ଅପରାଧ ଦେଶ ବିଦେଶ

ମଧ୍ୟପ୍ରଦେଶରେ ୩ଜଣ ପୁଲିସଙ୍କୁ ଗୁଳି କରି ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

ଭୋପାଳ: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ସାଗା ବାର୍ଖେଡ଼ା ଗ୍ରାମରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୁଲିସ କର୍ମଚାରୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ମୃତ ପୁଲିସ କର୍ମଚାରୀମାନେ ହେଲେ, ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାଜକୁମାର ଯାଦବ, ହେଡ୍‌ କନେଷ୍ଟବଳ ସାନ୍ତା ରାମ ମୀନା ଏବଂ କନେଷ୍ଟବଳ ନୀରଜ ଭାର୍ଗବ। ରାଜଧାନୀ ଭୋପାଳ ଠାରୁ ପ୍ରାୟ ୧୬୦ କିଲୋମିଟର ଦୂରବର୍ତ୍ତୀ ଆରୋନ୍‌ ଥାନା ଅଧୀନ ଅଞ୍ଚଳରେ ଘଟଣାଟି ଘଟିଛି। ୪ଟି କୃଷ୍ଣସାର ମୃଗଙ୍କ ଦୁର୍ବୃତ୍ତମାନେ ମାରି ଦେଇଛନ୍ତି […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ବିଭାଗର ଉପ ଅଧୀକ୍ଷକ, ୬ ଲକ୍ଷ ଟଙ୍କା ସହ ଧରିଲା ବିଭାଗ

ରାୟଗଡା, ୧୪।୦୫: ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ବିଭାଗର ଉପ ଅଧୀକ୍ଷକ । ରାୟଗଡା ଅବକାରୀ ବିଭାଗର ଉପ ଅଧୀକ୍ଷକ ନୀନା ବେଉରାଙ୍କୁ ରାୟଗଡାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଧରିଲା ଭିଜିଲାନ୍ସ । ନୀନା ବେଉରା ରାୟଗଡାରୁ ନଗଦ ୬ ଲକ୍ଷ ଟଙ୍କା ଧରି ଭୁବନେଶ୍ବର ଆସୁଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ଟଙ୍କା କେଉଁଠୁ ଆଣିଥିଲେ ସେନେଇ ଆରମ୍ଭ ହୋଇଛି ଖୋଳତାଡ ।

ଅପରାଧ ରାଜ୍ୟ

ଶାରିରୀକ ସମ୍ପର୍କ ପରେ ଧୋକା, ପ୍ରେମିକାକୁ ଛାଡି ଅନ୍ୟତ୍ର ବିବାହ ଯୋଜନା

ଆନ୍ଧ୍ରରେ ପ୍ରେମ। ବିବାହ ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ। ଗର୍ଭବତୀ ପ୍ରେମିକାକୁ ମନ୍ଦିରରେ କଲେ ବିବାହ। ପରେ ବୁଝାଇ ସୁଝାଇ ଗର୍ଭପାତ କରାଇଲେ। ଏବେ ପ୍ରେମିକାକୁ ଛାଡି ଆଉ ଜଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ନ୍ୟାୟ ପାଇଁ ପ୍ରତାରିତ ପ୍ରେମିକା ପୋଲିସର ଦ୍ବାରସ୍ଥ। କେନ୍ଦ୍ରାପଡା ଜମ୍ବୁ ସାମୁଦ୍ରିକ ଥାନା ଖରନାସୀ ଗାଁର ରାକେଶ ବୌରାଗି ଆନ୍ଧ୍ରପ୍ରଦେଶର ଏକ ସୁତା ମିଲ୍‌ରେ କାମ କରୁଥିଲେ। ସେଠାରେ କନ୍ଧମାଳର ଜଣେ ଯୁବତୀ ମଧ୍ୟ କାମ କରୁଥିଲେ। […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀ: ମେଟ୍ରୋ ଷ୍ଟେସନ୍‌ ନିକଟ କୋଠାରେ ଭୟାବହ ଅଗ୍ନିକାଣ୍ଡରେ ୨୬ ମୃତ, ଶୋକ ଜଣାଇଲେ ରାଷ୍ଟ୍ରପତି-ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ କୋଠାରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଲୋକ ଫସି ରହିଥିବା ଜଣାଯାଇଛି। ସମସ୍ତ ମୃତହେଦ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର ମୁଖ୍ୟ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି ଯେ, କୋଠାରେ ୩୦ରୁ ୪୦ ଜଣ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସେ କହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି […]

ଅପରାଧ ରାଜ୍ୟ

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ, ୪ ଗୁରୁତର

ସୋର ୧୪।୦୫: ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ । ଏଥିରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଣ୍ଡରେଇ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖବର ଅନୁଯାୟୀ ସୁରେନ୍ଦ୍ର ମହାରଣା, ଖଗେନ୍ଦ୍ର ମହାରଣା, ମହେନ୍ଦ୍ର ମହାରଣା ଓ ଇନ୍ଦ୍ର ମହାରଣାଙ୍କୁ ପ୍ରଫୁଲ୍ଲ ମହାରଣା ଓ ତାଙ୍କ ସହଯୋଗୀ ମାନେ ମିଶି ଭୁଜାଲିରେ ହାଣିଥିଲେ। ଯାହାଫଳରେ ଚାରି ଜଣଙ୍କର ମୁଁହ, ମୁଣ୍ଡ, ଓଠ, […]

ଦେଶ ବିଦେଶ ମନୋରଞ୍ଜନ

ପୂଜା ହେଗଡେଙ୍କ ହାତରେ ସଲମାନଙ୍କ ଲକି ବ୍ରେସ୍‌ଲେଟ୍‌, ଫ୍ୟାନ୍ସ କହିଲେ- ଧମାକା କରିବ ଏହି ଫିଲ୍ମ

ନୂଆଦିଲ୍ଳୀ ୧୪।୦୫: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନ ତାଙ୍କର ଫିଲ୍ମ ଏବଂ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି । ‘ଟାଇଗର’ର ଶୁଟିଂ ଶେଷ ହେବା ପରେ ଆଗାମୀ ଫିଲ୍ମ କଭି ଇଦ୍ କଭି ଦିୱାଲୀଙ୍କ ଶୁଟିଂ ଆରମ୍ଭ କରିଛନ୍ତି । ଅଭିନେତ୍ରୀ ପୂଜା ହେଗଡେ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପୂଜା ହେଗଡେ ସଲମାନ ଖାନଙ୍କ […]

ଅପରାଧ ଦେଶ ବିଦେଶ

ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରୁ ୩୨.୫ କୋଟି ଟଙ୍କାର ସୁନା ଜବତ

ନୂଆଦିଲ୍ଲୀ : ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରୁ ବୁଧବାର ୬୧.୫ କିଲୋଗ୍ରାମ ଓଜନର ସୁନା ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ୩୨.୫ କୋଟି ଟଙ୍କା ହେବ। ‘ଗୋଲଡେନ୍ ଟ୍ୟାପ୍’ ନାମକ ଏକ ଗୁପ୍ତ ଅପରେସନରେ ରାଜସ୍ବ ଗୁଇନ୍ଦା ବିଭାଗର ଅଧିକାରୀମାନେ ବୁଧବାର ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରେ କିଛି ପରିବହନ ସାମଗ୍ରୀକୁ ସନ୍ଦେହରେ ଅଟକାଇ ଥିଲେ। ଏକ ଭଲ୍‌ଭ ଭିତରେ ଲୁଚାଇ ରଖା ଯାଇଥିବା ଏହି ସାମଗ୍ରୀ ଚୀନ୍‌ର ଗୁଆଙ୍ଗଜୋରୁ ଜାପାନ ଏୟାରଲାଇନ୍ସର ଏକ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅଧାରୁ ପାଠ ଛାଡୁଛନ୍ତି ଅନେକ ଛାତ୍ରଛାତ୍ରୀ, ମୁଖ୍ୟସ୍ରୋତକୁ ଫେରାଇ ଆଣ ; ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ

ଭୁବନେଶ୍ୱର ୧୪।୦୫ : ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ । ଅଧାରୁ ପଠା ପଢ଼ା ଛାଡିଥିବା ବା ଡ୍ରପଆଉଟ୍‌ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗମଶିକ୍ଷା ସଚିବ ବିଷ୍ଣୁପଦ ସେଠୀ । ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ତାଲିକାଭୁକ୍ତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଏକ ମାଇକ୍ରୋ ସ୍ତରୀୟ ସର୍ଭେ କରିବାକୁ ଚିଠିରେ ଉଲ୍ଲେଖ ରଖିଛି । ସେହିପରି ବିଦ୍ୟାଳୟରେ ଛାତ୍ରଛାତ୍ରୀ କାହିଁକି ଅନୁପସ୍ଥିତି ରହୁଛନ୍ତି । ତା’ର […]

ଅପରାଧ ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଶିବାଜୀ ପ୍ରତିମୂର୍ତ୍ତିକୁ ନେଇ ମହାରାଷ୍ଟ୍ରରେ ସଂଘର୍ଷ; ୩୦ ପୁଲିସ ଆହତ, ୩୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ/ଜଲ୍‌ନା : ମହାରାଷ୍ଟ୍ରର ଜଲ୍‌ନାରେ ଛତ୍ରପତି ଶିବାଜୀ ମହାରାଜଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପରେ ଏହାକୁ ହଟାଇବା ଘଟଣାକୁ ନେଇ ବଡ଼ ଧରଣର ସଂଘର୍ଷ ହୋଇଛି। ଲୋକଙ୍କ ଆକ୍ରମଣରେ ୩୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି । ଉକ୍ତ ଘଟଣାରେ ୩୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରତିମୂର୍ତ୍ତି ନିକଟରେ ଏକ ତୋରଣ ଗେଟ୍‌କୁ ନେଇ ସଂଘର୍ଷର ସୂତ୍ରପାତ ହୋଇଥିଲା। ଦୁଇ ଗୋଷ୍ଠୀର ପ୍ରାୟ ୫ ଶହରୁ ଅଧିକ ଲୋକଙ୍କ ମଧ୍ୟରେ […]

ଅପରାଧ ରାଜ୍ୟ

ପୋଖରୀରେ ମୃତଦେହ ଉଦ୍ଧାର, ଗୁରୁବାର ଗାଧୋଇବାକୁ ଯାଇ ଘରକୁ ଫେରିନଥିଲେ

ପାଟଣା ୧୪/୦୫: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମହିଁଶାମୁଣ୍ଡି ଗାଁ ନିକଟସ୍ଥ ହାତିବାରୀ ସାହି ବନ୍ଧକୁ ଗାଧେଇବାକୁ ଯାଇ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଉକ୍ତ ଗ୍ରାମର ଲମ୍ବୋଦର ନାଏକ । ସେ ଗତ ଗୁରୁବାର ଅପରାହ୍ନରେ ଗାଧେଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଘର ଲୋକେ ଖୋଜାଖୋଜି କରିବାରୁ ବନ୍ଧରେ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ପାଟଣା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ […]