କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର ମହାମିଶ୍ରଣ ପର୍ବ: ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର
ଢେଙ୍କାନାଳ: କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଆଜି ବିଜେପିରେ ଯୋଗଦେଇଛନ୍ତି। ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ମହାମିଶ୍ରଣ ପର୍ବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ସେ ଏବଂ ଆହୁରି କେତେଜଣ ନେତା ବିଜେପିରେ ସାମିଲ୍ ହୋଇଛନ୍ତି। ଏହି ମିଶ୍ରଣପର୍ବ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ମିଶ୍ରଣ ପର୍ବ ମୋଦୀଙ୍କ ଦୃଢ଼ ନେତୃତ୍ୱ […]









