ରାଜ୍ୟ

୨ନଈ ମଝିରେ ଥାଇ ବି ଆସିକା ଶୋଷିଲା: ପୌରପାଳିକା ମାନ୍ୟତା ପରେ ଭାଗ୍ୟ ବଦଳିବ ତ?

ଆସିକା: ବହୁବର୍ଷର ପ୍ରତୀକ୍ଷା ପରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ସହର ଆସିକାକୁ ପୌରପାଳିକା ମାନ୍ୟତା ମିଳିଛି। ଫଳରେ ଏହି ପୁରାତନ ସହରର ଭାଗ୍ୟ ବଦଳିବା ନେଇ ଆଶା ଉଜ୍ଜୀବିତ ହୋଇଛି। କିନ୍ତୁ ଦୁଃଖର କଥା ହେଉଛି, ଜିଲ୍ଲାର ଦୁଇ ପ୍ରମୁଖ ନଦୀ ଋଷିକୁଲ୍ୟା ଓ ବଡ଼ନଦୀ ମଝିରେ ରହିଥିବା ଆସିକା ସହର ଏକ ବନ୍ୟାପ୍ରବଣ ଇଲାକା ହୋଇଥିଲେ ହେଁ, ଏଠାରେ ବର୍ଷ ବର୍ଷ ଧରି ଲାଗି ରହିଥିବା ପିଇବା ପାଣି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି। […]

ରାଜ୍ୟ

ରାଜ୍ୟର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ନନ କ୍ୟାଡର ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’ ୫୦% ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ। ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଏପିପିମାନେ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ଏହା […]

ରାଜ୍ୟ

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଫଳରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଜାମୁଟବାହାଲ ଗାଁର ମହାଜନ ସିଂ(୫୫) ବୋଲି ଜଣାଯାଇଛି। ଖୁଣ୍ଟପାଲି ଗାଁର ପିଣ୍ଟୁ କୁମ୍ଭାର(୨୦) ଓ ଦେବାଶିଷ ବାରିକ (୨୫) ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୬ଟା ବେଳେ ମହାଜନ ସିଂ ବାଇକରେ ନିଜର ଝିଅକୁ ସାଙ୍ଗରେ […]

ରାଜ୍ୟ

ବିଜେପିରେ ଚିଲିକା ବିଧାୟକ ପ୍ରଶାନ୍ତ: ପୂର୍ବତନ ବିଧାୟକ ନବୀନ ନନ୍ଦ, ଭାଦୋବ ହାଁସଦା ବି ପଦ୍ମ ଧରିଲେ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକ ଭାବେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଶ୍ରୀ ଜଗଦ୍ଦେବଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି। ବିଜେପିରେ ଯୋଗଦେବା ପରେ ଶ୍ରୀ ଜଗଦ୍ଦେବ କହିଛନ୍ତି ଯେ ମୁଁ ବିଜେପିରେ […]

ରାଜ୍ୟ

ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ: କଂଗ୍ରେସରୁ ହେମା ନା ସତ୍ୟଜିତ

ଗୁଣପୁର: ନିର୍ବାଚନ ପୂର୍ବରୁ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଭିତରେ ହିଁ ଟିକେଟ୍‌ ପାଇଁ ରୋଚକ ଲଢ଼େଇ ଦେଖିବାକୁ ମିଳିଛି। ପ୍ରାୟ ୬ଜଣ ଆଶାୟୀ ଟିକେଟ୍‌ ନିମନ୍ତେ ଆବେଦନ କରିଛନ୍ତି। ଆଶାୟୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମ୍ପର୍କୀୟ ତଥା ପରିବାରରୁ ହିଁ ୪ଜଣ ଟିକେଟ୍‌ ଦୌଡ଼ରେ ଅଛନ୍ତି। ଭିନ୍ନ ଜନାଦେଶ ପାଇଁ ସବୁବେଳେ ଚର୍ଚ୍ଚିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ଲଢ଼ିବାକୁ ଆଶାୟୀ ଭାବେ ସର୍ବାଗ୍ରେ ରହିଛନ୍ତି ହେମା ଗମାଙ୍ଗ ଏବଂ […]

ରାଜ୍ୟ

ଖଲ୍ଲିକୋଟ ବିଜେଡିରେ ବିଦ୍ରୋହ: ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ’ ଦାବିରେ ଅସନ୍ତୁଷ୍ଟ ନବୀନ ନିବାସ ମୁହାଁ

ଖଲ୍ଲିକୋଟ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ଅସନ୍ତୁଷ୍ଟ ଓ ନେତା କର୍ମୀମାନେ ଖୋଲାଖୋଲି ସ୍ବର ଉତ୍ତୋଳନ କରିବା ସହ ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ ଓ ଜୟ ନବୀନ, ଜୟ ରାଣୀମା’ ସ୍ଲୋଗାନ୍ ଲେଖାଯାଇଥିବା ପୋଷ୍ଟର ଓ ବ୍ୟାନର୍ ସହ ଖଲ୍ଲିକୋଟସ୍ଥିତ ଗୁରାପଲ୍ଲୀରୁ ଭୁବନେଶ୍ୱର ନବୀନ ନିବାସ ଅଭିମୁଖେ ଯାତ୍ରା କରିଛନ୍ତି। ଏଥିରେ ପୁରୁଷୋତ୍ତମପୁର ଏନ୍‌ଏସି […]

ରାଜ୍ୟ

କୁଆଡ଼େ ଯିବେ ରାଜନାରାୟଣ: ବିନା ବ୍ୟାନର୍‌ରେ ସମାବେଶ

ଚଣ୍ଡିଖୋଲ: ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ତଥା ପିସିସି ସମ୍ପାଦକ କ୍ୟାପ୍‌ଟେନ୍‌ ରାଜନାରାୟଣ ମହାପାତ୍ର ଆଜି ବଡ଼ଚଣା ମହୋତ୍ସବ ପଡ଼ିଆରେ ଜନ ସମାବେଶ କରି ଚର୍ଚ୍ଚାକୁ ଆସିଛନ୍ତି। ଚର୍ଚ୍ଚାର ବଡ଼କାରଣ ହେଉଛି, ମଞ୍ଚରେ ନା କୌଣସି କଂଗ୍ରେସ ନେତା ଥିଲେ ନା ଦଳୀୟ ବ୍ୟାନର୍‌ ଲଗାଯାଇଥିଲା। ତେବେ, ସମାବେଶରେ ‘ଅମର ହଟାଓ-ବଡ଼ଚଣା ବଞ୍ଚାଅ’ ନାରା ଦିଆଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ‘ବଡ଼ଚଣା ପ୍ରଗତି ମଞ୍ଚ’ ନାମରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାବେଶରେ […]

ରାଜ୍ୟ

ଓଡ଼ିଶା କଂଗ୍ରେସ ପାଇଁ ରଣନୀତି କରୁଛନ୍ତି ସୁନୀଲ କାନୁଗୋଲୁ: ରାହୁଲଙ୍କ ହାତରେ ରିପୋର୍ଟ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଛନ୍ତି ଦେଶର ବିଶିଷ୍ଟ ରାଜନୈତିକ ରଣନୀତିଜ୍ଞ ସୁନୀଲ କାନୁଗୋଲୁ। ତାଙ୍କ ଟିମ୍‌ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ତଥ୍ୟ ସଂଗ୍ରହ କରିସାରିଛି। ଏହି ଟିମ୍‌ରେ ମୁଖ୍ୟତଃ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସଦସ୍ୟମାନେ କାର୍ଯ୍ୟ କରୁଥିବା ଜଣାପଡିଛି। ଓଡ଼ିଶାର ଜୀବନଧାରା ସହ ସେମାନେ ଅଳ୍ପବହୁତ ଜଡିତ ଥିବାରୁ ତଥ୍ୟ ସଂଗ୍ରହ କରିବାକୁ ସେମାନଙ୍କୁ ସୁବିଧା ହେବ ବୋଲି ବିଚାର କରି ଏହି ସଦସ୍ୟମାନଙ୍କୁ ନିଯୁକ୍ତି […]

ରାଜ୍ୟ

୨୭ ଗାଁରେ ନାହିଁ ଫୋନ୍‌ ସେବା: ଗଛ ଚଢ଼ିଲେ ମିଳୁଛି ନେଟ୍‌ୱର୍କ

ପାଇକସାହି: ସଂପ୍ରତି ମୋବାଇଲ୍‌ ଫୋନ୍‌ ସେବା ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହେଲାଣି। ସରକାରଙ୍କର ବହୁ ସେବା ଅନ୍‌ଲାଇନ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଥିବାରୁ ମୋବାଇଲ୍‌ ଫୋନ୍‌ ସମସ୍ତଙ୍କ ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ମାତ୍ର ଏବେ ବି ଅନୁଗୁଳ ଜିଲ୍ଲାର କେତେକ ଅଞ୍ଚଳରେ ମୋବାଇଲ୍‌ ସେବା ଅପହଞ୍ଚ ହୋଇରହିଛି। ଜିଲ୍ଲାର ଆଠମଲ୍ଲିକ ବ୍ଲକ୍‌ର ୨୭ଟି ଗାଁରେ ନେଟ୍‌ୱର୍କ ମିଳୁନାହିଁ। ଏହି ଗାଁର ଅଧିବାସୀମାନେ ତେଣୁ ବହୁ ହନ୍ତସନ୍ତ ହେଉଛନ୍ତି। ସୂଚନା ଅନୁଯାୟୀ ଆଠମଲ୍ଲିକ ବ୍ଲକ୍‌ ସାପଘରା ପଞ୍ଚାୟତର ଲକ୍ଷ୍ମୀପୁର, […]

ରାଜ୍ୟ

ଓଟିଇ‌ଟି ପାସ୍‌ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଗଣଶିକ୍ଷକଙ୍କ ପାଇଁ ଖୁସି ଖବର। ଓଟିଇ‌ଟି ପାସ୍‌ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ସେମାନେ ମାସିକ ଦରମା ୭ ହଜାରରୁ ୧୦ ହଜାର ବଦଳରେ ୧୦ ହଚାର ଟଙ୍କା ପାଇବେ। ଏଣେ ଓଟିଇ‌ଟି ପାସ୍‌ କରିଥିବା ଗଣଶିକ୍ଷକ ନିୟମିତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଟିଇ‌ଟି ପାସ୍‌ କରିଥିବା ଗଣଶିକ୍ଷକମାନଙ୍କୁ ସହକାରୀ ଶିକ୍ଷକ ବା ଏକ୍ସ କ୍ୟାଡର ଭାବେ ନିୟମିତ କରାଯିବ। ଏହି ନିଷ୍ପତ୍ତି ଦ୍ବାରା […]