ଜୟ-ବିଜୟ ଦ୍ୱାର, ବେହେରଣ ଦ୍ୱାରରେ ବି ଫାଟ: ଶ୍ରୀମନ୍ଦିର ସୁରକ୍ଷା କାହା ଦାୟିତ୍ୱ?
ପୁରୀ : ବିଶ୍ବର ଅଗଣିତ ଭକ୍ତଙ୍କ ଅସ୍ମିତା ସହ ଜଡ଼ିତ ଶ୍ରୀମନ୍ଦିରକୁ କେତେ ଯେ ଅବହେଳା କରାଯାଉଛି, ତାହା ଏବେ ଜଳଜଳ ଦିଶିଲାଣି। କିଛିଦିନ ତଳେ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଦେଖିବାକୁ ମିଳିଥିଲା। ଏବେ ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର, ଘଣ୍ଟିଦ୍ବାରରେ ବି ଫାଟ ଦେଖାଦେଇଛି। ଗୋଟିଏ ନୁହେଁ, ଏକାଧିକ ସ୍ଥାନରେ ଏଭଳି ଫାଟ ରହିଛି। ପୂର୍ବରୁ ନାଟମଣ୍ଡପ ଛାତରେ ଫାଟ ରହିଥିବା ଦେଖିବାକୁ ମିଳିଥିଲା। ଏହି ଫାଟ ଜୟ-ବିଜୟ ଦ୍ବାର ଦେଇ ଭିତରକାଠକୁ ପ୍ରବେଶ ପୂର୍ବରୁ […]