ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚୀନରେ ଭୟଙ୍କର ରୂପ ନେଉଛି ମହାମାରୀ, ଜୁଲାଇ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୬ ଲକ୍ଷ ଟପିଯିବ !

ସାଂଘାଇ ୧୨/୦୫ : ଚୀନରେ ବେକାବୁ ପରିସ୍ଥିତି । କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ ଭାରିଆଣ୍ଟ ଲାଗି ସ୍ଥିତି ଅଣାୟତ୍ତ । ଏବେ ଆଗକୁ ଆହୁରି ସ୍ଥିତି ସଂଗୀନ ହେବ ବୋଲି ଚେତାଇଦେଇଛନ୍ତି ବିଶେଷଜ୍ଞଚ । ଆଗକୁ କରୋନାର ସୁନାମି ଦେଖାଦେବ ବୋଲି ଚର୍ଚ୍ଚା ହେଲାଣି । ଚୀନର ଫୁଡାନ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ମୁତାବକ ଯଦି ଚିନୀ ତାର ଜିରୋ କୋଭିଡ ପଲିସିରେ କୋହଳ କରେ ତେବେ ଜୁଲାଇ ସୁଦ୍ଧା ୧୬ ଲକ୍ଷ ହୋଇପାରେ ମୃତ୍ୟୁ । […]

ଅପରାଧ ରାଜ୍ୟ

ନାରାୟଣପାଟଣା ବ୍ଲକର ପାଚିଂ ଜଙ୍ଗଲରେ ପୁରୁଣା ବିସ୍ଫୋରକ ଠାବ କଲା ପୁଲିସ

କୋରାପୁଟ: ଅନ୍ୟ ବ୍ଲକ ଅପେକ୍ଷା କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକର ମାଛକୁଣ୍ଡ ଅଞ୍ଚଳ ଓ ବୈପାରିଗୁଡା ବ୍ଲକର ଏକାଧିକ ଅଞ୍ଚଳରେ ଏବେ ବି ରହିଛି ମାଓ ଗତିବିଧି। ଏହି ଦୁଇ ଅଞ୍ଚଳରେ ଗତିବିଧି ରହିଥିବାବେଳେ ଏହିଠାରେ ଓଡ଼ିଶା ପୁଲିସ, ବିଏସଏଫ ଓ ସୁରକ୍ଷାକର୍ମୀଙ୍କ ପ୍ରହରାକୁ ବଢାଇ ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି। ସେ କହିଛନ୍ତି ଯେ ୧୦ ତାରିଖ ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ନାରାୟଣପାଟଣା ବ୍ଲକର […]

ଅପରାଧ ରାଜ୍ୟ

ଚୋରକୁ ଧରାପକାଇଲା ସିସିଟିଭି, ୪୯ ମୋବାଇଲ୍‌ ଫୋନ୍‌ ଜବତ

କଟକ: ସିଲଭରସିଟିରୁ ଏକ ମୋବାଇଲ ଚୋରକୁ ଧରିଲା କଟକ କମିସନରେଟ ପୁଲିସ । ଧରା ପଡିଥିବା ମୋବାଇଲ ଲୁଟେରାର ନାଁ ସରୋଜ ବେହେରା । ଗିରଫ ଅଭିଯୁକ୍ତର ଘର ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିରେ ବୋଲି ଜଣାପଡିଛି । ସରୋଜ ଠାରୁ ମୋଟ ୪୯ଟି ମୋବାଇଲ ଜବତ କରିଛି ଲାଲବାଗ ଓ ବିଡାନାସି ପୁଲିସ । ଅଭିଯୁକ୍ତ ସରୋଜ ଶିଶୁ ଭବନକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲକୁ ଚୋରି କରି ନେଉଥିବା ପୁଲିସ ପକ୍ଷରୁ […]

ଦେଶ ବିଦେଶ ମନୋରଞ୍ଜନ

ବିବାହର ୮ବର୍ଷ ପରେ ମାଆ ହେଲେ ଅଭିନେତ୍ରୀ କୃତିକା, ଶିଶୁ କନ୍ୟା ସହ ଘରକୁ ଆସିଲା ଖୁସି

ନୂଆଦିଲ୍ଳୀ ୧୨।୦୫: କିଛି ଦିନରୁ ବଲିଉଡ୍‌ ଠାରୁ ଆରମ୍ଭ କରି ଟେଲି ଇଣ୍ଡଷ୍ଟ୍ରିୁ ଅନେକ ଖୁସି ଖବର ଶୁଣିବାକୁ ମିଳୁଛି । କିଏ ବିବାହ କରୁଛି ତ ଆଉ କାହା ଘରେ ଶିଶୁକୁ ସ୍ବାଗତ କରାଯାଉଛି । ଟିଭି ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କୃତିକା ସେଙ୍ଗର ମଧ୍ୟ ଖୁସି ଖବର ଶୁଣାଇଛନ୍ତି । ଅଭିନେତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ନିକଟରେ ଭାରତୀ ସିଂ ଏବଂ ଦେବିନା ବାନାର୍ଜୀ ମଧ୍ୟ ପରେ ଗୁରୁବାର […]

ଖେଳ ଦେଶ ବିଦେଶ

ଦିଲ୍ଲୀକୁ ଜିତାଇଲେ ଦୁଇ ଅଷ୍ଟ୍ରେଲୀୟା

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୫୮ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସକୁ ୧୧ ବଲ୍ ପୂର୍ବରୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଦ୍ବାଦଶ ମ୍ୟାଚ୍‌ରୁ ଦିଲ୍ଲୀର ଏହା ଷଷ୍ଠ ବିଜୟ ଥିଲା। ଅନ୍ୟପକ୍ଷରେ ରାଜସ୍ଥାନ ସେହି ଦ୍ବାଦଶ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଥିଲା। ୧୬୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ସ୍କୋର ବୋର୍ଡରେ କୌଣସି ରନ୍ ଯୋଡ଼ିବା ପୂର୍ବରୁ ଓପନର ଶ୍ରୀକର ଭରତଙ୍କୁ ହରାଇଥିଲା। ଦିଲ୍ଲୀ […]

ଅପରାଧ ରାଜ୍ୟ

ପାଣି ବାଟରେ ବେଆଇନ ନିର୍ମାଣ, ବାଟ ବନ୍ଦ କରିବାକୁ ଠିକା‌ଦାରଙ୍କୁ ଅନୁମତି ଦେଲା କିଏ ?

ଭୁବନେଶ୍ବର: ପାଣି ନିଷ୍କାସନ ବାଟ ଜବରଦଖଲ କରାଯାଉଛି। ସେଠାରେ ବେଆଇନ ନିର୍ମାଣ କରାଯାଇ ସବୁଦିନ ପାଇଁ ପାଣି ଯିବା ବାଟକୁ ବନ୍ଦ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀ ଦେଖି ଅଣଦେଖା କରୁଛନ୍ତି। ହାତ ଗଣତି କିଛି ଠିକା ସଂସ୍ଥା, ଅସା‌ଧୁ ଅଧିକାରୀଙ୍କ ପାଇଁ ସମୟକ୍ରମେ ଏହାର କୁପ୍ରଭାବ ଲକ୍ଷାଧିକ ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଭୁବନେଶ୍ବର କଟକ-ପୁରୀ ବାଇପାସ୍‌ରେ ପାଣି ନିଷ୍କାସନ ବାଟକୁ ଅବରୋଧ କରାଯାଇ ବେଆଇନ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି। ସାମାନ୍ୟ ବର୍ଷ‌ା ହେଲେ ଭୁବନେଶ୍ବର […]

ଅପରାଧ ରାଜ୍ୟ

ବରଯାତ୍ରୀ ଭୋଜିରେ ବନ୍ଧୁକଧାରୀଙ୍କ ଆତଙ୍କ, ଜେଲ୍‌ ଗଲା କୁଖ୍ୟାତ ଚନ୍ଦନ

ବାଲିପାଟଣା: ଗତକାଲି ସ୍ଥାନୀୟ ପରିଡ଼ପାଟଣା ଆଖଣ୍ଡଳମଣି ମନ୍ଦିର ପରିସରରେ ଚାଲିଥିବା ବିବାହ ଉତ୍ସବରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିବା କୁଖ୍ୟାତ୍ ଚନ୍ଦନ ଆଚାର୍ଯ୍ୟ ଓ ତା’ ସହଯୋଗୀ ସଞ୍ଜୟ ସାହୁକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଚନ୍ଦନର ଅନ୍ୟତମ ନାବାଳକ ସହଯୋଗୀ ଫେରାର୍ ହୋଇଯାଇଛି। ସୂଚନାଯୋଗ୍ୟ, ଗତକାଲି ପରିଡ଼ପାଟଣା ଆଖଣ୍ଡଳମଣି ମନ୍ଦିରରେ ଏକ ବିବାହ ଉତ୍ସବ ଚାଲିଥିଲା। ପ୍ରଧାନପାଟଣା ଗାଁର ବର ଓ […]

ଅପରାଧ ରାଜ୍ୟ

ରାସ୍ତାରେ ଓଲଟିଲା ବିୟର ବୋଝେଇ ଗାଡ଼ି, ପେଟି ପେଟି ମଦ ବୋହିନେଲେ ଲୋକେ…

ନବରଙ୍ଗପୁର ୧୨।୦୫: ରାସ୍ତା ମଝିରେ ଓଲଟିଲା ବିଦେଶୀ ମଦ ବୋଝେଇ ଗାଡି । ଦୁର୍ଘଟଣାଗ୍ରସ୍ତ ଗାଡିରୁ ପେଟେ ପେଟି ମଦ ବୋହିନେଲେ ଲୋକେ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଛେଳିପଦର ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣା ହେବ ପରେ ଏପରି ଦେଖିବାକୁ ମିଳିଥିଲା । ଖବର ଅନୁଯାୟୀ, କୋଷାଗୁମୁଡା ବ୍ଲକ ସନ୍ତୋଷପୁରରେ ଥିବା ବିଦେଶୀ ମଦ ଭାଟିକୁ ବିୟର ନେଇ ଆସୁଥିବା ଗାଡି ଛେଳିପଦର ଗାଁ […]

ଅପରାଧ ରାଜ୍ୟ

ବିଜାପୁର ମାଓବାଦୀଙ୍କ ଯୋଜନା ପଣ୍ଡ, ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି ୧୨/୦୫ : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀ ମାନେ ଲଗାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ । ବିଜାପୁର ଜିଲ୍ଲାର ପୋମାମଲା ଥାନା ଅନ୍ତର୍ଗତ ଫୁଣ୍ଡୁରୀ ଗ୍ରାମ ନିକଟ ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ମାନେ ସେଠାରେ ଲ୍ୟାଣ୍ଡ ମାଇନ ଖଞ୍ଜି ଥିଲେ । ହେଲେ ଆଜି DRG ଓ CRPF ବାହିନୀର ଯବାନ ମାନେ ପୋଲ ନିର୍ମାଣକୁ ସୁରକ୍ଷା ଦେବା […]

ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି, କାଠ ଫାଳିଆରେ ସ୍ତ୍ରୀକୁ ପିଟି ପିଟି ମାରିଲା ପରେ ସ୍ୱାମୀ ପିଇଦେଲା ବିଷ

ପାଟଣାଗଡ଼, ୧୨/୦୫: ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା । ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ କେନ୍ଦ୍ର କରି କାଠଫାଳିଆରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ସ୍ତ୍ରୀକୁ ମାରିବା ପରେ ବିଷ ପିଇ ସ୍ବାମୀ ଆତ୍ମହତ୍ୟା କରିଛି । ଘର ପଛପଟ କିଆ ବାଡିରୁ ସ୍ବାମୀର ମୃତଦେବ ଠାବ ହୋଇଛି । ମୃତକ ହେଲେ କୁନ୍ତୀ ଟଲା ଓ ସ୍ବାମୀ […]