ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୦୦୭ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୪/୦୪: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । […]

ରାଜ୍ୟ ସ୍ୱାସ୍ଥ୍ୟ

ହାରୁଛି କରୋନା, ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୧ କରୋନା ପଜିଟିଭ୍

ଭୁବନେଶ୍ୱର ୧୪।୦୪ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୮୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ଦୈନିକ ସଂକ୍ରମଣ ହଜାରେ ଟପିଲା: ନଏଡ଼ାରେ ପୁଣି ୧୦ ଛାତ୍ର ସଂକ୍ରମିତ

ନଏଡ଼ା: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ଆଉ ୧୦ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ୍‌ ସଂକ୍ରମିତ ଛାତ୍ରଙ୍କ ସଂଖ୍ୟା ୨୦ରୁ ଅଧିକ ରହିଛି। ଗୌତମ ବୁଦ୍ଧ ନଗର ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ମଙ୍ଗଳବାର ସକାଳଠାରୁ ଏଯାବତ ଗୌତମ ବୁଦ୍ଧ ନଗରରେ ୩୩ ଜଣ ସଂକ୍ରମିତ ହୋଇଛନ୍ତି। ଜିଲ୍ଲାରେ ମୋଟ୍‌ ସକ୍ରିୟ ମାମଲା ୯୦ରେ ପହଞ୍ଚିଛି। ସଂକ୍ରମଣ ବଢ଼ୁଥିବାବେଳେ ଚତୁର୍ଥ ଲହରକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଅନ୍ୟପକ୍ଷେ ଆଜି ଦେଶରେ ୧,୦୮୮ ନୂଆ […]

ଧର୍ମ ରାଜ୍ୟ

ହିଙ୍ଗୁଳା ଯାତ୍ରା ପାଇଁ ଦୁଲୁକୁଛି ପରିବେଶ, ମାଆଙ୍କ ଦର୍ଶନ ପାଇଁ ଲାଗିଛି ଭିଡ

ଚଣ୍ଡୀଖୋଲ ୧୪/୦୪: ଦୁଇ ବର୍ଷ ପରେ କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଆରମ୍ଭ ହୋଇଛି ହିଙ୍ଗୁଳା ଯାତ୍ରା । ଯାଜପୁର ଜିଲ୍ଲା ମର୍ଜିତାପୁର ପଂଚାୟତ ରେ ଦୀର୍ଘ ୫୬ ବର୍ଷ ଧରି ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ନାମ ସଂକୀର୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ସମଗ୍ର ପରିବେଶ । କଳସ ଯାତ୍ରାଠୁ ଆରମ୍ଭ ହୋଇ ବିଶ୍ଵାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ପ୍ରତିଦିନ ମା ଙ୍କ ରୀତିନୀତି ଅନୁସାରେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସାଂଘାଇରେ କାୟା ମେଲାଇଲା କରୋନା : ଭାରତ ବନ୍ଦ କଲା କନସୁଲେଟ୍ ଅଫିସ୍, ଏହି ନମ୍ବରରେ ସମ୍ପର୍କ କରିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ବେଜିଂ ୧୩।୪: ଚୀନ୍‌ରେ କରୋନା ଭାଇରସ୍ ମାମଲା ପୁଣି ଥରେ ବଢିବାରେ ଲାଗିଲାଣି । ଏହାକୁ ଦେଖି କିଛି ସହରରେ କଡା ନିୟମ ପାଳନ କରାଯାଉଛି । ଖାସ୍‌କରି ସାଂଘାଇରେ ସ୍ଥିତି ଖରାପ ହେବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଭାରତ ତାର କନସୁଲେଟ୍ ଅଫିସ୍ ବର୍ତ୍ତମାନ ପାଇଁ ବନ୍ଦ କରିଦେଇଛି । ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଏ ସମ୍ପର୍କରେ କହିଛି ଯେ, ଶାଂଘାଇରେ କୋଭିଡ୍ ୧୯ ପାଇଁ ଲକଡାଉନ୍‌କୁ ଦୃଷ୍ଟିରେ ରଖି କନସୁଲେଟ୍ […]

କଳା ଓ ସଂସ୍କୃତି ରାଜ୍ୟ

ଶେଷ ହେଲା ବାସନ୍ତୀ ଦୁର୍ଗା ପୂଜା, ପୁଣି ଆରବରଷକୁ ଅପେକ୍ଷା

ଆଠଗଡ଼ ୧୩।୦୪ : ଅଶୋକାଷ୍ଟମୀରୁ ଆରମ୍ଭ ହୋଇଥିବା ବାସନ୍ତୀ ଦୁର୍ଗା ପୂଜା ଶେଷ ହୋଇଛି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆରମ୍ଭ ହୋଇଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ ଗୁରୁଡ଼ିଝାଟିଆ ପଞ୍ଚାୟତର ୭୬ତମ ବାସନ୍ତୀ ଦର୍ଗାପୂଜା ଯାତ୍ରା । ମାଙ୍କ ପାଖରେ କଳସ ଯାତ୍ରାଠୁ ଆରମ୍ଭ ହୋଇ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମାଙ୍କ ଭସାଣି ଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । […]

ଖେଳ ରାଜ୍ୟ

ଭୁବନେଶ୍ବରରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଦଳ : ଗୁରୁବାର ଓ ଶୁକ୍ରବାର କଳିଙ୍ଗରେ ଭାରତ ସହ ମୁକାବିଲା

ଭୁବନେଶ୍ବର: ଭାରତ ବିପକ୍ଷରେ ଯୁଗଳ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଖେଳିବା ଲାଗି ଜର୍ମାନୀ ପୁରୁଷ ହକି ଦଳ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛି। ଏହି ଦୁଇଟି ମ୍ୟାଚ୍ ଆସନ୍ତା ଗୁରୁବାର ଓ ଶୁକ୍ରବାର ଖେଳାଯିବ। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବା ନେଇ ଜର୍ମାନୀ ଖେଳାଳିମାନେ ବେଶ୍ ଉତ୍ସାହିତ ଥିବା ମୁଖ୍ୟ ପ୍ରଶିକ୍ଷକ ଆନ୍ଦ୍ରେ ହେନିଂ ଏଠାରେ ପହଞ୍ଚିବା ପରେ କହିଛନ୍ତି। ବିଶ୍ବ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା‌ ଜର୍ମାନୀ ସଂପ୍ରତି ୧୭ ପଏଣ୍ଟ୍‌ ସହ ପ୍ରୋ ଲିଗ୍ ତାଲିକାର […]

ଖେଳ ଦେଶ ବିଦେଶ

ସିଏସ୍‌କେ ଶେଷରେ ଖାତା ଖୋଲିଲା: ଆର୍‌ସିବି ୨୩ ରନ୍‌ରେ ହାରିଲା

ମୁମ୍ବାଇ: ଲଗାତାର ଚାରିଟି ପରାଜୟ ବରଣ ପରେ ଶେଷରେ ପଞ୍ଚମ ମୁକାବିଲାରେ ଗତଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)ର ଭାଗ୍ୟ ଉଦୟ ହୋଇଛି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୨୩ ରନ୍‌ରେ ହରାଇ ଚଳିତ ଆଇପିଏଲ୍ ଋତୁରେ ଖାତା ଖୋଲିଛି ଏହି ଦଳ। ପୂର୍ବ ବିଫଳତାକୁ ଭୁଲି ମଙ୍ଗଳବାରର ଏହି ମୁକାବିଲାରେ ଚେନ୍ନାଇ ଧୂଆଁଧାର ବ୍ୟାଟିଂର ପରିଚୟ ‌ଦେଇଥିଲା। ଆଉ ଆର୍‌ସିବି ସମ୍ମୁଖରେ ୨୧୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ବଡ଼ ବିଜୟ ଲକ୍ଷ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ଆରମ୍ଭ ହେଲା ବିବାହ ଉତ୍ସବ: ଆଲିଆଙ୍କୁ ଏହି ଉପହାର ଦେବେ ରଣବୀର, ଜୋତା ଚୋରି ପାଇଁ ଗାର୍ଲ ଗ୍ୟାଙ୍ଗ୍‌ଙ୍କୁ ମିଳି

ତେବେ ସେମାନଙ୍କ ବିବାହକୁ ନେଇ ସେମାନେ ପୂର୍ବରୁ ଗଣମାଧ୍ୟମରେ କୌଣସି ସୂଚନା ଦେଇନାହାନ୍ତି। ସେମାନେ ସେମାନଙ୍କ ବିବାହକୁ ଗୋପନ ରଖିବାକୁ ଯଥା ଚେଷ୍ଟା କରିଥିବା ଦେଖିବାକୁ ମିଳିଛି। ତେବେ, ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ ରଣବୀରଙ୍କ ଜୋତା ଚୋରାଇବାକୁ ଥିବା ଆଲିଆଙ୍କ ଗାର୍ଲ ଗ୍ୟାଙ୍ଗ୍‌(ବାଳିକା ଦଳ)ଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ କପୁର ପରିବାର ଟାର୍ଗେଟ ରଖିଛନ୍ତି। ତେବେ, ରଣବୀରଙ୍କ ବିବାହ ମଣ୍ଡପରେ ପହଞ୍ଚିବାକୁ ଭଉଣୀ ରିଦିମା ଓ ମାଆ ନିତୁ କପୁର ଘରୁ ବ‌ାହାରି […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜଧାନୀ ପ୍ରତିଷ୍ଠା ଦିବସ: ସରକାରୀ ସ୍ବାସ୍ଥ୍ୟସେବା ନିଅଣ୍ଟ

ଗାର୍ଗୀ ଶତପଥୀ ରାଜଧାନୀରେ ଜନସଂଖ୍ୟା ଯେତିକି ବଢ଼ୁଛି ସେହି ଅନୁପାତରେ ସରକାରୀ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବାରେ ସରକାର ସଫଳ ହୋଇ ନାହାନ୍ତି। ଏମ୍‌ସ ଭଳି ଜାତୀୟସ୍ତରର ହସ୍ପିଟାଲ ଥିଲେ ମଧ୍ୟ ସରକାରୀ ହସ୍‌ପିଟାଲ୍‌ରେ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସ୍ବପ୍ନ ହୋଇ ରହିଛି। ରାଜଧାନୀର ଦୁଇ ବଡ଼ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌ସ ଓ କ୍ୟାପିଟାଲ ହସ୍ପିଟାଲ ଆଜି ମଧ୍ୟ ରେଫେରାଲ୍ ହସ୍ପିଟାଲ ହୋଇ ରହିଯାଇଛନ୍ତି। ଗୁରୁତର ରୋଗୀଙ୍କୁ ଏହି ଦୁଇ ହସ୍ପିଟାଲ କଟକ ଏସ୍‌ସିବି ମେଡିକାଲକୁ ରେଫର୍‌ କରୁଛନ୍ତି। ସେହିଭଳି […]