ଅପରାଧ ରାଜ୍ୟ

ସିକନ୍ଦରଙ୍କୁ ପିଟି ପିଟି ହତ୍ୟା, ଦୁଇ ନାବାଳକ ଅଟକ

ବଡ଼ବିଲ ୧୬।୦୫: ଯୋଡ଼ା ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା । ମୃତକଙ୍କ ନାମ ସିକନ୍ଦର ମହାକୁଡ଼ । ଘଟଣାରେ ଯୋଡ଼ା ପୋଲିସ ୩ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଖବର ଅନୁଯାୟୀ, ସିକନ୍ଦର ମହାକୁଡ଼ ବସ୍ତିର ଜଣେ ବିଧବା ମହିଳାଙ୍କୁ ଟଣା ଓଟରା କରୁଥିବା ସମୟରେ, ମହିଳାଙ୍କ ଦୁଇ ନାବାଳକ ପୁଅ ଏହା ଦେଖିଥିଲେ । ସେମାନେ ଉତ୍ୟକ୍ତ ହୋଇ ସିକନ୍ଦରକୁ ଏକ କାଠ ଖୁଣ୍ଟରେ ବାନ୍ଧି ଠେଙ୍ଗା […]

ଅପରାଧ ରାଜ୍ୟ

ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ପାୱାରକଟ୍ : ଚିତ୍ରକୋଣ୍ଡା ଗୁଣ୍ଠାବେଡା ପଞ୍ଚାୟତରେ ବିଦ୍ୟୁତ୍ କାଟକୁ ନେଇ ଉତ୍ତେଜନା

ସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ପାୱାରକଟ୍ । ବାରମ୍ବାର ବିଦ୍ୟୁତ୍ କାଟ ହେବାରୁ ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବେଡା ପଞ୍ଚାୟତରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଚିତ୍ରକୋଣ୍ଡାରେ ଥିବା ଟିପିଏସଓଡିଏଲ ସବଷ୍ଟେସନ ଗେଟ୍ ଆଗରେ ଧାରଣାରେ ବସିଛନ୍ତି ଲୋକେ । ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଧାରଣା ଦେଇଛନ୍ତି ବିଦ୍ୟୁତ୍ […]

ଅପରାଧ ରାଜ୍ୟ

ଦୁର୍ଘଟଣା ପରେ ଟ୍ରକ୍‌ କ୍ୟାବିନ୍‌ରେ ଫସିଥିଲେ ଡ୍ରାଇଭର, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲେଶ୍ୱର ୧୬।୦୫ : ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ କ୍ୟାବିନରେ ଫସିଗଲେ ଡ୍ରାଇଭର । ଟ୍ରକରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଜାତୀୟ ରାଜପଥ ନୂଆନଈ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୋଟିଏ ଟ୍ରକର ଡ୍ରାଇଭର ଟ୍ରକର ଆଗ କ୍ଯାବିନରେ ଫସି ଯାଇଥିଲେ । […]

ଅପରାଧ ରାଜ୍ୟ

ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ପରେ ଫୋପାଡିଦେଇଥିବା ଅନୁମାନ

କରଞ୍ଜିଆ ୧୬/୦୫: କରଞ୍ଜିଆ-ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ । ଯଶୀପୁର ଶିମିଳିପାଳ ରୋଡ଼ ସୁଆଁପାଳ ଗାଁ ନିକଟରେ ପଡିଛି ମୃତଦେହ । ମୃତକ ଜଣକ ହେଉଛନ୍ତି ରରୁଆଁର ଜିତୁ ନାଏକ । ଗତ ୧୨ ତାରିଖରେ ସୁଆଁପାଳକୁ ଏକ ବାହାଘରକୁ ଆସି ଆଉ ଘରକୁ ଫେରି ନଥିଲେ । ଏନେଇ ଏକ ନିଖୋଜ ମାମଲା ଯଶୀପୁର ଥାନାରେ ରୁଜ୍ଜୁ ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟାକରି ଫିଙ୍ଗି ଦେଇଥିବା […]

ଅପରାଧ ରାଜ୍ୟ

ଭିସୁଟ ଛାତ୍ରବାସରେ ଗଣ୍ଡଗୋଳ, ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଶୃଙ୍ଖଳା କମିଟି

ସମ୍ବଲପୁର ୧୬।୦୫: ଭିସୁଟର ପୁଲହ ଛାତ୍ରବାସରେ ଗଣ୍ଡଗୋଳ । ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ସାଙ୍ଗକୁ ଭଙ୍ଗାରୁଜା କଲେ ଛାତ୍ର । ଘଟଣା ଘଟିବା ପରେ ଶୃଙ୍ଖଳା କମିଟି ବୈଠକ ବସିବା ସହ ସମ୍ପୃକ୍ତ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ । ଖବର ଅନୁଯାୟୀ, ରବିବାର ରାତି ସମୟର ଇଟିସି ବିଭାଗର ଛାତ୍ର ଗେଟ୍ ସମ୍ମୁଖରେ କୌଣସି କଥାକୁ ନେଇ ସୁରକ୍ଷା କର୍ମୀଙ୍କ ସହ ଗଣ୍ଡଗୋଳ କରିଥିଲେ । ପରେ ତାହା ଭୟଙ୍କର ରୂପ ଧାରଣ […]

ଅପରାଧ ରାଜ୍ୟ

ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ମାଡ: ମୋବାଇଲ ସହ ଚେନ୍, ମୁଦି ଛଡାଇନେଲେ ଦୁର୍ବୃତ୍ତ

ପୁରୀ ୧୬/୦୫: ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ହୋଟେଲ ଭିକ୍ଟୋରିଆ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣର‌ ଶିକାର ହୋଇଥିବା ସାମ୍ବାଦିକ ଜଣକ ହେଉଛନ୍ତି ପ୍ରମେୟ ଖବରକାଗଜର କ୍ରାଇମ୍ ରିପୋର୍ଟର ବିକ୍ରମ ଆଚାର୍ଯ୍ୟ । ଦୁର୍ବୃତ୍ତଙ୍କ ଆକ୍ରମଣରେ ବିକ୍ରମଙ୍କ ମୁହଁ, ଛାତି ଓ ହାତ ସହ ଶରୀରର ବିଭିନ୍ନ ଅଂଶରେ ଗଭୀର ଆଘାତ‌ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର […]

ରାଜ୍ୟ ରାଶିଫଳ

ଜଣାନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କର୍ଯ୍ୟ […]

ଅପରାଧ ରାଜ୍ୟ

ସହିଦ ନଗର ଥାନା ଘେରିଲେ ସଫେଇ କର୍ମଚାରୀ, ମହିଳା ବାସିନ୍ଦା ମାଡ଼ ମାରିଥିବା ଅଭିଯୋଗ

ଭୁବନେଶ୍ୱର ୧୬।୦୫ : ସହିଦ ନଗର ଥାନା ଘେରିଲେ ବିଏମ୍‌ସି ସଫେଇ କର୍ମଚାରୀ । ମହିଳା ସଫେଇ କର୍ମଚାରୀଙ୍କ ଜଣେ ବାସିନ୍ଦା ପିଟିଥିବା ଅଭିଯୋଗରେ ଥାନା ଘେରାଉ ହୋଇଛି । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ଜଣେ ମହିଳା ସଫେଇ କର୍ମଚାରୀ ୩୧ ନମ୍ବର ୱାର୍ଡରେ ନିଜର କାର୍ଯ୍ୟ କରୁଥିଲେ । ଠିକ୍‌ ଏହି ସମୟରେ ସେଠାକାର ଜଣେ ବାସିନ୍ଦା ମହିଳା କର୍ମଚାରୀଙ୍କ ଉପରକୁ ଅଳିଆ ପକାଇଥିଲେ । ମହିଳା ସଫେଇ କର୍ମଚାରୀ ଜଣଙ୍କ ଉପରୁ […]

ଅପରାଧ ରାଜ୍ୟ

ଫେଲ୍ ମାରିଲା ପୋଲିସ, ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ମହିଳା

ସୁନ୍ଦରଗଡ଼ ୧୬।୦୫: ବ୍ରାଉନସୁଗାର କାରବାର ଅଭିଯୋଗରେ ମହିଳାଙ୍କୁ ମାଡ଼ । କିଛି ମହିଳା ଏକାଠି ହୋଇ ମାଡ଼ ମାରିବା ସହ ପୋଲିସର ଜିମା ଦେଇଛନ୍ତି । ସୁନ୍ଦରଗଡ଼ ଅଞ୍ଚଳର ଏହି ଘଟଣା ଏବେ ପୁରା ଚର୍ଚ୍ଚାକୁ ଆସିଛି । ଖବର ଅନୁଯାୟୀ, ରବିବାର ସଂଧ୍ୟାରେ ପତ୍ରାପଡା ଅଂଚଳରେ ଜଣେ ମହିଳା ଧଳା ଜହର ବିକ୍ରୀ କରୁଥିବା ସନ୍ଦେହରେ ସ୍ଥାନୀୟ ଅଂଚଳର କିଛି ମହିଳା ଏକତ୍ରିତ ହୋଇ ମହିଳାଙ୍କୁ ଧରିବା ସହ ମାଡ ମାରିଥିଲେ। ମହିଳା ଜଣକ ଧରିଥିବା […]

ଅପରାଧ ରାଜ୍ୟ

ମେଳଣ ପଡ଼ିଆରେ ଯୁବକଙ୍କ ତଣ୍ଟି କାଟିବା ଘଟଣା, ୨ ଗିରଫ

ଭୁବନେଶ୍ୱର ୧୫।୦୫: ଭୁବନେଶ୍ବର ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ମେଳଣ ପଡ଼ିଆରେ ଦୁର୍ବୃତ୍ତ ମାନେ ଜଣେ ଯୁବକଙ୍କ ତଣ୍ଟି କାଟିବା ଘଟଣା । ପୋଲିସ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ଖବର ଅନୁଯାୟୀ, ଗତ ୫ ତାରିଖ ରାତିରେ ଶିଶୁପାଳଗଡ଼ ମେଳଣ ଚାଲିଥିବା ବେଳେ ଚିକୁ ପାତ୍ର ନାମକ ଯୁବକଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟିଦେଇଥିଲେ ଦୁର୍ବୃତ୍ତ। ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ପୋଲିସ । ଘଟଣାରେ ତଦନ୍ତ କରି ଧଉଳି ଥାନା […]