ଅପରାଧ ରାଜ୍ୟ

ସମ୍ପର୍କୀୟା ଭଉଣୀଙ୍କୁ କଟୁରୀରେ ଆକ୍ରମଣ, ଗହଣା ଲୁଟ୍‌ ଉଦ୍ୟମ ବେଳେ ମାଡିବସିଲେ ଗ୍ରାମବାସୀ

ବାଲେଶ୍ୱର ୨୨।୦୫ : ସମ୍ପର୍କୀୟା ଭଉଣୀଙ୍କୁ କଟୁରୀରେ ଆକ୍ରମଣ ପରେ ଘରୁ ଗହଣା ଲୁଟ ଉଦ୍ୟମ। ଫେରାର୍ ହୋଇଯିବା ବେଳେ ମାଡ଼ି ବସିଲେ ଗ୍ରାମବାସୀ। ଦୁର୍ବୃତ୍ତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ଅନନ୍ତପୁରରେ ଏଭଳି ଘଟଣା ଘଟିଛି। ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ଅନନ୍ତପୁରର ଲିପନ ଜେନା ମଦ୍ୟପାନ କରି ସମ୍ପର୍କୀୟା ଭଉଣୀ ଘରକୁ ଆସି କବାଟ ଖୋଲିବାକୁ […]

ଅପରାଧ ଦେଶ ବିଦେଶ

ଶ୍ରୀଲଙ୍କା : ସ୍ବାଭାବିକ ହେଉଛି ଆଇନ ଶୃଙ୍ଖଳା ସ୍ଥିତି, ଉଠିଲା ଜରୁରୀ ପରିସ୍ଥିତି

କଲମ୍ବୋ : ଆର୍ଥିକ ସଂକଟରେ ପଡ଼ିଥିବା ଶ୍ରୀଲଙ୍କାରେ ଲାଗୁ ଜରୁରୀ ପରିସ୍ଥିତିକୁ ପ୍ରତ୍ୟାହାର କରିନିଆଯାଇଛି । ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିବା ପରେ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆର୍ଥିକ ସଂକଟକୁ ନେଇ ହିଂସା ଆରମ୍ଭ ହେବା ପରେ ଗତ ୬ ତାରିଖ ମଧ୍ୟରାତ୍ରିଠାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଏହା ସତ୍ତ୍ବେ ବି ଦେଶରେ ହିଂସା କମିନଥିଲା । ପରେ ୯ତାରିଖରେ ପ୍ରଧାନମନ୍ତ୍ରୀ […]

ଅପରାଧ ରାଜ୍ୟ

ବାପପୁଅଙ୍କ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ: ଉଭୟେ ଗୁରୁତର

ନୂଆପଡ଼ା: ବାଇକରେ ଯାଉଥିବା ବେଳେ ବାପପୁଅଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ। ଏଥିରେ ଉଭୟ ବାପପୁଅ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ପ୍ରଥମେ ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ, ସିନାପାଲିର ଦୁଇ କପଡ଼ା ବ୍ୟବସାୟୀ ସରୋଜ ମେହେର ଓ ପୁଅ ନବରଂଜନ ମେହେର ଆଜି ଦିନ ପ୍ରାୟ ୧୧ଟା ବେଳେ ଘରୁ ବେପାର ଲାଗି ବାହାରିଥିଲେ। ଉଭୟ ଏକ ବାଇକରେ ଯାଉଥିବା ବେଳେ […]

ଦେଶ ବିଦେଶ ମନୋରଞ୍ଜନ

କଙ୍ଗନା ହଲିଉଡ୍‌ ଡେବ୍ୟୁ ପାଇଁ ହେଉଛନ୍ତି ପ୍ରସ୍ତୁତ! କପିଲ୍‌ ଶର୍ମା ଶୋ’ରେ କଲେ ଖୁଲାସା

ନୂଆଦିଲ୍ଲୀ୨୧।୦୫: ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କ ପରେ ଏବେ ‘ଧାକଡ ଗର୍ଲ’ କଙ୍ଗନା ରଣାୱତ ହଲିଉଡରେ ନିଜର ଦମ୍‌ ଦେଖେଇବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି । କାହିଁକି ନା ତାଙ୍କର ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଧାକଡ୍‌’ର ଟିଜର ଏବଂ ଟ୍ରେଲର ରିଲିଜ୍ ହୋଇଛି । ଏହାର ପ୍ରମୋଶନରେ କଙ୍ଗନାଙ୍କୁ ‘ଦି କପିଲ ଶର୍ମା ‘ ଶୋ ରେ ପଚରାଯାଇଥିଲା । ତାଙ୍କ ହଲିଉଡରେ ଡେବ୍ୟୁ କରିବା ନେଇ ସମସ୍ତଙ୍କ ସାମ୍ନାରେ ନୀରବତା ଭାଙ୍ଗିଛନ୍ତି। […]

ଅପରାଧ

୧୨୦ ଷ୍ଟଲ୍‌ରେ ୨୭ରାଜ୍ୟର ଆଦିବାସୀ ସାମଗ୍ରୀ, କଟକରେ ପ୍ରଥମ: କିଲ୍ଲା ପଡ଼ିଆରେ ଜାତୀୟ ଆଦିବାସୀ ମେଳା ଉଦ୍‌ଘାଟିତ

କଟକ: ସପରିଚୟ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍‌ ସମ୍ମୁଖ କିଲ୍ଲା ପଡ଼ିଆରେ ଜାତୀୟ ଆଦିବାସୀ ମେଳା ଶୁକ୍ରବାର ସଂଧ୍ୟାରେ ଉଦ୍‌ଘାଟିତ ହୋଇଛି। କଟକ ସହରରେ ଆଦିବାସୀ ମେଳା ପ୍ରଥମଥର ପାଇଁ ଆୟୋଜିତ ହେଉଥିବାରୁ ପ୍ରଥମ ଦିନ ବି ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ‌ଦେଖାଦେଇଥିଲା। ମୁଖ୍ୟ ଅତିଥି ଭାବ‌େ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମେଳାକୁ ଉଦ୍‌ଘାଟନ କରି ସଂସ୍କୃତି ନଗରୀ କଟକରେ ଏଭଳି ମେଳା ପ୍ରତିବର୍ଷ ଆୟୋଜନ କରିବାକୁ ପରାମର୍ଶ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୩୨୩ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୧/୦୫: ଉପର ତଳ କରୋନା ଗ୍ରାଫ୍। ଦେଶରେ କାୟା ମେଲାଇବା ପରେ ଖସିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା ବି କମିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍କୁଲରେ ଛାତ୍ରଙ୍କୁ ପିଟିଲେ ଉପ ବାଚସ୍ପତି : ଭିଡିଓ ଭାଇରାଲ ପରେ ବଢିଲା ବିବାଦ

ନୂଆଦିଲ୍ଲୀ ୨୧/୦୫: ହିମାଚଳ ପ୍ରଦେଶ ବିଧାନସଭାର ଉପାଧ୍ୟକ୍ଷ ହଂସରାଜ ବିବାଦରେ । ସେ ଚମ୍ବା ଜିଲ୍ଲାରେ ଥିବା ଏକ ସ୍କୁଲରେ ଜଣେ ଛାତ୍ରଙ୍କୁ ମାଡ ମାରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପୁରା ଘଟଣା ଚମ୍ବା ଜିଲ୍ଲାର ରୈଲା ଗ୍ରାମରେ ଥିବା ରାଜକୀୟ ମାଧ୍ୟମିକ ସ୍କୁଲରେ ଘଟିଛି । ତେବେ ଏହି ମାମଲାରେ ଛାତ୍ରର ପିତା ହଂସରାଜଙ୍କ ପାଇଁ ସଫେଇ ଦେଇଛନ୍ତି । ହଂସରାଜ କିଛି ବୁଝାଇବାକୁ ଚେଷ୍ଟା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ବ୍ୟାପକ ଅବ୍ୟବସ୍ଥା, ସମସ୍ୟାରେ ଘାଣ୍ଟିହେଉଛନ୍ତି ଛାତ୍ରୀ

ଦାରିଙ୍ଗବାଡି ୨୧/୦୫: ଶିକ୍ଷାର ସବୁ ସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ଏହାକୁ ସାର୍ବଜନୀନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । କିଭଳି କୌଣସି ଆଦିବାସୀ ଛାତ୍ର, ଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ ନିର୍ମାଣ କରାଯାଉଛି ନୂତନ ବିଦ୍ୟାଳୟ । ଏହାସହିତ ଛାତ୍ରଛାତ୍ରୀ ମାନଙ୍କ ରହିବା ଖାଇବାର ବ୍ୟବସ୍ଥା ବି ହେଉଛି । ହେଲେ ହେଲେ ଏହାର ଚିତ୍ର ସମ୍ପୂର୍ଣ୍ଣ ଅଲଗା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

କାନ୍ସରେ ଝଟକିଲା ପଶ୍ଚିମ ଓଡ଼ିଶାର ଐତିହ୍ୟ, ରେଡ କାର୍ପେଟରେ ସମ୍ବଲପୁରୀ ପୋଷାକ ପିନ୍ଧି ଚାଲିଲେ ଓଡ଼ିଆ ଦମ୍ପତ୍ତି

ନୂଆଦିଲ୍ଲୀ ୨୧/୦୫: ୭୫ତମ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଚମକିଲା ସମ୍ବଲପୁରୀ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଯୋଜକ ତଥା ପୃଷ୍ଠପୋଷକ ଟିଟିଲାଗଡ଼ର ପୁଅ ଜିତେନ୍ଦ୍ର ମିଶ୍ର ଓ ପତ୍ନୀ ଡୋନା ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଫେଷ୍ଟିଭାଲ୍‌ରେ ରେଡ୍‌ କାର୍ପେଟ୍‌ରେ ଚାଲିଥିଲେ । ଜିତେନ୍ଦ୍ର ନିଜେ ଏହି ବିଶେଷ ଉତ୍ସବ ପାଇଁ ସମ୍ବଲପୁରୀ ରେଶମ ପୋଷାକର ପରିକଳ୍ପନା କରିଥିଲେ । କାନ୍‌ ରେଡ୍‌ କାର୍ପେଟ୍‌କୁ ଏକ ଉଚ୍ଚ ସ୍ତରୀୟ ଗ୍ଲାମରସ୍‌ ପର୍ଯ୍ୟାୟ ଭାବରେ ବିବେଚନା କରାଯାଏ । ଯାହା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ: ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ

କଟକ: ଆଜି(ଶନିବାର)ଠାରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଛି। ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଚାଲିଛି। ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ସେହିପରି ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଛି। ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଖାତାଦେଖା ଜାରି ରହିବ। ପରୀକ୍ଷକମାନେ ୨୦ ତାରିଖରୁ ଖାତାଦେଖା କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ଖାତାଦେଖା ପରେ ଅନଲାଇନରେ ମାର୍କ ଅପଲୋଡିଂ […]