୍ଲୀ, ୧୮|୦୩: ୨୦୧୬ରେ ଉରି ଆକ୍ରମଣ ପରେ ଭାରତ ଓ ପାକିସ୍ତାନର ସମ୍ପର୍କ ତିକ୍ତ ହୋଇଯାଇଛି । ପୂର୍ବ ଭଳି ଆଉ ସମ୍ପର୍କ ନାହିଁ ।ଭାରତ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଉଭୟ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି । ଏହାମଧ୍ୟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସହ ଦେଖିବାକୁ ମିଳିଛି । ସଞ୍ଜୟ ଦତ୍ତଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି […]

ଧର୍ମ ରାଜ୍ୟ

ଘର ଘର ବୁଲି ଭୋଗ ଖାଉଛନ୍ତି ରାଧାକୃଷ୍ଣ, ଫଗୁ ରଙ୍ଗରେ ରଙ୍ଗ ଖେଳୁଛନ୍ତି ଦୋଳଗୋବିନ୍ଦ

ଚଣ୍ଡୀଖୋଲ ୧୮/୦୩ : ବିମାନରେ ବସିଛନ୍ତି ଠାକୁର, ଠାକୁରଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଗହଳି । ଚଳିତ ବର୍ଷ ବଡ଼ଚଣା ମୁନସୀ ମେଲଣ ଅନୁଷ୍ଠିତ ହୋଇଛି । ପାରମ୍ପରିକ ଘୋଡା ନାଚ, ସଂକୀର୍ତନ ତାଳେ ତାଳେ ବିମାନରେ ଝୁଲି ଝୁଲି ଆସୁଛନ୍ତି ରାଧାକ୍ରିଷ୍ଣ । କରୋନା କଟକଣା କୋହଳ ହେବା ପରେ ନିରାଡ଼ମ୍ବରରେ ମେଲଣ ଅନୁଷ୍ଠିତ ହେଉଛି । ପ୍ରଥମେ ଥାନପତି ବିମାନ ପହଁଚିବା ପରେ ଆଖପାଖ ଅଂଚଳରୁ ଆସିଥିବା ବିମାନ ଗୁଡିକ ବେଶ ପାରମ୍ପରିକ ରୀତିରେ […]

ଦେଶ ବିଦେଶ ମନୋରଞ୍ଜନ

୧୦୦ କୋଟି କ୍ଲବରେ ସାମିଲ୍ ହେବାକୁ ଯାଉଛି କାଶ୍ମୀର ଫାଇଲ୍ସ : ସପ୍ତମ ଦିନରେ କଲେକ୍ସନ ଜବରଦସ୍ତ, ଫିକା ପଡିପାରେ’ବଚ୍ଚନ ପାଣ୍ଡେ

ମୁମ୍ୱାଇ ୧୮/୦୩ : ‘କାଶ୍ମୀର ଫାଇଲ୍ସ’ ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି । ଚଳଚ୍ଚିତ୍ରର ଇନକମ୍ କମିବା ଦୂରର କଥା ବକ୍ସ ଅଫିସରେ ଧୂମ ମଚାଇବାରେ ଲାଗିଛି । ପ୍ରତିଦିନ ଏହାର ରୋଜଗାର ମଧ୍ୟ ବୃଦ୍ଧି ପାଉଛି । ଆଜିଠୁ ଫିଲ୍ମର ଦ୍ୱିତୀୟ ସପ୍ତାହ ଆରମ୍ଭ ହୋଇଛି । ହୋଲି ଅବସରରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରିଲିଜ ହୋଇଛି । ହେଲେ ସବୁ ହଲରେ ହାଉସଫୁଲ ରହୁଛି ‘କାଶ୍ମୀର ଫାଇଲ୍ସ’ । ‘ବଚ୍ଚନ […]

ରାଜ୍ୟ ସ୍ୱାସ୍ଥ୍ୟ

ଫୁଲ କୋବି ଖାଇ ସ୍ୱାମୀ-ସ୍ତ୍ରୀ ଗୁରୁତର: ହସ୍ପିଟାଲରେ ଭର୍ତ୍ତି

ମୋହନା ୧୮/୦୩ : ଗଜପତି ଜିଲ୍ଲା ମୋହନା ଥାନା ହଲାପଙ୍କା ଗାଁରେ ଘଟିଛି ଅଭାବନୀୟ ଘଟଣା । ଫୁଲ କୋବି ଖାଇ ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନେ ହେଲେ ସ୍ୱାମୀ ଜାବିତ୍ର ଗମାଙ୍ଗ ଓ ସ୍ତ୍ରୀ ନମିତା ଗମାଙ୍ଗ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି । ଜାବିତ୍ର ନିଜ ବାଡ଼ିରେ ଫୁଲ କୋବି ଚାଷ କରିଛନ୍ତି । ଗତ କିଛି ଦିନ ତଳେ ଫୁଲ […]

ଧର୍ମ ରାଜ୍ୟ

ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ, ଦୋଳରେ ଝୁଲିବେ ଦୋଳଗୋବିନ୍ଦ

ପୁରୀ ୧୮/୦୩ : ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ବିଶ୍ଵାସ ରହିଛି। କାରଣ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳପୂର୍ଣ୍ଣମୀ। ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଶ୍ରୀମନ୍ଦିରରେ ଦୋଳଉତ୍ସବ ଓ ଦୋଳଯାତ୍ରା […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲୁକା କଳାରେ ହୋଲି ପର୍ବର ଶୁଭେଚ୍ଛା, ପ୍ରାକୃତିକ ରଙ୍ଗରେ “Happy Holi” ବାର୍ତ୍ତା

ପୁରୀ ୧୮/୦୩ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏଥର ଓଡିଶାର ପୁରାତନ ଓଡିଶୀ ଶୈଳୀର ଆର୍ଟ ଫର୍ମ ରାଧା କୃଷ୍ଣ ଙ୍କ ହୋଲି ଖେଳର ଦୃଶ୍ୟ ନିଜ ବାଲୁକା କଳା ମାଧ୍ୟମ ରେ ନିର୍ମାଣ କରିଛନ୍ତି। ହୋଲି ଯାହାକି ରଙ୍ଗର ପର୍ବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଖେଳ । ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଇସ୍ରାଏଲରୁ ମିଳିଲା କରୋନାର ନୂଆ ପ୍ରଜାତି, ଜାଣନ୍ତୁ କେତେ ବିପଦଜ୍ଜନକ, କ’ଣ କ’ଣ ରହିଛି ଲକ୍ଷଣ

ନୂଆଦିଲ୍ଲୀ,୧୭।୮: ଦୁନିଆରେ ପୁଣି ଥରେ କରୋନାର ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଚୀନରେ ଗତ କିଛି ଦିନରେ ଦୈନିକ 3 ହଜାର ନୂଆ ମାମଲା ଚିହ୍ନଟ ହେଉଛି। ଗୋଟିଏ ପଟେ କରୋନା ବଢୁଥିବା ଦ୍ରୁତ ମାମଲା ଅନ୍ୟପଟେ ଇସ୍ରାଏଲରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢାଇଛି । ଇସ୍ରାଏଲରେ ବୁଧବାର କୋଭିଡ ୧୯ର ନୂଆ ପ୍ରଜାତିର ଦୁଇଟି ମାମଲା ଚିହ୍ନଟ ହୋଇଛି। ନୂଆ ଭାରିଆଣ୍ଟକୁ କିପରି ମୁକାବିଲା କରାଯିବ ତାକୁ ନେଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦକ୍ଷିଣ କୋରିଆରେ କରୋନା ବିସ୍ଫୋରଣ, ଦିନକରେ ବାହାରିଲେ ୬ ଲକ୍ଷ ପଜେଟିଭ

ସିଓଲ ୧୭।୮: ଓମିକ୍ରନ ସଂକ୍ରମଣ ମଧ୍ୟରେ ଦକ୍ଷିଣ କୋରିଆରେ କୋଭିଡ-୧୯ ପରିସ୍ଥିତି ଏବେ ସଙ୍ଗିନ ହୋଇପଡିଛି। ଗୁରୁବାର ଦେଶରେ ଗୋଟିଏ ଦିନରେ ୬ ଲକ୍ଷ ନୂଆ କୋଭିଡ ଚିହ୍ନଟ ହେବା ପରେ ପରିସ୍ଥିତି ଜଟିଳ ହୋଇପଡିଛି। ଦକ୍ଷିଣ କୋରିଆ ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ ଏଜେନ୍ସୀ ଗୋଟିଏ ଦିନରେ ଦେଶରେ ୬ଲକ୍ଷ ୨୧ ହଜାର ୩୨୧ ନୂଆ ମାମଲା ଚିହ୍ନଟ କରିଥିବା ଗୁରୁବାର କହିଛନ୍ତି। ଏହି ସମୟରେ କରୋନା ଯୋଗୁ ଦେଶରେ ୪୨୯ ଜଣଙ୍କ ମୃତ୍ୟୁ ହୋଇଛି। […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଗୁଜରାଟର ସ୍କୁଲରେ ପଢ଼ାଯିବ ଭଗବତ ଗୀତା, ନୂଆ ଶିକ୍ଷା ନୀତି ଅନୁସାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୭।୮: ଗୁଜରାଟର ସ୍କୁଲ ପାଠ୍ୟକ୍ରମରେ ଶ୍ରୀମଦ ଭଗବତ ଗୀତାକୁ ସାମିଲ କରାଯିବ। ଗୁଜରାଟ ସରକାର ନୂଆ ଶିକ୍ଷା ନୀତି ଅନୁସାରେ ଏହାର ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ସ୍କୁଲର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମରେ ଏହାକୁ ସାମିଲ କରାଯାଇଛି। ବିଦ୍ୟାର୍ଥୀଙ୍କୁ ଗୀତାର ସିଦ୍ଧାନ୍ତ ଏବଂ ମୂଲ୍ୟ ସମ୍ପର୍କର ପଢାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବୟାନ ଅନୁସାରେ, ସ୍କୁଲର ଛାତ୍ରଛାତ୍ରୀ ଗୀତା ଜ୍ଞାନ ଏବଂ ଏହାର ମୂଲ୍ୟବୋଧ ବିଷୟରେ ଯେପରି ଜାଣିପାରିବେ ଏଥିପାଇଁ ଗୀତା ଉପରେ ଭାଷଣ […]