ହାତୀ ଆକ୍ରମଣରେ ଯୁବକ ମୃତ, ହାଟରୁ ଘରକୁ ଫେରୁଥିବାବେଳେ ମାତିଲା ଦନ୍ତା
ନୀଳଗିରି ୨୧/୦୫: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ନକୁଳକର ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଗତକାଲି ରାତିରେ ନକୁଳକର ହାଟରୁ ବାରାଗଡ଼ିଆ ଅଞ୍ଚଳର ନନ୍ଦ ସିଂଙ୍କ ପୁଅ ଶ୍ୟାମସୁନ୍ଦର ଘରକୁ ଫେରୁଥିବା ସମୟରେ ହାତୀ ଆତର୍କିତ କରିଥିଲା ଆକ୍ରମଣ । ରାତିରେ ଶ୍ୟାମସୁନ୍ଦର ଘରେ ପହଞ୍ଚିନଥିବାରୁ ଖୋଜାଖୋଜି କରିବା ପରେ ପାଇନଥିଲେ । ଆଜି ଜଙ୍ଗଲରୁ ମୃତଦେହ ମିଳିଥିବା ଜଣାପଡିଛି । ମୃତକ ହେଲେ ବାରାଗଡ଼ିଆ ଅଞ୍ଚଳରେ ଶ୍ୟାମସୁନ୍ଦର ସିଂ । […]