ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ପୋଲିସ ଓ ଗଣମାଧ୍ୟମ ମଧ୍ୟରେ କ୍ରିକେଟ ସିରିଜ ଆରମ୍ଭ, ପ୍ରଥମ ମ୍ୟାଚ୍‌ରେ ପୋଲିସ ଟିମ୍ ବିଜୟୀ

ଫୁଲବାଣୀ ୨୦।୦୫ : ପୋଲିସ ଓ ପ୍ରେସ୍‌ ମଧ୍ୟରେ ତିନିଦିନିଆ କ୍ରିକେଟ୍‌ ସିରିଜ୍‌ ଆରମ୍ଭ । ପ୍ରଥମ ଦିନରେ ପୋଲିସ ଟିମ୍‌ ୮ ଓ୍ୱିକେଟ୍‌ରେ ବିଜୟୀ ହୋଇଛି । ପୋଲିସ ଓ ଗଣମାଧ୍ୟମ ମଧ୍ୟରେ ସଭାବ ଓ ସୁସଂପର୍କ ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି । ତେବେ ୧୫ ଓଭର ବିଶିଷ୍ଟ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ପ୍ରେସ୍‌ କ୍ଲବ ବ୍ୟାଟିଂ କରିଥିଲା । ଦଳ ମୋଟ ୫୬ ରନ୍‌ ସଂଗ୍ରହ […]

ଅପରାଧ ରାଜ୍ୟ

ମହାନଦୀକୁ ନେଇ ପୁଣି ଆରମ୍ଭ ହେଲା ଆନ୍ଦୋଳନ : କଟକରୁ କଲମା ବ୍ୟାରେଜ ଯାତ୍ରା କରିଛନ୍ତି ଜଳପୁରୁଷ ରାଜେନ୍ଦ୍ର ସିଂ

ମହାନଦୀକୁ ନେଇ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ । କଟକରୁ କଲମା ବ୍ୟାରେଜ ଯାତ୍ରା କରିଛନ୍ତି ଜଳପୁରୁଷ ରାଜେନ୍ଦ୍ର ସିଂ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ମହାନଦୀ ଯାତ୍ରା କରାଯାଇଛି । ଫଳରେ ମହାନଦୀକୁ ନେଇ ବିବାଦ କିଛି ଦିନ ଥମି ଯାଇଥିବା ବେଳେ ପୁଣି ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । ଆନ୍ଦୋଳନର ସଦସ୍ୟମାନେ କଲମାଠାରେ ମହାନଦୀ ପରିଦର୍ଶନ କରିବା ସହ ମହାନଦୀର ପ୍ରବେଶ ପଥ ଶୁଖାସୋଡାରେ ଶୁଖିଲା ନଦୀଶଯ୍ୟା […]

ଅପରାଧ ରାଜ୍ୟ

ରାସ୍ତା କଡ଼ରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, କାମ କରିବାକୁ ଯାଇ ଆଉ ଫେରିନଥିଲେ

ନବରଙ୍ଗପୁର ୨୦।୦୫ : ନବରଙ୍ଗପୁର ସହର ସେଣ୍ଟ୍ରାଲ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ ହୋଇଛି । ମୃତ ବ୍ୟକ୍ତି ଜଣକ ନବରଙ୍ଗପୁର ସହର ଅନ୍ତର୍ଗତ ଭାଟିଶାଳ ଗୁଡା ସାହିର ସାହେବ ଶେଖ ବୋଲି ଜଣାପଡ଼ିଛି । ମୃତ ବ୍ୟକ୍ତି ଙ୍କ ପରିବାର ଲୋକେ ଶବ ନିକଟରେ ପହଞ୍ଚି ଏହା ତାଙ୍କ ସମ୍ପର୍କୀୟ ବୋଲି କହିଛନ୍ତି । ତେବେ ପରିବାର ତରଫରୁ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମ୍ୟାଚରେ ସବୁବେଳେ ଜିତୁଥିଲେ । ହେଲେ ମ୍ୟାଚ୍ ବେଳେ ଜୀବନ ଯୁଦ୍ଧରେ ହାରିଗଲେ ବକ୍ସର

ଅନ୍ତର୍ଜାତୀୟ କ୍ରୀଡା ଜଗତ ପାଇଁ ଦୁଃଖଦ ଖବର । ସବୁ ମ୍ୟାଚରେ ଜିତିଆସୁଥିବା ବକ୍ସର ଜୀବନ ଯୁଦ୍ଧରେ କିନ୍ତୁ ହାରିଗଲେ । ମ୍ୟାଚ୍ ଚାଲିଥିଲା । ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ଜିତିବା ପରେ ତୃତୀୟ ରାଉଣ୍ଡରେ ଜିତିଅସୁଥିଲେ । ହେଲେ ହଠାତ୍ ତଳେ ପଡିଯାଇଥିଲେ ଜାର୍ମାନୀର ଖ୍ୟାତନାମା ବକ୍ସର ମୁସା ୟାମକ । ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ବି ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ବକ୍ସି ରିଙ୍ଗରେ ଖେଳୁଥିବାବେଳେ ହିଁ ହୃଦଘାତରେ ତାଙ୍କ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଜିଏସ୍‌ଟି ଆଇନ ପ୍ରଣୟନରେ କେନ୍ଦ୍ର, ରାଜ୍ୟର ସମାନ କ୍ଷମତା

ନୂଆଦିଲ୍ଲୀ : ଜିଏସ୍‌ଟି ପରିଷଦର କ୍ଷମତା ପରିସର ସଂପର୍କରେ ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପରିଷଦର ରାୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁଡ଼ିକ ପାଇଁ ବାଧ୍ୟତାମୂଳକ ନୁହେଁ। ଏହାକୁ ସେମାନେ କେବଳ ବିଚାର ପାଇଁ ଗ୍ରହଣ କରିପାରିବେ। ସେହିଭଳି ଜିଏସ୍‌ଟି ସଂପର୍କରେ ଆଇନ ପ୍ରଣୟନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଡ଼ିକର ସମାନ କ୍ଷମତା ରହିଛି। ଜିଏସ୍‌ଟିରେ ଉଭୟ କେନ୍ଦ୍ର ଓ ରାଜ୍ୟର ସମାନ କ୍ଷମତା ରହିଛି। ସୁପ୍ରିମକୋର୍ଟ ଉପରୋକ୍ତ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯମୁନୋତ୍ରୀ ରାଜପଥର ୧୫ ମିଟର ଧସିଗଲା, ୩୦୦୦ ତୀର୍ଥଯାତ୍ରୀ ଫସିଛନ୍ତି

ମସୁରୀ : ଗତରାତିରେ ରଣାଚଟ୍ଟି ଏବଂ ସୟାନା ଚଟ୍ଟି ଅଂଚଳରେ ଯନୁନୋତ୍ରୀ ରାଜପଥର ଏକ ବୁଲାଣିରେ ୧୫ ମିଟର ରାସ୍ତା ଧସିଯାଇଛି। ଏଥିଯୋଗୁଁ ଚାରିଧାମ ଯାତ୍ରାରେ ବାଧା ସୃଷ୍ଟି ହୋଇଛି ଏବଂ ହାଇୱେର ଉଭୟ ପାର୍ଶ୍ବରେ ୩ ହଜାରରୁ ଅଧିକ ତୀର୍ଥଯାତ୍ରୀ ଫସି ରହିଛନ୍ତି। ରାସ୍ତା ଅତ୍ୟନ୍ତ ବିପଜ୍ଜନକ ରହିଥିବାରୁ ଏହି ରାସ୍ତାରେ ସବୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଚାରିିଧାମ ଯାତ୍ରା ନାନା ସମସ୍ୟା ଦେଇ ଗତି କରୁଛି। […]

ଅପରାଧ ଦେଶ ବିଦେଶ

କଂଗ୍ରେସ ନେତା ନବ‌ଜୋତ ସିଦ୍ଧୁ ସିଂହଙ୍କୁ ବର୍ଷେ ଜେଲ୍‌

ନୂଆଦିଲ୍ଲୀ : କଂଗ୍ରେସ ନେତା ନବ‌ଜୋତ ସିଂହ ସିଦ୍ଧୁଙ୍କୁ ଆଜି ବଡ଼ ଝଟ୍‌କା ଲାଗିଛି। ୩ ଦଶନ୍ଧି ପୁରୁଣା ରୋଡ୍‌ ‌ରେଜ୍‌ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଦିନ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ୧୯୮୮ ଡିସେମ୍ବର ୨୭ରେ ସିଦ୍ଧୁ ଏବଂ ତାଙ୍କର ଜଣେ ସହଯୋଗୀ ରୁପିନ୍ଦର ସିଂହ ସନ୍ଧୁଙ୍କର ଗୁର୍‌ନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ଗାଡ଼ି ପାର୍କିଂକୁ ନେଇ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ଏବଂ ତାଙ୍କ ସହଯୋଗୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍

ଭୁବନେଶ୍ୱର ୨୦।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୪୯ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ […]

ଅପରାଧ ରାଜ୍ୟ

ହାତୀଙ୍କ ଉପରେ ମାଡିଗଲା ଟ୍ରେନ୍‌, ମାଆ ସହ ଦୁଇ ହାତୀ ଛୁଆ ମୃତ

ବଡ଼ବିଲ ୨୦।୦୫ : ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ । ମାଆ ହାତୀ ସହ ଦୁଇ ହାତୀ ଛୁଆ ମୃତ ହୋଇଛି । କେନ୍ଦୁଝରର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ଓ ରେଲୱେ ଅଧିକାରୀ ଉପସ୍ଥିତ ଅଛନ୍ତି । ଖବର ଅନୁଯାୟୀ, ଦକ୍ଷିଣ ପୂର୍ବ ରେଲୱେ ଅନ୍ତର୍ଗତ, ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର୍ ନିକଟରେ ଏକ ମାଲବାହୀ ଟ୍ରେନ୍ […]

ଅପରାଧ ଦେଶ ବିଦେଶ

ଜମ୍ମୁରେ ଭୁଶୁଡ଼ି ପଡ଼ିଛି ନିର୍ମାଣାଧୀନ ସୁଡ଼ଙ୍ଗ ପଥ; ୬ଜଣ ଫସି ରହିଥିବା ଆଶଙ୍କା

ଶ୍ରୀନଗର: ଗୁରୁବାର ରାତିରେ ଜମ୍ମୁ ଓ କଶ୍ମୀରର ରାମବନ ଜିଲ୍ଲା ଅନ୍ତର୍ଗତ ମାକେର୍‌କୋଟ୍‌ ଅଞ୍ଚଳର ଖୋନି ନଳାରେ ଗୋଟାଏ ନିର୍ମାଣାଧୀନ ଚାରି-ଥାକିଆ ସୁଡ଼ଙ୍ଗ ପଥର ସ୍ବଳ୍ପ ଅଂଶ ଭୁଶୁଡ଼ି ପଡ଼ିବାରୁ ଭଗ୍ନସ୍ତୂପରେ ଅନ୍ୟୂନ ୬ଜଣ ଶ୍ରମିକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଅବ୍ୟାହତ ରହିଛି। ବିଭିନ୍ନ ଗଣମାଧ୍ୟମ ଉତ୍ତୋଳନ କରିଥିବା ଫୁଟେଜ୍‌ରେ ଦେଖାଯାଉଛି, ପୋତି ହୋଇଯାଇଥିବା ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ଲାଗି ବୁଲ୍‌ଡୋଜର୍‌ ସୁଡ଼ଙ୍ଗର ଭଗ୍ନାଂଶ ସବୁ ପରିଷ୍କାର କରୁଛି। […]