ଖେଳ ରାଜ୍ୟ

ସ୍ମୃତିରେ ‘ଫିଆଜ୍ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’

ବ୍ରହ୍ମପୁର : ଏକଦା ଫୁଟ୍‌ବଲ୍‌ର ଗଡ଼ ଥିଲା ବ୍ରହ୍ମପୁର। କେବଳ ଏହି ସହରରେ ପ୍ରାୟ ୧୫ଟି ଫୁଟବଲ୍ ଦଳ ଥିଲା। ରୀତିମତ ଅଭ୍ୟାସ ସହ ପରସ୍ପର ବିପକ୍ଷରେ ପ୍ରତିଯୋଗିତାର ଆୟୋଜନ ହେଉଥିଲା। ଏଠାରୁ ବହୁ ଜାତୀୟସ୍ତରର ଖେଳାଳି ସୃଷ୍ଟି ହେଉଥିଲେ। କେବଳ ସେତିକି ନୁହେଁ, ଏଇ ସହରରେ ନିୟମିତ ବ୍ୟବଧାନରେ ପ୍ରତିବର୍ଷ ଆୟୋଜନ ହେଉଥିଲା ଏକ ଜାତୀୟସ୍ତରର ଫୁଟବଲ୍ ପ୍ରତିଯୋଗିତା, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା। ୧୯୫୦ମସିହାରେ ଆରମ୍ଭ ହୋଇଥିବା ଏହି ସର୍ବଭାରତୀୟ ପ୍ରତିଯୋଗିତାର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ :୨୪ ଘଣ୍ଟାରେ ବାହାରିଲେ ୭୯୬ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୨/୦୪: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଏକ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୪ବର୍ଷ ପ୍ରତୀକ୍ଷାର ହେବ ଅନ୍ତ: ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ଖୋଲିବ ୨ୟ କ୍ୟାଥ୍‌-ଲାବ୍‌

କଟକ: ଅନିଶ୍ଚିତତାର ଅନ୍ତ ଘଟିବାକୁ ଯାଉଛି। ଖୁବ୍‌ଶୀଘ୍ର କଟକ ବଡ଼ ଡାକ୍ତରଖାନା ହୃଦ୍‌ରୋଗ ବିଭାଗରେ କାର୍ଯ୍ୟକାରୀ ହେବ ୨ୟ କ୍ୟାଥ୍‌-ଲାବ୍‌। ଯାହା ଅତ୍ୟାଧୁନିକ ମଡେଲ୍‌ରେ ତିଆରି ପାଇଁ ଯୋଜନା କରାଯାଇଥିବା ବେଳେ ଟେଣ୍ଡର୍‌ ପାଇଥିବା ସଂସ୍ଥା ମଧ୍ୟ ଏସ୍‌ସିବି ଗସ୍ତରେ ଆସି କେଉଁ ସ୍ଥାନରେ ଓ କେଉଁ ଢାଜ୍ଞାରେ ଏହାକୁ ପ୍ରସ୍ତୁତ କରାଯିବ ସେ ନେଇ ଭିତ୍ତିଭୂମି ଅନୁଧ୍ୟାନ କରିଥିବା ଜଣାପଡିଛି। ଦିନେ/ଦୁଇଦିନ ମଧ୍ୟରେ ଉକ୍ତ ସଂସ୍ଥାର ଟେକ୍ନିକାଲ୍‌ ଟିମ୍‌ ଏସ୍‌ସିବିରେ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିବାର […]

ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୨ : ଆରସିବିକୁ ଟକ୍କର ଦେବ ସିଏସକେ, ପରାଜୟ ଧାରାରେ ବ୍ରେକ ଲଗାଇବ କି ଟିମ୍ ଜାଡେଜା ?

ମୁମ୍ବାଇ,୧୨/୦୪: ଚଳିତ ଆଇପିଏଲ୍‌ର ୨୨ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ପରାଜିତ ହୋଇ ସାରିଥିବା ଡିଫେଣ୍ଡିଂ ଚାମ୍ପିଅନ୍‌ ସୁପରକିଙ୍ଗ୍‌ସ ପାଇଁ ବିଜୟ ଅତ୍ୟନ୍ତ ଜରୁରି ହୋଇଯାଇଛି । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି। ଶେଷ ଥର ପାଇଁ ସୁପରକିଙ୍ଗ୍‌ସ ୨୦୧୦ ସଂସ୍କରଣରେ ପ୍ରଥମ ୪ଟି ମ୍ୟାଚ୍‌ ପରାଜିତ ହୋଇଥିଲା । […]

ଖେଳ ଦେଶ ବିଦେଶ

ବିଗିଡିଲା ଭୁବନେଶ୍ୱର କୁମାରଙ୍କ ଲାଇନ୍ ଲେନ୍ଥ୍ : ପ୍ରଥମ ଓଭରରେ ବ୍ୟୟ କଲେ ୧୭ ରନ୍

ମୁମ୍ବାଇ,୧୨/୦୪: ଆଇପିଏଲର ୨୧ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜୁରାଟ ଟାଇଟନ୍ସ । ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଉଥିଲେ । ଏହାସହ ମ୍ୟାଚକୁ ୮ ଓ୍ୱିକେଟରେ ମଧ୍ୟ ହାଇଦ୍ରାବାଜ ଜିତି ନେଇଥିଲା । ସନରାଇଜର୍ସ ତରଫରୁ ବୋଲିଂ କରୁଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମ୍ୟାଚରେ ଏପରି କିଛି କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ଅନୁଭବୀ ବୋଲର ହୋଇ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିରଳ ରେକର୍ଡ : ୫୨ ବର୍ଷରେ ଖେଳିଥିଲେ ଟେଷ୍ଟ୍ ମ୍ୟାଚ୍, ପ୍ରଥମ ଶ୍ରେଣୀ କ୍ରିକେଟରେ ୪୨୦୪ ଓ୍ୱିକେଟ୍

ମୁମ୍ବାଇ,୧୨/୦୪: ଜଣେ ମହାନ ଅଲରାଉଣ୍ଡର । ୧୧ ନମ୍ବର ବ୍ୟାଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ସେ । ନିଜ ପ୍ରଦର୍ଶନ ବଳରେ ସଫଳତା ଛୁଇଁଥିଲେ ସେ । ଏହି ମହାନ ଖେଳାଲି ହେଲେ ଇଂଲଣ୍ଡ ଖେଳାଳି ବିଲଫ୍ରେଡ୍ ରୋଡସ୍ । ସେ ୫୨ ବର୍ଷ ୧୬୫ ଦିନରେ ଟେଷ୍ଟ୍ କ୍ରିକେଟରୁ ବିଦାୟ ନେଇଥିଲେ । ୧୯୩୦ ମସିହା ଏପ୍ରିଲ ୧୨ ତାରିଖରେ କ୍ୟାରିଅରର ଶେଷ ଟେଷ୍ଟ ଖେଳିଥିଲେ ରୋଡସ୍ । ସେ ଜାମାଇକା ବିରୋଧରେ ଏହି […]

ଖେଳ ଦେଶ ବିଦେଶ

ବାଙ୍ଗାଲୋର ବିପକ୍ଷରେ ଓପନିଂ କରିବେ ଧୋନୀ ! ପୂର୍ବତନ କ୍ରିକେଟର ଦେଲେ ପରାମର୍ଶ

ମୁମ୍ବାଇ,୧୨/୦୪: ଆଇପିଏଲରେ ମଙ୍ଗଳବାର ଦଇଟି ବଡ ଟିମ୍ ମୁହାଁମୁହିଁ ହେବେ । ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇ ଟୁର୍ଣ୍ଣାମେଣ୍ଟରେ ଏବେବି ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି । ଏହାମଧ୍ୟରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ଲଗାଇଥିବା ଧୋନୀ ଅନ୍ୟ ସବୁ ମ୍ୟାଚେର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଦାବି: ରାଜରାସ୍ତାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ

ଧର୍ମଗଡ଼: ନୂତନ ପେନସନ ବ୍ୟବସ୍ଥା-୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ଧର୍ମଗଡ଼ଠାରେ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି। ଏନେଇ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସଂଘର ଏକ ବିରାଟ ଶୋଭାଯାତ୍ରା ମାଆ ଭଣ୍ଡାର ଘରଣୀ ମନ୍ଦିରଠାରୁ ସହର ପରିକ୍ରମା କରି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂମ୍ମୁଖରେ ପ୍ରତିବାଦ ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ନ୍ୟାସନାଲ ମୁଭମେଣ୍ଟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସଙ୍କଟରେ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ, ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲା

ଫୁଲବାଣୀ ୧୨/୦୪: ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢ଼ା । ଯାହାକି ସମସ୍ତଙ୍କୁ ଚକିତ କରିଛି । ଅଙ୍ଗନବାଡି କେନ୍ଦ୍ରର ଗୋଟିଏ ପଟର କାନ୍ଥ ଭୁଷୁଡି ପଡିଲାଣି କେବେଠୁ । ଅନ୍ୟ ସବୁ କାନ୍ଥ ମଧ୍ୟ ଦୁର୍ବଳ । କେଉଁ ମୁହୁର୍ତ୍ତରେ ଅନ୍ୟ କାନ୍ଥ ଭୁଷୁଡି ପଡିଲେ କଥା ସରିଲା । କୋମଳ ମତି ଶିଶୁମାନଙ୍କ ଅକାଳରେ ଜୀବନ ଚାଲିଯିବ ଏଥିରେ ସନ୍ଦେହ ନାହିଁ । ଏଭଳି ଦୟନୀୟ ଅବସ୍ଥାରେ […]

ଧର୍ମ ରାଜ୍ୟ

ଜମୁଛି ହିଙ୍ଗୁଳା ଯାତ୍ରା, ନାମ ସଂକୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ପରିବେଶ

ଚଣ୍ଡୀଖୋଲ ୧୨/୦୪: ଚଳିତ ବର୍ଷ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁର ପଂଚାୟତ ରେ ହିଙ୍ଗୁଳା ଯାତ୍ରା । କଳସ ଯାତ୍ରାଠୁ ଆରମ୍ଭ ହୋଇ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ପ୍ରତିଦିନ ମାଙ୍କ ରୀତିନୀତି ଅନୁସାରେ ପୂଜାର୍ଚନା ଚାଲୁ ରହିଛି । ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଘଣ୍ଟଘଣ୍ଟା ସାଙ୍ଗକୁ ନାମ ସଂକୀର୍ତନ ରେ ପ୍ରକମ୍ପିତ ହେଉଛି ସମଗ୍ର ପରିଵେଶ । ମର୍ଜିତାପୁର ହିଙ୍ଗୁଳା ଯାତ୍ରାର ରହିଛି ଅନେକ […]