ଖେଳ ରାଜ୍ୟ

ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌: ନେଦରଲାଣ୍ଡ୍‌ସକୁ ହରାଇଲା ଭାରତ

ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌ରେ ଶୁକ୍ରବାର ଘରୋଇ ଭାରତୀୟ ଦଳ ବିଶ୍ବ ମାନ୍ୟତାର ଏକ ନମ୍ବର ନେଦରଲାଣ୍ଡ୍ସକୁ ୨-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ଫଳରେ ଏହି ମ୍ୟାଚ୍‌ରୁ ଭାରତ ପୂରା ୩ ପଏଣ୍ଟ୍‌ ପାଇ ୧୫ ପଏଣ୍ଟ୍‌ ସହ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି। ପରାଜୟ ସତ୍ତ୍ବେ ନେଦରଲାଣ୍ଡ୍‌ସ (୧୭ ପଏଣ୍ଟ୍‌) ପୂର୍ବ ପରି ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଭାରତର ଏହା ୭ ମ୍ୟାଚ୍‌ରୁ ପଞ୍ଚମ ବିଜୟ। ଶନିବାର ଉଭୟ ଦଳ […]

ରାଜ୍ୟ ସ୍ୱାସ୍ଥ୍ୟ

ସଂସାର ଉଜାଡ଼ି ଦେଲା କରୋନା: ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପିଲାଙ୍କ ସହ ମହିଳାଙ୍କୁ ତଡ଼ି ଦେଲେ ଶାଶୂଘର ଲୋକ

କଟକ: ସ୍ବାମୀଙ୍କର କରୋନାରେ ଦେହାନ୍ତ ହେବା ପରେ ଜଣେ ମହିଳାଙ୍କୁ ତାଙ୍କ ଦୁଇ ପିଲାଙ୍କ ସହ ଘରୁ ତଡ଼ି ଦେଇଛନ୍ତି ଶାଶୂ ଘର ଲୋକେ। ମହିଳାଙ୍କୁ ତାଙ୍କ ଦିଅର ହତ୍ୟା ଧମକ ଦେଇଛନ୍ତି। ଏଭଳି ଅଭିଯୋଗ ଆଣି ନ୍ୟାୟ ପାଇଁ ମହିଳା ଜଣକ ସିଡବ୍ଲୁସିର ଦ୍ବାରସ୍ଥ ହୋଇଥିବା ବେଳେ ଦୁଇ ପିଲାଙ୍କ ସହିତ ପର ଘରେ ଆଶ୍ରୟ ନେଇଛନ୍ତି। ଅନ୍ୟପଟେ ସ୍ବାମୀଙ୍କ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ମିଳୁ ନଥିବାରୁ ସେ ସରକାରୀ ସହାୟତା ଓ ସୁବିଧାସୁଯୋଗ ପାଇବାରୁ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ ସୋନମଙ୍କ ଘରୁ ଚୋରି, କୋଟି କୋଟି ଅଳଙ୍କାର ସହ ନଗଦ ଟଙ୍କା ଗାଏବ

ନୂଆଦିଲ୍ଲୀ ୦୯।୦୪ : ନିକଟରେ ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ପରିବାରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ସୋନମ ଏବଂ ଆନନ୍ଦ ଅହୁଜାଙ୍କ ଦିଲ୍ଲୀ ସ୍ଥିତ ଘରେ କୋଟି କୋଟି ଟଙ୍କା ଚୋରି ହୋଇଥିବା ନେଇ କୁହାଯାଉଛି। ଆନନ୍ଦଙ୍କ ଜେଜେମା ସରଲା ଅହୁଜା ତୁଗଲାକ୍ ରୋଡ୍ ପୋଲିସ୍ ନିକଟରେ ଅଭିଯୋଗ କରିବାବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଫେବୃଆରୀରେ […]

ଦେଶ ବିଦେଶ ମନୋରଞ୍ଜନ

ଚାପୁଡା ମାରିବା ପଡିଲା ମହଙ୍ଗା,୧୦ ବର୍ଷ ପାଇଁ ଓସ୍କାରରୁ ବ୍ୟାନ୍‌ ହେଲେ ୱିଲ୍ ସ୍ମିଥ୍

ନୂଆଦିଲ୍ଲୀ ୦୯।୦୪ : ହଲିଉଡ ସୁପରଷ୍ଟାର ୱିଲ ସ୍ମିଥଙ୍କୁ ଓସ୍କାରରୁ ୧୦ ବର୍ଷ ପାଇଁ ବ୍ୟାନ୍ କରି ଦିଆଯାଇଛି। ୯୪ ତମ ଏକାଡେମୀ ଆୱାର୍ଡରେ ୱିଲ୍, କ୍ରିସ୍ ରକଙ୍କୁ ମଞ୍ଚରେ ଚାପୁଡ଼ା ମାରିବା ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଦିନ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସର ଆୟୋଜକମାନେ ସେମାନଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏକାଡେମୀର ବୋର୍ଡ ଅଫ୍ ଗଭର୍ନର୍ସ ୱିଲ ସ୍ମିଥଙ୍କ ଦଣ୍ଡାଦେଶ ସମ୍ପର୍କରେ ଏକ ବୈଠକ କରିଥିଲେ। ଯାହା […]

ମନୋରଞ୍ଜନ ରାଜ୍ୟ

ଦର୍ଶକଙ୍କ ମନ କିଣୁଛି ‘ସର୍ବଜିତା ଅନୁ’, ଝିଅ ସାରା ପାଇଁ ପାର୍ଟନର ହେବେ କି ମା’ ଅନୁ ?

ଭୁବନେଶ୍ୱର ୦୯।୦୪ : ଓଡିଆ ଦର୍ଶକଙ୍କ ମନ କିଣୁଛି ‘ସର୍ବଜିତା ଅନୁ’ । ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ଏହି ନୂଆ ମେଗା ଧାରାବାହିକ ମାତ୍ର ୧୫ ଏପିସୋଡରେ ସର୍ବାଧିକ ଜନାଦୃତି ହାସଲ କରିଛି । ମାର୍ଚ୍ଚ ୧୪ ତାରିଖରୁ ‘ସର୍ବଜିତା ଅନୁ’ର ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ମାତ୍ର କମ୍ ଦିନରେ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଏହି ମେଗା ଧାରାବାହିକ । ତେବେ ‘ସର୍ବଜିତା ଅନୁ’ର ଆଗାମୀ ଅଧ୍ୟାୟରେ ରହିଛି ଭରପୁର ରୋମାଞ୍ଚକ । […]

ଦେଶ ବିଦେଶ ମନୋରଞ୍ଜନ

ଦୟା ବେନ୍‌ ଚରିତ୍ରରେ ନଜର ଆସିଥାନ୍ତେ ଦିବ୍ୟଙ୍କା ତ୍ରିପାଠୀ, ଏହି କାରଣରୁ ଅଫରକୁ କଲେ ରିଜେକ୍ଟ

ନୂଆଦିଲ୍ଲୀ ୦୯।୦୪ : ଟେଲି ଇଣ୍ଡଷ୍ଟ୍ରିର ବହୁ ଲୋକପ୍ରିୟ ଟିଭି ସିରିଏଲ୍ ‘ତାରକ ମେହେଟ୍ଟା କା ଓଲଟା ଚଷମା’। ଏହା ୨୦୦୮ ମସିହାରୁ ପ୍ରସାରିତ ହୋଇ ଆସୁଛି । ଏତେ ବର୍ଷ ମଧ୍ୟରେ, ଏହି ସିରିଏଲ୍ ଅନେକ ଉତ୍ଥାନ-ପତନ ଦେଖିଛି। ଅନେକ ତାରକା ଏହି ସିରିଏଲରେ ଯୋଗ ଦେଇଥିବାବେଳେ ଅନେକ ପ୍ରତିଷ୍ଠିତ କଳାକାର ମଧ୍ୟ ସିରିଏଲ୍ କୁ ବାଏ ବାଏ କହିଛନ୍ତି। ଏହିପରି ଏକ ଚରିତ୍ର ହେଉଛି ‘ବୟା ବେନ୍’ର। ଅଭିନେତ୍ରୀ ଦିଶା ଭାକନାନି ଏହି ଚରିତ୍ରରେ […]

ଖେଳ ଦେଶ ବିଦେଶ

ବେୟରଷ୍ଟୋଙ୍କ ରକେଟ୍ ଥ୍ରୋ ରେ ଆଉଟ୍ ହେଲେ ପାଣ୍ଡ୍ୟା, ମିଲରଙ୍କ ଉପରେ ସୁଝାଇଲେ ରାଗ, ଭିଡିଓ ଭାଇରାଲ

ମୁମ୍ବାଇ, ୦୯/୦୪: ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ଦମଦାର୍ ପ୍ରଦର୍ଶନ ଜାରି ରହିଛି । ଦଳ ଶୁକ୍ରବାର ପଞ୍ଜାବ କିଙ୍ଗସକୁ ୬ ଓ୍ୱିକେଟରେ ମାତ୍ ଦେଇଥିଲା । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମୁକାବିଲା ଖୁବ୍ ରୋମାଞ୍ଚକର ହୋଇଥିଲା । କାରଣ ଶେଷ ଓଭରର ପ୍ରଥମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ରନ୍ ଆଉଟ୍ ହୋଇଥିଲେ । ଫଳରେ ଗୁଜୁରାଟର ବିଜୟ କଷ୍ଟକର ହୋଇ ପଡିଥିଲା ।କିନ୍ତୁ ରାହୁଲ ତେଓ୍ୱାତିଆଙ୍କ ଛକା ଟାଇଟନ୍ସକୁ ଦେଇଥିବା ବିଜୟ ଉପହାର । ରନ୍ […]

ଦେଶ ବିଦେଶ ମନୋରଞ୍ଜନ

କୌତୂହଳର ଚମତ୍କାରିତା, ଟିଭି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ

ମୁମ୍ବାଇ: ବେଳେ ବେଳେ କୌତୂହଳ ଜଣକର ଜୀବନର ମୋଡ଼ ବଦଳାଇଥାଏ ଏବଂ ବଞ୍ଚିବାର ରାହା ଯୋଗାଇଥାଏ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ପ୍ରତି ଦୁର୍ବଳତା ନଥାଇ ମଧ୍ୟ କୌତୂହଳବଶତଃ ସେଥିରେ ପାଦ ଦେଲା ପରେ ନିଜ ଭିତରେ ଛପିଥିବା ପାରିବାପଣ ଆବିଷ୍କୃତ ହୋଇଥାଏ। ଟିଭି ଅଭିନେତ୍ରୀ ତେଜସ୍ବୀ ପ୍ରକାଶଙ୍କର ପେସାଗତ ଜୀବନ ଠିକ୍‌ ଏହି ପ୍ରକାରେ ଅତର୍କିତ ନିର୍ବାଚିତ ହୋଇଥିଲା। ଜଣେ ଯନ୍ତ୍ରୀ ଭାବରେ ବୈଷୟିକ ଜ୍ଞାନକୌଶଳରେ କିଛି ନିଆରା କରି ଦେଖାଇବାର ସ୍ବପ୍ନ ଦେଖିଥିବା ଏହି ଲଳନାଙ୍କୁ […]

ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ‘ବାଲିକା ବଧୂ’ ସେଟ୍‌ ରେ ଆଲିଆ-ରଣବୀରଙ୍କ ଦେଖା, ପ୍ରେମ ହୋଇଗଲା ‘ବ୍ରାହ୍ମାସ୍ତ୍ର’ରେ

ମୁମ୍ବାଇ ୦୮/୦୪:ବଲିଉଡର ଦୁଇ କ୍ୟୁଟ୍‌ କପଲ୍‌। ଆଲିଆ ଭଟ୍ଟ ଓ ରଣବୀର କପୁର। ଦୁହେଁ ମୋଷ୍ଟ ଆଡରବଲ୍‌ କପଲଙ୍କ ମଧ୍ୟରୁ ଜଣେ। ଦୁହିଁଙ୍କ ଲଭ୍‌, ରୋମାନ୍ସ ଓ ବିବାହକୁ ନେଇ ସରଗରମ୍‌ ବଲିଉଡ୍‌। ଦୁହେଁ ଏପ୍ରିଲ୍‌ ୧୭ରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏସବୁ ଭିତରେ ଆସନ୍ତୁ ଜାଣିବା ଦୁହିଁଙ୍କ ଲଭଷ୍ଟୋରୀ। କେବେ ଓ କେଉଁଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମର ପରୱାନା। ଆଲିଆ ଅନେକ ସାକ୍ଷାତକାରରେ କୁହନ୍ତି, ରଣବୀର ପିଲାଦିନରୁ ହିଁ ତାଙ୍କ କ୍ରଶ୍‌। […]

ଦେଶ ବିଦେଶ ମନୋରଞ୍ଜନ

ସଂସଦରେ ଜୟା ବଚ୍ଚନଙ୍କୁ ଭେଟିଲେ କିରନ୍‌ ଖେର୍‌, ଫଟୋ ସେୟାର କରି ଅଭିନେତ୍ରୀ ଦେଲେ ସ୍ପେସାଲ୍ ମେସେଜ୍‌

ନୂଆଦିଲ୍ଲୀ ୦୮।୦୪ : କିରନ୍ ଖେର ଜୟା ବଚ୍ଚନ ଦୁହେଁ ଦୁଇ ଦଶନ୍ଧିର କଳାକାର । ହେଲେ ଦୀର୍ଘ ବର୍ଷ ପରେ ଦୁହେଁ ଏକାଠି ନଜର ଆସିଛନ୍ତି । ତାହା ପୁଣି ସଂସଦରେ । କରିନ୍‌ ଜୟାଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉଭୟଙ୍କର ଏହି ଫଟୋ ସ୍ୱତନ୍ତ୍ର କାରଣ । ଜୟା ବଚ୍ଚନ ୨୦୦୪ ମସିହାରୁ ସମାଜବାଦୀ ପାର୍ଟିର ରାଜ୍ୟସଭାର ସଦସ୍ୟ ଅଟନ୍ତି। ଏଥି ସହ […]