ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମକାରୀଙ୍କ ଦଣ୍ଡାଦେଶ, ୨୫ ବର୍ଷର ଜେଲ୍‌ ଦଣ୍ଡ ସହ ୨୦ ହଜାର ଜରିମାନା

ବୌଦ୍ଧ ୧୯।୦୫ : ନାବାଳିକା ଦୁଷ୍କର୍ମକାରୀଙ୍କ ଦଣ୍ଡାଦେଶ । ୨୫ ବର୍ଷର ଜେଲ୍‌ ଦଣ୍ଡାଦେଶ ୨୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଲେ ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ଖବର ଅନୁଯାୟୀ, ୨୦୨୧ ମସିହାର ଏକ ମାମଲାର ବିଚାର କରି ଏପରି ରାୟ ଶୁଣାଇଛନ୍ତି ମାନ୍ୟବର କୌର୍ଟ । ଅଭିଯୁକ୍ତ ଯୁବକ ଜଣଙ୍କ କଣ୍ଟାମାଳ ଥାନା ଗୁଣ୍ଡୁଚିତରା ଗାଁରେ ରାକେଶ ଦୀପ । ସେ ବିବାହର ପ୍ରତିଶୃତି ଦେଇ ନାବାଳିକା ସହିତ ଶାରୀରିକ ସଂପର୍କ ଓ […]

ଅପରାଧ ଦେଶ ବିଦେଶ

ରାଜୀବ ଗାନ୍ଧି ହତ୍ୟା ମାମଲା: ଦୋଷୀ ପେରାରିବଲନକୁ ମୁକ୍ତକଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ଏଜି ପେରାରିବଲନ ଦୀର୍ଘ ୩୧ ବର୍ଷ ‌ଜେଲ୍‌ରେ ରହିବାପରେ ଆଜି ମୁକୁଳିଛି। ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ପେରାରିବଲନକୁ ଜେଲ୍‌ରୁ ମୁକ୍ତ କରିବାପାଇଁ ଧାରା ୧୪୨ ଅଧୀନରେ ଅତିରିକ୍ତ କ୍ଷମତା ପ୍ରୟୋଗ କରିଛନ୍ତି। ପେରାରିବଲନକୁ ପୂର୍ବରୁ ମୃତ୍ୟୁଦଣ୍ଡ ମିଳିଥିଲା। କିନ୍ତୁ ପରେ ତାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା। ଦୀର୍ଘ ଦିନ ଧରି ପେରାରିବଲନ ଜେଲ୍‌ରେ ରହିଥିବା ବେଳେ ଡିସେମ୍ବର ୨୦୧୫ରୁ ତା’ର […]

ଅପରାଧ ରାଜ୍ୟ

ତୁରିଗଡିଆ ବଜାରରେ ସିରିଜ ଚୋରି, ୪ଟି ଦୋକାନରୁ ଲୁଟିନେଲେ ୨ ଲକ୍ଷ ଟଙ୍କାର ସାମଗ୍ରୀ

ସୋରୋ ୧୯/୦୫: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା ୪ଟି ଦୋକାନରୁ ସିରିଜ ଚୋରୀ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ତୁରିଗଡିଆ ବଜାରରେ ଗୟାଧର ଗାହାଣଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକଙ୍କ ଗ୍ରୋସରି ଦୋକାନ, ଦାମୋଦର ସାହୁଙ୍କ ଗ୍ରୋସରୀ ଦୋକାନ ଓ କମଳାକାନ୍ତ ପାଣିଗ୍ରାହୀଙ୍କ ଗ୍ରୋସରୀ ଦୋକାନରୁ ପ୍ରାୟ ୨ ଲକ୍ଷ ଟଙ୍କାର ଅର୍ଥ ଓ ସାମଗ୍ରୀ ଚୋରି ହେଉଥିବା ଜଣାଯାଇଛି । ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସିନା ବୋରା ହତ୍ୟା ମାମଲା: ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମ‌ାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ନଅ ଥର ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ୨୦୧୨ରେ ହୋଇଥିବା ଏହି ହତ୍ୟାକାଣ୍ଡ ସମଗ୍ର ଦେଶ‌ରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ସିବିଆଇ ଦ୍ବାରା ଗିରଫ ହୋଇ ୨୦୧୫ରେ ଇନ୍ଦ୍ରାଣୀ ଜେଲ୍‌ ଯାଇଥିଲେ। ମାମଲାର ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ […]

ଅପରାଧ ଦେଶ ବିଦେଶ

ହରିୟାଣା ରାସ୍ତାକଡ଼ରେ ଶୋଇଥିବା ଶ୍ରମଜୀବୀଙ୍କ ଉପରେ ଚଢ଼ିଗଲା ଟ୍ରକ୍; ୩ ମୃତ, ୧୧ ଆହତ

ଚଣ୍ଡିଗଡ଼: ଆଜି ହରିୟାଣାର ଝଜ୍ଜର ଜିଲ୍ଲାରେ ଗୋଟାଏ ଟ୍ରକ୍‌ ନିୟନ୍ତ୍ରଣ ହରାଇ ମାଡ଼ିଯିବାରୁ ରାସ୍ତାକଡ଼ରେ ଶୋଇଥିବା ୩ଜଣ ପ୍ରବାସୀ ଶ୍ରମଜୀବୀଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୧ଜଣ ଆହତ ହୋଇଛନ୍ତି। ଆସୋଧା ଟୋଲ୍‌ ପ୍ଲାଜା ଠାରୁ ପ୍ରାୟ ୨ କିଲୋମିଟର୍‌ ଦୂର କୁଣ୍ଡଲି-ମାନେଶ୍ବର-ପଲୱାଲ୍‌ ଏକ୍ସପ୍ରେସ୍‌ୱେରେ ଆଜି ପ୍ରତ୍ୟୁଷରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ଉତ୍ତୋଳିତ ହୋଇଥିବା ଫଟୋରେ ଓଲଟି ପଡ଼ିଥିବା ଟ୍ରକ୍ ଏବଂ ପ୍ରବାସୀ ଶ୍ରମିକମାନଙ୍କର ଶବ ଦିଶୁଛି। ପ୍ରାପ୍ତ ସୂଚନା ଅନୁସାରେ, ନିକଟରେ ଗୋଟାଏ ‘କନ୍‌ଷ୍ଟ୍ରକ୍‌ସନ୍‌ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ନ୍ୟୁୟର୍କରେ କୋଭିଡ କଟକଣା କଡ଼ାକଡ଼ି

ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କ ସହରରେ କୋଭିଡ୍‌ ସଂକ୍ରମଣ ପୁଣି ଉଦ୍‌ବେଗଜନକ ଭାବେ ବଢ଼ୁଛି। ଆମେରିକାରେ କୋଭିଡ୍‌ ଷଷ୍ଠ ଲହରର ସଙ୍କେତ ମିଳିସାରିଥିବାରୁ ସବୁ ଅଂଚଳରେ ପ୍ରଶାସନିକ ତତ୍ପରତା ବଢ଼ିଯାଇଛି। ଗତକାଲିଠାରୁ ନ୍ୟୁୟର୍କ ସହରରେ କଟକଣା କଡ଼ାକଡ଼ି କରାଯାଇଛି। ନାଗରିକମାନଙ୍କୁ ପୂର୍ବଭଳି ସମସ୍ତ ସତର୍କତା ପଦକ୍ଷେପ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ସମସ୍ତ ସାର୍ବଜନୀନ ସ୍ଥାନରେ ମାସ୍କ୍‌ ବ୍ୟବହାର କରିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ନିଜକୁ ଯଥା ସମ୍ଭବ ଦୂରେଇ ରହିବାକୁ ନିର୍ଦେଶ ଦିଆଯାଇଛି। ଗତକାଲି […]

ଅପରାଧ ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ରାଜସ୍ଥାନ ପୁଲିସ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ୨୦୨୨: ସମସ୍ତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଦାବି କଲେ ‘ବିଜେପି’ ସାଂସଦ

ଜୟପୁର: ୨୦୨୨ ରାଜସ୍ଥାନ ପୁଲିସ କନେଷ୍ଟବଳ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା କଥା ‘ବିଜେପି’ର ରାଜ୍ୟସଭା ସାଂସଦ କିରୋଡ଼ି ଲାଲ୍‌ ମୀନା ବୁଧବାର ଦିନ ଦାବି କରିଛନ୍ତି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା କାରଣରୁ ୨୦୨୨ ରାଜସ୍ଥାନ ପୁଲିସ କନେଷ୍ଟବଳ ପରୀକ୍ଷା ବାତିଲ୍‌ ହୋଇଥିବା ରିପୋର୍ଟ ପ୍ରକାଶିତ ହେବା ପରେ ସାଂସଦ ମୀନା ପରୀକ୍ଷା ଆୟୋଜନ କରିଥିବା ଏଜେନ୍‌ସିକୁ ଏଥିପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି, ଉକ୍ତ ଏଜେନ୍‌ସିର କେବଳ ‘ଅନ୍‌ଲାଇନ୍‌’ ପରୀକ୍ଷା କରାଇବାରେ ଅଭିଜ୍ଞତା ରହିଛି। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ‘ମଙ୍କିପକ୍ସ’ ସଂକ୍ରମଣ ଚିହ୍ନଟ

ୱାସିଂଟନ୍‌: ଚଳିତ ବର୍ଷ ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚ୍ୟୁସେଟ୍‌ସ୍‌ରେ ବିରଳ ‘ମଙ୍କିପକ୍ସ୍‌’ ସଂକ୍ରମଣ ଚିହ୍ନଟ ହୋଇଛି। ଏହି ରୋଗରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଜଣକ କାନଡା ଭ୍ରମଣରେ ଯାଇଥିଲେ। ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଟ୍ରାକିଙ୍ଗ୍‌ କରିବା ଲାଗି ସରକାରୀ ଅଧିକାରୀ ଓ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀମାନେ ଉଦ୍ୟମ ଚଳାଇଛନ୍ତି। ଏହି ସଂକ୍ରମଣ ଏବେ ସର୍ବସାଧାରଣଙ୍କ ନିମନ୍ତେ ବିପଦର କାରଣ ନାହିଁ ବୋଲି ସରକାରୀ ଅଧିକାରୀମାନଙ୍କର ବିଶ୍ବାସ। ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବରୁ ପର୍ତୁଗାଲ୍‌ରେ ୫ଟି ଏବଂ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]

ଅପରାଧ ରାଜନୀତି ରାଜ୍ୟ

୯୫ ଜଣ କୋଟିପତି ମଧ୍ୟରେ କେବଳ ବିଜେଡିର ୯୦ ଜଣ କୋଟିପତି

ଭୁବନେଶ୍ବର: ନିକଟ‌ରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୮୨ଜଣଙ୍କ ବିରୋଧରେ ଅପରାଧିକ ମାମଲା ଅଛି। ୧୫ଜଣ ସଭ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା (ଆଇପିସି ଧାରା ୩୦୭) ଲାଗିଥିବା ସେମାନେ ସତ୍ୟପାଠରେ ଜଣାଇଛନ୍ତି। ରାଜ୍ୟର ୮୫୧ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା ୭୨୬ଜଣ ସଭ୍ୟଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌) […]