ରାଜ୍ୟ

ରାଉରକେଲାରେ ବ୍ୟବସାୟୀଙ୍କ ଘରେ ଇଡି ଚଢ଼ଉ

ରାଉରକେଲା: ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ତିନିଟି ଟିମ ଏକ କାଳୀନ ଉଦିତନଗର କଚେରୀରୋଡ ସ୍ଥିତ କଦମୱାଲା ଆଣ୍ଡ କୋ ଓ କଦମୱାଲା ଇନସଲଭାନସି ପ୍ରଫେସନାଲ ପ୍ରାଇଭେଟ ଲିମିଟେଡ଼ରେ ସକାଳୁ ଚଢ଼ଉ ଆରମ୍ଭ କରିଛନ୍ତି। ବ୍ୟବସାୟୀ ଅଜୟ କଦମୱାଲାଙ୍କ ଘରେ ଚଢ଼ାଉ କରିଛି ଇଡି। ଏହାଛଡ଼ା କଚେରି ରୋଡରେ ଥିବା କଦମା ଆଣ୍ଡ କୋ’ର ୩ଟି କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ ଚାଲିଛି । ଭୁବନେଶ୍ୱରରୁ ଦୁଇଟି ଟିମ୍ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବସ୍ତି ବୁଲିଲେ ବିଲ୍ ଗେଟ୍‌ସ

ଭୁବନେଶ୍ବର: ଭୁବନେଶ୍ୱରରେ ବସ୍ତି ବୁଲିଲେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍‌ସ। ସକାଳୁ ସକାଳୁ ଚନ୍ଦ୍ରଶେଖରପୁରସ୍ଥିତ ଲୁମ୍ବିନୀ ବିହାର ମା’ ମଙ୍ଗଳା ବସ୍ତି ଗସ୍ତ କରିବା ସହ ସେଠାରେ ମୁକ୍ତା ଓ ଜାଗା ମିସନ ଯୋଜନାରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ଜାଗା ମିସନରେ ଲୋକେ କିଭଳି ଜମି ଅଧିକାର ପାଇଛନ୍ତି ଏବଂ ମୁକ୍ତା ଯୋଜନାରେ କେଉଁ ସବୁ ସୁବିଧା‌ ପାଉଛନ୍ତି ସେନେଇ ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ବସ୍ତିର ସ୍ବଚ୍ଛତା, ପ୍ରତି ପରିବାରକୁ ପାନୀୟ […]

ରାଜନୀତି ରାଜ୍ୟ

ସତ୍ୟବାଦୀରୁ ଲଢ଼ିବ କିଏ? ତୀବ୍ର ହେଉଛି ସଂଜୟ-ଉମା କଳି

ପୁରୀ/ସାକ୍ଷୀଗୋପାଳ: ପୁରୀ ଜିଲ୍ଲାର ସତ୍ୟବାଦୀ ବିଧାନସଭା ଆସନକୁ ନେଇ ମୁଣ୍ଡ ଟେକିଛି ବିବାଦ। ଏହି ଆସନରୁ କିଏ ଲଢ଼ିବ, ତାହାକୁ ନେଇ କେଁ ଦେଖାଦେଇଛି। ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା ସଭାସମିତି କରି ସତ୍ୟବାଦୀରୁ ଲଢ଼ୁଥିବା ନେଇ ନେତା, କର୍ମୀଙ୍କୁ କହିବାର ଭିଡିଓ ଭାଇରାଲ୍‌ ହେବା ପରେ ଏହି ବିବାଦ ଉଗ୍ରରୂପ ନେଇଛି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ତାଙ୍କ ସମର୍ଥକମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ବିବାଦ ବଢ଼ିବା ପରେ ଆଜି ବିଜେଡି ସୁପ୍ରିମୋ […]

ଦେଶ ବିଦେଶ

ଦଲଜିତ ସିଂହ ଚୌଧୁରୀ ଏନ୍‌ଏସ୍‌ଜି ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ୧୯୯୦ ବ୍ୟାଚ୍‌ର ଉତ୍ତରପ୍ରଦେଶ କ୍ୟାଡର ଆଇପିଏସ୍‌ ଅଧିକାରୀ ଦଲଜିତ ସିଂହ ଚୌଧୁରୀଙ୍କୁ ଶକ୍ତିଶାଳୀ ନ୍ୟାସନାଲ୍‌ ସେକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ନିଯୁକ୍ତି ସମ୍ପର୍କରେ ସୂଚିତ କରାଯାଇଛି। ଏହା ପୂର୍ବରୁ ଦଲଜିତ ସିଂହ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଥିଲେ। ଏନ୍‌ଏସ୍‌ଜି ଭାରତର ଆତଙ୍କବାଦ ପ୍ରତିରୋଧ ଫୋର୍ସ ଭାବେ ପରିଚିତ। ଆତଙ୍କବାଦ ଓ ବିମାନ ଅପହରଣ ପ୍ରତିରୋଧ ଅଭିଯାନରେ ଏନ୍‌ଏସ୍‌ଜିଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୫ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ନେତାଙ୍କ ଗତିବିଧି ମଧ୍ୟ ବଢ଼ିଲାଣି | ଆସନ୍ତା ମାର୍ଚ୍ଚ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ ବୋଲି ଜଣାପଡିଛି | ଓଡିଶା ବିଜେପିର ସହ ପ୍ରଭାରୀ ଲତା ଉଶେଣ୍ଡି ଏହି ସୂଚନା ଦେଇଛନ୍ତି | ତେବେ ମୋଦୀଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇନାହିଁ ବୋଲି ସେ କହିଛନ୍ତି | ସୂଚନା ଅନୁଯାୟୀ ଚଣ୍ଡିଖୋଲରେ ଏକ ସାଧାରଣ ସଭା ସହ କିଛି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି | […]

ଦେଶ ବିଦେଶ

ପାର୍ଟିକୁ ଡାକି କଳହ ଉପୁଜିବାରୁ ବନ୍ଧୁଙ୍କୁ ହତ୍ୟା, ପୀଡ଼ିତଙ୍କ ବାପାଙ୍କୁ ଆସିଥିଲା କଲ୍‌

ନୂଆଦିଲ୍ଲୀ: ନୋଏଡାର ଜଣେ ଛାତ୍ର ନିଖୋଜ ହୋଇଥିବା ବେଳେ ଏବେ ପୁଲିସ୍‌କୁ ଛାତ୍ରଙ୍କ ମୃତ ଦେହ ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କିଛି ଯୁବକଙ୍କ ମଧ୍ୟରେ ପାର୍ଟିରେ ବିବାଦ ଉପୁଜିବା ପରେ ଏହି ହତ୍ୟାକାଣ୍ଡ ଘଟିଛି। ଗଣ୍ଡଗୋଳକୁ ନେଇ ୪ ଜଣ ଯୁବକ ମିଶି ନିଜ ବନ୍ଧୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ଯୁବକଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ମାଟି ତଳେ ପୋତି ଦେଇଥିବା ସୂଚନା ରହିଛି। ନୋଏଡା ସ୍ଥିତ ବିଶ୍ୱବିଦ୍ୟାଳୟର ଛାତ୍ର ୟଶ […]

ଦେଶ ବିଦେଶ

ଡିଏମ୍‌କେ ସରକାରୀ ବିଜ୍ଞାପନରେ ଚୀନ୍‌ ପତାକା: ଭର୍ତ୍ସନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦକ୍ଷିଣ ରାଜ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଦ୍ବିତୀୟ ମହାକାଶବନ୍ଦରର ବିଜ୍ଞାପନରେ ଚୀନ୍ ପତାକା ଥିବା ରକେଟ୍ ଲଗାଯାଇଥିବା ଦେଖିବାକୁ ମିଳିବା ପରେ ତାମିଲନାଡୁ ସରକାର ଲଜ୍ଜିତ ହୋଇଛନ୍ତି। ରାଜ୍ୟ ମତ୍ସ୍ୟମନ୍ତ୍ରୀ ଅନିତା ରାଧାକ୍ରିଷ୍ଣନଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ବିଜ୍ଞାପନର ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଲାସେକରପଟ୍ଟିନମ୍‌ରେ ଇସ୍ରୋ ମହାକାଶବନ୍ଦର ପାଇଁ କରୁଥିବା ଶିଳାନ୍ୟାସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧି ଓ ତାଙ୍କ ପୁଅ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ […]

ଦେଶ ବିଦେଶ

କଂଗ୍ରେସ ବିଧାୟକଙ୍କ ବିଦ୍ରୋହ: ହିମାଚଳରେ ହଲ୍‌ଚଲ୍‌

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଶାସକ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ସତ୍ତ୍ବେ ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନ ହରାଇବ‌ା ପରେ ଘୋର ସଙ୍କଟର ସମ୍ମୁଖୀନ ହୋଇଛି। ୬ ଜଣ ଦଳୀୟ ବିଧାୟକ ବିଦ୍ରୋହ କରି ଗତକାଲି ବିଜେପି ପ୍ରାର୍ଥୀ ସପକ୍ଷରେ ଭୋଟ୍ ଦେବାରୁ ଏପରି ସଙ୍କଟ ସୃଷ୍ଟି ହୋଇଛି। ଏଭଳି ସଙ୍କଟ ଯୋଗୁଁ କଂଗ୍ରେସ ସରକାର ପ୍ରତି ବିପଦ ଦେଖାଦେବାରୁ ଏହାକୁ ଟାଳିବା ଲାଗି ଗତରାତିରୁ ଦଳୀୟ ହାଇକମାଣ୍ଡ ଲାଗି ପଡ଼ିଛନ୍ତି। ଏଥିରେ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କର୍ଣ୍ଣାଟକର […]

ରାଜ୍ୟ

ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା : ୮ ଗୁରୁତର

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଆମଲାଙ୍ଗ ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସ ‘ଶ୍ରୀରାମଜୀ’ ବରଗଡ଼ରୁ ଭଦ୍ରକ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଆହତ ହୋଇଥିବାବେଳେ, ୮ ଜଣ ଗୁରୁତର ଅଛନ୍ତି | ଗୁରୁତରମାନଙ୍କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏବଂ ପରେ ୪ ଜଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି। ଉଦ୍ଧାର […]

ଦେଶ ବିଦେଶ

ମଣିପୁର ପୁଲିସ ଅଧିକାରୀଙ୍କୁ ଘରୁ ଉଠାଇନେଲେ ୨୦୦ ବନ୍ଧୁକଧାରୀ, କିଛି ଘଣ୍ଟା ମଧ୍ୟରେ ଉଦ୍ଧାର

ଇମ୍ଫାଲ: ମଙ୍ଗଳବାର ୨୦୦ ବନ୍ଧୁକଧାରୀ ଘରେ ପଶି ମଣିପୁର ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କୁ ଅପହରଣ କରିନେଇଥିଲେ। ପୁଲିସ ଓ ସୁରକ୍ଷା ବାହିନୀର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ କିଛି ଘଣ୍ଟା ମଧ୍ୟରେ ଅଧିକାରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇଛି। ଇମ୍ଫାଲ ପଶ୍ଚିମର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମୋଇରାଙ୍ଗଥେମ୍ ଅମିତ ସିଂହଙ୍କୁ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ଥିବା ତାଙ୍କ ବାସଭବନରୁ ସଶସ୍ତ୍ର ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ।। ପୁଲିସ ବିବୃତିରେ କୁହାଯାଇଛି ଯେ ପ୍ରାୟ ୨୦୦ ସଶସ୍ତ୍ର ବ୍ୟକ୍ତି […]