ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସିଂହଦ୍ବାର, ପଶ୍ଚିମଦ୍ବାରରୁ ଭକ୍ତଙ୍କୁ ପ୍ରବେଶ ଅନୁମତି
ପୁରୀ: ବହୁଦିନରୁ ଶ୍ରୀମନ୍ଦିରରେ ଚାରିଦ୍ବାର ଦର୍ଶନ ଦାବିପରେ ଦର୍ଶନ କଟକଣା କୋହଳ କରାଯାଇଛି। ଏଥର ଶ୍ରୀମନ୍ଦିର ସିଂହଦ୍ବାର ସହ ଭକ୍ତଙ୍କୁ ପଶ୍ଚିମଦ୍ବାରରୁ ବି ଦର୍ଶନ ପାଇଁ ପ୍ରବେଶ ଅନୁମତି ମିଳିବ। ଭକ୍ତମାନେ ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ପ୍ରବେଶ ପରେ ଦର୍ଶନ ସାରି ଉତ୍ତର ଓ ଦକ୍ଷିଣଦ୍ବାର ଦେଇ ପ୍ରସ୍ଥାନ କରିବେ। ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ। ସିଂହଦ୍ବାରରେ ଥିବା ସେଡ୍କୁ ପଶ୍ଚିମଦ୍ବାରକୁ ସ୍ଥାନାନ୍ତର କରାଯିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି […]