ଆର୍ଜେଡି ନେତାଙ୍କୁ ଗୁଳି କରି ହତ୍ୟା
ପାଟନା : ଗୁରୁବାର ବିଳମ୍ବିତ ରାତିରେ ବିହାରର ଗୋପାଳଗଞ୍ଜରେ ଆର୍ଜେଡିର ଜଣେ ଛାତ୍ର ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିରୋଧୀଦଳ ନେତା ତେଜସ୍ୱୀ ଯାଦବଙ୍କ ସହ ଘନିଷ୍ଠ ଛାତ୍ରନେତା ରାମ ଇକବାଲ ଯାଦବ ଏକ ବିବାହ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ପୁଲିସ କହିଛି। ଏହି ଘଟଣା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ତେଜସ୍ୱୀ ଯାଦବ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଛାତ୍ର ନେତାଙ୍କ ସମର୍ଥକମାନେ ବିକ୍ଷୋଭ […]