ଅପରାଧ ରାଜ୍ୟ

ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଟ୍ରକ୍ ଚାଳକ ଅଟକ

କୋରାପୁଟ: କୋରାପୁଟରେ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଟ୍ରକର ଚାଳକକୁ ଅଟକ ରଖାଯାଇଥିବାର ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୋରାପୁଟ ଡିଆଇଜି କାର୍ଯ୍ୟାଳୟ ନିକଟରେ ଏକ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୯ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। କୋରାପୁଟ ଟାଉନରେ ଚଢ଼ାଉ କରି ଅବକାରୀ ବିଭାଗ ଉକ୍ତ ଟ୍ରକକୁ ଧରିଛି। ଉକ୍ତ ଗଞ୍ଜେଇ ଫୁଲକୁଣ୍ଡ ଭିତରେ ଲୁଚାଇ ବିଶାଖାପାଟଣାରୁ ଆଗ୍ରା ଚାଲାଣ ବେଳେ ଧରାପଡ଼ିଥିଲା। ଜବତ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଶାନ୍ତ ସମୁଦ୍ରରେ ଓଲଟିଲା ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ

ବ୍ରହ୍ମପୁର: ଅଶାନ୍ତ ସମୁଦ୍ରରେ ଫସିଯାଇଥିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା। ତେବେ ସମୁଦ୍ରରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୬୦ ମତ୍ସ୍ୟଜୀବୀ। ଗଞ୍ଜାମ ଛତ୍ରପୁର ବ୍ଲକ ସାନଆର୍ଯ୍ୟପାଲିରେ ଘଟିଛି ଏହି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ସାନଆର୍ଯ୍ୟପାଲି, ବଡ଼ ଆର୍ଯ୍ୟପାଲି ଓ ଗୋଳାବନ୍ଧ ଭଳି ଅଞ୍ଚଳର ୬୦ ଜଣ ମତ୍ସଜୀବୀ ୬ଟି ଡଙ୍ଗାରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ଫେରିବା ବେଳେ ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ସେମାନଙ୍କର ଡଙ୍ଗା ଓଲଟିପଡ଼ିଥିଲା । ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ […]

ଅପରାଧ ରାଜ୍ୟ

ଉଦଳା‌ ହାଜତ ମୃତ୍ୟୁ ମାମଲା: ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା

ଉଦଳା-୧ : ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ମନ୍ଦାରପୁର ଅଞ୍ଚଳର ପ୍ରଦୀପ କୁମାର ଦାସ (୩୮) ଗତ ୭ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଉଦଳା ପୁଲିସ ହେପାଜତ‌ରେ ଥିବାବେଳେ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ମାଡ଼ରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକ ସିଧାସଳଖ ଅଭିଯୋଗ ଆଣିଛନ୍ତି। ଏ ନେଇ ହିମାଂଶୁ ଶେଖର ନାୟକ ନାମକ ବ୍ୟକ୍ତି ଆଜି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାଏର କରିଛନ୍ତି। ପୁଲିସର ନିର୍ଯାତନାରେ […]

ଖେଳ ଦେଶ ବିଦେଶ

ଅମ୍ପାୟାରଙ୍କ ଉପରକୁ ବଲ୍ ଫିଙ୍ଗିଲେ ପୋଲାର୍ଡ, ହସ ରୋକିପାରିଲେନି ରୋହିତ

ନୂଆଦିଲ୍ଲୀ, ୧୦/୦୫: ସୋମବାର ଆଇପିଏଲରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ୍ ଖୁବ ରୋମାଞ୍ଚକର ଥିଲା । କାରଣ ଅନେକ ଜବରଦସ୍ତ ଘଟଣା ମ୍ୟାଚରେ ଦେଖିବାକୁ ମିଳିଥିଲା । ମୁମ୍ବାଇ ବୋଲର କିରନ୍ ପୋଲାର୍ଡ ଯେତେବେଳେ ପାଳିର ଦଶମ ଓଭରରେ ବୋଲିଂ କରୁଥିଲେ ସେତେବେଳେ ତାଙ୍କ ହାତରୁ ବଲ ଖସି ପଡିଥିଲା । ଏହା ସିଧା ଅମ୍ପାୟାରଙ୍କ ଦେହରେ ବାଜିଥିଲା । ସୂଚନା ଅନୁସାରେ, ମ୍ୟାଚର ଦଶମ ଓଭରରେ […]

ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍‌

ଜୟପୁର : ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର ଅଦାଲତର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାସମଲ ଅଭିଯୁକ୍ତ ଗୋବିନ୍ଦ ତାଡ଼ିଙ୍ଗି (୨୩)କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ସହ ଜିଲ୍ଲା ଆଇନସେବା ପ୍ରାଧିକରଣରୁ ଆଉ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପୀଡ଼ିତାଙ୍କୁ ଦେବାକୁ ମାନ୍ୟବର କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ଗତ ୨୦୧୭ ମସିହା ନଭେମ୍ବର ୧୦ […]

ଅପରାଧ ରାଜ୍ୟ

ଧାରଣାରେ ସମ୍ବଳ ଶିକ୍ଷୟିତ୍ରୀ, ନ୍ୟାୟ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛି ବିଭାଗ

ଭଦ୍ରକ ୧୦/୦୫: ଧାରଣାରେ ଶିକ୍ଷୟତ୍ରୀ । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ବିଭାଗ । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସମ୍ବଳ ଶିକ୍ଷୟତ୍ରୀ । ଅଭିଯୋଗ ଅନୁଯାୟୀ ଶିକ୍ଷୟତ୍ରୀ ଟୁନା ବାଳା ଦାଶ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କ ନାଁ ରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦୁର୍ବ୍ୟବହାର ସହ ଅନ୍ୟ କେତେକ ଅଭିଯୋଗ ଆଣିଥିଲେ । ଅଭିଯୋଗ […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଖଳା ଚଳଚଞ୍ଚଳ: ଆରମ୍ଭ ହେଲା ତୁମ୍ବ ବିନ୍ଧ କାମ

ପୁରୀ : ଶ୍ରୀମନ୍ଦିର ରଥଖଳାରେ ରଥ ନିର୍ମାଣର ସୋମବାର ଷଷ୍ଠ ଦିନରେ ତୁମ୍ବ ବୋଳା ଓ ସୂତାବାଡ଼ିଆ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାରଠାରୁ ବିନ୍ଧ କାମ ଆରମ୍ଭ ହୋଇଛି। ମହାରଣା ସେବକମାନେ ସୋମବାର ଦିନ ବିନ୍ଧ ଅନୁକୂଳ ପରେ ତୁମ୍ବରେ ବିନ୍ଧ କାମ ଆରମ୍ଭ କରିଛନ୍ତି। ସେପଟେ ବାକି ତୁମ୍ବର ବୋଳା ଓ ସୂତା ବାଡ଼ିଆ କାମ ଜାରି ରହିଛି। ସେପଟେ ସୋମବାର ଦିନ ସର୍ବାଧିକ ସେବକ ରଥଖଳାରେ ନିୟୋଜିତ ଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦ୍ରୀୟ ଟିମର ଚାଉଳ ଯାଞ୍ଚ ରିପୋର୍ଟକୁ ଗ୍ରହଣ କରୁନି ରାଜ୍ୟ ଯୋଗାଣ ନିଗମ: ପୁନର୍ବାର ଯାଞ୍ଚ ପାଇଁ ଚିଠି

ଭୁବନେଶ୍ବର : ସମ୍ବଲପୁର, ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କଳାହାଣ୍ଡିରେ କେନ୍ଦ୍ରୀୟ ଟିମର ଚାଉଳ ଯାଞ୍ଚ ରିପୋର୍ଟକୁ ଅସ୍ବୀକାର କରିଛି ରାଜ୍ୟ ଯୋଗାଣ ନିଗମ। ପୁନର୍ବାର ଚାଉଳ ମାନ ଯାଞ୍ଚ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି କରିଛନ୍ତି ଯୋଗାଣ ନିଗମ ଅଧ୍ୟକ୍ଷ। ଏଥିସହିତ ଚାଉଳ ଯାଞ୍ଚ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଟିମ ୧୧୨ଟି […]

ଅପରାଧ ରାଜ୍ୟ

ସମୁଦ୍ରକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ବେଳାଭୂମିରୁ ଲମ୍ଫ ମାରିବା ବେଳେ ଉଦ୍ଧାର କଲେ ଲାଇଫ୍ ଗାର୍ଡ

ପୁରୀ ୧୦।୦୫ : ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ମହିଳା ଉଦ୍ଧାର। ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା ଜଣକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଉଦ୍ଧାର ମହିଳା ଜଣକ ହେଉଛନ୍ତି ଭୁବନେଶ୍ୱର ଚକେଇସିହାଣୀ ଅଞ୍ଚଳର ଉର୍ମିଳା ରାଉତ। ଖବର ଅନୁଯାୟୀ, କୌଣସି କାରଣକୁ ନେଇ ମଙ୍ଗଳବାର ସକାଳେ ମହିଳା ଜଣକ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ତେବେ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ନଜରରେ ଏହା […]

ଅପରାଧ ରାଜ୍ୟ

କୋଣାର୍କରେ ବାଲିମାଫିଆ ସକ୍ରିୟ: ବୋହି ନେଲେ ଶହଶହ ଟ୍ରିପ୍‌ ବାଲି, ବେଳାମାର୍ଗ ପ୍ରତି ବଢ଼ୁଛି ବିପଦ

କୋଣାର୍କ : କୋଣାର୍କରେ ବାଲିମାଫିଆ ସକ୍ରିୟ। ପ୍ରଶାସନକୁ ଚ୍ୟାଲେଞ୍ଜ କରି ବାଲି ମାଫିଆମାନେ ଡ୍ରୋଜର ଲଗାଇ ରାତିଅଧିଆ ଶହଶହ ଟ୍ରିପ୍‌ ବାଲି ଚୋରା ଚାଲାଣ କରୁଛନ୍ତି। କୋଣାର୍କ ହେଲିପ୍ୟାଡ୍‌, ଭଗବତୀ ମନ୍ଦିର ପଛପାର୍ଶ୍ବ, କୋଣାର୍କ କଲେଜ ପଛପାର୍ଶ୍ବ, ନୋଳିଆସାହି ସଲଗ୍ନ ଅଞ୍ଚଳ, ନଳକଣ ଦାସସାହି ପଛ ବେନୁସାଗରବନ୍ତ ଭଳି ସ୍ଥାନରୁ ସବୁଦିନ ଅବାଧରେ ବାଲି ଚୋରାଚାଲାଣ ହେଉଛି। ଗୁରୁତ୍ବପୂର୍ଣ୍ଣ ହେଉଛି କୋଣାର୍କ-ପୁରୀ ବେଳାମାର୍ଗକୁ ଦଶନ୍ଧିଦଶନ୍ଧି ଧରି ସୁରକ୍ଷିତ ରଖି ଆସିଥିବା ପ୍ରାକୃତିକ ବାଲିବନ୍ତକୁ ମଧ୍ୟ ବାଲିମାଫିଆମାନେ ତାଡ଼ି […]