ରାଜ୍ୟ ସ୍ୱାସ୍ଥ୍ୟ

ମିସନ୍ ଇନ୍ଦ୍ରଧନୁଷ ୪.୦ରେ ୧୦୦% ଟିକାକରଣ

ଭୁବନେଶ୍ବର : ଟିକାକରଣରେ ପଛୁଆ ରହିଥିବା ରାଜ୍ୟର ୧୨ଟି ଜିଲ୍ଲାରେ ମିସନ୍ ଇନ୍ଦ୍ରଧନୁଷ ୪.୦ ଟିକାକରଣ ଶେଷ ହୋଇଛି। ୩ଟି ପର୍ଯ୍ୟାୟରେ ଏହି ଟିକାକରଣ ହୋଇଥିବା ବେଳେ ଏଥିରେ ମୁଖ୍ୟତଃ ୨ବର୍ଷରୁ କମ୍ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇଛି। ତେବେ ରାଜ୍ୟରେ ପ୍ରକୃତରେ କେତେ ପ୍ରତିଶତ ଟିକାକରଣ ହୋଇଛି ତାହା ତୃତୀୟ ପକ୍ଷ ମୂଲ୍ୟାଙ୍କନର ବିଶେଷ ଗୁରୁତ୍ବ ରହିଛି। […]

ଅପରାଧ ରାଜ୍ୟ

ବାଘ ଚମଡ଼ା ଜବତ ପଛର ରହସ୍ୟ: ମଇଁଷି ଖାଇବାରୁ ମହାବଳ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏବେ ବାଘ ହତ୍ୟାକୁ ନେଇ ଚାଞ୍ଚଲ୍ୟ। ଗତ କିଛି କିଛି ଦିନ ତଳେ କପ୍ତାଡିହା ଜଙ୍ଗଲରେ ଫାଶ ପକାଇ କଲରାପତରିଆ ବାଘ ହତ୍ୟା କରାଯାଇଥିବା ବେଳେ ଏବେ ଦେଓଗାଁ ରେଞ୍ଜ ଅନ୍ତର୍ଗତ ରେବଣାପଳାଶପାଳ ଜଙ୍ଗଲରେ ମହାବଳ ବାଘ ହତ୍ୟା କରାଯିବା ଘଟଣା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ବନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଦେଓଗାଁ ରେଞ୍ଜର ରେବଣାପଳାସପାଳ ପଞ୍ଚାୟତ ଅନ୍ତର୍ଗତ ବୁଧପଡ଼ା ଗ୍ରାମରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଙ୍କି ପକ୍ସ ନେଇ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ, ବିଶେଷଜ୍ଞ କହିଲେ ସ୍ଥିତି ଉପରେ ରଖାଯାଇଛି ନଜର

ଭୁବନେଶ୍ୱର ୨୧/୦୫: ୟୁରୋପୀୟ ଦେଶରେ ମଙ୍କି ପକ୍ସ ଚିହ୍ନଟ ପରେ ସବୁ ଦେଶରେ ପ୍ରକାଶ ପାଇଛି ତପ୍ତରତା । ବିଶେଷ କରି ଭାରତରେ ଏହାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ସ୍ପେଶାଲ ଆଡଭାଇଜରି । ତେବେ ଆଡଭାଇଜରି ଜାରି ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡ଼ଭାରଜରି ଜାରି କରିଛନ୍ତି । ଆଲର୍ଟ ରହିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଭାରତରେ ମଙ୍କି […]

ଅପରାଧ ରାଜ୍ୟ

ଗାଡି ପାର୍କିଂକୁ ନେଇ ବାପ ଓ ପୁଅଙ୍କୁ ଗୁଳିମାଡ, ଉଭୟଙ୍କ ଜଙ୍ଘରେ ବାଜିଛି ଗୁଳି

ନୂଆପଡା ୨୧/୦୫: ନୂଆପଡା ଜିଲ୍ଲା ସିନାପାଲିରେ ଫୁଟିଲା ଗୁଳି । ଗୁଳିମାଡରେ ବାପ ଓ ପୁଅ ଗୁରୁତର । ଘଟଣାସ୍ଥଳରେ ଖଡିଆଳ SDPO ଙ୍କ ତଦନ୍ତ ଆରମ୍ଭ । ସୂଚନା ଥାଉକି, ଗାଡି ପାର୍କିଂକୁ ନେଇ ଏଭଳି ଘଟିଥିବା ଜଣାପଡିଛି । ଉଭୟ ବାପ ପୁଅଙ୍କ ଜଙ୍ଘରେ ବାଜିଛି ଗୁଳି । ବର୍ତ୍ତମାନ ଚିକିତ୍ସା ପାଇଁ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ପଷ୍ଟ ନଜର ରଖିଛି ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ […]

ଅପରାଧ ରାଜ୍ୟ

ଏମିତି ପ୍ରେମିକାକୁ ଦୁରୁଜୁହାର: ପ୍ରଥମ ପ୍ରେମିକଠୁ ମୁକ୍ତି ଲାଗି ଇଜ୍ଜତ ବିକିଦେଲେ ଯୁବତୀ

ଭୁବନେଶ୍ୱର ୨୧/୦୫: ପ୍ରେମିକା ହେବ ତ ଏମିତି । ପ୍ରେମିକ ସହ ହୋଟେଲ୍‌ରେ ଅନ୍ତରଙ୍ଗ ସମୟ କାଟିଲେ, ମଜା ନେଲେ । ହେଲେ ମଉକା ଦେଖି ଦୁର୍ବଳ ସମୟର ଭିଡିଓ ସୁଟିଂ ବି କଲେ । ନୂଆ ପ୍ରେମିକ ମିଳିବା ପରେ ପୁରୁଣା ପ୍ରେମିକଠାରୁ ପିଛା ଛଡାଇବାକୁ ଭିଡିଓ ଭାଇରାଲ୍‌ କଲେ ଯୁବତୀ ଜଣଙ୍କ । ଏମିତି ଘଟଣା ଦେଖିବାକୁ ମିଳିଛି ଫୁଲନଖରା ଅଞ୍ଚଳରେ । ଘଟଣାରେ ମହିଳା ଥାନା ପୁଲିସ୍‌ ଓ ଡିସିପି ଅଫିସ୍‌ ହସ୍ତକ୍ଷେପ […]

ଅପରାଧ ରାଜ୍ୟ

ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ, ବନ୍ଧାହେଲେ ଦୁଇ ଠକ

ଭୁବନେଶ୍ୱର ୨୧/୦୫: ମେଡିକାଲ କଲେଜ ସିଟ୍ ଦେବା ନାଁରେ ଠକେଇ । ଦୁଇଜଣ ଠକକୁ ଗିରଫ କରିଛି କମିଶନରେଟ ପୋଲିସ । ଦୁଇ ଠକ ହେଉଛନ୍ତି କଲିକତାର ଅମିତ ବାନାର୍ଜୀ ଓ ବିହାରର ବିକାଶ କୁମାର । ମେ ୫ରେ ପଲ୍ଲବୀ ସାହା ନାମକ ଯୁବତୀଙ୍କ ଅଭିଯୋଗରେ ତଦନ୍ତ କରିଥିଲା ପୋଲିସ । ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ସିଟ୍ ଦେବାକୁ କହି ଟଙ୍କା ଠକିଥିଲେ । ୩୦ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ […]

ଅପରାଧ ରାଜ୍ୟ

୨୧୧ ଗାଁ’କୁ ନାହିଁ ସବୁଦିନିଆ ରାସ୍ତା

ବାରିପଦା: ସବୁ ଗାଁକୁ ପକ୍କା ରାସ୍ତା ହେବ, ସବୁ ଗାଁରେ ପହଞ୍ଚିବ ସ୍ବାସ୍ଥ୍ୟସେବା। ଚିକିତ୍ସା ଅବହେଳାରୁ କାହାର ମୃତ୍ୟୁ ହେବନାହିଁ। ସରକାର ଏହି ମିଶନକୁ ସାକାର କରିବା ପାଇଁ କୋଟିକୋଟି ଟଙ୍କା ସାରୁଥିଲେ ବି ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଏହା ସଫଳ ହୋଇନି। ଏବେ ବି ଜିଲ୍ଲାର ଶତାଧିକ ଗାଁକୁ ଆମ୍ବୁଲାନ୍ସ ପଶିବା ଭଳି ରାସ୍ତା ନାହିଁ। ଫଳରେ ଭଗବାନଙ୍କ ଭରସାରେ ରହୁଛନ୍ତି ରୋଗୀ। ସବୁଠାରୁ ବଡ଼ କଥା ହେଲା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର, ୨୧/୦୫: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୫୭ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୩୫୭ […]

ଅପରାଧ ରାଜ୍ୟ

ଗୋଚାଲାଣକାରୀଙ୍କ ଗୁଳିମାଡ଼ରେ ଦୁଇ ଗୋସେବକ ଗୁରୁତର

ଯଶିପୁର: ଆଜି ଭୋର୍ ୩ଟାରୁ ୪ଟା ମଧ୍ୟରେ ଯଶିପୁର ଟୋଲଗେଟ୍ ନିକଟରେ ଗୋସେବକଙ୍କ ଉପରକୁ ଗୋଚାଲାଣକାରୀମାନେ ଗୁଳିମାଡ଼ କରିଥିବାର ଖବର ମିଳିଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି। ଗୋଚାଲାଣ ଲାଗି ଗୋରୁ ଗାଡ଼ିକୁ ନେଇ ଯାଉଥିବା ବେଳେ ଗୋସେବକମାନେ ଅଟକାଇବାରୁ ଗୋଚାଲାଣକାରୀ ଗୁଳି ଚଳାଇଥିଲେ। ସୂଚନା ଅନୁଯାୟୀ, ଜାତୀୟ ରାଜପଥ ବେଗୁନିଆ ନିର୍ମାଣାଧୀନ ଟୋଲ ପ୍ଲାଜା ନିକଟରେ ଗୋରୁ ଚାଲାଣ ଗାଡ଼ିର ସୁରକ୍ଷା ଦେଉଥିବା ଏସକର୍ଟ ପାର୍ଟି ସହିତ ମୁହାମୁହିଁ ହୋଇଥିଲେ ଦେବସେନା […]

ଅପରାଧ ରାଜ୍ୟ

୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ

ବାଲିଗୁଡା, ୨୧/୦୫: ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲାକୁ ଗଞ୍ଜେଇର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲିଗୁଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି l ଲଣ୍ଡାଗାଁ ପଞ୍ଚାୟତର କମ୍ବାରକିଆ ଜଙ୍ଗଲରେ ଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ୯୦୭ କିଲୋଗ୍ରାମ ୬୦୦ ଗ୍ରାମ ଗଞ୍ଜେଇକୁ ଜବତ କରିଛି ବାଲିଗୁଡା ପୋଲିସ l ବାଲିଗୁଡା ଏସଡିପିଓ ଜି. ଆର ରେଡ୍ଡୀ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ବିଶ୍ୱସ୍ତ ସୂତ୍ରରୁ ଖବର […]