ଅପରାଧ ରାଜ୍ୟ

ଚିଲିକା କୂଳରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ, ଯୁବକଙ୍କୁ ଗଳାକାଟି ହତ୍ୟା !

ପୁରୀ ୨୮।୦୪ : ଯୁବକଙ୍କୁ ଗଳା କାଟି ହତ୍ୟା । ଚିଲିକା କୂଳରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାହାବାଜ ପୁର ଗାଁ ଘଟଣା । ମୃତକ ହେଲେ ମଲେଶ୍ବରୀ ଗାଁର ରାମ ଦୋରା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ କୃଷ୍ଣପ୍ରସାଦ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଖବର ଅନୁଯାୟୀ, ଚିଲିକା କୂଳରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ ହୋଇଥିଲା । […]

ଅପରାଧ ରାଜ୍ୟ

ନାଗ ସହିତ ନାଗିନ୍‌ ଡ୍ୟାନ୍ସ, ୫ ଅଟକ

କରଞ୍ଜିଆ ୨୮।୦୪: ନାଗକୁ ଧରି ନାଗିନ୍‌ ଡ୍ୟାନ୍ସ । ବରଯାତ୍ରୀ ଶୋଭାଯାତ୍ରାରେ ନାଚିବା ପଡିଲା ମହଙ୍ଗା । ସାପ ଖେଳାଳି ସମେତ ୫ଜଣ ବାଦ୍ୟକାରଙ୍କୁ ଅଟକ ରଖିଛି ବନବିଭାଗ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦେଖିବାକୁ ମିଳିଛି ଏପରି ଘଟଣା । ଖବର ଅନୁଯାୟୀ, ବରଯାତ୍ରୀ ଶୋଭାଯାତ୍ରାରେ ଯାଉଥିବା ବେଳେ ଜଣେ ବ୍ୟକ୍ତି ଏକ ବିନ୍‌ ବଜେଇ ବିଷାକ୍ତ ସାପକୁ ଧରି ନାଗିନ୍‌ ଡ୍ୟାନ୍ସ କରୁଥିଲେ । ସର୍ବସାଧାରଣଙ୍କ ସମ୍ମୁଖରେ ଏହି ସାପୁଆ କେଳା ବାଦ୍ୟର […]

ଅପରାଧ ରାଜ୍ୟ

ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରି ହୋଇଥିଲେ ଗିରଫ

ମାଲକାନଗିରି ୨୮।୦୪ : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଛି। ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ, ନବରଙ୍ଗପୁର ଓ କୋରାପୁଟରେ ଚଢ଼ାଉ ଚାଲିଛି। କିଛିଦିନ ତଳେ ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ଜୟଦାସ ଖରା। ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତନପାଲି ପୋଲିସ ଫାଣ୍ଡି […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

‘ଭୁଲ ଭୁଲେୟାଁ-୨’ ଟ୍ରେଲର୍‌ ଦେଖି ଏପରିି ପ୍ରତିକ୍ରିୟା ଦେଲେ ବିଦ୍ୟା ବାଲାନ

ମୁମ୍ବାଇ: ଗତକାଲି କାର୍ତ୍ତିକ ଆର୍ଯ୍ୟାନ ଓ କିଆରା ଆଡଭାନୀଙ୍କ ହରର୍‌-କମେଡି ଚଳଚ୍ଚିତ୍ର ‘ଭୁଲ ଭୁଲେୟାଁ-୨’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ତେବେ ଏହି ଟ୍ରେଲରକୁ ଦେଖିବା ପରେ ଏଥିରେ ପ୍ରତିକ୍ରିୟା ରଖିଛନ୍ତି ‘ଭୁଲ ଭୁଲେୟାଁ’ର ମଞ୍ଜୁଲିକା ବିଦ୍ୟା ବାଲାନ। ପ୍ରଥମ ‘ଭୁଲ ଭୁଲେୟାଁ’ରେ ବିଦ୍ୟା ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ସହ ଥିଲେ ଅକ୍ଷୟ କୁମାର। ଇନ୍‌ଷ୍ଟାଗ୍ରାମରେ ଟ୍ରେଲର୍‌ ସେ‌ୟାର ହେବା ପରେ ଏହାକୁ ବହୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଏହି ଟ୍ରେଲର୍‌କୁ ସେୟାର କରି […]

ଖେଳ ଦେଶ ବିଦେଶ

ଆଇପିଏଲ୍‌: ବାଙ୍ଗାଲୋରକୁ ହରାଇ ଶୀର୍ଷରେ ରାଜସ୍ଥାନ

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୩୦ ରନ୍‌ରେ ହରାଇ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉଠିଛି। ମଙ୍ଗଳବାର ରାଜସ୍ଥାନ ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଆର୍‌ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ମାତ୍ର ୧୧୫ ରନ୍ କରିବା ସହ ନବମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ରାଜସ୍ଥାନ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ହାସଲ କରିଥିଲା। ବିରାଟଙ୍କ ବିଫଳତା, ଅଶ୍ବିନଙ୍କ ମାଇଲଖୁଣ୍ଟ ବାଙ୍ଗାଲୋରର ପଶ୍ଚାତଧାବନ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସରକାରୀ ସ୍କୁଲ ମୁହାଁ ଛାତ୍ରଛାତ୍ରୀ: ଭରସା ଫେରୁଛି, ଭିତ୍ତିଭୂମି ଲୋଡ଼ା

ଭୁବନେଶ୍ବର: ଚକାଚକ୍‌ ସ୍କୁଲ। ଲ୍ୟାବ୍‌, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା ମିଳୁଛି। କ୍ୟାମ୍ପସ ବି ସବୁଜିମା ମୟ ହୋଇଛି। ତେଣୁ ରାଜଧାନୀର ସରକାରୀ ସ୍କୁଲଗୁଡ଼ିକରେ ପଢ଼ିବାକୁ ପିଲାମାନେ ଆଗ୍ରହ ଦେଖାଉଛନ୍ତି। କରୋନା ଦ୍ବାରା ଅଭିଭାବକଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଥିବା ବେଳେ ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ବିଦ୍ୟାଳୟ ରୂପ ବଦଳିବା ମାଗଣା ଶିକ୍ଷା ପ୍ରତି ପିଲା ଓ ଅଭିଭାବକଙ୍କୁ ଆକୃଷ୍ଟ କରୁଛି। ପରିଣାମ ସ୍ବରୂପ ଏବେ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ହଠାତ୍‌ ବଢ଼ିଯାଇଛି। ୨୦୨୧ ପରି ୨୦୨୨ରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆୟୁଷ୍ମାନ୍ ଭାରତ ବ୍ଲକସ୍ତରୀୟ ସ୍ବାସ୍ଥ୍ୟ ମେଳା: ୨୭.୩୧ ଲକ୍ଷ ଲୋକଙ୍କ ଯୋଗଦାନ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଭାଗିତାରେ ଆୟୁଷ୍ମାନ୍ ଭାରତ ସ୍ବାସ୍ଥ୍ୟ ଓ ସ୍ବସ୍ତି କେନ୍ଦ୍ର (ଏବି-ଏଚ୍‌ଡବ୍ଲୁସି)ର ୪ର୍ଥ ବାର୍ଷିକ ଉତ୍ସବ ଏପ୍ରିଲ ୧୬ରୁ ୨୨ ମଧ୍ୟରେ ପାଳିତ ହୋଇଯାଇଛି। ଏଥି ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ଲକ୍‌-ସ୍ତରୀୟ ସ୍ବାସ୍ଥ୍ୟ ମେଳା ଏପ୍ରିଲ ୧୮ରୁ ଆରମ୍ଭ ହୋଇଛି। ଲୋକମାନେ କିପରି ଆବଶ୍ୟକ ନିଦାନ ସେବା ଓ ଔଷଧ ସହ ଉନ୍ନତ ମାନର ସ୍ବାସ୍ଥ୍ୟସେବା ପାଇପାରିବେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପିଲାଙ୍କ ପାଇଁ ୩ କୋଭିଡ୍‌ ଟିକାକୁ ମଂଜୁରି

ନୂଆଦିଲ୍ଲୀ: ଭାରତର ଡ୍ରଗ୍ସ ନିୟାମକ ସଂସ୍ଥା ‘ଡିଜିସିଆଇ’ ୬ରୁ ୧୨ ବର୍ଷର ପିଲାମାନଙ୍କ କ୍ଷେତ୍ରରେ କୋଭାକ୍ସିନ ଟିକାର ସୀମିତ ଜରୁରୀ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ବିଦ୍ୟାଳୟଗୁଡ଼ିକରେ କୋଭିଡ୍ ସଂକ୍ରମଣ ଅଧିକ ଦେଖିବାକୁ ମିଳୁଥିବାରୁ ଏହି ବର୍ଗର ପିଲାଙ୍କ ଟିକାକରଣ ଉତ୍ତମ ପ୍ରତିଷେଧକ ହେବ ବୋଲି କୁହାଯାଉଛି। ୫ରୁ ୧୨ ବର୍ଷର ପିଲାଙ୍କୁ କର୍ବେଭାକ୍ସ ଟିକା ଦେବା ପାଇଁ ଜରୁରୀ ଅନୁମତି ପ୍ରଦାନ କରିଛି ‘ଡିଜିସିଆଇ’। ବର୍ତ୍ତମାନ ଏହି ଟିକା ୧୨ରୁ ୧୪ ବର୍ଷର ପିଲାଙ୍କୁ […]

କଳା ଓ ସଂସ୍କୃତି ରାଜ୍ୟ

ଶାରଳା ମନ୍ଦିରରେ ୫ଟି ସଚିବ: ସେବାୟତଙ୍କ ସହ ଆଲୋଚନା କଲେ

ପୁର: ଆଜି ସକାଳ ୬ଟା ୫୦ରେ ଝଙ୍କଡ଼ବାସିନୀ ମା ଶାରଳାଙ୍କ ମନ୍ଦିରରେ ପହଞ୍ଚିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ। ପୂର୍ବରୁ ଏନେଇ କିଛି ସୂଚନା ନଥିବା ବେଳେ ଆଜି ସକାଳୁ ଏ ସଂକ୍ରାନ୍ତରେ ଜଣା ପଡ଼ିଥିଲା। ସଚିବ ମନ୍ଦିର ପରିସର ବୁଲି ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ଯେମିତିକି ଚନ୍ଦନ ପୋଖରୀର ପୁନଃଉଦ୍ଧାର, ଛାତରୁ ପାଣି ଖସିବା, ମାର୍କେଟ କମ୍ପ୍ଲେକ୍ସର ହସ୍ତାନ୍ତର ଆଦି ନେଇ ସଚିବଙ୍କ ସୃଷ୍ଟି ଆକର୍ଷଣ […]

ଦେଶ ବିଦେଶ ମନୋରଞ୍ଜନ

କଙ୍ଗନା ରାଣାୱତଙ୍କ ବଡ଼ ଖୁଲାସା: ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିଲେ

ମୁମ୍ବାଇ: ଏକତା କପୁରଙ୍କ ରିଅଲିଟି ସୋ’ ‘ଲକ୍ ଅପ୍’ ଖୁବ୍ ଶୀଘ୍ର ଶେଷ ହେବ। ଫାଇନାଲ୍ ପାଖେଇ ଆସୁଥିବାରୁ ପ୍ରତିଯୋଗୀମାନେ ଦର୍ଶକମାନଙ୍କ ମନୋରଞ୍ଜନ ଏବଂ ଟ୍ରଫି ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏହି ସୋ’ର ହୋଷ୍ଟ କଙ୍ଗନା ରାଣାୱତ ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି କହିଛନ୍ତି। ଏହି ଘଟଣା ତାଙ୍କ ନିଜ ସହର ହିମାଚଳ ପ୍ରଦେଶରେ ଘଟିଥିଲା। ଶିଶୁମାନଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବିଷୟରେ ଶିକ୍ଷା ଦିଆଯିବା ଉଚିତ୍ ବୋଲି […]