ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୯୧୩ କରୋନା ପଜିଟିଭ୍

ନୂଆଦିଲ୍ଲୀ ୦୪/୦୪: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୧ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । […]

ଖେଳ ଦେଶ ବିଦେଶ

‘ସମସ୍ତେ ଦିନେ ଭୁଲ କରିବେ କିନ୍ତୁ…’ : ଶାସ୍ତ୍ରୀଙ୍କୁ ପରୋକ୍ଷରେ କଟାକ୍ଷ କଲେ ଗାଙ୍ଗୁଲି, ଦ୍ରାବିଡଙ୍କୁ କଲେ ପ୍ରଶଂସା

ନୂଆଦିଲ୍ଲୀ, ୦୪/୦୪: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆ କୋଚ୍ ଦାୟିତ୍ୱ ଦେଇଛନ୍ତି । ଦ୍ରାବିଡଙ୍କଠୁ ସେ ଅନେକ ଆଶା ମଧ୍ୟ ରଖିଛନ୍ତି । ଭବିଷ୍ୟତରେ ଭାରତ ତାଙ୍କ ଅଧିନରେ ଅଧିକ ସଶକ୍ତ ହେବ ବୋଲି ପ୍ରଶଂସକ ମଧ୍ୟ ଆଶା କରିଛନ୍ତି । ତେବେ ଦ୍ରାବିଡଙ୍କ କୋଚିଂ ଗାଙ୍ଗୁଲିଙ୍କୁ ପ୍ରଭାବିତ କରିଛି । ଏପରିକି ଗାଙ୍ଗୁଲି ଦି ଓ୍ୱାଲଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ବେଙ୍ଗଲ ଟାଇଗର୍ ଭାବେ ପରିଚିତ […]

ଦେଶ ବିଦେଶ ମନୋରଞ୍ଜନ

ଗର୍ଭବତୀ ଅଛନ୍ତି ଅଙ୍କିତା ଲୋଖଣ୍ଡେ ! କହିଲେ- ବିକ୍କିଙ୍କୁ ଏଯାଏଁ ଜଣା ନାହିଁ

ନୂଆଦିଲ୍ଲୀ ୦୪।୦୪ : କଙ୍ଗନା ରାଣାଓ୍ଵତ୍‌ ଓ ଅଙ୍କିତା ଲୋଖଣ୍ଡେଙ୍କ ବନ୍ଧୁତା ବେଶ୍‌ ଗଭୀର। ଉଭୟେ ଫିଲ୍ମ ମଣିକର୍ଣ୍ଣିକାରେ ଏକାଠି କାମ କରିଥିଲେ। କଙ୍ଗନା ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନଙ୍କ ବିବାହରେ ମଧ୍ୟ ସାମିଲ ହୋଇଥିଲେ। ନିକଟରେ ଅଙ୍କିତା କଙ୍ଗନାଙ୍କ ରିଆଲିଟି ଶୋ’ ଲକ୍‌ ଅପ୍‌ରେ ନିଜ ଶୋ’ ପବିତ୍ର ରିସ୍ତାର ଅପ୍‌କମିଂ ସିଜନ୍‌କୁ ପ୍ରମୋଟ୍‌ କରିବାକୁ ଆସିଥିଲେ। ଲକ୍ଅପ୍‌ ସିରିଏଲର ଏକ ନିୟମ ରହିଛି ଯେ ଯେଉଁ ସେଲିବ୍ରିଟି ଏଠାକୁ ଆସିଥାନ୍ତି, ସେମାନଙ୍କୁ ନିଜର […]

ଦେଶ ବିଦେଶ ମନୋରଞ୍ଜନ

କିପରି ବିବାହ କରିବାକୁ ଚାହୁଁଛନ୍ତି ତାପସୀ ପନ୍ନୁ, ବୟଫ୍ରେଣ୍ଡଙ୍କୁ ନେଇ କହିଲେ ମନର କଥା…

ମୁମ୍ବାଇ ୦୪।୦୪ : ନିଜ ବିବାହକୁ ଜାକଜମକ ସହ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଚାହାନ୍ତି ବଲିଉଡ ଅଭିନେତା, ଅଭିନେତ୍ରୀଙ୍କ । ଏହି ସମସ୍ତଙ୍କ ବିବାହକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଚାଲିଛି। ହେଲେ ଏହି ରେସ୍‌ରୁ ଦୂରରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତାପସୀ ପନ୍ନୁ । ଏପରିକି ସେ ଏକ ଡ୍ରାମାମୁକ୍ତ ବିବାହ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି ତାପସୀ । ନିଜ ସ୍ପେଶାଲ ଡେ’କୁ ଗୋଟିଏ ଦିନରେ ହିଁ ସୀମିତ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା: ଯୁକ୍ତ୨ ଫର୍ମ ପୂରଣ ପାଇଁ ୫୭ ଜଣଙ୍କୁ ପୁଣି ସୁଯୋଗ

ଭୁବନେଶ୍ବର: ଆସନ୍ତାକାଲି (ଏପ୍ରିଲ ୪ରୁ) ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ଏକାଥରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେ‌କ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, କମ୍ପ୍ୟୁଟର ଆପ୍ଲିକେସନ୍‌ ଆଦି ବିଷୟ ସହ କଳା ବିଭାଗର ଷ୍ଟାଟିଷ୍ଟିକ୍ସ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ, ଶିକ୍ଷା, ଆଇଟି, ମନସ୍ତତ୍ତ୍ବ ବିଜ୍ଞାନ, ନୃତତ୍ତ୍ବ ବିଜ୍ଞାନ, ଭାରତୀୟ ସଙ୍ଗୀତ ଓ ଗୃହ ବିଜ୍ଞାନ […]

ଖେଳ ଦେଶ ବିଦେଶ

‘ତିନୋଟି ଡଟ୍ ବଲ ପକାଇଲେ ବ୍ୟାଟର୍ ଆଉଟ୍’ : ଆକାଶ ଚୋପ୍ରାଙ୍କ ଟ୍ୱିଟରେ ମଜାଳିଆ ରିପ୍ଲାଏ ଦେଲେ ଚହଲ

ନୂଆଦିଲ୍ଲୀ, ୦୪/୦୪: ଭାରତୀୟ ଦଳର ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ସେ ରବିବାର ଆକାଶ ଚୋପ୍ରାଙ୍କ ଏକ ଟ୍ୱିଟର ମଜାଳିଆ ରିପ୍ଲାଏ ଦେଇଛନ୍ତି । ସୂଚନାନୁସାରେ, ରବିବାର ଆକାଶ ଚୋପ୍ରା ଏକ ଟ୍ୱିଟ୍ କରିଥିଲେ । ସେଥିରେ ସେ ୧୦୦ ମିଟରରୁ ଅଧିକ ଲମ୍ବର ଛକା ମାରିଲେ ୮ ରନ୍ ଦେବା ଦରକାର ବୋଲି କହିଥିଲେ । ଏହାର ରିପ୍ଲାଏ ଦେଇଥିଲେ ଚହଲ । ଚହଲ କହିଥିଲେ ଯେ, […]

ଖେଳ ଦେଶ ବିଦେଶ

ଶକ୍ତିଶାଳୀ ହେଲା ଦିଲ୍ଲୀ କ୍ୟାପିଟାଲ୍ସ, ଦଳରେ ଯୋଗଦେଲେ ଓ୍ୱାର୍ଣ୍ଣର

ମୁମ୍ବାଇ, ୦୪/୦୪: ଦିଲ୍ଲୀ କ୍ୟାପିଟାଲ୍ସ ସଦସ୍ୟ ଥିବା ଅଷ୍ଟ୍ରେଲିଆର ଅଭିଜ୍ଞ ଓପନର ଡେଭିଡ୍‌ ୱାର୍ଣ୍ଣର ଗତ ଶନିବାର ମୁମ୍ବାଇରେ ପହଞ୍ଚି କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ଆଜି ଟ୍ୱିଟ୍‌ କରି ଏବିଷୟ ସୂଚନା ଦିଆଯାଇଛି । ସେ ବାଧ୍ୟତାମୂଳକ ତିନିଦିନିଆ କ୍ୱାରେଣ୍ଟାଇନ୍‌ ଶେଷ କରିବା ପରେ ଦଳ ସହ ଯୋଗ ଦେବେ । ଘରୋଇ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପାଇଁ ୱାର୍ଣ୍ଣର ଅଷ୍ଟ୍ରେଲିଆ ଦଳ ସଦସ୍ୟ ଥିଲେ । ତେଣୁ ସେ ବିଳମ୍ବରେ […]

ରାଜ୍ୟ ସ୍ୱାସ୍ଥ୍ୟ

ଓଡିଶାରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୫ କରୋନା ପଜିଟିଭ୍

ଭୁବନେଶ୍ୱର ୦୪।୦୪ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୪୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଗୁରୁ-ଶିଷ୍ୟର ସଂପର୍କରେ କଳଙ୍କ ଛିଟା : ନାବାଳିକା ଛାତ୍ରୀଙ୍କୁ ବ୍ଲାକମେଲିଂ, ଗାଧୁଆ ଫଟୋ ଭାଇରାଲର ଧମକ ଦେଲେ ପ୍ରଧାନଶିକ୍ଷକ

ଉଦଳା ୦୪।୦୪ : ଗୁରୁ ଏବଂ ଶିଷ୍ୟର ସଂପର୍କରେ ଲାଗିଲା କଳଙ୍କ ଛିଟା । ବିଦ୍ୟାଳୟ ଭିତରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ବା ଅଶାଳୀନ ମନ୍ତବ୍ୟ ଦେବା ସହିତ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଦେଲେ ଧମକ । ତାହା ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ଦାୟିତ୍ବରେ ଥିବା ମାଟ୍ରୋନ୍ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ, ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ୟୁପି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ‘ଖାଦ୍ୟ ବିଷାକ୍ତ’; ୨୮ ଛାତ୍ରୀ ଅସୁସ୍ଥ, ୮ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଦାଉନ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ‘ଖାଦ୍ୟ ବିଷାକ୍ତ’ ଅବସ୍ଥାରେ ୨୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାଟାଗଞ୍ଜର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ସମସ୍ତ ଅସୁସ୍ଥ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି। ପିଲାମାନେ ବିଦ୍ୟାଳୟ ମେସରେ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଯେହେତୁ ସେମାନଙ୍କର […]