ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହୁଲ ଫୁଲର ଅଭାବୀ ବିକ୍ରି, ଗତ ବର୍ଷ ତୁଳନାରେ ୧୦ ଟଙ୍କା କମ୍‌ରେ ବିକ୍ରି ଚାଲିଛି

କୁଚିଣ୍ଡା : ସମ୍ବଲପୁର ଜିଲ୍ଲାରେ ମହୁଲ ଫୁଲର ଅଭାବୀ ବିକ୍ରି ଚାଲିଛି। ପୂର୍ବ ବର୍ଷ ତୁଳନାରେ ଏଥର ୧୦ ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ୁଛି। ଗୋଟିଏ ପଟରେ ସରକାର ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଶର ୧ ନମ୍ବର ରାଜ୍ୟ ବୋଲାଉଥିବା ସମୟରେ ମହୁଳ ସଂଗ୍ରହ ନୀତିରେ ପଡ଼ୋଶୀ ତୁଳନାରେ ଭିନ୍ନ ନୀତି ରହିଛି। ସରକାରଙ୍କ ଭିନ୍ନ ନୀତି ସହିତ ଅତ୍ୟଧିକ କଟକଣା, ବିଭାଗୀୟ ଅଧିକାରୀଙ୍କ ସ୍ବେଚ୍ଛାଚାରିତା ଯୋଗୁଁ ମହୁଲ ଫୁଲ ବିକି ଭଲ […]

ଦେଶ ବିଦେଶ ମନୋରଞ୍ଜନ

ମିଡିଆ ସାମ୍ନାରେ ଏମିତି କିଛି କହିଦେଲେ କିଆରା, ଲାଜେଇ ଗଲେ କାର୍ତ୍ତିକ, କହିଲେ- ଭୁଲ୍ ସଂଶୋଧନ କର

ମୁମ୍ବାଇ ୩।୫: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀ ଏବେ ତାଙ୍କ ଫିଲ୍ମ ‘ଭୁଲ୍ ଭୁଲେୟା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । କେତେବେଳେ ସେମାନେ ରିୟଲିଟି ସୋ’ ସେଟ୍‌ରେ ନଜର ଆସୁଛନ୍ତି ତ ଆଉ କେବେ ଲୋକଙ୍କ ସହ ତାଙ୍କୁ ଦେଖିବାକୁ ମିଳୁଛି । ଏଥର କାର୍ତ୍ତିକ ଏବଂ କିଆରା ଫିଲ୍ମକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଥିବା ନଜରକୁ ଆସିଥିଲେ । ଏହି ସମୟରେ କିଆରା ଏମିତି କିଛି କହି ଦେଇଥିଲେ ଯାହାକୁ ଶୁଣି କାର୍ତ୍ତିକ ତାଙ୍କ […]

ଖେଳ ଦେଶ ବିଦେଶ

‘ଚେନ୍ନାଇକୁ ପ୍ଲେ-ଅଫରେ ପହଁଚାଇପାରିବେ ଧୋନୀ’- ସେହ୍ୱାଗ

ନୂଆଦିଲ୍ଲୀ ୦୩/୦୫: ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚେନ୍ନାଇ ସୁପର କିଙ୍ଗସର ମଙ୍ଗ ଧରିଛନ୍ତି । ସେ ଅଧିନାୟକ ହେଲା ପରେ ପ୍ରଥମ ମ୍ୟାଚରେ ଚେନ୍ନାଇ ଦମଦାର ବିଜୟ ହାସଲ କରିଥିଲା । ରବିବାର ଖେଳାଯାଇଥିବା ମୁକାବିଲାରେ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ମାତ୍ ଦେଇଥିଲା । ଏହା ସିଏସକେର ତୃତୀୟ ବିଜୟ ଥିଲା । ବିଜୟ ସତ୍ତ୍ୱେ ଚେନ୍ନାଇର ପ୍ଲେ ଅଫ୍ ଯାତ୍ରା ସେତେ ସହଜ ନୁହେଁ । କିନ୍ତୁ ଭାରତର ପୂର୍ବତନ […]

ଖେଳ ରାଜ୍ୟ

ଚେସ୍ ଅଲମ୍ପିଆଡ : ଭାରତୀୟ ଦଳରେ ଓଡିଆ ଝିଅ ପଦ୍ମିନୀ ରାଉତ

ଭୁବନେଶ୍ୱର,୦୩/୦୫: ଜୁଲାଇ ୨୮ ତାରିଖରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ୪୪ତମ ଚେସ୍‌ ଅଲିମ୍ପିଆଡ୍‌ । ସର୍ବଭାରତୀୟ ଚେସ୍‌ ଫେଡେରେସନ୍‌ (ଏଆଇସିଏଫ୍‌) ପକ୍ଷରୁ ସୋମବାର ୨୦ ଜଣିଆ ଖେଳାଳି ତାଲିକା ପ୍ରକାଶ କରାଯାଇଛି । ପୁରୁଷ ଦଳରେ ୧୦ ଏବଂ ମହିଳା ଦଳରେ ୧୦ ଜଣ ସାମିଲ ରହିଛନ୍ତି । ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ପଦ୍ମିନୀ ରାଉତ ମହିଳା ଦଳରେ ସାମିଲ ହୋଇଛନ୍ତି । ମର୍ଯ୍ୟାଦାଜନକ ଚେସ୍‌ ଅଲିମ୍ପିଆଡ୍‌ ଜୁଲାଇ ୨୮ରୁ ଆରମ୍ଭ ହୋଇ […]

ଅପରାଧ ଖେଳ ଦେଶ ବିଦେଶ

ବାରମ୍ବାର ଓ୍ୱାଇଡ୍ ଦେଉଥିଲେ ଅମ୍ପାୟାର, ରାଗିଗଲେ ସଞ୍ଜୁ ସାମସନ : ଦର୍ଶକ କହିଲେ…

ନୂଆଦିଲ୍ଲୀ,୦୨/୦୫: ଆଇପିଏଲରେ ସୋମବାର ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମୁକାବିଲାକୁ କୋଲକାତା ୭ ଓ୍ୱିକେଟରେ ଜିତି ନେଇଥିଲା । ତେବେ ମ୍ୟାଚ୍ ଶେଷ ବେଳକୁ ପଡିଆରେ ବିବାଦର ସୂତ୍ରପାତ ହୋଇଥିଲା । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବାରମ୍ବାର ଅଭିଯୋଗ କରିଥିଲେ । ସୂଚନାନୁସାରେ, କୋଲକାତା ବ୍ୟାଟିଂ ବେଳେ ଅମ୍ପାୟାର ୩ ଥର ଓ୍ୱାଇଡ୍ ଦେଇଥିଲେ । ଯାହା ଦେଖି ସଞ୍ଜୁ ରାଗି […]

ଖେଳ ଦେଶ ବିଦେଶ

ନିଜକୁ ଦେଇଥିବା ଶପଥ ପୂରଣ କଲେ ରିଙ୍କୁ ସିଂ : ମ୍ୟାଚ୍ ପୂର୍ବରୁ ହାତରେ ଲେଖିଥିଲେ…

ନୂଆଦିଲ୍ଲୀ,୦୩/୦୫: ବିଜୟ ଧାରାକୁ ଫେରିଛି କୋଲକାତା ନାଇଟ ରାଇଡର୍ସ । ସୋମବାର ଖେଳାଯାଇଥିବା ମୁକାବିଲାରେ ଦଳ ରାଜସ୍ଥାନ ରୟାଲ୍ସକୁ ୭ ଓ୍ୱିକେଟରେ ମାତ୍ ଦେଇଥିଲା । ଏହି ବିଜୟ ସହ କେକେଆର ପଞ୍ଜାବ କିଙ୍ଗସକୁ ପଏଣ୍ଟ ଟେବୁଲରେ ପଛରେ ପକାଇ ୭ ନମ୍ବର ସ୍ଥାନରେ ପହଁଚିଛି । କୋଲକାତା ନାଇଟ ରାଇଡର୍ସ ବିଜୟର ହିରୋ ଥିଲେ ରିଙ୍କୁ ସିଂ । ସେ ୨୩ ବଲରୁ ୪୨ ରନ୍ କରିଥିଲେ । ଏହି ଇନିଂସରେ ସେ ୬ ଚଉକା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରେମିକା କହିଲା- ମୋତେ ବାହା ହଅ, ନହେଲେ ଆତ୍ମହତ୍ୟା କରିବି : ଚନ୍ଦ୍ରଶେଖରପୁର ଥାନାରେ ହାଇଡ୍ରାମା

ଭୁବନେଶ୍ୱର ୦୩।୦୫: ବନ୍ଧୁତାରୁ ପ୍ରେମ, ତା’ପରେ ନିବିଡ଼ ସମ୍ପର୍କ। ଉଭୟ ନିଷ୍ପତ୍ତି ନେଇଥିଲେ ବିବାହ କରିବେ । ବଡ଼ କଥା ପ୍ରେମିକଙ୍କ ବୟସ ୨୦ ବର୍ଷ ହୋଇଥିବାବେଳେ ପ୍ରେମିକାଙ୍କ ବୟସ ୨୮ । ଏବେ ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକା । ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନାରେ । ସୂଚନା ଅନୁଯାୟୀ, ନୀଳାଦ୍ରି ବିହାରର ଏକ ବସ୍ତିରେ ରହୁଥିବା ସମ୍ପୃକ୍ତ ଯୁବତୀ ଓ ଇନ୍‌ଫୋସିଟି […]

ଅପରାଧ ରାଜ୍ୟ

ଶିବରାମଙ୍କୁ ମାରିଲା କିଏ ? ଘର ସାମ୍ନାରେ ହୋଇଛି ନିର୍ମମ ହତ୍ୟା

ଅନୁଗୁଳ ୦୩।୦୫ : ଅନୁଗୁଳ ବଳରାମପ୍ରସାଦରେ ଅଭାବନୀୟ ଘଟଣା । ଘର ସାମ୍ନାରେ ଜଣଙ୍କୁ ନିର୍ମମ ହତ୍ୟା ।କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସୂଚନା । ମୃତକ ବଳରାମ ପ୍ରସାଦର ଶିବରାମ ସାହୁ ବୋଲି ଜଣାପଡିଛି । ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ଅନୁଯାୟୀ, ଶିବାରାମ ସାହୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିନ୍ଦ୍ୱନ୍ଦିତା କରି ପରାସ୍ତ ହୋଇଛନ୍ତି । ପୂର୍ବରୁ ସେ […]

ଅପରାଧ ରାଜ୍ୟ

୮ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ

କଣ୍ଟାବାଞ୍ଜି, ୦୩/୦୫: ମୁରିବାହାଲ ପୋଲିସ ଦ୍ୱାରା କରଳାପିଟା ଗ୍ରାମରୁ ୮ ଦେଶୀ ବନ୍ଧୁକ ସହ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି । ବେଆଇନ ଭାବେ ବନ୍ଧୁକ ଏବଂ ବିସ୍ପୋରକ ସାମଗ୍ରୀ ଘରେ ରଖିଥିବା ଅଭିଯୋଗରେ ଗାଁର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୪ ଜଣ ହେଲେ କରଲପିଟା ଗାଁର ଧରଣୀ ଚନ୍ଦନ, ପୁରନ୍ଦର ଧରୁଆ, ଦେବାରଚନ୍ଦ ଧରୁଆ, ସାଧୁ ଧରୁଆ । ମୁରିବାହାଲ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ବରାହା ଶିକାରୀ ମାନେ […]

ଅପରାଧ ରାଜ୍ୟ

ସୈତାନ ସ୍ୱାମୀ ! ସ୍ତ୍ରୀକୁ ବାଡିରେ ପିଟି ପିଟି ମାରିଦେଲା

ସୋର ୦୩।୦୫ : ମଦ୍ୟପ ସ୍ଵାମୀର ଉନ୍ନତ୍ତକାଣ୍ଡ। ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କଇଁସି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ସ୍ୱାମୀ ରାମ ମୁର୍ମୁକୁ ଥାନାରେ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ସ୍ୱାମୀ ରାମ ମୁର୍ମୁ ଅଧିକାଂଶ ସମୟ ମଦ ପିଇ ଘରକୁ ଆସିଥାନ୍ତି । ଯାହାକୁ ବିରୋଧ କରିଥାନ୍ତି ସ୍ତ୍ରୀ ଦେଉଲା ମୁର୍ମୁ । ହେଲେ ବିଳମ୍ବିତ ରାତିରେ ସ୍ୱାମୀ […]