ମନୋରଞ୍ଜନ ରାଜ୍ୟ

ମୁଁ ଝିଅ ନୁହେଁ କି ଉର୍ବଶୀ ନୁହେଁ.. ମୁଁ ରାଣୀ ପଣ୍ଡା

ଭୁବନେଶ୍ୱର ୧୪।୦୫: ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା । ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ରାଣୀ ବର୍ତ୍ତମାନ ଅନ୍ୟ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ୍‌ ମିଡିଆରେ ରାଣୀ ପଣ୍ଡାଙ୍କ ଏକ ରିଲ୍‌ ଖୁବ ଭାଇରାଲ ହେଉଛି । ଭିଡିଓର କ୍ୟାପ୍‌ସନରେ ରାଣୀ ପଣ୍ଡାଙ୍କ ଡ୍ୟାନ୍ସ ଓ ଅଭିନୟକୁ ନେଇ ଯେତିକି ଚର୍ଚ୍ଚା ହେଉନି । ତାଠୁ ଭିଡିଓରେ ଲେଖାଥିବା କ୍ୟାପ୍‌ସନକୁ ନେଇ ଅଧିକ ଚର୍ଚ୍ଚା ହେଉଛି । […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଲିଆ ସାହିରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ରନ୍ଧା ମଦ ଓ ପୋଚ ନଷ୍ଟ କଲା ଟିମ୍‌

ଭୁବନେଶ୍ବର, ୧୪।୦୫: ମଦ କାରବାରକୁ ନେଇ ସାଲିଆ ସାହିରେ ଅବକାରୀ ବିଭାଗର ଚଢାଉ କରିଛି । ଚଢ଼ାଉ ସମୟରେ ବିପୁଳ ପରିମାଣର ରନ୍ଧା ମଦ ଓ ପୋଚ ନଷ୍ଟ କରିଛି ଅବକାରୀ ଟିମ୍ । କଟକ ସ୍କ୍ବାଡ୍ ଓ ଭୁବନେଶ୍ବର ଅବକାରୀ ବିଭାଗ ମିଳିତ ଭାବେ ଏହି ଚଢାଉ କରିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ମଧ୍ୟ ଅବକାରୀ ବିଭାଗ ଚଢ଼ାଉ କରି ହଜାର ହଜାର ଲିଟର ଦେଶୀ ମଦ ଓ ପୋଚ ନଷ୍ଟ କରିଥିଲା […]

ଅପରାଧ ରାଜ୍ୟ

ମାତିଛନ୍ତି ଲୁଟେରା, ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ

କୋଣାର୍କ ୧୪/୦୫: ଗତ କିଛି ଦିନ ଧରି ଗୋପ, କୋଣାର୍କ ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା । ଏହି ଅଞ୍ଚଳରେ ବାରମ୍ବାର ମୂର୍ତ୍ତି ଚୋରି ସହ ବିଭିନ୍ନ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁବୃର୍ତ୍ତ ମାନେ ଲୁଟ୍ କରିବା ଅଭିଯୋଗ ହେଉଛି । ତେବେ ଗତକାଲି ବିଳମ୍ବିତ ରାତ୍ରରେ କୋଣାର୍କ ମେଡିକାଲ ନିକଟସ୍ଥ କରମଙ୍ଗା ଗ୍ରାମ ରାମ ମନ୍ଦିରରୁ ହୁଣ୍ଡି ଦୁବୃର୍ତ୍ତ ମାନେ ଲକ୍ଷାଧିକ ଟଙ୍କା ଲୁଟ କରିଥିବା କୋଣାର୍କ ଥାନାରେ ଅଭିଯୋଗ ହୋଇଛି । ତେବେ ଦୀର୍ଘ […]

ଅପରାଧ ରାଜ୍ୟ

ଘାଟିରୁ ମିଳିଲା ହିରୋଙ୍କ ମୃତଦେହ, ବୁଧବାରଠୁ ଥିଲେ ନିଖୋଜ

ସୋନପୁର ୧୪।୦୫ : ଘାଟିରୁ ଗଳିତ ମୃତଦେହ ଠାବ । ସୋନପୁର ଜିଲ୍ଲା ଡୁମେରଖୋଲ ଜଙ୍ଗଲ ଘାଟି ନିକଟରୁ ଏହି ଗଳିତ ମୃତଦେହ ଉଦ୍ଧାର । ମୃତକ ମେଣ୍ଡା ଗାଁର ହିରୋ ହାତୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଗତ ବୁଧବାରଠୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ଶନିବାର ଦିନ ସକାଳ ସମୟରେ ଡୁମେରଖୋଲ ଜଙ୍ଗଲ ଘାଟି […]

ଅପରାଧ ରାଜ୍ୟ

ଟ୍ରକ୍‌ ଧକ୍କାରେ ଯୁବକ ଗୁରୁତର, ୫୩ ନମ୍ୱର ଏନ୍‌ଏଚ୍‌ ଅବରୋଧ କଲେ ଗ୍ରାମବାସୀ

କାମାକ୍ଷାନଗର, ୧୪।୦୫: ଏନ୍‌ଏଚ୍‌ ୫୩ ଅବରୋଧ। ଯାତାୟତ ବାଧାପ୍ରାପ୍ତ। କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିଲେ । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଆଳତୁମା ଗ୍ରାମର ପ୍ରିୟବ୍ରତ ପ୍ରଧାନ। କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ପ୍ରିୟବ୍ରତ କାମାକ୍ଷାନଗରରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। […]

ଅପରାଧ ରାଜ୍ୟ

ଗଞ୍ଜେଇ ରେଡ୍ ବେଳେ ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କଲେ ଲୋକେ

ଲମତାପୁଟ ୧୪।୦୫: ଗଞ୍ଜେଇ ରେଡ୍ ବେଳେ ଗ୍ରାମବାସୀ ପୋଲିସ ମୁହାଁମୁହିଁ । ଚଡାଉ ସମୟରେ ଗାଁ ଲୋକଙ୍କ ହାବୁଡ଼ରେ ପଡି ଜଣେ ପୋଲିସ କର୍ମଚାରୀ ଆହତ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲ ଗାଁରେ ମାଲକାନଗିରି ଜିଲ୍ଲା ପୋଲିସର ଚଡାଉ ସମୟରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ଗଞ୍ଜେଇ ରେଡ଼ ପାଇଁ ଗାଁ ଭିତରକୁ ପଶିଥିଲା ପୋଲିସ । ପ୍ରଥମେ ଗାଁର କିଛି ଲୋକଙ୍କ ଘରର କବାଟ ବାଡାଇ ଥିଲେ । […]

ଅପରାଧ ରାଜ୍ୟ

ବରଯାତ୍ରୀରେ ନାଚିବାକୁ ମନା କରିବାରୁ ଝିଅର ମାଆକୁ ହତ୍ୟା, ଦୁଇ ଅଭିଯୁକ୍ତ ଫେରାର

ବରଗଡ, ୧୩/୦୫: ବରଗଡ଼ ମେଳଛା ମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ଯଦୁମଣି ରାଜହଂସଙ୍କ ସ୍ତ୍ରୀ କିଶୋରୀ ରାଜହଂସଙ୍କୁ ଗାଁର ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁମନ୍ତ ନାଏକ, ସୁବୋଧ ରାଜହଂସ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଯଦୁମଣୀଙ୍କ ଝିଅ ରଶ୍ମି ରାଜହଂସଙ୍କ ବିବାହ ପାଇଁ ଘେସ ନିକଟସ୍ଥ ବଡ଼ମାଲରୁ ପୁଅ ପକ୍ଷ […]

ଅପରାଧ ରାଜ୍ୟ

ବକ୍ସି ବଜାରରୁ ବାରବାଟୀ ଷ୍ଟାଡିୟମ୍‌ ସଂଯୋଗ ରାସ୍ତା ବିପର୍ଯ୍ୟସ୍ତ, ଗୋଟିଏ ରାସ୍ତାକୁ ୫ ବର୍ଷରେ ୭ ଥର ଖୋଳିଲାଣି ଜାଇକା

କଟକ: ଗୋଟିଏ ରାସ୍ତାକୁ ୫ ବର୍ଷରେ ୭ରୁ ଅଧିକ ଥର ଖୋଳି କାମ କଲାଣି ଜାଇକା। ସବୁ ଥର କାମ ଶେଷ ହେବା ପରେ ନୂଆ ରାସ୍ତା କରାଯାଉଛି। ଏହାର କିଛି ଦିନ ପରେ ବାକି ଥିବା କାମ କରିବା ସହ ଶେଷ ହୋଇଥିବା କାମରେ ତ୍ରୁଟି ଦର୍ଶାଇ ପୁଣି ରାସ୍ତା ଖୋଳି କାମ କରୁଛି ଜାଇକା। ଅନ୍ୟପଟେ ପାଇପ ବିଛା ଓ ଚ୍ୟାମ୍ବର କାମ ଶେଷ ହେବା ପରେ ବି ଦୀର୍ଘ ମାସ ଧରି ରାସ୍ତା […]

ଅପରାଧ ରାଜ୍ୟ

ଥାନାକୁ ଡାକି ଗିରଫ କଲା ପୋଲିସ୍‌, ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ କଲେ ଅଗ୍ନିବିପନ୍ନ ପରିବାର

ଭଦ୍ରକ, ୧୩/୦୫: ନ୍ୟାୟ ପାଇଁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ପରେ ଆତ୍ମାହୁତି ଉଦ୍ୟମ କଲେ ଅଗ୍ନିବିପନ୍ନ । ସୂଚନା ଅନୁଯାୟୀ ଭଦ୍ରକ ଗବସାହି ଠାରେ ଗତ ଏପ୍ରିଲ ମାସ ୧୪ ତାରିଖରେ ସୁଦର୍ଶନ ଦାସ ଘର ପୋଡି ପାଉଁଶ ହୋଇଯାଇଥିଲା । ଏହି ଘର ପୋଡି ତାଙ୍କ ପଡୋଶୀ ପରିବାରର ଲୋକେ ଜାଣି ଶୁଣି ନିଆଁ ଲଗାଇଥିବା ନେଇ ଅଭିଯୋଗ କରିଥିଲେ । ଏପରିକି ଅପରପକ୍ଷେଙ୍କ ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୯ ପଜିଟିଭ୍

ଭୁବନେଶ୍ୱର ୧୩।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୭୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି […]