ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ସେଡ୍‌ ପଛରେ ଲୁଚିଯାଉଛି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ, ଦେଖାଯାଉନି ମେଘନାଦ ପ୍ରାଚୀର

ପୁରୀ : ଭକ୍ତଙ୍କୁ ସୁବିଧା ଆଳରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବହୁ ଉଚ୍ଚର ସେଡ୍‌ ନିର୍ମାଣ ଚାଲିଛି। ପ୍ରଥମେ ସିଂହଦ୍ବାର, ଏବେ ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାରରେ ଏହି ସେଡ୍‌ ନିର୍ମାଣ କରାଯାଇଛି। ଯାହା କେବଳ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ଢାଙ୍କି ଦେଉନି, ମେଘନାଦ ପାଚେରି ବି ଏହାର ପୂର୍ଣ୍ଣ ଅଢ଼ୁଆଳକୁ ଚାଲି ଆସିଛି। ଏ ନେଇ ବର୍ଷକ ତଳୁ ପ୍ରତ୍ନତତ୍ତ୍ବ ବିଭାଗ ଆପତ୍ତି ଉଠାଇ ଆସିଥିଲେ ବି ଏହାକୁ ନା ଜିଲ୍ଲା ପ୍ରଶାସନ ନାଁ ଶ୍ରୀମନ୍ଦିର ପ୍ରଶାସନ, କେହି ବି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ ପଜିଟିଭ୍

ଭୁବନେଶ୍ୱର ୧୯।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୩୯ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ […]

ଅପରାଧ ରାଜ୍ୟ

ସ୍ୱାମୀଙ୍କୁ ପିଟିପିଟି ମାରି ସ୍ତ୍ରୀ ଫେରାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। ଏହାପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବା ସୂଚନା ରହିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଶରତ ଥାନା ସିରିଆପାଳ ଗାଁର ଲଡୁରା ସିଂହ ବାଳମୁଚା(୪୦)ଙ୍କୁ ସ୍ତ୍ରୀ ଗୁରୁବାରୀ ସିଂହ ବାଳମୁଚା(୩୫) ଏକ କାଠଫାଳିଆରେ ପିଟିପିଟି ମାରିଦେଇଥିଲେ। ଉଭୟଙ୍କ ଭିତରେ ଝଗଡ଼ା ହେବାରୁ ଏଭଳି କାଣ୍ଡ ଘଟିଥିବା […]

ଅପରାଧ ରାଜ୍ୟ

ପ୍ରେମ ସଂପର୍କରୁ ହତ୍ୟାକାଣ୍ଡ ! ଇନ୍‌ଫୋସିଟି ଥାନା ନିକଟରୁ ମିଳିଥିଲା ଅବିନାଶଙ୍କ ମୃତଦେହ

ଭୁବନେଶ୍ୱର ୧୯।୦୫: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର ଘଟଣାରେ ଏପରି ଟ୍ୱିଷ୍ଟ ଆସିଛି। ମୃତକ ଜଣଙ୍କ ହେଉଛନ୍ତି ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ପ୍ରଧାନ। ଯୁବକଙ୍କ ବୟସ ପାଖାପାଖି ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ନିକଟରେ ଥିବା ଏକ କମ୍ପ୍ୟୁଟର ସଂସ୍ଥାରେ କାମ କରୁଥିଲେ। ସେ ଜଣେ ଝିଅକୁ ଭଲ ପାଉଥିଲେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଟମାଟୋ ଫ୍ଲୁ ଏକ ଭାଇରାଲ ରୋଗ: ଜନସ୍ଵାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ଟମାଟୋ ଫ୍ଲୁ ରୋଗ ସଂପର୍କରେ ନଜର ପ୍ରତିକ୍ରିୟା ରଖି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏହା ଏକ ଭାଇରାଲ ରୋଗ। ଏହା ଏହି ସମୟରେ ହୁଏ। ଏହାର ଲକ୍ଷଣ ହେଉଛି ପିଲା ଖାଇବ ନାହିଁ, ବାନ୍ତି ହେବ, ଦେହ ଯାକ ଫଳିଯିବ,ନାଲି ପଡ଼ିଯିବ,ଜର ହେବ।ରାଜ୍ୟରେ ଏଭଳି କେତେ କେସ ଅଛି ଜାଣିବା ପାଇଁ ମେଡିକାଲ କଲେଜ ଗୁଡିକୁ ରିପୋର୍ଟ ମାଗିଥିଲୁ। ଆରଏମଆରସି ଏହି ଭାଇରଲ ଭାଇରସର ଚିହ୍ନଟ କରିବେ। ନମୁନା ସଂଗ୍ରହ କରାଯାଇ ପଠାଯିବ। […]

ଅପରାଧ ରାଜ୍ୟ

ଗାଁରେ ବୁଲୁଛି ଭାଲୁ, ଆକ୍ରମଣରେ ୩ ଗୁରୁତର

ପାଟଣା ୧୯।୦୫: ଗାଁରେ ବୁଲୁଛି ଭାଲୁ । ଭାଲୁକୁ ଦେଖି ଲୋକେ ଆତଙ୍କିତ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ଅଞ୍ଚଳରେ ୨ ଦିନ ହେଲା ଭାଲୁ ଆତଙ୍କ ଖେଳାଇଛି । ସେହିପରି ବୁଧବାର ଦିନ ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ମାଛଗଡ଼ ବିଟ୍ କମାରମରା ଗାଁରେ ରକ୍ତମୁଖା ଭାଲୁ ବୁଲୁଥିବାରୁ ଗ୍ରାମବାସୀ ତଥା ଆଖପାଖ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ଅପରାଧ ରାଜ୍ୟ

ସପିଂ ମଲ୍‌ କର୍ମଚାରୀଙ୍କ ମନ୍‌ମାନି : ସ୍ଲାଇଡିଂ ଡୋର୍‌ ଭାଙ୍ଗିଯିବାରୁ ଯୁବତୀଙ୍କୁ ଡିମାଣ୍ଡ କଲେ ଟଙ୍କା, ନଦେବାରୁ ରୁମ୍‌ରେ ବନ୍ଦ କଲେ ୫ ଘଣ୍ଟା

ରାଉରକେଲା ୧୯।୦୫: ରାଉରକେଲା ଷ୍ଟେସନ ନିକଟରେ ଥିବା କ୍ରସ ରୋଡ୍ ମଲରେ ଦେଖିବାକୁ ମିଳିଛି ଅଜବ ଘଟଣା। ସପିଂ ମଲ୍‌କୁ ବୁଲିବାକୁ ଆସି ହଟହଟା ହୋଇଛନ୍ତି ଯୁବତୀ । ଏପରିକି କ୍ଷତିପୂରଣ ଆଦାୟ କରିବା ପାଇଁ ମଲ୍‌ କର୍ତ୍ତୃପକ୍ଷ ତାଙ୍କୁ ୫ ଘଣ୍ଟା ଧରି ଭିତରେ ଅଟକ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି । ପରେ ପୋଲିସ ଘଟଣା ବାବଦରେ ପଚାରିବୁଝିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି । ଖବର ଅନୁଯାୟୀ, କୋରାପୁଟର ଜଣେ ଯୁବତୀ ରାଉରକେଲାରେ […]

ଅପରାଧ ଦେଶ ବିଦେଶ ରାଜନୀତି

ହନିଟ୍ରାପ୍‌ରେ ଫସି ବିଜେପି ନେତାଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ : ଗତ ଗୁରୁବାର ଦିନ ବେଙ୍ଗାଲୁରୁରେ ୪୬ ବର୍ଷୀୟ ବିଜେପି ନେତା ଅନନ୍ତରାଜୁଙ୍କ ଆତ୍ମହତ୍ୟାକୁ ନେଇ କେତେକ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ତଦନ୍ତରୁ ସାମ୍ନାକୁ ଆସିଛି। ହନିଟ୍ରାପ୍‌ର ଶିକାର ହେବାପରେ ଅନନ୍ତରାଜୁ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି। ପୁଲିସ କହିଛି, ଅନନ୍ତରାଜୁଙ୍କ ଆତ୍ମହତ୍ୟା ପଛରେ ଦୁଇଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଅନନ୍ତରାଜୁ ହିରୋହାଲ୍ଲୀ ଅଂଚଳରେ ବିଜେପିର ସାଂଗଠନିକ ଦାୟିତ୍ବରେ ରହିଥିଲେ।। ଗୁରୁବାର ତାଙ୍କ ଘରେ ଏକ ସିଲିଂ ଫ୍ୟାନରେ ମୃତଦେହ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା, ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ କିନ୍ତୁ ସ୍ପର୍ଶ ମନା

ପୁରୀ ୧୯/୦୫: ଦୀର୍ଘ ଦୁଇ ବର୍ଷ ପରେ ଏବର୍ଷ ଭକ୍ତଙ୍କ ଗହଣରେ ହେବ ମହାସ୍ନାନ ଯାତ୍ରା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଦର୍ଶନ ଲାଗି ଅନୁମତି । ଏହାସହ ବେଶ ପରେ ୨ ଘଣ୍ଟା ମଣ୍ଡପରେ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଅନୁମତି ଦେଇଛି ଶ୍ରାମନ୍ଦିର ପ୍ରଶାସନ । ତେବେ ଦର୍ଶନ ସମୟରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ଅର୍ଥାତ ଭକ୍ତ […]

ଅପରାଧ ରାଜ୍ୟ

ରେଳ ଷ୍ଟେସନରେ ଯୁବକଙ୍କ ହାଇଡ୍ରାମା, ଟ୍ରେନ ଉପରେ ଚଢି ତଳକୁ ଡେଇଁବାକୁ ଧମକ

କଟକ ୧୯।୦୫ : କଟକ ରେଲୱେ ଷ୍ଟେସନରେ ଯୁବକଙ୍କ ହାଇ ଡ୍ରାମା । ମାଲବାହୀ ଟ୍ରେନ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଉଥିଲେ ଯୁବକ । ଖବର ଅନୁଯାୟୀ, ଗୁରୁବାର ଦିନ ସକାଳେ ଯୁବକ ଜଣଙ୍କ ଟ୍ରେନ ଉପରେ ଚଢି ଯାଇଥିଲେ । ଦୀର୍ଘ ସମୟ ଧରି ତଳକୁ ଡେଇଁବାକୁ ଧମକାଇଥିଲେ । ଘଟଣାସ୍ଥଳରେ ଆରପିଏଫ୍ ଏବଂ ଜିଆରପି ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା […]