ଦେଶ ବିଦେଶ

ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା: ମାତ୍ର ୪ ଆସନ ପଛରେ ଏନ୍‌ଡିଏ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଖାଲିପଡ଼ିଥିବା ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି। ଗତକାଲି ଶେଷ ହୋଇଥିବା ନିର୍ବାଚନରେ ବିଜେପି ୩୦ଟି ଆସନରେ ବିଜୟ ଲାଭ କରିଛି। ଏହି ସଂଖ୍ୟାକୁ ମିଶାଇ ବିଜେପିର ମୋଟ ସଦସ୍ୟ ସଂଖ୍ୟା ୯୭କୁ ଛୁଇଁଥିବା ବେଳେ ଏନ୍‌ଡିଏର ସଦସ୍ୟ ସଂଖ୍ୟା ୧୧୭ରେ ପହଞ୍ଚିଛି। ଯଦିଓ ଏହି ସଂଖ୍ୟା ଏକ ଦଳ ଭାବେ ଏକକ ସଂଖ୍ୟାଗରିଷ୍ଠ ଅଟେ ତଥାପି ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ପାଇଁ ଆହୁରି ୪ ସଦସ୍ୟଙ୍କ ଆବଶ୍ୟକତା ରହିଛି। ରାଜ୍ୟସଭାରେ ମୋଟ […]

ଅପରାଧ ରାଜ୍ୟ

ସମ୍ବଲପୁରରେ ବଢିଚାଲିଛି ସାଇବର ଅପରାଧ

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ କମିବା ନାଁ ଧରୁନି। ଅପରାଧୀ ଧରା ନ ପଡ଼ିବାକୁ ବଢ଼ୁଥିବା ସାଇବର ଠକେଇ ସମ୍ବଲପୁରବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏସବୁ ମଧ୍ୟରେ ବୁର୍ଲା ସୌରଭ ବିହାରରେ ରହୁଥିବା ରାମଗୋପାଳ ପାଣିଗ୍ରାହୀ କ୍ଲୋନିଂ ୱେବ୍‌ସାଇଟ୍‌ ମାଧ୍ୟମରେ ସାଇବର୍‌ ଠକେଇର ଶିକାର ହୋଇ ୫୦ ହଜାର ଟଙ୍କା ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦ ତାରିଖ ରାତି ଏସ୍‌ବିଆଇ ଲେଖା ଥାଇ ଏକ ମେସେଜ୍‌ ତାଙ୍କ ପାଖକୁ ଆସିଥିଲା। ୟୋନୋରେ ୪୯୮୮ ରିଵାର୍ଡ ପଏଣ୍ଟ […]

ଦେଶ ବିଦେଶ

‘ଥାଙ୍କ୍‌ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ୁଛନ୍ତି ଏୟାରହୋଷ୍ଟେସ୍‌: କାନାଡ଼ା ପହଞ୍ଚିବା ପରେ ୯ ଜଣ ଗାଏବ ହେଲେଣି

ଇସଲାମାବାଦ: ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନ କମ୍ପାନି ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’କୁ ନେଇ କେତେକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗତ ପ୍ରାୟ ବର୍ଷକ ମଧ୍ୟରେ ୯ ଜଣ ଏୟାରହୋଷ୍ଟେସ୍‌ ‘ଥାଙ୍କ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ିଥିବା ଜଣାପଡ଼ିଛି। ଏହି ବିମାନ ପରିଚାରିକାମାନେ କାନାଡ଼ାରେ ନିଯୁକ୍ତି ପାଇଥିବା ଏବଂ ସେଠାରେ ସ୍ଥାୟୀ ଭାବେ ରହିବାକୁ ନିବେଦନ କରିଥିବା କୁହାଯାଇଛି। ନିକଟରେ ପାକ୍‌ ଏୟାରଲାଇନ୍ସର ଏଭଳି ଜଣେ ଏୟାରହୋଷ୍ଟେସ ନିଖୋଜ ହେବାପରେ ଏହି ଘଟଣା ସଂପର୍କରେ ଅନେକ ତଥ୍ୟ […]

ଦେଶ ବିଦେଶ

‘ଥାଙ୍କ୍‌ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ୁଛନ୍ତି ଏୟାରହୋଷ୍ଟେସ୍‌: କାନାଡ଼ା ପହଞ୍ଚିବା ପରେ ୯ ଜଣ ଗାଏବ ହେଲେଣି

ଇସଲାମାବାଦ: ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନ କମ୍ପାନି ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’କୁ ନେଇ କେତେକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗତ ପ୍ରାୟ ବର୍ଷକ ମଧ୍ୟରେ ୯ ଜଣ ଏୟାରହୋଷ୍ଟେସ୍‌ ‘ଥାଙ୍କ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ିଥିବା ଜଣାପଡ଼ିଛି। ଏହି ବିମାନ ପରିଚାରିକାମାନେ କାନାଡ଼ାରେ ନିଯୁକ୍ତି ପାଇଥିବା ଏବଂ ସେଠାରେ ସ୍ଥାୟୀ ଭାବେ ରହିବାକୁ ନିବେଦନ କରିଥିବା କୁହାଯାଇଛି। ନିକଟରେ ପାକ୍‌ ଏୟାରଲାଇନ୍ସର ଏଭଳି ଜଣେ ଏୟାରହୋଷ୍ଟେସ ନିଖୋଜ ହେବାପରେ ଏହି ଘଟଣା ସଂପର୍କରେ ଅନେକ ତଥ୍ୟ […]

ଦେଶ ବିଦେଶ

ଭୋକରେ ୫ ଲକ୍ଷ ଲୋକ, ଗାଜାରେ ଦୁର୍ଭିକ୍ଷ ଭଳି ସ୍ଥିତି

ନୂଆଦିଲ୍ଲୀ: ଇସ୍ରାଏଲ-ଗାଜା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହି ଯୁଦ୍ଧ ଯୋଗୁଁ ପୁଣି ଥରେ ଗାଜାରେ ମାନବିକ ସଙ୍କଟ ସୃଷ୍ଟି ହୋଇଛି। ଉତ୍ତର ଗାଜାରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗାଜାର ଲୋକମାନେ ଭୋକଉପାସରେ ଦିନ କାଟୁଛନ୍ତି। ଜାନୁଆରି ୨୩ ପରଠାରୁ ଉତ୍ତର ଗାଜାର ଲୋକଙ୍କ ପାଖରେ କୌଣସି ମାନବିକ ସହାୟତା ପହଞ୍ଚିନାହିଁ ବୋଲି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମଙ୍ଗଳବାର ଚେତାବନୀ ଦେଇଛି। ଡବ୍ଲ୍ୟୁଏଫ୍‌ପିର ଉପନିର୍ବାହୀ ନିର୍ଦ୍ଦେଶକ କାର୍ଲ ସ୍କାଉ କହିଛନ୍ତି, ଯଦି କିଛି ପରିବର୍ତ୍ତନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଫାଇଲ ପାସ କରାଇଦେବାକୁ ନେଉଥିଲେ ଟଙ୍କା

ରାଉରକେଲା : ଭିଜିଲାନ୍ସ ଜାଲରେ ଇଏସଆଇ ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ | ଗ୍ୟାସ ମେକାନିକ ବିଶ୍ୱନାଥ ସିଂହଙ୍କ ଫାଇଲ ପାସ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ | ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀ ରଙ୍ଗବୋଳା ଟଙ୍କା ଜବତ କରିଛନ୍ତି l ଟିମ ଅଧିକାରୀ ଏକକାଳୀନ ତାଙ୍କ ଅଫିସ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି | ମିଳିଥିବା ସୂଚନାମୁତାବକ ବିଶ୍ୱନାଥ ବାଲୁଘାଟ ବସ୍ତିରେ ରହନ୍ତି […]

ଦେଶ ବିଦେଶ

୬ଟି ଜାତୀୟ ଦଳର ମୋଟ ଆୟ ୩୦୭୭ କୋଟି: ୭୬ ପ୍ରତିଶତ କେବଳ ବିଜେପିର, ଆପ୍‌ ଆୟରେ ୯୧% ବୃଦ୍ଧି

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷରେ ରାଜନୈତିକ ଦଳମାନେ ସେମାନଙ୍କ ଆୟ ସଂପର୍କରେ ଘୋଷଣା କରିଛନ୍ତି। ୬ଟି ଜାତୀୟ ଦଳ ମୋଟ ୩୦୭୭ କୋଟି ଟଙ୍କା ଆୟ କରିଥିବା ଘୋଷଣା କରିଥିବା ବେଳେ ବିଜେପିକୁ ସର୍ବାଧିକ ୨୩୬୧ କୋଟି ଟଙ୍କା ମିଳିଛି ବୋଲି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ବୁଧବାର କହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଶାସକ ବିଜେପିର ଆୟ ୬ଟି ଜାତୀୟ ଦଳର ମୋଟ ଆୟର ୭୬.୭୩ ପ୍ରତିଶତ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ଦ୍ବିତୀୟ […]

ଦେଶ ବିଦେଶ

ଗୁଜରାଟ ତଟରୁ ୩,୩୦୦ କେଜି ଡ୍ରଗ୍ସ ଜବତ: ୫ ପାକିସ୍ତାନୀ ନାଗରିକ ଗିରଫ

ପୋରବନ୍ଦର(ଗୁଜରାଟ): ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗୁଜରାଟ ତଟରୁ ପୁଣି ବିପୁଳ ପରିମାଣର ଡ୍ରଗ୍ସ ଜବତ ‌କରିଛନ୍ତି। ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଛି। ମଙ୍ଗଳବାର ଗୁଜୁରାଟର ପୋରବନ୍ଦର ନିକଟରେ ଏକ ଜାହାଜରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମଙ୍ଗଳବାର ନୌସେନା ପକ୍ଷରୁ ଏକ ବୋଟ୍‌କୁ ଅଟକାଇବା ସହ ୧୩୦୦ କୋଟି ଟଙ୍କା ମୂଲ୍ୟର ୩୦୮୯ କେଜି ଚରସ, ୧୫୮ କେଜି ମେଥାମ୍ଫେଟାମିନ ଓ ୨୫ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିମିଳିପାଳରେ ମହାବଳ ସୁରକ୍ଷାକୁ ପ୍ରାଥମିକତା

ବନ୍ତଳା: ଇତିମଧ୍ୟରେ ରାଜ୍ୟରେ ବାଘ ଗଣନା ‌ରିପୋର୍ଟ ପ୍ରକାଶ ପାଇଛି। ୨୦୨୨ମସିହାରେ ରାଜ୍ୟରେ ୨୦ଟି ମହାବଳ ବାଘ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ୩୦ରେ ପହଞ୍ଚିଛି। କିନ୍ତୁ ରାଜ୍ୟର ଅନ୍ୟତମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସାତ‌କୋଶିଆ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାବଳଶୂନ୍ୟ ରହିଛି। ଯେଉଁଠି ଦିନେ ବାଘ ଗର୍ଜନରେ ଜଙ୍ଗଲ କମ୍ପୁଥିଲା, ଏବେ ସେଠାରେ ମହାବଳ ଦେଖିବା ସ୍ବପ୍ନ। ୨୦୧୮ ମସିହାରେ ଦେଶର ପ୍ରଥମ ଆନ୍ତଃରାଜ୍ୟ ମହାବଳ ସ୍ଥାନାନ୍ତର ପ୍ରକ୍ରିୟା ଫେଲ୍‌ ମାରିବା ପରଠାରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ସିଲାବସ୍‌ ବାହାରୁ ପ୍ରଶ୍ନ: ତ୍ରୁଟି ମାନିଲା ସିଏଚ୍‌ଏସ୍‌ଇ, ମିଳିପାରେ ଗ୍ରେସ୍‌ ମାର୍କ

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି। ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ବିଷୟ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିଲା। ପରୀକ୍ଷାର୍ଥୀ ସମେତ କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ପରିଷଦ ପକ୍ଷରୁ ସମୀକ୍ଷା କରାଯାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ତ୍ରୁଟି ରହିଥିବା ସ୍ୱୀକାର କରିଛି। ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ଆଜି ଗଣମାଧ୍ୟମରେ କହିଛନ୍ତି ଯେ ସିଲାବସ୍‌ ବାହାରୁ ଆସିଥିବା ପ୍ରଶ୍ନଗୁଡ଼ିକର ବିଷୟରେ ବିଚାର କରିବାକୁ ଖୁବ୍‌ଶୀଘ୍ର ଏକ୍ସପର୍ଟ କମିଟି ବୈଠକ ବସିବ। […]