ଓଭର ବ୍ରିଜ ତଳକୁ ଖସିଲା ବସ୍; ଏକାଧିକ ଯାତ୍ରୀ ଗୁରୁତର
ଯାଜପୁର ୦୭/୦୫ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ବଡ଼ଚଣା ଥାନା ପାଖରେ ଏକ ଯାତ୍ରୀ ବାହି ବସ୍ ଓଭରବ୍ରିଜରୁ ତଳକୁ ଖସି ପଡ଼ିଛି। ଜୟ ଦୁର୍ଗା ନାମକ ଏହି ବସ୍ଟି ଭୁବନେଶ୍ୱରରୁ ଯଶୀପୁରକୁ ଯାଉଥିଲା । ଏଥିରେ ୪୦ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୪୦ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ପାଖରେ ଥିବା ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । […]