କଳିଙ୍ଗ ଷ୍ଟାଡିୟମ୍ରେ ଯୁଗଳ ମ୍ୟାଚ୍: ନେଦରଲାଣ୍ଡ୍ସ ଆହ୍ବାନ ପାଇଁ ଭାରତ ପ୍ରସ୍ତୁତ
ଭୁବନେଶ୍ବର: ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ର ନେଦରଲାଣ୍ଡ୍ସ ବିପକ୍ଷ ଯୁଗଳ ମୁକାବିଲା ଲାଗି ଭାରତୀୟ ମହିଳା ଦଳ ପୂରା ପ୍ରସ୍ତୁତ ରହିଛି। ଦୁଇ ଟିକିଆ ମୁକାବିଲାର ପ୍ରଥମ ମ୍ୟାଚ୍ ଶୁକ୍ରବାର ଏବଂ ଦ୍ବିତୀୟ ଶନିବାର କଳିଙ୍ଗ ଷ୍ଟାଡିୟମ୍ର ନୀଳ ଟର୍ଫରେ ଖେଳାଯିବ। ଏଥିଲାଗି ଉଭୟ ଦଳ ନିଜ ନିଜ ରଣନୀତିକୁ ଆହୁରି ଶାଣିତ କରିସାରିଛନ୍ତି। କେବଳ ଯାହା ପଡ଼ିଆକୁ ଓହ୍ଲାଇ ପରସ୍ପରକୁ କଡ଼ା ଟକ୍କର ଦେବା ବାକି ରହିଛି। ଲଢ଼େଇ ଆରମ୍ଭ ହେବାର ପୂର୍ବଦିନ ଅର୍ଥାତ୍ ଗୁରୁବାର […]