କଲେଜ୍ ପାଣ୍ଠି ହଡ଼ପ ମାମଲା: ଜୁଆରେ ୬୫ ଲକ୍ଷ, ଭ୍ରମଣରେ ୪ ଲକ୍ଷ
ଭୁବନେଶ୍ବର : ପୂର୍ବତନ ଛାତ୍ରଙ୍କ ପ୍ରେମରେ ପଡ଼ି ଘରୋଇ କଲେଜର ମହିଳା ଆକାଉଣ୍ଟାଣ୍ଟ୍ ୯୭ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ କରିବା ଘଟଣା ପଛର ସତ ଏବେ ପଦାକୁ ଆସୁଛି। ପୂର୍ବତନ ଛାତ୍ର ତଥା ପ୍ରେମିକ ବିକାଶ କୁମାର ଜୁଆ ଖେଳରେ ଟଙ୍କା ଉଡ଼ାଉଥିବା ବେଳେ ପ୍ରେମିକା ତଥା ମହିଳା ଆକାଉଣ୍ଟାଣ୍ଟ ପାୟଲ୍ଙ୍କୁ ନେଇ ବେଶ୍ ବୁଲାବୁଲି କରି ପ୍ରଚୁର ଟଙ୍କା ଉଡ଼ାଇଛି। ପୁଲିସ ସୂଚନାନୁସାରେ ପାୟଲଙ୍କଠାରୁ ଟଙ୍କା ନେଇ ବିକାଶ କୁମାର ଅନ୍ଲାଇନ୍ରେ ରୟାଲ୍ ଏକ୍ସଚେଞ୍ଜ, ରେଡିଆନା, […]