ହରିରାଜପୁର ପଞ୍ଚୁଦୋଳ ମେଳଣ ଆରମ୍ଭ, ପାରମ୍ପରିକ ବାଦ୍ୟ ସହ ଆତସବାଜିରେ କମ୍ପିଲା ଗଗନପବନ
ଭୁବନେଶ୍ୱର ୨୪।୦୩ : ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ ଆରମ୍ଭ। ପୁରୀ ଜିଲ୍ଲା ହରିରାଜପୁରରେ ଜାକ ଜମକରେ ଚାଲିଛି ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କ ପଞ୍ଚୁଦୋଳ ମେଳଣ । ମନ୍ଦିରରୁ ଥାଟ ପଟୁଆର ଧରି ମେଳଣ ପଡ଼ିଆକୁ ବାହାରିଛନ୍ତି ଠାକୁର ପଶ୍ଚିମାଶମ୍ଭୁ ସୋମନାଥ ଦେବ। ବାବା ପଶ୍ଚିମାଶମ୍ଭୁ ସୋମନାଥ ଦେବ ଥାନାପତି ରୂପେ ମେଳଣ ପଡିଆରେ ବିରାଜମାନ ହୋଇଥାନ୍ତି। ଅଭିଭକ୍ତ ପୁରୀ ଜିଲ୍ଲାରୁ ୮୦ଟି ଦୋଳ ବିମାନରେ ଦେବାଦେବୀ ମେଳଣ ପଡିଆରେ ନିମନ୍ତ୍ରିତ ହୋଇ ଆସିଥାନ୍ତି। କୋଭିଡ଼ କଟକଣା ଯୋଗୁଁ […]