ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ସରିଲା ଜ୍ଞାନବାପି ମସଜିଦ୍‌ର ଭିଡିଓଗ୍ରାଫି ସର୍ଭେ: ଶିବଲିଙ୍ଗ ମିଳିବାକୁ ନେଇ ବିବାଦ

ବାରଣାସୀ: ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ୍‌ର ଭିଡିଓଗ୍ରାଫି ସର୍ଭେ କାର୍ଯ୍ୟ ଆଜି ଶେଷ ହୋଇଛି। ତୃତୀୟ ଦିନର ସର୍ଭେ ଶେଷ ହେବା ପରେ ଆଇନଜୀବୀ ବିଷ୍ଣୁ ଜୈନ ମସଜିଦ ପରିସରରେ ଥିବା ଏକ କୂଅରୁ ଏକ ଶିବଲିଙ୍ଗ ମିଳିଥିବା ଦାବି କରିଛନ୍ତି। ୧୨ ଫୁଟ ଉଚ୍ଚର ଏବଂ ୮ ଇଞ୍ଚ ଗୋଲେଇର ଶିବଲିଙ୍ଗ ମିଳିଥିବା କୁହାଯାଇଛି। ଭିଡିଓଗ୍ରାଫି ସର୍ଭେ ‌କାର୍ଯ୍ୟ ଶେଷ ହେବା ପରେ ହିନ୍ଦୁ ପକ୍ଷର ଆଇନଜୀବୀ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଉତ୍ତର କୋରିଆରେ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ଜ୍ବର

ନୂଆଦିଲ୍ଲୀ : ଉତ୍ତର କୋରିଆରେ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ଜ୍ବର ହୋଇଛି। ଗତ ୨୪ ଘଣ୍ଟାରେ ୮ ନୂଆ କରୋନା ମୃତ୍ୟୁ ହେବା ସହ ଅଧିକ ୩,୯୨,୯୨୦ ଜଣଙ୍କୁ ଜ୍ବର ହୋଇଛି। ଉତ୍ତର କୋରିଆରେ ମୋଟ୍‌ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ଜ୍ବର ହୋଇଛି। ୫,୬୪,୮୬୦ ଜଣ କ୍ବାରାଣ୍ଟିନ୍‌ରେ ଅଛନ୍ତି। ମାତ୍ର ୩ ଦିନରେ ଉତ୍ତର କୋରିଆରେ ମୋଟ୍‌ ୮,୨୦,୬୨୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଜି ଚେତାବନୀ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡୋନେସ୍କ, ଲୁହାନସ୍କରେ ଜୋରଦାର ଆକ୍ରମଣ: ହସ୍ପିଟାଲ୍‌ ଉପରେ ବୋମାବର୍ଷା, ୨ ମୃତ

କିବ୍‌: ପୂର୍ବ ୟୁକ୍ରେନର ଡୋନେସ୍କ ଏବଂ ଲୁହାନସ୍କରେ ରୁଷ୍‌ ଏହାର ଆକ୍ରମଣ ଜୋରଦାର କରିଛି। ଉଭୟ ଡୋନେସ୍କ ଏବଂ ଲୁହାନସ୍କରେ ସାମରିକ ଏବଂ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ରୁଷ୍‌ ଭୟଙ୍କର ଆକ୍ରମଣ କରିଛି। ଓଡ଼େଶା ଏବଂ ମାଇକୋଲେବ୍‌ରେ ରୁଷ୍‌ ମିସାଇଲ୍‌ ମାଡ଼ କରୁଛି। ମାଇକୋଲେବରେ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ରୁଷ୍‌ ଭୟଙ୍କର ଆକ୍ରମଣ କରିଛି। ପୂର୍ବ ଲୁହାନସ୍କ ଅଞ୍ଚଳର ଜଣେ ୟୁକ୍ରେନ୍‌ ସାମରିକ କମାଣ୍ଡର କହିଛନ୍ତି ଯେ ଭେରୋଡୋନେସ୍କରେ ଏକ ହସ୍ପିଟାଲ୍‌ ଉପରେ […]

ଦେଶ ବିଦେଶ ରାଜନୀତି ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ନୀତୀଶଙ୍କୁ ପ୍ରଭାବିତ କଲା ୧୧ବର୍ଷୀୟ ସୋନୁ, ବିହାରରେ ଖୁବ୍‌ଶୀଘ୍ର ଜାତିଭିତ୍ତିକ ଜନଗଣନା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାଲନ୍ଦା ଜିଲ୍ଲାର ତାଙ୍କ ପୈତୃକ ଗ୍ରାମ କଲ୍ୟାଣ ବିଗାହାକୁ ଆସିଥିବାବେଳେ ଗ୍ରାମର ଜଣେ ୧୧ ବର୍ଷୀୟ ବାଳକ ସୋନୁ ତାଙ୍କୁ ପ୍ରଭାବିତ କରିଛି। ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀ ମଞ୍ଜୁ ସିହ୍ନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଇଥିବାବେ‌ଳେ ପିଲାଟି ତାଙ୍କୁ ଭେଟିବାର ସୁଯୋଗ ପାଇଲା। ହାତଯୋଡ଼ି ସୋନୁ କାନ୍ଦ କାନ୍ଦ ହୋଇ କହିଲା, ସାର୍ ମୋ ପାଠପଢ଼ା ପାଇଁ ଆପଣଙ୍କ ସହାୟତା ଲୋଡ଼ା। ମୋ ବାପା ମୋତେ ସାହାଯ୍ୟ କରନ୍ତି ନାହିଁ। […]

ଦେଶ ବିଦେଶ ରାଜ୍ୟ ରାଶିଫଳ

ଦିନିକିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ: ଭାରତ-ନେପାଳ ସମ୍ପର୍କ ହିମାଳୟ ପରି ଦୃଢ଼

ଲୁମ୍ବିନୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ନେପାଳ ଗସ୍ତ କରିଛନ୍ତି। ୨୦୧୪ ପରେ ଏହା ମୋଦୀଙ୍କ ପଞ୍ଚମ ଏବଂ ଦୁଇ ଦେଶ ମଧ୍ୟରେ ମାନଚିତ୍ର ବିବାଦ ପରେ ପ୍ରଥମ ନେପାଳ ଗସ୍ତ। ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ‌ଶେର ବାହାଦୁର ଦେଉବାଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ନେପାଳ ଗସ୍ତ କରିଛନ୍ତି। କୁଶୀନଗରରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ଯୋଗେ ମୋଦୀ ଆଜି ସକାଳେ ଲୁମ୍ବିନୀରେ ପହଞ୍ଚିଥିଲେ। ସେଠାରେ ନେପାଳ ପ୍ରଧାନମନ୍ତ୍ରୀ ତାଙ୍କୁ ଭବ୍ୟ ସ୍ବାଗତ […]

ଅପରାଧ ରାଜ୍ୟ

ତେଲ କଢେଇରୁ ଲାଗିଲା ନିଆଁ, ଅସାବଧାନତା ଯୋଗୁଁ ପୋଡିଗଲା ଦୁଇ ବଖରା ଘର

ଆଠଗଡ଼ ୧୭।୦୫ : ତେଲ କଢେଇରୁ ଲାଗିଲା ନିଆଁ । ଅସାବଧାନତା ଯୋଗୁଁ ପୋଡିଗଲା ଦୁଇ ବଖରା ଘର । କଟକ ଜିଲ୍ଲା ତିଗିରିଆ ଥାନା ଅଚଳୋକୋଟ ଗାଁରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଅଚଳୋକୋଟ୍ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେଲ କଢେଇରୁ ଲାଗିଲା ନିଆଁ । ଫଳରେ ଅଚଳୋକୋଟ୍ ଗାଁର ବିପିନି ଖଟୁଆ ଏବଂ ଯୋଗେଶ ଖଟୁଆଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡି ନଷ୍ଟ […]

ଅପରାଧ ରାଜ୍ୟ

ଦିପୁ-ଓମ୍‌ ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ, ତଦନ୍ତକାରୀ ଅଧିକାରୀଙ୍କ ଶେଷ ସାକ୍ଷ୍ୟଗ୍ରହଣ !

କଟକ ୧୭।୦୫ : ଦିପୁ -ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ଖବର ଅନୁଯାୟୀ, ସୋମବାର ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫେରାନ୍ସ ହୋଇଥିବାରୁ ମଙ୍ଗଳବାର ଏହାର ଶୁଣାଣି କରାଯିବ। ଏହି ମାମଲାରେ ଆଜି ସାକ୍ଷ୍ୟଗ୍ରହଣ କରାଯିବ। ତତ୍କାଳୀନ ଥାନାଧିକାରୀ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]

ଅପରାଧ ରାଜ୍ୟ

ବିବାହିତ ଯୁବକଙ୍କ ପରକୀୟା ପ୍ରୀତି: ଲୁହାଛଡ଼ରେ ପଟିପିଟି ହତ୍ୟା କଲେ ଦୁଇ ନାବାଳକ

ଯୋଡ଼ା: ପରକୀୟା ପ୍ରୀତି ଯୋଗୁଁ ବିବାହିତ ଯୁବକଙ୍କ ଜୀବନ ଚାଲିଗଲା। ମାଆଙ୍କ ସହିତ ଗୋଟିଏ ଘର ଭିତରେ ଅସଂଯତ ଅବସ୍ଥାରେ ଦେଖି ଦୁଇ ନାବାଳକ ପୁତ୍ର ହିଂସାପରାୟଣ ହୋଇ ପରକୀୟା ସମ୍ପର୍କ ରଖିଥିବା ବିବାହିତ ଯୁବକକୁ ଖୁଣ୍ଟରେ ବାନ୍ଧି ଲୁହ ଛଡ଼ରେ ପିଟି ପିଟି ହତ୍ୟା କରିଛନ୍ତି। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ଶାସ୍ତ୍ରୀନଗରରେ। ମୃତ ଯୁବକର ନାମ ସେକେଣ୍ଡ ମହାକୁଡ଼(୪୫) ବୋଲି ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତ୍ରି […]

ଅପରାଧ ରାଜ୍ୟ

ନାବାଳିକାକୁ ଅପହରଣ ନେଇ ଉତ୍ତେଜନା

ଫୁଲନଖରା: କଟକ ସଦର ଥାନା ଅଞ୍ଚଳରେ ନାବାଳିକାକୁ ଅପହରଣ ଉଦ୍ୟମ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାର ଖବର ମିଳିଛି। କଟକ ସଦର ଥାନା ଅନ୍ତର୍ଗତ ଦକ୍ଷିଣ ଉଷୁମା ଅଞ୍ଚଳରେ ଥିବା ଏକ ଆଶ୍ରମ ଭିତରକୁ ଜଣେ ନାବାଳିକାକୁ ମନ୍ଦ ଉଦ୍ଦେଶ୍ୟରେ ଉଠାଇ ଅଣାଯାଇଥିବା ସନ୍ଦେହରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଲୋକ ସେଠାରେ ପହଞ୍ଚି ଆଶ୍ରମକୁ ଘେରାଉ କରି ରଖିଥିଲେ। ଖବର ପାଇ ସଦର ଥାନା ପୁଲିସ ସେଠାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ […]