ରାୟପୁର ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ, ମୃତକ ସମ୍ବଲପୁରର ଗୋପାଳକୃଷ୍ଣ ପଣ୍ଡା
ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଯେଉଁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ଭିତରୁ ଜଣେ ଓଡ଼ିଆ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର ବୋଲି ଜଣାପଡ଼ିଛି। ମୃତ ପାଇଲଟ ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା ବୋଲି ସୂଚନା ମିଳିଛି। କ୍ୟାପଟେନ ପଣ୍ଡାଙ୍କ ଭିଲାଇ ସହିତ ସଂଯୋଗ ଥିଲା। ତାଙ୍କ ସମ୍ପର୍କୀୟ ସାନ ଭଉଣୀ ଭିଲାଇରେ ରହନ୍ତି ବୋଲି ଭିଲାଇର ବରିଷ୍ଠ ସାମ୍ବାଦିକ ତଥା ଗୋପାଳକୃଷ୍ଣ ପଣ୍ଡାଙ୍କ ସମ୍ପର୍କୀୟ ରଘୁନନ୍ଦନ ପଣ୍ଡା […]